অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ହ୍ୟାକିଂ ବାବଦରେ ସବୁକିଛି

ହ୍ୟାକିଂ ବାବଦରେ ସବୁକିଛି

ହ୍ୟାକିଂ

ହ୍ୟାକିଂ କହିଲେ ସାଧାରଣ ଭାବେ ଲୋକେ ବୁଝି ଯାଆନ୍ତି ଫେସବୁକ, ଜି-ମେଲ୍ କିମ୍ବା ୱେବ୍ସାଇଟ୍କୁ  ବିନା ପାସ୍ୱାର୍ଡରେ ଖୋଲିଦେବା  ଏବଂ ଏହାକୁ ବ୍ୟବହାର କରିବା; ମାତ୍ର ଏହା ଆଂଶିକ ସତ୍ୟ । ଅବଶ୍ୟ ଏହା ହ୍ୟାକିଂର ଏକ ଅଂଶବିଶେଷ ହୋଇଥିଲେ ସୁଦ୍ଧା ଏହା ଏହି ପ୍ରକ୍ରିୟାର କାଣିଚାଏ ମଧ୍ୟ ନୁହେଁ ।

ସାଇବର ସୁରକ୍ଷା

ସାଇବର ସୁରକ୍ଷା ପ୍ରଣାଳୀରେ ଯେଉଁ ବ୍ୟକ୍ତି ସିଷ୍ଟମ କିମ୍ବା ନେଟୱର୍କରେ ରହିଥିବା ଦୋଷ ତ୍ରୁଟିକୁ ଆବିଷ୍କାର କରିବା ସହିତ ତାକୁ ବ୍ୟବହାର କରି ନିଜର ଲକ୍ଷ୍ୟ (ଭଲ କିମ୍ବା ଖରାପ ହୋଇପାରେ) ହାସଲ କରିଥାଏ ତାକୁ ହ୍ୟାକର  କୁହାଯାଏ ଥାଏ ଏବଂ ଯେଉଁ ପ୍ରଣାଳୀର ଏହି କାର୍ଯ୍ୟ କରାଯାଏ ତାହାକୁ ହ୍ୟାକିଂ କୁହାଯାଇଥାଏ ।

ହ୍ୟାକିଂ ଏକ ଅଭ୍ୟାସ ଯେଉଁଥିରେ ସିଷ୍ଟମର ପ୍ରକୃତ ଉପଯୋଗୀତା ବଦଳରେ ଫିଚର୍ସକୁ ପରିବର୍ତ୍ତନ କରିବା କିମ୍ବା ଏଥିରେ ରହିଥିବା ଛିଦ୍ର (ତ୍ରୁଟି)ର ବ୍ୟବହାର କରି ନିଜ ଅନୁରୂପ ଏହାକୁ ପରିଚାଳନା କରିବା । କମ୍ପ୍ୟୁଟର ନେଟ୍ୱର୍କରେ ନେଟ୍ୱର୍କର ସାଧାରଣ ବ୍ୟବହାରରେ ପରିବର୍ତ୍ତନ କୌଶଳକୁ ହ୍ୟାକିଂ କୁହାଯାଏ ।  ତେବେ କମ୍ପ୍ୟୁଟରର ବହୁଳ ବ୍ୟବହାର କରାଯାଉଥିଲେ ସୁଦ୍ଧା ପ୍ରକୃତରେ ହ୍ୟାକିଂର ଅର୍ଥ ଯେ କୌଣସି ଉନ୍ନତ ବୈଷୟିକ ଜ୍ଞାନ କୌଶଳକୁ କୁହାଯାଇଥାଏ । ସାଂପ୍ରତିକ ପରିସ୍ଥିତିରେ କମ୍ପ୍ୟୁଟର ନେଟୱର୍କ ପାଇଁ ଏହା ଏକ ବହୁଳ ବ୍ୟବହାର ଉପଯୋଗୀ ଶବ୍ଦ ।

ସଂପ୍ରତି  ହ୍ୟାକରମାନେ ମୁଖ୍ୟତଃ ଇଣ୍ଟରନେଟ୍ ଓ ଅନ୍ୟ ନେଟୱର୍କିଂରେ ଭାଇରସ୍ ଆକ୍ରମଣ କରାଇବା କିମ୍ବା ଏଥିରୁ ସୁରକ୍ଷା ଦେବା କାର୍ଯ୍ୟରେ ନିୟୋଜିତ ରହୁଛନ୍ତି ।

ଏଠି ସ୍ପଷ୍ଟ କରି ଦିଆଯାଇ ପାରେ ଯେ କମ୍ପ୍ୟୁଟର ନେଟ୍ୱର୍କିଂରେ  ଭାଇରସ୍  ଆକ୍ରମଣକୁ କ୍ରାକିଂ କୁହାଯାଇଥାଏ । ଅନ୍ୟପକ୍ଷରେ ଭଲ ଉଦ୍ଦେଶ୍ୟରେ ନେଇ ନେଟୱର୍କିଂର ବ୍ୟବହାରକୁ ହ୍ୟାକିଂ ବୋଲି କୁହାଯାଇଥାଏ । ଅଣ-ବୈଷୟିକ ଜ୍ଞାନ ରହିଥିବା ବ୍ୟକ୍ତିବିଶେଷ ଏହି ପାର୍ଥକ୍ୟକୁ ବୁଝିବାରେ ଅସମର୍ଥ ହୋଇ ଏକ ସାଧାରଣ ଶବ୍ଦ ‘ହ୍ୟାକ’ ବୋଲି ବ୍ୟବହାର କରିଥାନ୍ତି ।

ସେହିପରି ଜଣେ ହ୍ୟାକର ହେବା ପାଇଁ ସମର୍ପଣ ଭାବ ରହିଥିବା ଦରକାର । ପ୍ରଯୁକ୍ତି ବିଦ୍ୟାରେ ପ୍ରତିଦିନ ଘଟୁଥିବା ପରିବର୍ତ୍ତନକୁ ନିହାତି ଭାବେ ଜାଣିବା ସହିତ କିଛି ନୂଆ କରିବାର ଉତ୍ସାହ ରହିଥିଲେ ଯାଇ ଜଣେ ହ୍ୟାକର ହୋଇ ପାରିବ ।  କାରଣ ସିଷ୍ଟମରେ ରହିଥିବା ଦୋଷତ୍ରୁଟିକୁ ସୁଧାରିବା ସହିତ ଆବଶ୍ୟକ ସୁରକ୍ଷା ପ୍ରଣାଳୀ ପାଇଁ ନିରନ୍ତର ପରୀକ୍ଷାନିରୀକ୍ଷା ଚାଲିଛି । ସେହି ଅନୁରୂପ ନିଜକୁ ମଧ୍ୟ ପ୍ରସ୍ତୁତ ହୋଇ ରହିବାକୁ ପଡିଥାଏ ।

କ୍ରେକର

ହ୍ୟାକିଂ ବିଦ୍ୟାକୁ ଖରାପ ଭାବେ ଉପଯୋଗ କରୁଥିବା କିଛି କ୍ରେକର (ବ୍ଲାକହେଟସ୍ ମଧ୍ୟ କୁହାଯାଏ )ଙ୍କ ପାଇଁ ସମସ୍ତ ହ୍ୟାକରମାନେ ଏବେ ବଦ୍ନାମ ହେଉଛନ୍ତି । ଏଥିପାଇଁ ହ୍ୟାକିଂକୁ ସର୍ବଦା ଏକ ଅପରାଧ ଭାବେ ଗଣତି   କରାଯାଉଛି । ତେବେ ଦିନର ଆଲୋକକୁ ଅନୁଭବ କରିବା ପାଇଁ ଯେଭଳି ଅନ୍ଧକାରର ଆବଶ୍ୟକତା ରହିଛି ସେହିଭଳି ପ୍ରଯୁକ୍ତି ବିଦ୍ୟାର ଭଲ ଦିଗକୁ ଅନୁଭବ କରିବା ପାଇଁ ଏହାର ଖରାପ ଦିଗ ପ୍ରତି ମଧ୍ୟ ଆମେ ସଚେତନ ହେବାର ଆବଶ୍ୟକ ରହିଛି ଏବଂ ଏହାକୁ ହ୍ୟାକରମାନେ ହିଁ ସମ୍ଭବ କରି କରିପାରିଥାନ୍ତି । ତେଣୁ କମ୍ପ୍ୟୁଟର ଓ ଇଣ୍ଟରନେଟ୍ ଯୁଗର ବିକାଶ କ୍ଷେତ୍ରରେ ହ୍ୟାକରମାନଙ୍କର ମଧ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ରହିଛି । ଉଦ୍ଭାବକଙ୍କ ପରି ସେମାନଙ୍କୁ ମଧ୍ୟ ସମାଜରେ ଉପଯୁକ୍ତ ମାନ୍ୟତା ପ୍ରଦାନ କରିବାର ଆବଶ୍ୟକତା ରହିଛି। ଅବଶ୍ୟ ଗୁଗୁଲ୍, ଫେସ୍ବୁକ୍ ପରି କେତେକ କମ୍ପାନୀ ଡିଗ୍ରୀ ନଥିଲେ ସୁଦ୍ଧା ହ୍ୟାକିଂରେ କୁଶଳୀ ବ୍ୟକ୍ତିଙ୍କୁ ଉଚ୍ଚ ଦରମା ଦେଇ ନିଯୁକ୍ତି ଦେଉଛନ୍ତି । ଏମାନେ ସଫ୍ଟୱେର ତିଆରି ହେବା ପରେ ଏହାର ସୁରକ୍ଷା ପ୍ରଣାଳୀରେ ରହିଥିବା ତ୍ରୁଟିକୁ ଖୋଜି ବାହାର କରିଥାନ୍ତି । ଯାହାଦ୍ୱାରା ବଜାରକୁ ଯିବା ପରେ  ଯେଭଳି ଏହି ସଫ୍ଟୱେରର ଅସତ୍ ବ୍ୟବହାର ହୋଇ ପାରିବ ନାହିଁ । ସେହିପରି ହ୍ୟାକିଂ ବାବଦରେ ଜଣେ ଜାଣିଥିଲେ ନିଜେ ବ୍ୟବହାର କରୁଥିବା ଇମେଲ, ୱେବ୍ସାଇଟ୍କୁ ହ୍ୟାକରମାନଙ୍କଠାରୁ ବଞ୍ଚାଇ ରଖିପାରିବ । ଏବେ ଅନ୍ଲାଇନ୍ ରେ ଅର୍ଥ କାରବାର କ୍ରମଶଃ ବଢି ଚାଲିଥିବାବେଳେ କ୍ରେକରମାନେ ଆକାଉଣ୍ଟରୁ ଟଙ୍କା ନେଇଯାଇଥାନ୍ତି । ତେଣୁ କିଭଳି ଭାବେ ସେମାନେ ଆପଣଙ୍କ ନେଟ୍ୱର୍କରେ ପଶନ୍ତି ତାର ପ୍ରଣାଳୀ ଜାଣିଥିଲେ ସହଜରେ ସେଥିରୁ ସତର୍କ ରହିପାରିବେ ।

ଆଧାର – ଦୈନିକ ସମାଜ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate