অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅନଲାଇନ ମାର୍କେଟିଂରେ ନିଯୁକ୍ତି

ଅନଲାଇନ ମାର୍କେଟିଂରେ ନିଯୁକ୍ତି

ଅନଲାଇନ ମାର୍କେଟିଂ

ବର୍ତ୍ତମାନର ଇଣ୍ଟେରନେଟ ଯୁଗରେ ଡିଜିଟାଲ ତଥା ଅନଲାଇନ ମାକେଟିଂ କ୍ଷେତ୍ରଟି ଯୁବପିଢିଙ୍କ ପାଇଁ ନୂତନ ନିଯୁକ୍ତି ସୃଷ୍ଟି କରୁଛି , କମ୍ପ୍ୟୁଟର, ଇଣ୍ଟେରନେଟ କ୍ଷେତ୍ରରେ ବିଶେଷ ରୁଚି ରଖୁଥିବା ଯୁବପିଢିଙ୍କ ପାଇଁ ଅନଲାଇନ ମର୍କେଟିଙ୍ଗ ରେ ଏବେ ସୁଯୋଗ ବୃଦ୍ଧି ପାଉଛି   ।  ଉକ୍ତ କ୍ଷେତ୍ରରେ କ୍ୟାରିୟର ଗଢିବାକୁ ଚାହୁଁଥିଲେ ନିମ୍ନରେ ପ୍ରଦତ୍ତ କେତେକ ପ୍ରସଙ୍ଗ କୁ ଧ୍ୟାନ ଦେବା ଉଚିତ  ।

  • ଡିଜିଟାଲ ମାକେଟିଂ କ୍ଷେତ୍ରରେ ସର୍ଚ୍ଚ ଇଞ୍ଜିନ ଅପ୍ଟିମାଈଜେଶନ ବିଶେଷ ଭାବେ କାର୍ଯ୍ୟ କରିଥାଏ   ।  ତଥ୍ୟର ବିଶ୍ଳେଷଣ ଆବଶ୍ୟକ ସୂଚନା , ଫାଇଲ , ଫଟୋର ଡାଉନଲୋଡିଂ , ଅପଲୋଡିଂ କୌଣସି ଫାଇଲର ଟ୍ରାନ୍ସଫର ମଧ୍ୟ ଜରୁରୀ  ।
  • ଉକ୍ତ କ୍ଷେତ୍ରରେ କଣ୍ଟେଣ୍ଟ ରାଇଟରଙ୍କର ଆବଶ୍ୟକତା ପଡିଥାଏ   । ବିଶେଷକରି ପ୍ରିଣ୍ଟ ତଥା ଇଲେକଟ୍ରୋନିକ୍ସ ଗଣମାଧ୍ୟମ ଲୋକଙ୍କ ନିକଟକୁ ପହଞ୍ଚିବାକୁ ବିଶେଷ ଭାବେ ସଫଳ ହୋଇଥାନ୍ତି   । ନ୍ୟୁଜ ଲେଖିବା, ଷ୍ଟୋରି ଲେଖିବା , ଉତ୍ପାଦନ ବିଜ୍ଞାପନ କରିବା ଭଳି ବିଭିନ୍ନ କାର୍ଯ୍ୟ କରିବାକୁ ହୁଏ । ବ୍ରାଣ୍ଡର ମୂଲ୍ୟବୋଧ ଉତ୍ପାଦନ କ୍ରୟ ତଥା ବିକ୍ରୟ ଲାଗି ବିଶେଷ ଭାବେ ସହାୟକ ହୋଇଥାଏ   ।
  • ଡିଜିଟାଲ ମାର୍କେଟିଂଗ ଲାଗି ଆଡଭାଟାଇଜିଂ ତଥା ବ୍ରାଡିଂର ଭୂମିକା ଗୁରୁତ୍ଵପୂର୍ଣ୍ଣ   ।  ଗୁଗୁଲ, ହ୍ଵାଟସଆପ ଭଳି ସେବା ଆମେ ବ୍ୟବହାର କରୁଥିଲେ ମଧ୍ୟ ଉକ୍ତ ପ୍ଲାଟଫର୍ମଗୁଡିକରେ ଅନେକ ପରିମାଣରେ ବିଜ୍ଞାପନ ଆଉସଥିବା ଆମେ ସାଧାରଣତଃ ଦେଖିବାକୁ ପାଇଥାଉ   ।  ଏହି ପ୍ଲାଟଫର୍ମଗୁଡିକରେ ବିଜ୍ଞାପନ କିଭଳି ଭାବେ କାର୍ଯ୍ୟ କରିବ ତାକୁ ନେଇ ଅନେକ ପ୍ରଫେଶନାଳ ଉଚ୍ଚ ବେତନ ନେଇ କାର୍ଯ୍ୟ କରୁଛନ୍ତି   ।
  • ଏ କ୍ଷେତ୍ରରେ ଡାଟା ଏଣ୍ଟ୍ରି ଅପରଏଟର ଡାଟା ଆନାଲିଷ୍ଟଙ୍କ ବିଶେଷ ଆବଶ୍ୟକତା ରହିଛି   ।  ଲୋକମାନେ କମ୍ପ୍ୟୁଟର ତଥା ଡିଭାଇସରେ କେଉଁ କଣ୍ଟେଣ୍ଟ ଉପରେ ବେସୀ ସର୍ଚ୍ଚ କରୁଛନ୍ତି ଏହାକୁ ନେଇ ନିରନ୍ତର ଭିତ୍ତିରେ ତର୍ଜମା କରାଯାଉଛି   ।  ଏହି କ୍ଷେତ୍ରରେ ଡାଟା ଆନାଲିଷ୍ଟମାନେ କାର୍ଯ୍ୟ କରୁଛନ୍ତି  ।
  • ଆନିମେଟର , ଭିଜୁଆଲ ଇଫେକ୍ଟ ଏକ୍ସପର୍ଟ ,  ୩ ଡି ଆନିମେସନ , ସାଉଣ୍ଡ ଇଫେକ୍ଟ ବିଶେଷଜ୍ଞ ଡିଜିଟାଲ କମୋଜିଟିଙ୍ଗ, ଭଳି ଅନ୍ୟ କେତେକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରଶେଷନାଳ ମଧ୍ୟ ଡିଜିଟାଲ ମାର୍କେଟିଙ୍ଗ ବାଣିଜ୍ୟର ଉନ୍ନତିକାରଣ ଦିଗରେ କାର୍ଯ୍ୟ କରିଥାନ୍ତି   ।
  • ଏହା ବାଦ ସିଷ୍ଟମ ଆଡମିନିଷ୍ଟ୍ରେଟର ଏବଂ ସିଷ୍ଟମ ଇଞ୍ଜିନିୟରମାନେ ମଧ୍ୟ ଉକ୍ତ କ୍ଷେତ୍ରରେ କାର୍ଯ୍ୟ କରୁଥାନ୍ତି   ।  ସମସ୍ତ ଡିଭାଇସଗୁଡିକୁ ନେଟୱର୍କ ସହ ଯୋଡିବା ଲାଗି ସେମାନେ ବିଶେଷ ଭାବେ କାର୍ଯ୍ୟ କରନ୍ତି   ।

ଯୋଗ୍ୟତା

କମ୍ପ୍ୟୁଟର ଅପରେଟିଂ ସିଷ୍ଟମ ଏବଂ ବ୍ରାଉଜିଂ ଉପରେ ଭଲ ଦକ୍ଷତା ସହ ଫାଇଲ କ୍ରିଏସନ , ଷ୍ଟୋରେଜ ରିକଭରୀ, ଫାଇଲ ଅପଲୋଡିଂ , ଡାଉନଲୋଡିଂ ଭଳି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି   ।  ଏମସିଏ ,  ବିସିଏ, କମ୍ପ୍ୟୁଟର ସାଇନ୍ସରେ ବି,ଟେକ , ବି.ଇ କମ୍ୟୁଟର ସାଇନ୍ସରେ ବିଏସସି ତଥା ଏମଏସସି ସିଟର୍ମ ଏବଂ ମର୍କେଟିଙ୍ଗରେ ଏମବିଏ କରିଥିଲେ ଏହି କ୍ଷେତ୍ରରେ କାର୍ଯ୍ୟ କରିବାକୁ ଯୋଗ୍ୟ ହୋଇପାରିବେ   ।

ସେହିଭଳି ଲିଖିତ ତଥା କଥିତ ଭାଷାରେ ଦକ୍ଷତା ଥିଲେ ଭଲ ।  ବିଶେଷକରି ଇଂଲିଶ, ହିନ୍ଦୀରେ ତଥା ସ୍ଥାନୀୟ ଭାଷାରେ ଦକ୍ଷ ହେବା ଉଚିତ   ।  କମ୍ପାନୀଗୁଡିକ ବର୍ତ୍ତମାନ ଆଞ୍ଚଳିକ ଭାଷାରେ ଗ୍ରାହକଙ୍କ ସହ ଯୋଗାଯୋଗ କରୁଛନ୍ତି  ।  ଏହି ଭଳି ନିଯୁକ୍ତ କ୍ଷେତ୍ରରେ କୌଣସି ଳିଙ୍ଗଗତ ଭିତ୍ତିନାହିଁ   ।  ଡିଜିଟାଲ ମର୍କେଟିଙ୍ଗ ଏକ ଅଂଶ ଭାବେ ଇଣ୍ଟରନେଟ ଅଫ ଥିଙ୍ଗସ୍ କ୍ଷେତ୍ର ବୃଦ୍ଧି ହେଉଥିବାରୁ ଏହି କ୍ଷେତ୍ରରେ କ୍ୟାରିୟର ଲାଗି ସୁଯୋଗ ରହିଛି  ।

ପାରିତୋଷିକ

ଅନ୍ୟାନ୍ୟ ଉଦ୍ୟୋଗ ଭଳି ଉକ୍ତ କ୍ଷେତ୍ରରେ ଫ୍ରେସରଙ୍କୁ ପ୍ରାଥମିକ ସ୍ତରରେ  ୧୨ ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରାପ୍ୟ ମିଳିଥାଏ   ।  ଅଭିଜ୍ଞତା ବଢିବା ଦ୍ଵାରା ପାରିତୋଷିକ ମଧ୍ୟ ବୃଦ୍ଧି ହୋଇଥାଏ   ।  ଗୁଗୁଲ , ୟାହୁ,  ଫେସବୁକ ଭଳି ବର୍ତ୍ତମାନର ବୃହତ୍ତ କମ୍ପାନୀ ଏହି କ୍ଷେତ୍ରରେ କର୍ମଚାରୀଙ୍କୁ ଭଲ ବେତନ ପ୍ରଦାନ କରିଥାନ୍ତି   ।  ଏହି ଭଳି କମ୍ପାନୀରେ କାର୍ଯ୍ୟରତ ଏକଜିକ୍ୟୁଟିଭଙ୍କୁ ମାସିକ ଲକ୍ଷାଧିକ ଟଙ୍କାର ବେତନ ମିଳିଥାଏ   ।

ସଂଗୃହିତ- ପି.କେ ପ୍ରାମାଣିକ

Last Modified : 1/16/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate