অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅର୍ଥନୀତିରେ ପ୍ରଶସ୍ତ ନିଯୁକ୍ତିର କ୍ଷେତ୍ର

ଅର୍ଥନୀତି

ଉଦାରୀକରଣ, ଜଗତୀକରଣ ତଥା ଘରୋଇକରଣ ଯୋଗୁଁ ଅର୍ଥନୀତି କ୍ଷେତ୍ରରେ ନିଯୁକ୍ତି ବଢିଛି । ଅର୍ଥନୀତି ପଢିଥିବା ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ନୂଆ ପଦମାନ ସୃଷ୍ଟି ହେବାରେ ଲାଗିଛି ।

ଅର୍ଥନୀତି ବିଷୟର ଚାହିଦା

ଅର୍ଥନୀତି ବିଷୟର ଚାହିଦା ସବୁବେଳେ ରହିଛି । ସାରା ବିଶ୍ଵରେ ପ୍ରତିଟି କ୍ଷେତ୍ରରେ ଅର୍ଥକୁ ନେଇ ହିଁ କାରବାର ହୋଇଥାଏ ।  ଦୈନନ୍ଦିନ ନେଣଦେଣ ସହ ଲାଭକ୍ଷତିର ହିସାବ ଚାଲିଥାଏ । ତେଣୁ ଅର୍ଥନୀତି ବିଷୟ ପଢିଥିବା କୌଣସି ଛାତ୍ରଛାତ୍ରୀ ବେକାର ବସନ୍ତି ନାହିଁ । ଆଗ ଅପେକ୍ଷା ଏଥିରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାରେ ଲାଗିଛି । ସେଥିପାଇଁ ଏହି ବିଷୟ ରଖି ପଢିଥିବା ଛାତ୍ରଛାତ୍ରୀଙ୍କ ଚାହିଦା ଅଧିକ । ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍ ଆଣ୍ଡ ଇନଫରମେସନ ସାଇନ୍ସ, ଭୁବନେଶ୍ଵରର ଆସିଷ୍ଟାଣ୍ଟ୍ ପ୍ରଫେସର (ଏଚ୍.ଆର୍ ଏବଂ ସବ୍ ସ୍କୁଲ୍ସ) କହନ୍ତି, ‘ସବୁବେଳେ ଚାହିଦାରେ ଥିବା ଏକ ବିଷୟ ହେଉଛି ଅର୍ଥନୀତି । କ୍ୟାରିଅର ଏବଂ ନିଯୁକ୍ତି ଦୃଷ୍ଟିରୁ ଏହା ଖୁବ୍ ଗୁରୁତ୍ଵପୂର୍ଣ୍ଣ ।

କାରଣ ଆଜିର ଯୁଗରେ ଦେଶ ତଥା ଦେଶ ବାହାରେ ଅର୍ଥନୀତି ବିଶେଷଜ୍ଞ ଚାହିଦା ବଢି ଚାଲିଛି ।  ଏଥିରେ ଅର୍ଥନୀତି ବିଶ୍ଲେଷକ, ଗବେଷକ ଏବଂ ପରାମର୍ଶଦାତା ହିସାବରେ ନିଯୁକ୍ତି ସୁଯୋଗ ରହିଛି । ତେଣୁ ଅର୍ଥନୀତି ବିଷୟକୁ ସବଜେକ୍ଟ ଭାବେ ନେଇ କ୍ୟାରିଅର ଗଢିବାକୁ ଚାହୁଁଥିଲେ ଉପଯୁକ୍ତ ମହାବିଦ୍ୟାଳୟ, ବିଶ୍ଵବିଦ୍ୟାଳୟ ବାଛି ପଢିବାକୁ ପଡିବ ।‘

ଅର୍ଥନୀତି ପାଠ୍ୟକ୍ରମ

ସ୍ନାତକ ଶ୍ରେଣୀରେ ଅର୍ଥନୀତି ପାସ୍, ଅର୍ଥନୀତି ସମ୍ମାନ, ବି.ଏସ୍ସି (ଅର୍ଥନୀତି), ବି.ଏ (ବ୍ୟବସାୟିକ ଅର୍ଥନୀତି ବା ବିଜିନେସ୍ ଅର୍ଥନୀତି), ବି.ଏ (ଡେଭେଲପ୍ମେଣ୍ଟାଲ ଇକୋନୋମିକ୍ସ ବା ବିକାଶଶୀଳ ଅର୍ଥନୀତି ) ଆଦି ପାଠ୍ୟକ୍ରମ ପଢିପାରିବେ । ସ୍ନାତକୋତ୍ତର ଶ୍ରେଣୀରେ ଆନାଲିଟିକାଲ ଆଣ୍ଡ ଆପ୍ଲାଏଡ୍ ଇକୋନୋମିକ୍ସ, ଆପ୍ଲାଏଡ୍ ଇକୋନୋମିକ୍ସ ରେ ଏମ୍.ଏ କିମ୍ବା ଏମ୍.ଏସ୍ସି, ବିଜିନେସ୍ ଇକୋନୋମିକ୍ସ, କର୍ପୋରେସନ୍ ଆଣ୍ଡ ଆପ୍ଲାଏଡ୍ ଇକୋନୋମିକ୍ସ, ଇକୋନୋମିକ୍ସ, ଇଣ୍ଡିଆନ ଇକୋନୋମିକ୍ସ, କ୍ଵାଣ୍ଟିଟାଟିଭ୍ ଇକୋନୋମିକ୍ସ, ଏମ୍.ଏସ୍ସି ମ୍ୟାଥମେଟିକାଲ ଇକୋନୋମିକ୍ସ ଆଦି ବିଷୟ ପଢିପାରିବେ । ବିଜିନେସ୍ ଇକୋନୋମିକ୍ସରେ  ଏମବିଏ କରିପାରିବେ । ଆପ୍ଲାଏଡ ଇକୋନୋମିକ୍ସ, ଇକୋନୋମିକ୍ସ ଏବଂ ଆପ୍ଲାଏଡ୍ ଇକୋନୋମିକ୍ସରେ ଏମ୍.ଫିଲ୍ କରିପାରିବେ । ବିଜିନେସ୍ ଇକୋନୋମିକ୍ସ ଓ ଇକୋନୋମିକ୍ସରେ ପି.ଏଚଡି କରିପାରିବେ । ଏଥିରେ ଡିପ୍ଲୋମା କୋର୍ସ ମଧ୍ୟ ଯୋଗାଇ ଦିଆଯାଉଛି । ଆପ୍ଲାଏଡ ଇକୋନୋମିକ୍ସ, ଇକୋନୋମେଟ୍ରିକ୍ସ ଆଦିରେ ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା କରିପାରିବେ ।

ସରକାରୀ ଓ ବେସରକାରୀ କ୍ଷେତ୍ରରେ ନିଯୁକ୍ତିଭିତ୍ତି

ଅନେକ ସରକାରୀ ଚାକିରି ନିଯୁକ୍ତିଭିତ୍ତିକ ପରୀକ୍ଷା ମାଧ୍ୟମରେ ମିଳୁଛି  । ସରକାରୀ କ୍ଷେତ୍ରରେ ଇଣ୍ଡିଆନ୍ ଇକୋନୋମିକ୍ ସର୍ଭିସ୍,  ଇଣ୍ଡିଆନ୍ ସିଭିଲ ସର୍ଭିସ୍, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଯୋଜନା କମିସନ, ମିନିଷ୍ଟ୍ରି ଅଫ୍, ଇକୋନୋମିକ୍ସ ଆଫେୟାର୍ସ, ନ୍ୟାସନାଲ କାଉନସିଲ ଫର୍ ଆପ୍ଲାଏଡ୍ ଇକୋନୋମିକ୍ସ ରିସର୍ଚ୍ଚ, ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଫାଇନାନ୍ସ ଆଣ୍ଡ ପଲିସି  ଆଦିରେ ନିଯୁକ୍ତି ଭିତ୍ତିକ ପରୀକ୍ଷା ମାଧ୍ୟମରେ ଭଲ ଦରମାରେ ଚାକିରି ମିଳିଥାଏ । ବେସରକାରୀ କ୍ଷେତ୍ରରେ ବିଭିନ୍ନ ପ୍ରକାର ଏନ୍ଜିଓ, ଇଣ୍ଟରନ୍ୟାସନାଲ ଫଣ୍ଡିଙ୍ଗ ଏଜେନ୍ସି, ବିଭିନ୍ନ ସଂସ୍ଥା ଯଥା ୱାଲର୍ଡ ବ୍ୟାଙ୍କ, ଏସିଆନ୍ ଡେଭେଲପ୍ମେଣ୍ଟ ବ୍ୟାଙ୍କ, ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ୍ ଏବଂ ଫାଇନାନସିଆଲ୍ କନସଲଟାନ୍ସି ଫାର୍ମ ଆଦିରେ ନିଯୁକ୍ତି ସୁଯୋଗ ରହିଛି । ଏହାଛଡା ଅନ୍ୟାନ୍ୟ ସରକାରୀ କ୍ଷେତ୍ର ଓ  ପବ୍ଲିକ୍ ସେକ୍ଟର ବ୍ୟାଙ୍କଗୁଡ଼ିକରେ ଚାକିରିରେ କ୍ୟାରିଅର୍ ଗଠନ ପାଇଁ ଭଲ ସୁଯୋଗ ରହିଥାଏ ।  ବେସରକାରୀ କ୍ଷେତ୍ର ଯଥା –ବିଭିନ୍ନ ପ୍ରାଇଭେଟ୍ ବ୍ୟାଙ୍କ, ମଲଟିନ୍ୟାସନାଲ କମ୍ପାନୀ, ବିଜିନେସ୍ ପ୍ରୋସେସିଂ ଆଉଟ୍ ସୋର୍ସିଙ୍ଗ କମ୍ପାନୀ, ନଲେଜ ପ୍ରୋସେସ୍ ଆଉଟସୋର୍ସିଙ୍ଗ କମ୍ପାନୀ, ବିଜିନେସ୍ ଜର୍ଣ୍ଣାଲ୍ସ, ନ୍ୟୁଜ ପେପର୍ ଆଦିରେ ଅର୍ଥନୀତି ବିଶେଷଜ୍ଞମାନଙ୍କୁ ସହଜରେ ନିଯୁକ୍ତି ମିଳିଥାଏ । ଏହାଛଡା ବିଭିନ୍ନ ବିଶ୍ଵବିଦ୍ୟାଳୟରେ ଅଧ୍ୟାପନା ବି କରି ପାରିବେ । ପ୍ରତି ରାଜ୍ୟରେ ନିଜସ୍ୱ ସରକାରୀ ଜୁନିୟର କଲେଜ ଓ ହାଇସ୍କୁଲଗୁଡ଼ିକରେ ଶିକ୍ଷକତା ପାଇଁ ପ୍ରବେଶିକା ପରୀକ୍ଷା ହୋଇଥାଏ । ଏହି ପ୍ରବେଶିକା ପରୀକ୍ଷାରେ ପାସ୍ କଲେ ଇଣ୍ଟରଭ୍ୟୁ ପରେ ଅଧ୍ୟାପନା ପାଇଁ ସୁଯୋଗ ମିଳିଥାଏ ।

ଆଧାର – ଦୈନିକ ପ୍ରମେୟ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate