অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫୁଟ୍ ଡିଜାଇନିଂ

ଉପକ୍ରମ

ସାରା ବିଶ୍ଵରେ ଫୁଟ୍ ଓୟାର ଡ଼ିଜାଇନିଂ ଆଦାର ରହିଛି । ଫୁଟ ଓୟାର ଡ଼ିଜାଇନିଂ ଫ୍ୟାସନ ଟେକ୍ନୋଲୋଜିର ଏକ ମୁଖ୍ୟ ଅଙ୍ଗ । ଏହି ପାଠ୍ୟକ୍ରମ କରୁଥିବା ଛାତ୍ର ଛାତ୍ରୀ ନିଯୁକ୍ତି ପାଇଲେ ଆରମ୍ଭରୁ ବର୍ଷକୁ ୨,୫ ଲକ୍ଷରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ ।

ଫୁଟ୍ ଡିଜାଇନିଂ ପାଇଁ ପ୍ରବେଶିକା ପରୀକ୍ଷା

ଭାରାତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟର ଫୁଟ ଓୟାର ଡିଜାଇନ୍ ଆଣ୍ଡ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ୍ (Footwear designing and development institute) ପକ୍ଷରୁ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟ କ୍ରମରେ ନାମ ଲେଖା ପାଇଁ ବିଜ୍ଞାପନ ପ୍ରକାଶ ପାଇଛି । ନାମ ଲେଖାଇବାକୁ ହେଲେ ଏଫଡିଡି ଆଇ ଏଆଇଏସିଟ (All india Selection Test (AIST)) ପ୍ରବେଶିକା ପରୀକ୍ଷା ଦେବାକୁ ହେବ । ଏହି ପ୍ରବେଶିକା ପରୀକ୍ଷା ପ୍ରତି ବର୍ଷ ଅନଲାଇନରେ ଅନୁଷ୍ଠିତ ହୋଇଥାଏ ପରୀକ୍ଷାରେ ସଫଳ ହେଲେ ରାଙ୍କ ଆନୁଯାୟୀ କାଉନସେଲିଂ କରାଯାଇ ନାମଲେଖା ଅନୁଷ୍ଠିତ ହୋଇଥାଏ ।

ଯୁକ୍ତ ଦୁଇ ପାସ କରିଥିବା ଛାତ୍ର ଛାତ୍ରୀ ଏଫ୍ଡିଡିଆଇ ଏଆଇଏସିଟି ସ୍ନାତକ ପ୍ରବେଶିକା ପରୀକ୍ଷା ଦେଇପାରିବେ । କୃତ କାର୍ଯ୍ୟ ହେଲେ ବି , ଏସସ୍ ଇନ୍ ରିଟେଲ ଆଣ୍ଡ ଫ୍ୟାସନ ମର୍ଚାଣ୍ଡାଇଜ୍ (Bsc. Retail & Fashion Marchandise) ବି,ଏସ୍ସି ଇନ ଫ୍ୟାସନ ଲେଦର ଆସେସୋରୀ ଡିଜାଇନ୍ (B.Sc Fashion Leather Accessory Design) ଆଦି ପାଠ୍ୟ କ୍ରମ କରିପାରିବେ । ଏହି ସମସ୍ତ ପାଠ୍ୟକ୍ରମର ସମୟ ଆବଧି ୩ ବର୍ଷ ସେହିଭଳି ମାଷ୍ଟର ଡିଗ୍ରୀ ପାଠ୍ୟକ୍ରମ ଗୁଡିକ ହେଉଛି ଏମ୍। ଏସସି ଇନ୍ ଫୁଟ ଓୟାର ଡିଜାଇନ୍ ଆଣ୍ଡ ପ୍ରଡ଼କ୍ସନ (Msc.Footear Design & Production) ଏମ୍ ଏସସି ଇନ୍ ରିଟେଲ୍ ଆଣ୍ଡ ଫ୍ୟାସନ ମର୍ଚାଣ୍ଡାଇଜ୍ (Msc Retail & Fashion Merchandise) ଏବଂ ଏମ୍, ଏସ୍ସି ଇନ୍ କ୍ରିଏଟିଭ ଡିଜାଇନ୍ ଆଣ୍ଡ ସିଏଡି /ସିଏମ୍ (Msc, Creative Design & CAD/CAM) ।

ଅନଲାଇନ ପଞ୍ଜିକରଣ

ଏଫ୍ଡିଡିଆଇ ଏଆଇଏସଟି ପ୍ରବେଶିକା ପରୀକ୍ଷା ଅନଲାଇନ ପଞ୍ଜିକରଣ ଶେଷ ତାରିଖ ମେ ମାସ ୩୦ ତାରିଖ । ପରୀକ୍ଷା ଜୁନ ୧୦, ୧୧, ୧୨ ତାରିଖରେ ଆନୁଷ୍ଠୀତ ହେବ । ଜୁନ ୨୪ ତାରିଖରେ ପ୍ରକାଶ ପାଇବ । ସ୍ନାତକୋତ୍ତର ପିଲାଙ୍କ ପାଇଁ କାଉନ ଶେଲିଂ ଜୁଲାଇ ୧୧ ଓ ୧୨ , ସ୍ନାତକ ଡିଗ୍ରୀ ପାଇଁ ୧୩, ୧୪ ୧୫ ତାରିଖ ଧାର୍ଯ୍ୟ କରାଯାଇଛି ଭୁବନେଶ୍ଵର ରେ ଏହି ପରୀକ୍ଷା ଦେଇ ପାରିବେ ।

ପରୀକ୍ଷା ସମୟ ଅବଧି ୨ ଘଣ୍ଟା ୩୦ ମିନିଟ୍ । ସମସ୍ତ ପ୍ରଶ୍ନ ମଲଟିପୁଲ ଚଏସ୍ , ମୂଲ୍ୟ ୧ ଭୁଲ ଉତାର ପାଇଁ ବିଯୁକ୍ତ ମାର୍କ ନାହିଁ । ସ୍ନାତକ ପାଠ୍ୟ କ୍ରମରେ ନାମ ଲେଖାଇବାକୁ ଚାହୁଁ ଥିବା ପିଲାଙ୍କ ପାଇଁ କ୍ଵାଣ୍ଟି ଟାଟିଭ୍ ଆପ୍ଟିଚୁଟ (Quantitative Aptitude) ଓ ରିଜେନିଂ (Reasoning)୪୫ ମାର୍କସ ସାଧାରଣ ଜ୍ଞାନ ୩୦ ମର୍କସ ଓ ବିଜିନେସ୍ ଆପ୍ଟି ଚୁଟ(Business aptitude) ୩୦ ମାର୍କସ । ସେହିପରି ମାଷ୍ଟର ଡିଗ୍ରୀ କରିବାକୁ ଚାହୁଁଥିବା ଛାତ୍ର ଛାତ୍ରୀଙ୍କ ପାଇଁ ଗଣିତ ୪୫ ମାର୍କସ ଇଂରାଜୀ ୪୫ ମାର୍କସ ସାଧାରଣ ଜ୍ଞାନ ୩୦ ମାର୍କସ ଏବଂ ସାଧାରଣ ବିଜ୍ଞାନ ୩୦ ମାର୍କସ , ଏମିତି ୧୫୦ ମାର୍କସର ପ୍ରଶ୍ନ ଆସିବ ।

ଆଧାର :ସମାଜ  ଖବର  କାଗଜ

Last Modified : 2/13/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate