অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଉତ୍ତମ ବେତନ ପାଇଁ

ଉତ୍ତମ ବେତନ ପାଇଁ

ଉତ୍ତମ ବେତନ

ସବୁ କର୍ମଚାରୀଙ୍କର କେତୋଟି ପ୍ରମୁଖ ଆଶା ରହିଥାଏ । ନିଯୁକ୍ତିରେ ସ୍ଥାୟିତ୍ଵ, ଦରମା ବୃଦ୍ଧି, ପଦୋନ୍ନତି ସାଙ୍ଗକୁ ଅନ୍ୟାନ୍ୟ ଆନୁଷଙ୍କିକ ପାରିତୋଷିକ ଇତ୍ୟାଦି ।  କିନ୍ତୁନୂଆ କର୍ମସଂସ୍ଥାନରେ ଯୋଗଦେଇଥିଲେ ଏହି ସୁବିଧା ସବୁ ସଂସ୍ଥାରେ ମିଳି ନ ଥାଏ ।

କ୍ୟାରିୟର କନସଲ୍‌ଟାଣ୍ଟଙ୍କ ମତରେ ନିଯୁକ୍ତିପତ୍ର ପାଇବା ଶେଷ ପର୍ଯ୍ୟାୟ ନୁହେଁ । ନିଯୁକ୍ତି ପାଇ ମଧ୍ୟ ଯଦି ଜଣେ ଉପଯୁକ୍ତ ଦରମା ନ ପାଏ ତେବେ ପର ମୁହୂର୍ତ୍ତରେ  ଅନେକ ସମସ୍ୟା ଉପୁଜିଥାଏ । ତେଣୁ ନିଯୁକ୍ତିପତ୍ର ଗ୍ରହଣ କରିବା ପୂର୍ବରୁ ଏବଂ ବାର୍ଷିକ ସମୀକ୍ଷା ସମୟରେ ଉତ୍ତମ ଦରମା ପାଇଁ ଆଲୋଚନା କରାଯାଇ ପାରେ । ଏଥିପାଇଁ କିପରି କୌଶଳ ଅବଲମ୍ବନ କରିବେ ସେ ସମ୍ପର୍କିତ କେତେକ ଦିଗ ଉପସ୍ଥାପନ କରାଗଲା ।

ଟିପ୍ସ

  • ହୋମ୍ୱାର୍କ

ଆପଣ ଯେଉଁ ପଦବୀରେ ଅଛନ୍ତି ସେହି ପଦବୀ ପାଇଁ ବଜାର ଚାହିଦା କେତେ ରହିଛି, ସେଥିପାଇଁ ଆପଣଙ୍କ କମ୍ପାନୀର ପ୍ରତିଦ୍ଵନ୍ଦ୍ଵୀମାନେ କେତେ ପାରିତୋଷିକ ପ୍ରଦାନ କରୁଛନ୍ତି, ଆପଣଙ୍କ ଅବଦାନ କମ୍ପାନୀ ପାଇଁ କେତେ ଗୁରୁତ୍ଵପୂର୍ଣ୍ଣ, ଆପଣଙ୍କ କାମରେ ନିଯୁକ୍ତିଦାତା ସନ୍ତୁଷ୍ଟ ନା ଅସନ୍ତୁଷ୍ଟ ସେ ସମ୍ପର୍କରେ ନିଜେ ଅନୁଶୀଳନ କରନ୍ତୁ ।

  • ବିକଳ୍ପ

ସାକ୍ଷାତକାର ସମୟରେ ଆପଣ ନିଜର ପ୍ରଦର୍ଶନ ଏପରି ରଖନ୍ତୁ ଯାହାଦ୍ଵାରା ନିଯୁକ୍ତିଦାତାଙ୍କର ଅନୁଭବ ହେବ ଯେ, ଆପଣ ବହୁବିଧ କାର୍ଯ୍ୟ ପାଇଁ ବିକଳ୍ପ ସାଜିବେ । ଅର୍ଥାତ ଯେଉଁ ପଦବୀ ପାଇଁ ଆପଣ ଆବେଦନ କରିଛନ୍ତି କେବଳ   ତାହା ନୁହେଁ ଏହା ଭିନ୍ନ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ଆପଣଙ୍କ ଦ୍ଵାରା ସମ୍ପାଦିତ ହୋଇପାରିବ । ଏଭଳି କ୍ଷେତ୍ରରେ ଆପଣ ନିଜ ଆଡୁ ନିଜର ପାରିତୋଷିକ  ନିର୍ଦ୍ଧାରଣ କରିବା ପାଇଁ ସୁଯୋଗ ପାଇପାରନ୍ତି ।

  • ଅନ୍ୟ ପାଇଁ କହିବା

ବିଶେଷଜ୍ଞଙ୍କ ମତରେ କର୍ମସଂସ୍ଥାନରେ ଅନେକ କର୍ମଠ ବ୍ୟକ୍ତି ଥାଆନ୍ତି ଯେଉଁମାନେ କର୍ତ୍ତବ୍ୟ କରିବା ସହିତ ନିଜର ସୁବିଧା ପରିବର୍ତ୍ତେ ଅନ୍ୟମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପରିଚାଳନା କମିଟିର ଦୃଷ୍ଟି ଆକର୍ଷଣ କରନ୍ତି । ଏବଂ ପରିଚାଳନା କମିଟି ସେହିପରି କେତେକ କର୍ମଚାରୀଙ୍କ ଉପସ୍ଥାପନାକୁ ନମୁନା ଆକାରରେ ଗ୍ରହଣ କରି ବିଭିନ୍ନ ପଦକ୍ଷେପ ନେଇଥାଆନ୍ତି ।

କ'ଣ କରିବେ ନାହିଁ

  • ଭାବବିହ୍ଵଳ ହୁଅନ୍ତୁ ନାହିଁ

ନିଜ ପାରିବାରିକ ସମସ୍ୟା ତଥା ଅସୁବିଧାକୁ ନେଇ କୌଣସି ମତେ ଭାବବିହ୍ଵଳ ହୁଅନ୍ତୁ ନାହିଁ। ଏପରି କରିବା ଦ୍ଵାରା ଆପଣ ନିଯୁକ୍ତି ବଜାରରେ ନିଜର ଚାହିଦା ହରାଇବେ ବୋଲି ବିଶେଷଜ୍ଞମାନେ ମତ ରଖନ୍ତି ।

  • ତରବରିଆ ହୁଅନ୍ତୁ ନାହିଁ

ଚାକିରି କରିବେ କି ନ କରିବେ ସେ ନିଷ୍ପରି ଜଣାଇବାରେ ତରବର ହୁଅନ୍ତୁ ନାହିଁ। ଯଦି ହଁ କହିବାର ଅଛି ତେବେ ହଠାତ୍ ହଁ କରନ୍ତୁ ନାହିଁ ଏବଂ ଯଦି ନା କରିବାର ଅଛି ତେବେ ମଧ୍ୟ ହଠାତ୍ ନାଁ କରନ୍ତୁ ନାହିଁ। ଯଦି ହଠାତ ହଁ କରୁଛନ୍ତି ତେବେ ଆପଣ ନିଯୁକ୍ତିଦାତାଙ୍କ ନିଷ୍ପତ୍ତିରେ ଅତ୍ୟନ୍ତ ଖୁସି ବୋଲି ଧରାଯିବ ଏବଂ ଯଦି ହଠାତ୍ ନାଁ କରୁଛନ୍ତି ହୁଏତ ଆପଣ ତାହା ମଧ୍ୟ ହରାଇଜୋବ |

  • ମୌଖିକ ପ୍ରତିଶୃତି
  • ମୌଖିକ ଆଲୋଚନା ଯାହା ହେଉ ନା କାହିଁକି ଶେଷରେ ଏକ ଲିଖିତ ପ୍ରତିଶ୍ରୁତି ଗ୍ରହଣ କରିବା ଉଚିତ। ଆପଣ କେଉଁ ବର୍ଗରେ ନିଯୁକ୍ତି ପାଇବେ, ଆପଣଙ୍କ ପଦବି କଣ, କେତେ ପାରିତୋଷିକ ପାଇବେ, କେଉଁ କେଉଁ ଆନଷଙ୍ଗିକ ସୁବିଧା ପାଇବେ । ସେ ସମସ୍ତ ତଥ୍ୟ ଲିଖିତ ଆକାରରେ ମିଳିବା ଉଚିତ ।

ଦରମା ନିଜେ ନିର୍ଦ୍ଧାରଣ କରନ୍ତୁ ନାହିଁ

ସାକ୍ଷାତକାର ସମୟରେ ଦରମା ସମ୍ପର୍କିତ କୌଣସି ବିଷୟ ନିଜ ଆଡୁ ଉପସ୍ଥାପନ କରନ୍ତୁ ନାହିଁ । ନିଯୁକ୍ତିଦାତା ଯେ ପର୍ଯ୍ୟନ୍ତ ସେ ସଂକ୍ରାନ୍ତ କୌଣସି ଆଲୋଚନା କରି ନାହାନ୍ତି ତା'ଠାରୁ ଢେର ଅଧିକ ସମୟ ଅପେକ୍ଷା କରିବାର ଧୈର୍ଯ୍ୟ ରଖନ୍ତୁ ଏବଂ ଯେତେବେଳେ ସେମାନେ ଆପଣଙ୍କ ଆଶା ସମ୍ପର୍କରେ ପଚାରୁଛନ୍ତି ସେ ସମୟରେ କୌଣସି ନିର୍ଦ୍ଦିଷ୍ଟ ମୂଲ୍ୟ ନ କହି ଏପରି କୁହନ୍ତୁ ଯେ, ମୁଁ ଏଠାରୁ ଉପଯୁକ୍ତ ମୂଲ୍ୟ ପାଇବାର ଭରସା ରଖୁଛି ।

ସଂଗୃହିତ: ପ. କ୍ ପ୍ରମାନିକ କ୍ୟାରିୟର କୌନସଲଟଣ୍ଟ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate