অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଏଆଇପିଏମ୍ଟି ଲାଗି ପ୍ରସ୍ତୁତି

ଉପକ୍ରମ

ଆଗକୁ ଏଆଇପିଏମ୍ଟି ପରୀକ୍ଷା  ଆସୁଛି । ଏଥି ନିମନ୍ତେ ପ୍ରସ୍ତୁତ ହେଉଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ଚିନ୍ତା ରହିବା ସ୍ଵାଭାବିକ । ମେଡିକାଲ  ଏପରି ଏକ ପାଠ୍ୟକ୍ରମ ଯେଉଁଥିରେ ସମର୍ପଣର ଅତ୍ୟନ୍ତ ଆବଶ୍ୟକତା ରହିଛି । ତେବେ ଚାପରେ ରହିଲେ କୌଣସି କାର୍ଯ୍ୟ ସଫଳ ହେବ ନାହିଁ ।

ଏଆଇପିଏମ୍ଟି ପରୀକ୍ଷା ପାଇଁ ପ୍ରସ୍ତୁତି

କିପରି କରିବେ ପ୍ରସ୍ତୁତି ଏବଂ କେଉଁ ବିଷୟ ପ୍ରତି ଅଧିକ ଗୁରୁତ୍ଵ ଦେବେ ଜାଣିବା ପାଇଁ ନିମ୍ନ ବିଷୟଗୁଡିକ ଉପରେ ଧ୍ୟାନ ଦେବା ଜରୁରୀ।

  • ଏଆଇପିଏମ୍ଟି କିମ୍ବା ଅନ୍ୟ ପ୍ରବେଶିକା ପରୀକ୍ଷାଗୁଡିକ ନିମନ୍ତେ  ଯୋଜନା ସାଧାରଣ ହେବା ଦରକାର । ଛାତ୍ରୀଛାତ୍ରଙ୍କୁ ନିଜ ପୁସ୍ତକ ଉପରେ  ଅଧିକ ଧ୍ୟାନ ଦେବା ଉଚିତ  ଏବଂ ନିୟମିତ ଭାବେ ଶ୍ରେଣୀରେ ପଢାଯାଉଥିବା କନ୍ସେପ୍ଟ ଏବଂ ବିଷୟବସ୍ତୁକୁ ପ୍ରାକ୍ଟିସ୍ କରିବାକୁ ପଡିବ । ମେଡିକାଲ ଛାତ୍ରୀଛାତ୍ରଙ୍କ  ପାଇଁ ସମ୍ପୂର୍ଣ୍ଣ ସିଲାବସ୍କୁ ସମୟ  ପୂର୍ବରୁ ସମାପ୍ତ କରିବା  ଏବଂ ରିଭିଜନ୍ କରିବାକୁ ପଡିବ । ସପ୍ତାହରେ  ଥରେ ସ୍ପେଶାଲ ପେପର୍ର  ପ୍ରାକ୍ଟିସ୍ କରିବାକୁ ପଡିବ । ପୁରୁଣା ବର୍ଷ ପ୍ରଶ୍ନପତ୍ରର  ସମାଧାନ କରିବା ଦ୍ଵାରା ବିଷୟବସ୍ତୁକୁ  ବୁଝିବା ସହଜ ହୋଇଯିବ ।
  • ଏଆଇପିଏମ୍ଟି ଭଳି କମ୍ପିଟିଟିଭ୍ ପରୀକ୍ଷାକୁ କ୍ଲିୟର କରିବା ପାଇଁ ଏକ  ସୁଚିନ୍ତିତ ଷ୍ଟଡି ପ୍ଲାନ ନିତାନ୍ତ ଜରୁରୀ । ଖାଲି ଯୋଜନା କରିଦେଲେ ହେବ ନାହିଁ  ଏହାକୁ ପାଳନ ମଧ୍ୟ କରିବାକୁ ପଡିବ । ଷ୍ଟଡି ପ୍ଲାନରେ ପାଠପଢା  ଏବଂ ମନୋରଞ୍ଜନ ଦୁଇଟିକୁ ସ୍ଥାନ  ଦେବା ଉଚିତ । ମନକୁ ପ୍ରଫୁଲ୍ଲ ରଖିବା ପାଇଁ ଷ୍ଟଡି ବ୍ରେକ୍ ନିତାନ୍ତ ଜରୁରୀ । ପାଠପଢା ସମୟକୁ ୩ ଭାଗରେ ବିଭକ୍ତ କରିଦିଅନ୍ତୁ । ଗୋଟିଏ  ଭାଗରେ ପାଠପଢା, ଗୋଟିଏ ଭାଗରେ  ରିଭାଇଜ୍ ଏବଂ ତୃତୀୟ ଭାଗରେ  ପ୍ରାକ୍ଟିସ୍କୁ  ସ୍ଥାନିତ କରନ୍ତୁ । ଏହାଦ୍ୱାରା ସମୟ ପୂର୍ବରୁ ଆପଣ ସମ୍ପୂର୍ଣ୍ଣ  ସିଲାବସ୍କୁ ସମାପ୍ତ କରିପାରିବେ ।
  • ଫିଜିକ୍ସ, କେମିଷ୍ଟ୍ରି ଏବଂ ବାୟୋଲୋଜିକୁ ସମାନ ପରିମାଣର ସମୟ ଦେବାକୁ ପଡିବ ।
  • ଫିଜିକ୍ସରେ ମେକାନିକ୍ସ, ଅପ୍ଟିକ୍ସ, ଅର୍ମୋଡାଇନାମିକ୍ସ ଏବଂ ନ୍ୟୁକ୍ଲିୟର ଫିଜିକ୍ସ ଉପରେ ଯଥେଷ୍ଟ ଧ୍ୟାନ ଦିଅନ୍ତୁ ।
  • କେମିଷ୍ଟ୍ରିରେ ମୋଲ୍ କନ୍ସେପ୍ଟ, ଜେନେରାଲ ଅର୍ଗାନିକ୍ କେମିଷ୍ଟ୍ରି, କେମିକାଲ ବଣ୍ଡିଙ୍ଗ୍, ପିରିଓଡିକ୍ ଟେବଲ୍ ଏବଂ କୋର୍ଡିନେଶନ୍ କେମିଷ୍ଟ୍ରି ଉପରେ ଅଧିକ ଗୁରୁତ୍ଵ ଦିଅନ୍ତୁ ।
  • ବାୟୋଲୋଜିରେ ଇକୋଲୋଜି  ଆଣ୍ଡ୍ ଏନ୍ଭାଇରନ୍ମେଣ୍ଟ, ଜେନେଟିକ୍ସ, ସେଲ୍ ବାୟୋଲୋଜି, ମୋର୍ଫୋଲୋଜି ଅଫ୍ ପ୍ଲାଣ୍ଟ୍ସ ଆଣ୍ଡ୍ ଆନିମଲ୍ସ, ରିପ୍ରଡକ୍ସନ ଇନ୍ ପ୍ଲାଣ୍ଟ୍ସ  ଆଣ୍ଡ୍ ଆନିମଲ୍ସ, ଫିଜିଓଲୋଜି ଅଫ୍ ପ୍ଲାଣ୍ଟ୍ସ ଆଣ୍ଡ୍ ଆନିମଲ୍ସ ଏବଂ ବେସିକ୍ସ ଅଫ୍ ବାୟୋଟେକ୍ନୋଲୋଜି ଉପରେ ଅଧିକ ଧ୍ୟାନ ଦିଅନ୍ତୁ ।
  • ଛାତ୍ରୀଛାତ୍ରଙ୍କୁ ନମୁନା ପ୍ରଶ୍ନ ପତ୍ର କିମ୍ବା ମକ୍ ଟେଷ୍ଟ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ କନ୍ସେପ୍ଟକୁ  କ୍ଲିୟର କରିଦେବାକୁ ପଡିବ । ଷ୍ଟଡି ମ୍ୟାଟେରିଆଲରେ ଦିଆଯାଇଥିବା ପ୍ରଶ୍ନଗୁଡିକର ପ୍ରାକ୍ଟିସ୍କୁ ଜାରି ରଖିବା ଦରକାର ।
  • ସୀମିତ ସଂଖ୍ୟକ ସିଟ୍ ଏବଂ କଡା ପ୍ରତିଯୋଗିତା ବିଷୟରେ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ ।

ଆଧାର – ଦୈନିକ ଧରିତ୍ରୀ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate