অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଏମ୍ଏସ୍ଏମ୍ଇ ସୁଯୋଗ ରହିଛି ପ୍ରଚୁର

ଏମ୍ଏସ୍ଏମ୍ଇ

ଜନସଂଖ୍ୟା କ୍ଷେତ୍ରରେ ଭାରତ ବିଶ୍ଵର ଦ୍ଵିତୀୟ ବୃହତ୍ ରାଷ୍ଟ୍ର ।  ଶିଳ୍ପ ଆବଶ୍ୟକତା ପୂରଣ କରିବା ପାଇଁ ଏଠାରେ ପେସାଦାର ବ୍ୟକ୍ତିଙ୍କ ସଂଖ୍ୟା ବୃହତ୍ ମାତ୍ରାରେ ରହିଛି । ଭାରତୀୟ  ଯୁବପିଢିଙ୍କ  ନିକଟରେ ଏକ ପ୍ରମୁଖ ବିଶେଷତ୍ଵ ହେଉଛି ଏମାନେ ବିଭିନ୍ନ ପ୍ରକାର ଭାଷାରେ କଥା କହି ପାରନ୍ତି, ଯେଉଁଥିପାଇଁ ସେମାନେ ଭାରତ ତଥା ଭାରତ ବାହାରେ ନିଯୁକ୍ତି ବଜାରରେ ଗ୍ରହଣୀୟ ହୋଇପାରନ୍ତି । କିନ୍ତୁ ପ୍ରମୁଖ କଥା ହେଉଛି ବିଶ୍ଵ ଆର୍ଥିକ ମାନ୍ଦାବସ୍ଥା ଯୋଗୁ ଆଇଟି ଏବଂ ଆଇଟିଇଏସ୍ କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସଙ୍କୁଚିତ ହୋଇଛି, ଯାହାଫଳରେ ଅନେକ ଇଞ୍ଜିନିୟର ତଥା ଯୁବପିଢି ବେକାର ହୋଇ ବସିଛନ୍ତି । ବେକାର ଥିବା ଏହି ଯୁବପିଢିଙ୍କୁ କାର୍ଯ୍ୟରେ ଲଗାଇବା ଲାଗି ବର୍ତ୍ତମାନର  ସରକାର ବିଭିନ୍ନ ପ୍ରକାର ଅଭିଯାନ ଆଣିଛନ୍ତି, ଯାହା ଅଧୀନରେ ବୈଷୟିକ ଏବଂ ପେସାଗତ ଦୃଷ୍ଟିରୁ ଦକ୍ଷ ନିଯୁକ୍ତି ଆଶାୟୀମାନଙ୍କୁ ଚାକିରି ବ୍ୟତୀତ କିଛି ଅଲଗା ଚିନ୍ତା କରିବାର ସୁଯୋଗ ଦିଆଯାଉଛି । ନିଜର ବ୍ୟବସାୟ ଆରମ୍ଭ କରି ଉଦ୍ୟୋଗପତି ହେବାର ମଉକା ସରକାର ଯୁବପିଢିମାନଙ୍କୁ ଦେଉଛନ୍ତି । ଏହାଦ୍ୱାରା କେବଳ ଯେ ଜଣେ ନିଜକୁ ସଫଳତା ଦିଗରେ ଅଗ୍ରସର କରିପାରିବେ  ତାହା ନୁହେଁ ଅନ୍ୟମାନଙ୍କୁ ତାହା ନୁହେଁ ଅନ୍ୟମାନଙ୍କୁ ମଧ୍ୟ ନିଯୁକ୍ତି ପ୍ରଦାନ କରି ସମାଜ ସ୍ରୋତରେ ଆଗେଇ ନେଇପାରିବେ । ଅନ୍ୟମାନଙ୍କ ଜୀବନକୌଶଳୀରେ ମଧ୍ୟ ଏମାନେ ଏକ ବଡ ପରିବର୍ତ୍ତନ ଆଣିପାରିବେ । ଦେଶର ଏମ୍ଏସ୍ଏମ୍ଇ କ୍ଷେତ୍ରରେ ବର୍ତ୍ତମାନ ସୁଯୋଗ ହିଁ ସୁଯୋଗ ରହିଛି । ଦେଖାଯାଏ ଯେତେବେଳେ ଆପଣ ନିଜର କିଛି କରନ୍ତି ସେତେବେଳେ ଏହା ଉପରେ ସମସ୍ତ ଉଦ୍ୟମ ଲଗାଇଥାନ୍ତି । ଚାକିରି କ୍ଷେତ୍ରରେ କାର୍ଯ୍ୟଚାପ ଏବଂ ବାରମ୍ବାର କମ୍ପାନୀ ବଦଳାଇବା ଭଳି ସମସ୍ୟା ଯୋଗୁ ଆଜିର ଯୁବପିଢି ସରକାରଙ୍କ ଏମ୍ଏସ୍ଏମ୍ଇ ଯୋଜନା ଅଧୀନରେ ନିଜର ଉଦ୍ୟୋଗ କରିବା ପାଇଁ ପସନ୍ଦ କରୁଛନ୍ତି ।

ବର୍ତ୍ତମାନ ପରିବର୍ତ୍ତିତ ସମୟରେ ଉଦ୍ୟୋଗୀଟିଏ ହେବା ନିଶ୍ଚିତ ଭାବେ ଭାଲ । ସରକାରଙ୍କର ବିଭିନ୍ନ ଯୋଜନା, ମୁଦ୍ରା ବ୍ୟାଙ୍କ ସମେତ ବିଭିନ୍ନ ବ୍ୟାଙ୍କରୁ ସହଜ ଋଣ ବିକଳ୍ପ ଏବଂ ଏମ୍ଏସ୍ଏମ୍ଇ ବିଭାଗରୁ ସମସ୍ତ ପ୍ରକାର ବୈଷୟିକ ଓ ପ୍ରଶାସନିକ ସହାୟତା ଉପଲବ୍ଧ ଥିବାରୁ ଏଗୁଡ଼ିକୁ କାର୍ଯ୍ୟରେ ଲଗାଇ ଯୁବପିଢିମାନେ ନିଜକୁ ସଫଳ ଉଦ୍ୟୋଗୀ ଭାବେ ପ୍ରସ୍ତୁତ କରିପାରିବେ । ଅନେକ ସଫଳ ବ୍ୟକ୍ତିଙ୍କ ଉଦାହରଣ  ନିଆଯାଇପାରିବ ଯେଉଁମାନେ ଚାକିରି ଛାଡି ନିଜର ସଂସ୍ଥା ଆରମ୍ଭ କରିଛନ୍ତି । ପ୍ରାଥମିକ ସ୍ତରରେ ଅବଶ୍ୟ ସଂଘର୍ଷ କରିଛନ୍ତି କିନ୍ତୁ ପରିଶେଷରେ ସଫଳତା ଲାଭ କରିଛନ୍ତି ।  ଭାରତ ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗର କାର୍ଯ୍ୟକାରିତାରେ ବଡ ଧରଣର ପରିବର୍ତ୍ତନ ଘଟିଛି । ଯୁବ ଉଦ୍ୟୋଗୀମାନଙ୍କୁ ସ୍ଵାଗତ କରିବା ପାଇଁ ବିଭିନ୍ନ ପ୍ରକାର ସରକାରୀ ଏଜେନ୍ସି ଅନେକ ପ୍ରକାର ସରକାରୀ ଏଜେନ୍ସି ଅନେକ ପ୍ରକାର ଯୋଜନା ସହ ନିଜର ଦ୍ଵାରା ଖୋଲା ରଖିଛନ୍ତି । କାର କିମ୍ବା ବାଇକ୍ କିଣିବା ଭଳି ବ୍ୟବସାୟ ଆରମ୍ଭ କରିବା ମଧ୍ୟ ସହଜ ହୋଇଗଲାଣି । ସରକାରଙ୍କ ଦ୍ଵାରା ଉପଲବ୍ଧ  ଥିବା ବିଭିନ୍ନ ସୁବିଧାର ଲାଭ ଉଠାଇବା ପାଇଁ ବର୍ତ୍ତମାନ ଏମ୍ଏସ୍ଏମ୍ଇ ୱେବ୍ସାଇଟ୍ www.msmeregister.com ରେ ପଞ୍ଜୀକରଣ କରିହେବ ।

ପ୍ରମୁଖ ସହାୟତା, ଯାହା ଏକ ଷ୍ଟାର୍ଟ ଅପ୍ କମ୍ପାନୀ ଆବଶ୍ୟକ କରିଥାଏ

  • ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍ନେସ୍, ସରଳ ନୀତି ନିୟମ ଓ ଇନ୍ସପେକ୍ଟର ରାଜ୍ ଉପରେ ଅଙ୍କୁଶ ।
  • ଉଚିତ୍ ସୁଧ ହାରରେ ଆର୍ଥିକ ସହାୟତା ।
  • ନିବେଶକଙ୍କ ବିଶ୍ଵାସଭାଜନ ହେବା ପାଇଁ ତାଲିମ୍ ଓ ମାର୍ଗ ଦର୍ଶନ ।
  • ପ୍ରଥମ କିଛି ବର୍ଷ ଲାଗି ଉତ୍ପାଦିତ ସାମଗ୍ରୀ କିମ୍ବା ସେବାର ବିପଣନ ଲାଗି ସହାୟତା ।

ବର୍ତ୍ତମାନର ଯୁବପିଢି ଅତ୍ୟନ୍ତ ଭାଗ୍ୟଶାଳୀ । କାରଣ ସମ୍ପ୍ରତି ସରକାର ସେମାନଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରିଛନ୍ତି, ଯାହାକି ସେମାନଙ୍କୁ ଆଗକୁ ବଢିବାରେ ସହାୟକ ହୋଇପାରିବ ।

ଆୟୁକ୍ତମାନଙ୍କୁ ନିଯୁକ୍ତି

ନିମ୍ନରେ ଦିଆଯାଇଥିବା କାର୍ଯ୍ୟ ନିମନ୍ତେ ନିବେଶକମାନଙ୍କୁ ସହାୟତା କରିବା ଲାଗି ରାଜ୍ୟ ସ୍ତରରେ ବିକାଶ ଆୟୁକ୍ତମାନଙ୍କୁ ନିଯୁକ୍ତି ଦିଆଯାଇଛି ।

  • ପ୍ରକଳ୍ପ ଲାଭଯୋଗ୍ୟ ଅବା ନୁହେଁ ତାହାକୁ ବିଚାର କରି ବିକାଶ ଆୟୁକ୍ତ ଋଣ ସଂଯୁକ୍ତ ପୁଞ୍ଜି ସବ୍ସିଡି ଯୋଜନା ମାଧ୍ୟମରେ ଋଣ ପ୍ରଦାନ କରିଥାନ୍ତି ।
  • ବଜାର ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଏବଂ ଚାଇନାରୁ ଶସ୍ତା ସାମଗ୍ରୀ ଆମଦାନୀ ବଢୁଥିବାରୁ ସ୍ଥାନୀୟ ସାମଗ୍ରୀ କ୍ଷେତ୍ରରେ ଏହା ଏକ ବଡ ଚ୍ୟାଲେଞ୍ଜ । କ୍ରେତାମାନଙ୍କୁ ଆକର୍ଷିତ କରିବା ଲାଗି ଉନ୍ନତ କ୍ଵାଲିଟି ଏବଂ ପ୍ୟାକେଜିଂ ପ୍ରତି ଦୃଷ୍ଟି ଦେବାକୁ ପଡିବ । ଏ କ୍ଷେତ୍ରରେ ବିକାଶ ଆୟୁକ୍ତଙ୍କ ଦ୍ଵାରା ବୈଷୟିକ ସହାୟତା ଯୋଗାଇ ଦିଆଯାଇଥାଏ ।
  • ଯଦି ରପ୍ତାନୀ କ୍ଷେତ୍ରରେ ଧାର୍ଯ୍ୟ କରାଯାଇଥିବା ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାରେ ଆପଣ ସଫଳ ହୁଅନ୍ତି ତା’ହେଲେ ଦ୍ରବ୍ୟ ବା ସେବାର ରପ୍ତାନୀ ନିମନ୍ତେ ନୂଆ ବଜାର ଅନ୍ଵେଷଣରେ ଏମ୍ଏସ୍ଏମ୍ଇ ବିକାଶ ଆୟୁକ୍ତ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ସର୍ବନିମ୍ନ ୩ ବର୍ଷ ପାଇଁ ଟିକସ ରିହାତି ନିଶ୍ଚିତ ଭାବେ ଯୁବପିଢିଙ୍କୁ ଆକୃଷ୍ଟ କରିବ ।
  • ଆପଣଙ୍କ ପରିଶ୍ରମର ଫଳସ୍ଵରୂପ ଏମ୍ଏସ୍ଏମ୍ଇ ବିଭାଗ ଆପଣଙ୍କୁ ବିଭିନ୍ନ ସ୍ତରରେ ପୁରଷ୍କୃତ କରିଥାଏ । ଅନେକ ସଫଳ ଉଦ୍ୟୋଗୀଙ୍କୁ ସେମାନଙ୍କ ସଫଳତା ପାଇଁ ରାଷ୍ଟ୍ରପତିଙ୍କଠାରୁ ପ୍ରମାଣପତ୍ର ମଧ୍ୟ ମିଳିଥାଏ ।
  • ନିର୍ମାତାମାନଙ୍କ ମଧ୍ୟରେ ପ୍ରତିଯୋଗୀତାକୁ ଅଧିକ କରିବା ପାଇଁ ଏମ୍ଏସ୍ଏମ୍ଇ ବିଭାଗ ଦ୍ଵାରା ଜାତୀୟ ପ୍ରତିଯୋଗିତାମୂଳକ ବିକାଶ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ ।

ଅନେକ ଷ୍ଟାର୍ଟଅପ୍ ରେ ବର୍ତ୍ତମାନ ବଡ ବଡ କମ୍ପାନୀ  ନିବେଶ କରିବାକୁ ଆଗେଇ ଆସୁଛନ୍ତି । ଏଣୁ ପାରମ୍ପର ଚାକିରି ବଦଳରେ ଆଜିର ଯୁବପିଢି ନିଜ ମଧ୍ୟରେ ଔଦ୍ୟୋଗିକତାର ବିକାଶ କରି ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ପରିଯୋଜନାଗୁଡିକର ଲାଭ ଉଠାଇବା ଦରକାର ।

ବ୍ୟବସାୟିକ ସୁଯୋଗ

ନିମ୍ନରେ ଦିଆଯାଇଥିବା ଶିଳ୍ପ କ୍ଷେତ୍ରରେ ଆକର୍ଷଣୀୟ ବ୍ୟବସାୟିକ ସୁଯୋଗ ରହିଛି ।

  • ଅଟୋମୋବାଇଲ୍ ଏବଂ ସ୍ପେୟାର ପାର୍ଟସ ଉତ୍ପାଦନ ୟୁନିଟ୍
  • ବୟନଶିଳ୍ପ ୟୁନିଟ୍
  • ପ୍ରିଣ୍ଟିଂ ଏବଂ ପେପର ୟୁନିଟ୍
  • ଖାଦ୍ୟ, ପଲ୍ପ, ସଫ୍ଟ ଡ୍ରିଙ୍କସ, ନଡିଆକତା ପ୍ରକ୍ରିୟାକରଣ ୟୁନିଟ୍
  • ଫାର୍ମ ଶିଳ୍ପ
  • ମେଡିକାଲ ଉପକରଣ ଏବଂ ରବରରୁ ପ୍ରସ୍ତୁତ ଉତ୍ପାଦ ୟୁନିଟ୍
  • ଚମଡା ଉତ୍ପାଦ ୟୁନିଟ୍
  • ପ୍ଲାଷ୍ଟିକ୍ ଉତ୍ପାଦ, ପିଭିସି ପାଇପ୍ ୟୁନିଟ୍
  • କାଚରୁ ପ୍ରସ୍ତୁତ ସାମଗ୍ରୀ ୟୁନିଟ୍
  • ଆଲୁମିନିୟମ୍ ଏବଂ ଇସ୍ପାତ ଉତ୍ପାଦ ୟୁନିଟ୍
  • ସଫ୍ଟଟୟ ଏବଂ ଇଲେକ୍ଟ୍ରୋନିକ୍ ଟୟ ଉତ୍ପାଦନ ୟୁନିଟ୍
  • ଉଦ୍ୟାନ କୃଷି ଏବଂ ଫଳଚାଷ
  • ଜୈବିକ କୃଷି

ନିଜ ମଧ୍ୟରେ  ଦୃଢ ଆତ୍ମବିଶ୍ଵାସ ରଖି ଆଗକୁ ବଢିବା ଦରକାର । ସରକାରୀ ସହାୟତା ଲାଭ ଉଠାଇ ଆଜିର ଯୁବପିଢି ନିଶ୍ଚିତ ଭାବେ ନିଜକୁ ସଫଳ ଉଦ୍ୟୋଗୀ ଭାବେ ପ୍ରମାଣିତ କରିପାରିବେ ।

ଆଧାର – ଦୈନିକ  ଧରିତ୍ରୀ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate