অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶିପିଂ ଏବଂ ପୋର୍ଟ ମ୍ୟାନେଜ୍ ମେଣ୍ଟ

ଶିପିଂ ଏବଂ ପୋର୍ଟ ମ୍ୟାନେଜ୍ ମେଣ୍ଟ

ଉପକ୍ରମ

ଅନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ରରେ ଶିପିଂ ଏବଂ ପୋର୍ଟ ମ୍ୟାନେଜ୍ ମେଣ୍ଟର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି  । ଏହା ଲଜିଷ୍ଟିକ୍ସ ବିଭାଗ ଅଧୀନରେ ଆସୁଛି  । ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ମ୍ୟାନେଜରମାନେ ସାମଗ୍ରୀ ପରିବହନ ଏବଂ ଏହାର ରକ୍ଷଣାବେକ୍ଷଣ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି  । ଏହା ସହିତ ବନ୍ଦର ପରିଚାଳନା କାର୍ଯ୍ୟ ଏମାନଙ୍କ ଉପରେ ନ୍ୟସ୍ତ ଥାଏ  । ଏମାନଙ୍କୁ ଶିପିଂ ତଥା ପୋର୍ଟ ମ୍ୟାନେଜର କୁହାଯାଇଥାଏ  । ବର୍ତ୍ତମାନ ଏ କ୍ଷେତ୍ରରେ ଦକ୍ଷ ମାନବସମ୍ବଳଙ୍କର ବୃହତ୍  ଆବଶ୍ୟକତା  ରହିଛି  ।

ବିଶ୍ଵ ବାଣିଜ୍ୟର ପାଖାପାଖି ୯୦% ସମୁଦ୍ର ପଥ ମାଧ୍ୟମରେ ହୋଇଥାଏ  । ବନ୍ଦରଗୁଡିକରୁ ଦୈନିକ ବୃହତ୍ ସଂଖ୍ୟକ ସାମଗ୍ରୀ ବିଭିନ୍ନ ସ୍ଥାନକୁ ପରିବହନ ହେଉଛି  । ତେଣୁ ଏହି ବନ୍ଦରଗୁଡିକର ପରିଚାଳନା ପାଇଁ ଦକ୍ଷ ଶିପିଂ ଏବଂ ପୋର୍ଟ ମ୍ୟାନେଜରଙ୍କ ଆବଶ୍ୟକତା ରହିଛି  । ଜାହାଜଗୁଡିକର୍ରେ ମାଲ ବୋଝେଇ ହେଉ କିମ୍ବା କଣ୍ଟେନରଗୁଡିକର ଲୋଡିଂ, ଅନଲୋଡିଂ ସବୁକିଛିର  ତଦାରଖ ଏହି ମ୍ୟାନେଜରମାନଙ୍କ ଦ୍ଵାରା ହୋଇଥାଏ  । ଦ୍ରବ୍ୟର ତଦାରଖ, ସଂରକ୍ଷଣ, ସଡକ ପରିବହନ, ନିରାପଦ ଜାହାଜ ପରିବହନ ଏସବୁ ଏମାନଙ୍କ କାର୍ଯ୍ୟ ପରିସରଭୁକ୍ତ  । ଅନ୍ୟ ବନ୍ଦରଗୁଡିକ ସହ ଯୋଗାଯୋଗ ରକ୍ଷା, ଦ୍ରବ୍ୟଗୁଡିକର ଡେଲିଭରି, ବନ୍ଦର ସୁରକ୍ଷା ଏସବୁ କାର୍ଯ୍ୟ ମଧ୍ୟ ଜଣେ ପୋର୍ଟ ମ୍ୟାନେଜର ତଥା ଶିପିଂ ମ୍ୟାନେଜର କରିଥାନ୍ତି  ।

ବଡ ବଡ ଶିପିଂ କମ୍ପାନୀ ଏସବୁ କାର୍ଯ୍ୟର ପରିଚାଳନା ପାଇଁ ଦକ୍ଷ ମ୍ୟାନେଜରଙ୍କୁ ଆବଶ୍ୟକ କରୁଛନ୍ତି  । ନୂତନ ପିଡିଙ୍କ ଲାଗି ଏ କ୍ଷେତ୍ରରେ ଭରପୂର ସୁଯୋଗ ରହିଛି  । ବିଶ୍ଵର ସବୁ ପ୍ରାନ୍ତରେ ଶିପିଂ ତଥା ବନ୍ଦର ଶିଳ୍ପ କ୍ଷେତ୍ରରେ ଦକ୍ଷ ମାନବସମ୍ବଳର ଆବଶ୍ୟକତା ରହୁଛି  ।

କୋର୍ସ

ଭାରତରେ ଅନେକ ବିଶ୍ଵବିଦ୍ୟାଳୟ ତଥା ଶିକ୍ଷାନୁଷ୍ଠାନ ରହିଛି, ଯେଉଁଗୁଡିକ ଶିପିଂ ଏବଂ ପୋର୍ଟ ମ୍ୟାନେଜ୍ ମେଣ୍ଟରେ ଏମ୍ ବିଏ ଡିଗ୍ରୀ ପ୍ରଦାନ କରୁଛନ୍ତି  । ଇଞ୍ଜିନିୟରିଂ ତଥା ଟେକ୍ନୋଲୋଜିରେ ଯଦି ଆପଣ ଏକ ବ୍ୟାଚଲର ଡିଗ୍ରୀ ଧରିଛନ୍ତି ତା’ହେଲେ ଶିପିଂ ଏବଂ ପୋର୍ଟ ମ୍ୟାନେଜ୍ ମେଣ୍ଟରେ ଏମ୍ ବିଏ  କରିପାରିବେ  । କେତେକ ଶିକ୍ଷାନୁଷ୍ଠାନ ବିଜ୍ଞାନ ଏବଂ ମ୍ୟାନେଜ୍ ମେଣ୍ଟ ଗ୍ରାଜୁଏଟଙ୍କୁ ମଧ୍ୟ ଗ୍ରହଣ କରିଥାନ୍ତି  ।

କ୍ୟାରିୟର ସୁଯୋଗ

ଶିପିଂ ଏବଂ ପୋର୍ଟ ମ୍ୟାନେଜରମାନେ ଉଭୟ ଘରୋଇ ଏବଂ ସରକାରୀ କ୍ଷେତ୍ରରେ କାର୍ଯ୍ୟ କରିପାରିବେ  । ଏମାନେ ନୌପରିବହନ ବିଭାଗ ତଥା ନ୍ୟାଭିରେ ଶିପ୍ ମ୍ୟାନେଜର, ପୋର୍ଟ କ୍ୟାପଟେନ/ ମ୍ୟାନେଜର, ମର୍ଚ୍ଚାଣ୍ଟ ଅଫିସର ଭାବେ ଯୋଗ ଦେଇପାରିବେ  । ରେଳ ତଥା ପ୍ରତିରକ୍ଷା ଭଳି ସରକାରୀ ବିଭାଗରେ କାର୍ଯ୍ୟ କରିପାରିବେ  । ଏମାନେ ମଧ୍ୟ ଶିପିଂ କର୍ପୋରେଶନ ଏବଂ ଅନ୍ୟାନ୍ୟ ଏଜେନ୍ସିଗୁଡିକରେ କାର୍ଯ୍ୟ କରିପାରିବେ  । ଘରୋଇ ଲଜିଷ୍ଟିକ୍ସ ଏବଂ ଶିପିଂ କମ୍ପାନୀଗୁଡିକ ମଧ୍ୟ ବୃହତ୍ ସଂଖ୍ୟାରେ ନିଯୁକ୍ତି ପ୍ରଦାନ କରୁଛନ୍ତି  । ଏହାବ୍ୟତୀତ ଶିପିଂ ଏବଂ ପୋର୍ଟ ମ୍ୟାନେଜରମାନେ ଘରୋଇ ପ୍ୟାକର ଆଣ୍ଡ୍ ମୁଭର୍ସ ତଥା ଅନ୍ୟାନ୍ୟ ପରିବହନ କମ୍ପାନୀରେ କାର୍ଯ୍ୟ କରିପାରିବେ  ।  ଭାରି ଶିଳ୍ପ କ୍ଷେତ୍ରରେ ଏମାନଙ୍କର ବୃହତ୍ ଚାହିଦା ରହିଛି  । କାର୍ଗୋ ହ୍ୟାଣ୍ଡେଲିଂ କମ୍ପାନୀରେ ମଧ୍ୟ ଏମାନେ କାର୍ଯ୍ୟ କରିପାରିବେ  । ଅନ୍ତର୍ଜାତୀୟ ଶିପିଂ କମ୍ପାନୀରେ ମଧ୍ୟ ଏମାନେ ସୁଯୋଗ ପାଇପାରିବେ  ।

ବେତନ

ଏହି କ୍ଷେତ୍ରରେ ବେତନ ଆକର୍ଷଣୀୟ ରହିଛି  । ସରକାରୀ  ବିଭାଗରେ ମୋଟା ଅଙ୍କର ଦରମା ଶିପିଂ ତଥା ପୋର୍ଟ ମ୍ୟାନେଜରମାନେ ପାଇଥାନ୍ତି  । ଘରୋଇ କ୍ଷେତ୍ରରେ ମଧ୍ୟ ଭଲ ଦରମା ରହିଛି  । ଦରମା ସହିତ ଘରଭଡା, ଚିକିତ୍ସା ଖର୍ଚ୍ଚ ଏବଂ ଅବସରକାଳୀନ ସୁବିଧା ଏଥିରେ ରହିଛି  ।

ଆଧାର – କ୍ୟାରିୟର କାଉନସିଲିଂ

Last Modified : 10/20/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate