অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କର୍ମକ୍ଷେତ୍ର ରେ କର୍ମଚାରୀଙ୍କ ପ୍ରଦର୍ଶନ

କର୍ମକ୍ଷେତ୍ର ରେ କର୍ମଚାରୀଙ୍କ ପ୍ରଦର୍ଶନ

ଉପକ୍ରମ

କର୍ମଚାରୀଙ୍କ ପ୍ରଦର୍ଶନକୁ ଆପ୍ରାଇଜାଲ ସିଷ୍ଟିମ(ମୂଲ୍ୟବାନ ପଦ୍ଧତି) ମାଧ୍ୟମରେ ମପାଯାଇଥାଏ । ଆପ୍ରାଇଜାଲ ବ୍ୟବସ୍ଥା ଉଭୟ କମ୍ପାନୀ ଏବଂ କର୍ମଚାରୀଙ୍କ ପାଇଁ ଗୁରୁତ୍ବପୂର୍ଣ ରହିଥାଏ । ଦକ୍ଷ ଏବଂ ଉତ୍ତମ ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କୁ ଏହା ମଧ୍ୟମରେ ପୁରସ୍କୃତ କରାଯାଇଥାଏ ।  ଆପ୍ରାଇଜାଲ ବେଳେ କର୍ମଚାରୀଙ୍କ ସାମାନ୍ୟ ଭୁଲ ଯୋଗୁ ତାଙ୍କର ଅବନତି ଘଟିଥାଏ । ସେହିଭଳି ଯଦି କର୍ମଚାରୀଙ୍କ ପ୍ରଦର୍ଶନକୁ ମାପିବାବେଳେ କୌଣସି ଭୁଲ ହୁଏ ତା’ ହେଲେ ଉକ୍ତ କମ୍ପାନୀ ଦକ୍ଷ କର୍ମଚାରୀଙ୍କୁ ହରାଏ । ଆପ୍ରାଇଜାଲ ବ୍ୟବସ୍ଥା ଏବଂ ଏ କ୍ଷେତ୍ରରେ କର୍ମଚାରୀମାନେ କିପରି ସଫଳତା ଲାଭ କରିବେ ତାହାକୁ ନେଇ ଏହି ବିଷୟବସ୍ତୁ ।

ଆପ୍ରାଇଜାଲ ବେଳେ

  • ଆପ୍ରାଇଜାଲ ସମୟରେ କର୍ମଚାରୀମାନଙ୍କ ପ୍ରଦର୍ଶନ ଉପରେ ଗୁରୁତ୍ଵ ଦିଆଯାଇଥାଏ । ସେମାନଙ୍କ କାର୍ଯ୍ୟ ରେକର୍ଡକୁ ଦୃଷ୍ଟିରେ ରଖୀ କମ୍ପାନୀ ପରବର୍ତ୍ତୀ ନିଷ୍ପତ୍ତି ନେଇଥାଏ ।
  • ସମୟାନୁବର୍ତ୍ତିତା ଏବଂ ଅନ୍ୟାନ୍ୟ ଆବଶ୍ୟକ ଗୁଣାବଳିକୁ ଏଠାରେ ଦେଖାଯାଇଥାଏ । ଆପଣ ଅଫିସରେ କେତେବେଳେ ପହଞ୍ଚୁଛନ୍ତି ଏବଂ କେତେ ପର୍ଯ୍ୟନ୍ତ କାର୍ଯ୍ୟ କରୁଛନ୍ତି ତାହାକୁ ହିସାବକୁ ନିଆଯାଏ । ଠିକ୍ ସମୟରେ ଅଫିସରେ ରିପୋର୍ଟିଂ କରୁଥିବା କର୍ମଚାରୀଙ୍କୁ ଏଠାରେ ପୁରସ୍କୃତ କରାଯାଏ । ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସମ୍ପାଦନ କରୁଥିବା ବ୍ୟକ୍ତିଙ୍କୁ ଅଗ୍ରାଧିକାର ମିଳେ ।
  • ଗ୍ରାହକ ବା କ୍ଲାଏଣ୍ଟଙ୍କୁ ସମ୍ଭାଳିବାରେ ତଥା ସେମାନଙ୍କ ଅଭିଯୋଗ ବା ସମସ୍ୟାର ସମାଧାନ କ୍ଷେତ୍ରରେ ତତ୍ପରତା ଦେଖାଉଥିବା କର୍ମଚାରୀଙ୍କୁ ମ୍ୟାନେଜମେଣ୍ଟ ଆପ୍ରାଇଜାଲ ବେଳେ ଅଗ୍ରାଧିକାର ଦେଇଥାନ୍ତି । କୌଣସି ସଂସ୍ଥା ଏଭଳି କର୍ମଚାରୀଙ୍କୁ ହରାଇବାକୁ ପସନ୍ଦ କରିବେ ନାହିଁ । ଏହି ସମୟରେ କ୍ଲାଏଣ୍ଟ ଏବଂ ଗ୍ରାହକଙ୍କ ଫିଡବ୍ୟାକ୍ ଗ୍ରହଣ କରାଯାଇଥାଏ । କ୍ଵାଲିଟି ସେବା ପ୍ରଦାନ କରିଥିବା କର୍ମଚାରୀମାନଙ୍କୁ ଏହି ସମୟରେ ଭଲ ର୍ୟାଙ୍କ ମିଳିଥାଏ । ଏମାନଙ୍କୁ ପୁରସ୍କୃତ କରିବା ପାଇଁ କୌଣସି କମ୍ପାନୀ ପଛଘୁଞ୍ଚା ଦିଅନ୍ତି ନାହିଁ । କାରଣ ଦକ୍ଷ କର୍ମଚାରୀଙ୍କ ଦ୍ଵାରା ହିଁ କମ୍ପାନୀ ଆଗକୁ ବଢିଥାଏ । ଗ୍ରାହକ ସନ୍ତୁଷ୍ଟିକୁ ଏକ ସଂସ୍ଥାର ପ୍ରମୁଖ ମାର୍କେଟିଂ ତଥା ବ୍ରାଣ୍ଡିଂ ଟୁଲ୍ ଭାବେ ରଖାଯାଇଥାଏ ।  ତେଣୁ ନିଜକୁ ଏକ ଦକ୍ଷ କର୍ମଚାରୀ ଭାବେ ପ୍ରମାଣିତ କରିବା ପାଇଁ ଆପଣଙ୍କୁ କ୍ଲାଏଣ୍ଟମାନଙ୍କ ସହ ଭଲ ବ୍ୟବହାର ଦେଖାଇବାକୁ ପଡିବ । ସେମାନଙ୍କର ସମସ୍ୟାର ସମାଧାନ କ୍ଷେତ୍ରରେ ସତ ପ୍ରତିଶତ ଉଦ୍ୟମ ଲଗାଇବାକୁ ପଡିବ । ଏହା ହେଲେ ଆପଣ ଏକ ଭଲ ଫଳାଫଳ ନେଇ ଆଶା ରଖିପାରିବେ ।
  • ଜଣେ ସଚ୍ଚୋଟ, ଭଦ୍ର ଏବଂ କର୍ତ୍ତବ୍ୟନିଷ୍ଟ କର୍ମଚାରୀଙ୍କୁ କେଉଁ କମ୍ପାନୀ ନ ଚାହେଁ । ସବୁ କମ୍ପାନୀରେ ଏକ ମ୍ୟାନେଜମେଣ୍ଟ ସିଷ୍ଟମ ଥାଏ, ଯାହାକି ପ୍ରତି କର୍ମଚାରୀଙ୍କ କାର୍ଯ୍ୟବିଧି ଏବଂ ହାବଭାବ ଉପରେ ନଜର ରଖିଥାଏ । ତେଣୁ ମ୍ୟାନେଜମେଣ୍ଟ ଆଗରେ ନିଜକୁ ଏକ ଆଦର୍ଶ କର୍ମଚାରୀଭାବେ ପ୍ରମାଣିତ କରନ୍ତୁ ।  ଆପ୍ରାଇଜାଲରେ ଏହା ଏକ ଗୁରୁତ୍ବପୂର୍ଣ ଅଂଶ ।
  • କମ୍ପାନୀ ପକ୍ଷରୁ ନିୟମିତ ବ୍ୟବଧାନରେ କରାଯାଉଥିବା ନିୟମର ଅନୁପାଳନ କରନ୍ତୁ । କମ୍ପାନୀର ନୀତି ନିୟମ ଏବଂ ଗାଇଡଲାଇନକୁ ସାମ୍ନାନ ଜଣାଉଥିବା କର୍ମଚାରୀଙ୍କୁ କମ୍ପାନୀ ନିଶ୍ଚିତ ଭାବେ ପୁରସ୍କୃତ କରିଥାଏ ।

ଆଧାର : ପି କେ ପ୍ରମାଣିକ , ନିର୍ଦେଶକ , ଫାସ୍ଟ ଟ୍ରାକ କ୍ୟାରିୟର କନ୍ସଲଟାଣ୍ଟ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate