অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କର୍ମଚାରୀଙ୍କୁ ଖୁସି ରଖିବେ କିପରି

ଉପକ୍ରମ

ଦକ୍ଷ କର୍ମଚାରୀ ଯେ କୌଣସି ସଂସ୍ଥା ପାଇଁ ମୁଲ୍ୟବାନ ସମ୍ବଳ ହୋଇଥାଆନ୍ତି । ଏଭଳି କର୍ମଚାରୀ ଚାକିରି ଛାଡିବା ଏକ ସଂସ୍ଥା ପାଇଁ କ୍ଷତିକାରକ ସାବ୍ୟସ୍ତ ହୁଏ । ତେଣୁ ନିଯୁକ୍ତିଦାତାମାନେ ଉପଯୁକ୍ତ ପ୍ରୋତ୍ସାହନ ଓ ସୁବିଧା ସୁଯୋଗ ଦେଇ ନିଷ୍ଟାର ସହ ଡାଇତ୍ଵ ସମ୍ପାଦନ କରୁଥିବା କର୍ମଚାରୀଙ୍କୁ ସନ୍ତୁଷ୍ଟ ରଖିବା ଉଚିତ ।

ବିଶେଷକରି ଟେଲିକମ୍, ଫାଇନାନ୍ସ, କୋରିୟର, କାର୍ଗୋ, ଗଣମାଧ୍ୟମ, ସୂଚନା ପ୍ରଯୁକ୍ତି (ଆଇ ଟି), ହୋଟେଲ ଶିଳ୍ପ ଓ ଅନ୍ୟ ସେବା କ୍ଷେତ୍ରରେ ମାନବ ସମ୍ବଳ (ଏଚଆର୍) ଅଧିକାରୀମାନଙ୍କ ପାଇଁ ନିଯୁକ୍ତି ଓ ନିବୃତ୍ତି ମଧ୍ୟରେ ଭାରସାମ୍ୟ ରକ୍ଷା କରିବା କଷ୍ଟକର ହୋଇଥାଏ । କାରଣ ଅନେକ ସମୟରେ କ୍ୟାରିୟର ଅଭିବୃଦ୍ଧି ପାଇଁ ଯଥେଷ୍ଟ ସୁଯୋଗ ପାଇ ନ ଥିବା କର୍ମଚାରୀମାନେ ଚାକିରି ଛାଡି ଦିଅନ୍ତି । ସେହିପରି କାର୍ଯ୍ୟଭାର ମୁତାବକ ବେତନ ପାଉ ନ ଥିବା କର୍ମଚାରୀମାନେ ମଧ୍ୟ ସଂସ୍ଥା ବଦଳାଇବାକୁ ବାଧ୍ୟ ହୁଅନ୍ତି । ବଜାର ମାନ୍ଦାବସ୍ଥାରେ ଥିବାବେଳେ ଯଦି ଏକ କମ୍ପାନୀରେ ଏସବୁ କାରଣ ଯୋଗୁଁ ସ୍ଵାଭାବିକଠାରୁ ଅଧିକ କର୍ମଚାରୀ ଚାକିରି ଛାଡନ୍ତି, ତାହା ନିଯୁକ୍ତିଦାତାଙ୍କ ପାଇଁ ଏକ ବଡ ପ୍ରଶ୍ନବାଚୀ ଠିଆ କରିଥାଏ । ଏଭଳି ସ୍ଥିତିରେ କୁହାଯାଇପାରେ ଯେ, କମ୍ପାନୀର କାର୍ଯ୍ୟଶୈଳୀରେ କେଉଁଠି ନା କେଉଁଠି ତ୍ରୁଟି ରହିଛି । ହୁଏତ ମ୍ୟାନେଜମେଣ୍ଟ କର୍ମଚାରୀଙ୍କଠାରୁ ଅବାସ୍ତବ ଆଶା କରୁଥାଇପାରେ କିମ୍ବା ଏଚ୍ଆର ନୀତି ଆୟୋଜିକ ହୋଇଥାଇପାରେ ।

କର୍ମଚାରୀ ଚାକିରି ଛାଡିବା ପାଇଁ ମନ ବଳାଇବାର ଆହୁରି ବହୁ କାରଣ ରହିଥାଏ । ଯେଉଁଥିପାଇଁ ହାତରେ ବିକଳ୍ପ ନିଯୁକ୍ତି ସୁଯୋଗ ନ ଥାଇ ମଧ୍ୟ ଅନେକ କର୍ମଚାରୀ କମ୍ପାନୀ ଛାଡିବା ପାଇଁ ବାଧ୍ୟ ହୁଅନ୍ତି । ଏହା କର୍ମଚାରୀଙ୍କ ସହ କମ୍ପାନୀ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ମ୍ୟାନେଜମେଣ୍ଟ ସର୍ବଦା ପରିଶ୍ରମୀ ଓ ଦକ୍ଷ କର୍ମଚାରୀମାନଙ୍କୁ ସନ୍ତୁଷ୍ଟ ରଖିବା ପାଇଁ ଉଦ୍ୟମ କରିବା ଉଚିତ । ହେଲେ ଆଶ୍ଚର୍ଯ୍ୟର ବିଷୟ ଯେ, ଅନେକ କମ୍ପାନୀରେ ଏପରି କରାଯାଇ ନ ଥାଏ । ଏଥିପାଇଁ ଅନେକ କର୍ମଚାରୀ ବଡ ସଂସ୍ଥା ଛାଡି ଛୋଟ ସଂସ୍ଥାକୁ ଯିବାକୁ ମଧ୍ୟ ପଛାନ୍ତି ନାହିଁ । ସେମାନେ ମ୍ୟାନେଜମେଣ୍ଟର ବ୍ୟବହାର ଓ କାର୍ଯ୍ୟ ଚାପରେ ଅତିଷ୍ଟ ହୋଇ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୁଅନ୍ତି ।

ବେତନ କର୍ମଚାରୀଙ୍କ କମ୍ପାନୀ ଛାଡିବାର ଏକମାତ୍ର କାରଣ ହୋଇ ନ ଥାଏ । ଅନେକ କ୍ଷେତ୍ରରେ ନିଯୁକ୍ତିଦାତାଙ୍କ ବ୍ୟବହାର, ଅବହେଳା ଓ କମ୍ପାନୀର କାର୍ଯ୍ୟ ପରିବେଶରେ ଅଣନିଶ୍ଵାସୀ ହୋଇ କର୍ମଚାରୀ ଚାକିରି ଛାଡିବା ପାଇଁ ଉଦ୍ୟତ ହୋଇଥାଆନ୍ତି । ତେଣୁ ନିଯୁକ୍ତିଦାତା କର୍ମଚାରୀମାନଙ୍କ ଅଭାବ ଅସୁବିଧାକୁ ଧ୍ୟାନରେ ରଖିବା ଉଚିତ । କାରଣ ନିଯୁକ୍ତିଦାତା ଓ କର୍ମଚାରୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରଖିବା ଉଭୟଙ୍କ ପାଇଁ ଭଲ ହୋଇଥାଏ । ସେମାନଙ୍କ ମଧ୍ୟରେ ସୌନ୍ଦର୍ଜ୍ୟପୂର୍ଣ୍ଣ ସମ୍ପର୍କ ଓ ଯୋଗାଯୋଗ ନ ରଖିଲେ, ଭୁଲ ବୁଝାମଣା ସୃଷ୍ଟି ହୁଏ । ଆରମ୍ଭରୁ ଏହାର ସମାଧାନ ବାହାର ନ କରାଗଲେ, ସମ୍ପର୍କ ଧୀରେ ଧୀରେ ତୁଟିଯାଏ । ତା’ ପରେ କର୍ମଚାରୀ ଅନାଗ୍ରହ ସହ କାର୍ଯ୍ୟ କରି କମ୍ପାନୀ ବଦଳାଇବାକୁ ସୁଯୋଗ ଖୋଜନ୍ତି ।

କର୍ମଚାରୀଙ୍କୁ ଖୁସି ରଖିବା ପାଇଁ କେତେକ ପନ୍ଥା

ଯଦିଓ ସମସ୍ତଙ୍କୁ ଖୁସି ରଖିବା କିମ୍ବା ସେମାନଙ୍କ ଦାବି ପୂରଣ କରିବା ସମ୍ଭବ ନୁହେଁ, ନିଯୁକ୍ତିଦାତାମାନେ କର୍ମଚାରୀଙ୍କୁ ସାଧ୍ୟମତେ ସନ୍ତୁଷ୍ଟ ରଖିବାକୁ ଚେଷ୍ଟା କରିବା ଉଚିତ । ଧ୍ୟାନ ରଖନ୍ତୁ ଯେ, ନିଜ ନିଯୁକ୍ତିଦାତାଙ୍କ ସହ ସନ୍ତୁଷ୍ଟ ଥିବା କର୍ମଚାରୀମାନେ ଅନେକ ସମୟରେ ଅନ୍ୟ କମ୍ପାନୀଙ୍କ ଅଧିକ ବେତନ ଅଫରକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଦିଅନ୍ତି । ଏହା ହୃଦୟଙ୍ଗମ କରି ନିଯୁକ୍ତିଦାତାମାନେ ସେମାନଙ୍କ କର୍ମଚାରୀଙ୍କୁ ଖୁସି ରଖିବା ପାଇଁ କେତେକ ପନ୍ଥା ଅନୁସରଣ କରିବା ଆବଶ୍ୟକ ।

  • କେତେକ କର୍ମଚାରୀଙ୍କ ପାଖରେ ଅନେକ ଲୁକାୟିତ ପ୍ରତିଭା ରହିଥାଏ । ତାହାକୁ ପୂର୍ଣରୂପେ ପରିସ୍ତୃତ କରାଇବା ନିଯୁକ୍ତିଦାତାଙ୍କ ଦାଇତ୍ଵ । କର୍ମଚାରୀଙ୍କ ସକାରାତ୍ମକ ପଦକ୍ଷେପ ଓ ପଦର୍ଶନକୁ ପ୍ରଶଂସା କରି ସେମାନଙ୍କ ଅନ୍ତର୍ନିହିତ ଦକ୍ଷତାର ପ୍ରତିଫଳନ କରାଇହେବ । ଏହା ଦ୍ଵାରା ମଧ୍ୟ କର୍ମଚାରୀ କମ୍ପାନୀ ଓ ନିଯୁକ୍ତିଦାତାଙ୍କୁ ପସନ୍ଦ କରିବେ ।
  • ଅସନ୍ତୁଷ୍ଟ କର୍ମଚାରୀଙ୍କୁ ଖୁସି କରିବାର ଅନ୍ୟ ଏକ ବାଟ ହେଉଛି ଆର୍ଥିକ ପ୍ରୋତ୍ସାହନ । ଏହା ଦ୍ଵାରା ସେମାନେ କମ୍ପାନୀରେ ରହିବାକୁ ଆଗ୍ରହୀ ହେବେ ।
  • ଧର୍ମ, ଜାତି, ବୟସ ଓ ଲିଙ୍ଗଗତ ପ୍ରଭେଦ ନ କରି ସବୁ କର୍ମଚାରୀଙ୍କୁ ସମାନ ସୁଯୋଗ ଦିଆଗଲେ ସେମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ । ପାତର ଅନ୍ତରର ଶିକାର ନ ହେଉଥିବାରୁ ସେମାନେ କମ୍ପାନୀକୁ ଭଲ ପାଇବେ ।
  • ପଦବୀ ଓ ପଦର୍ଶନୀକୁ ଭିତ୍ତିକରି ପ୍ରତ୍ୟେକ କର୍ମଚାରୀଙ୍କ ପଦୋନ୍ନତି ଓ ବେତନ ବୃଦ୍ଧି କରାଯିବା ଉଚିତ । ନିଯୁକ୍ତିଦାତା କାହାରି ପ୍ରତି ପକ୍ଷପାତିତା କଲେ ଅନ୍ୟ କର୍ମଚାରୀମାନେ ଅସନ୍ତୁଷ୍ଟ ହୁଅନ୍ତି ।
  • ଗମ୍ଭୀର ମାହୋଲ କର୍ମଚାରୀମାନଙ୍କୁ କାର୍ଯ୍ୟପ୍ରତି ନିରୂତ୍ସାହିତ କରିଥାଏ । ତେଣୁ ନିଯୁକ୍ତିଦାତା କର୍ମଚାରୀମାନଙ୍କୁ ପ୍ରଫୁଲିତ କରିବା ପାଇଁ କାର୍ଯ୍ୟ।ଳୟରେ ସମୟ ସମୟରେ ପାର୍ଟି ଆୟୋଜନ କରିବା ଉଚିତ ।
  • ନିଯୁକ୍ତିଦାତା କର୍ମଚାରୀଙ୍କ ପାଇଁ ପିତୃତୁଲ୍ୟ ହୋଇଥାଆନ୍ତି । ସେ କର୍ମଚାରୀଙ୍କ ଦୁଃଖ ସମୟରେ ସାହା ହୋଇ ଠିଆ ହେବା ଉଚିତ । ଏହାଦ୍ଵାରା କର୍ମଚାରୀମାନେ ତାଙ୍କୁ ସମ୍ନାନ କରିବେ ଓ କମ୍ପାନୀ ଛାଡିବାକୁ ମନ ବଳାଇବେ ନାହିଁ ।
  • ନିଯୁକ୍ତିଦାତା କର୍ମଚାରୀମାନଙ୍କ ବିଶ୍ଵାସଭାଜନ ହୁଅନ୍ତୁ । ଏଥିସହିତ ସେମାନଙ୍କ ମନରେ ଏଭଳି ଭାବନା ଜାଗ୍ରତ କରନ୍ତୁ ଯେ,ସେମାନେ କମ୍ପାନୀକୁ ନିଜର ଭାବିବେ । ଏହା ଦ୍ଵାରା ସେମାନେ କମ୍ପାନୀ ସହିତ ଓତପ୍ରୋତ ଭାବେ ଜଡିତ ରହି କାର୍ଯ୍ୟ କରିବେ ।
  • ବହୁ’ ସର୍ବେକ୍ଷଣରୁ ଜଣାଯାଇଛି ଯେ, କମ୍ପାନୀ କେବଳ ନାମିକୀ ବଡହୋଇଥିଲେ ତାହା କର୍ମଚାରୀଙ୍କୁ ଧରି ରଖିବାକୁ ସକ୍ଷମ ହୋଇ ନ ଥାଏ । ଅଧିକାଂଶ କର୍ମଚାରୀ ସ୍ଵାଧୀନତା ଓ କ୍ୟାରିୟର ଅଗ୍ରଗତି ସୁଯୋଗ ପ୍ରଦାନ କରୁଥିବା କମ୍ପାନୀରେ ରହିବାକୁ ପସନ୍ଦ କରନ୍ତି ।

ଆଧାର : ପି କେ ପ୍ରମାଣିକ , ନିର୍ଦେଶକ , ଫାସ୍ଟ ଟ୍ରାକ କ୍ୟାରିୟର କନ୍ସଲଟାଣ୍ଟ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate