অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କୋର୍ସ ଚୟନ ଗୁରୁତ୍ତ୍ଵପୂର୍ଣ୍ଣ ବ୍ୟାପାର

ଉପକ୍ରମ

ବୋର୍ଡ ପରୀକ୍ଷା ହେଉ କିମ୍ବା ଯୁକ୍ତ ୨। ଏହା ପରେ ଆପଣ କେଉଁ କୋର୍ସ ଚୟନ କରୁଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । କାରଣ ଉକ୍ତ କୋର୍ସ ଉପରେ ହିଁ ଆପଣଙ୍କ  ସମ୍ପୂର୍ଣ୍ଣ କ୍ୟାରିୟର ନିର୍ଭର କରେ । ପୂର୍ବଭଳି ସମୟ ଆଉ  ନାହିଁ, ଯେଉଁ ସମୟରେ ଛାତ୍ରୀଛାତ୍ରଙ୍କ ନିକଟରେ ବିକଳ୍ପ ଖୁବ୍ କମ୍ ରହୁଥିଲା । ଏକାଡେମିକ୍ କୋର୍ସ, ଇଞ୍ଜିନିୟରିଂ ଓ ମେଡିକାଲ ବ୍ୟତୀତ ସେଭଳି କୌଣସି ଆକର୍ଷଣୀୟ କୋର୍ସ ପୂର୍ବେ ନ ଥିଲା । ବର୍ତ୍ତମାନ କିନ୍ତୁ ଶିକ୍ଷା ଟ୍ରେଣ୍ଡରେ ବଡ ଧରଣର ପରିବର୍ତ୍ତନ ଆସିଛି । ପିଲାମାନଙ୍କ ନିକଟରେ ଏକାଧିକ ବିକଳ୍ପ ରହିଛି । ବୈଷୟିକ ଶିକ୍ଷାଠାରୁ ଆରମ୍ଭ କରି ଧନ୍ଦାମୂଳକ ଶିକ୍ଷା ପର୍ଯ୍ୟନ୍ତ ପିଲାମାନଙ୍କ ପାଖରେ ବିକଳ୍ପ ରହିଛି ।

ଯୁକ୍ତ ୨ପରେ କେଉଁ କୋର୍ସରେ ନାମ ଲେଖାଇଲେ ଏକ ସୁରକ୍ଷିତ ଭବିଷ୍ୟତ ହୋଇପାରିବ, ତାହାକୁ ନେଇ ଆଜିର ଛାତ୍ରୀଛାତ୍ରମାନେ ଯେତେ ବ୍ୟସ୍ତ ବିବ୍ରତ ହେଉନାହାନ୍ତି, ତାହାଠାରୁ ଅଧିକ ବିଚଳିତ ମାତାପିତା ଏବଂ ଅଭିଭାବକମାନେ । ବର୍ତ୍ତମାନ ନିଯୁକ୍ତି ବଜାର ଯାହା ରହିଛି, ତାହାକୁ ଦୃଷ୍ଟିରେ ରଖିଲେ ପିଲାମାନଙ୍କୁ ଶିଳ୍ପ ଅନୁଯାୟୀ ନିଜର ପ୍ରସ୍ତୁତ କରିବା ପାଇଁ ବହୁଳ ପରିଶ୍ରମ କରିବାକୁ ପଡିବ ।  ଅର୍ଥନୀତି ଏବଂ ସରକାରଙ୍କ ସ୍ଥାୟିତ୍ଵ ଉପରେ ବର୍ତ୍ତମାନର  ନିଯୁକ୍ତି ବଜାର ନିର୍ଭରଶୀଳ । ଯେକୌଣସି ଦେଶର ଶିଳ୍ପାୟନ ସ୍ଥିତି ଉକ୍ତ ଦେଶର ନିଯୁକ୍ତି ବଜାର ଉପରେ ପ୍ରଭାବ ପକାଇଥାଏ ।  ଏଣୁ ଏଭଳି ସ୍ଥିତିରେ ଭଲ ଚାକିରିଟିଏ ପାଇବାକୁ ହେଲେ ନିଜକୁ ଯୋଗ୍ୟ ସାବ୍ୟସ୍ତ କରିବାକୁ ପଡିବ । ଏଭଳି କୋର୍ସ କରିବାକୁ ପଡିବ, ଯାହାର ଚାହିଦା ସବୁବେଳେ ରହୁଥିବ । ଅର୍ଥନୀତିରେ କୌଣସି ପ୍ରକାର ସଙ୍କଟ ଆସିଲେ ମଧ୍ୟ ଉକ୍ତ କ୍ଷେତ୍ରରେ ଏହାର ପ୍ରଭାବ ଯେପରି ପଡୁ ନ ଥିବ । ବର୍ତ୍ତମାନ ଉଦାହରଣ ନିଆଯାଇପାରିବ ଆମେରିକା ଏବଂ ୟୁରୋପରେ ବିଗତ ଦିନରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ କିପରି ଭାରତ ଏବଂ ଜାପାନ ସମେତ ସମଗ୍ର ବିଶ୍ଵ ଅର୍ଥନୀତିକୁ ବ୍ୟାପୀ ଯାଇଥିଲା ଏବଂ ଏହା ଦ୍ଵାରା ସମଗ୍ର ବିଶ୍ଵର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଓ ଆଇଟି ଶିଳ୍ପ ପ୍ରଭାବିତ ହୋଇଥିଲା । ଅନ୍ୟାନ୍ୟ ରାଷ୍ଟ୍ର ସମେତ ଭାରତରେ ପ୍ରମୁଖ ଆଇଟି କମ୍ପାନୀଗୁଡିକ ବୃହତ୍ ମାତ୍ରାରେ କର୍ମଚାରୀ ଛଟେଇ କରିବା ସହ କର୍ମଚାରୀମାନଙ୍କ ବେତନ ହ୍ରାସ କରିବା ପାଇଁ ପଛଘୁଞ୍ଚା ଦେଇ ନ ଥିଲେ । ଏହା ଫଳରେ ଛାତ୍ରୀଛାତ୍ରମାନଙ୍କ ଆଗ୍ରହ କମ୍ପ୍ୟୁଟରଭିତ୍ତିକ କୋର୍ସ ଉପରୁ ହଟିଯାଇଥିଲା । ଏହା ସ୍ବାଭାବିକ ଯେଉଁ  କ୍ଷେତ୍ରରେ ଦିନକୁ ଦିନ ନିଯୁକ୍ତ ହ୍ରାସ ଘଟୁଛି ଉକ୍ତ  କ୍ଷେତ୍ର ପ୍ରତି ଛାତ୍ରୀଛାତ୍ରଙ୍କ ଚାହିଦା କମୁଛି ଏବଂ ଯେଉଁ କ୍ଷେତ୍ରରେ ନିଯୁକ୍ତି ବଢୁଛି ଉକ୍ତ କ୍ଷେତ୍ର ପ୍ରତି ପିଲାମାନଙ୍କ ଆଗ୍ରହ ବୃଦ୍ଧି ପାଉଛି । ବର୍ତ୍ତମାନ ସ୍ଥିତିରେ ଇଞ୍ଜିନିୟରିଂ, ମେଡିକାଲ ଏବଂ ଆକାଉଣ୍ଟାନି୍ସ ବ୍ୟତୀତ ମ୍ୟାନେଜ୍ମେଣ୍ଟ କୋର୍ସର ଚାହିଦା ବୃହତ୍ ମାତ୍ରାରେ ବଢିଛି । ୩୦ ବର୍ଷ ପୂର୍ବେ ମ୍ୟାନେଜ୍ମେଣ୍ଟ କୋର୍ସର ଚାହିଦା ସେତେଟା ନ ଥିଲା । ବର୍ତ୍ତମାନ କିନ୍ତୁ ପ୍ରତ୍ୟେକ ଛାତ୍ରୀଛାତ୍ର ମ୍ୟାନେଜ୍ମେଣ୍ଟ ଡିଗ୍ରୀଟିଏ ହାସଲ କରିବା ପାଇଁ ଆଗ୍ରହ ଦେଖାଉଛନ୍ତି ।

କୋର୍ସ ଚୟନ ଗୁରୁତ୍ଵପୂର୍ଣ୍ଣ ବ୍ୟାପାର

ବୋର୍ଡ ପରୀକ୍ଷା ହେଉ କିମ୍ବା ଯୁକ୍ତ ୨। ଏହା ପରେ ଆପଣ କେଉଁ କୋର୍ସ ଚୟନ କରୁଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । କାରଣ ଉକ୍ତ କୋର୍ସ ଉପରେ ହିଁ ଆପଣଙ୍କ  ସମ୍ପୂର୍ଣ୍ଣ କ୍ୟାରିୟର ନିର୍ଭର କରେ । ପୂର୍ବଭଳି ସମୟ ଆଉ  ନାହିଁ, ଯେଉଁ ସମୟରେ ଛାତ୍ରୀଛାତ୍ରଙ୍କ ନିକଟରେ ବିକଳ୍ପ ଖୁବ୍ କମ୍ ରହୁଥିଲା । ଏକାଡେମିକ୍ କୋର୍ସ, ଇଞ୍ଜିନିୟରିଂ ଓ ମେଡିକାଲ ବ୍ୟତୀତ ସେଭଳି କୌଣସି ଆକର୍ଷଣୀୟ କୋର୍ସ ପୂର୍ବେ ନ ଥିଲା । ବର୍ତ୍ତମାନ କିନ୍ତୁ ଶିକ୍ଷା ଟ୍ରେଣ୍ଡରେ ବଡ ଧରଣର ପରିବର୍ତ୍ତନ ଆସିଛି । ପିଲାମାନଙ୍କ ନିକଟରେ ଏକାଧିକ ବିକଳ୍ପ ରହିଛି । ବୈଷୟିକ ଶିକ୍ଷାଠାରୁ ଆରମ୍ଭ କରି ଧନ୍ଦାମୂଳକ ଶିକ୍ଷା ପର୍ଯ୍ୟନ୍ତ ପିଲାମାନଙ୍କ ପାଖରେ ବିକଳ୍ପ ରହିଛି ।

ଯୁକ୍ତ ୨ପରେ କେଉଁ କୋର୍ସରେ ନାମ ଲେଖାଇଲେ ଏକ ସୁରକ୍ଷିତ ଭବିଷ୍ୟତ ହୋଇପାରିବ, ତାହାକୁ ନେଇ ଆଜିର ଛାତ୍ରୀଛାତ୍ରମାନେ ଯେତେ ବ୍ୟସ୍ତ ବିବ୍ରତ ହେଉନାହାନ୍ତି, ତାହାଠାରୁ ଅଧିକ ବିଚଳିତ ମାତାପିତା ଏବଂ ଅଭିଭାବକମାନେ । ବର୍ତ୍ତମାନ ନିଯୁକ୍ତି ବଜାର ଯାହା ରହିଛି, ତାହାକୁ ଦୃଷ୍ଟିରେ ରଖିଲେ ପିଲାମାନଙ୍କୁ ଶିଳ୍ପ ଅନୁଯାୟୀ ନିଜର ପ୍ରସ୍ତୁତ କରିବା ପାଇଁ ବହୁଳ ପରିଶ୍ରମ କରିବାକୁ ପଡିବ ।  ଅର୍ଥନୀତି ଏବଂ ସରକାରଙ୍କ ସ୍ଥାୟିତ୍ଵ ଉପରେ ବର୍ତ୍ତମାନର  ନିଯୁକ୍ତି ବଜାର ନିର୍ଭରଶୀଳ । ଯେକୌଣସି ଦେଶର ଶିଳ୍ପାୟନ ସ୍ଥିତି ଉକ୍ତ ଦେଶର ନିଯୁକ୍ତି ବଜାର ଉପରେ ପ୍ରଭାବ ପକାଇଥାଏ ।  ଏଣୁ ଏଭଳି ସ୍ଥିତିରେ ଭଲ ଚାକିରିଟିଏ ପାଇବାକୁ ହେଲେ ନିଜକୁ ଯୋଗ୍ୟ ସାବ୍ୟସ୍ତ କରିବାକୁ ପଡିବ । ଏଭଳି କୋର୍ସ କରିବାକୁ ପଡିବ, ଯାହାର ଚାହିଦା ସବୁବେଳେ ରହୁଥିବ । ଅର୍ଥନୀତିରେ କୌଣସି ପ୍ରକାର ସଙ୍କଟ ଆସିଲେ ମଧ୍ୟ ଉକ୍ତ କ୍ଷେତ୍ରରେ ଏହାର ପ୍ରଭାବ ଯେପରି ପଡୁନ ଥିବ । ବର୍ତ୍ତମାନ ଉଦାହରଣ ନିଆଯାଇପାରିବ ଆମେରିକା ଏବଂ ୟୁରୋପରେ ବିଗତ ଦିନରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ କିପରି ଭାରତ ଏବଂ ଜାପାନ ସମେତ ସମଗ୍ର ବିଶ୍ଵ ଅର୍ଥନୀତିକୁ ବ୍ୟାପୀ ଯାଇଥିଲା ଏବଂ ଏହା ଦ୍ଵାରା ସମଗ୍ର ବିଶ୍ଵର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଓ ଆଇଟି ଶିଳ୍ପ ପ୍ରଭାବିତ ହୋଇଥିଲା । ଅନ୍ୟାନ୍ୟ ରାଷ୍ଟ୍ର ସମେତ ଭାରତରେ ପ୍ରମୁଖ ଆଇଟି କମ୍ପାନୀଗୁଡିକ ବୃହତ୍ ମାତ୍ରାରେ କର୍ମଚାରୀ ଛଟେଇ କରିବା ସହ କର୍ମଚାରୀମାନଙ୍କ ବେତନ ହ୍ରାସ କରିବା ପାଇଁ ପଛଘୁଞ୍ଚା ଦେଇ ନ ଥିଲେ । ଏହା ଫଳରେ ଛାତ୍ରୀଛାତ୍ରମାନଙ୍କ ଆଗ୍ରହ କମ୍ପ୍ୟୁଟରଭିତ୍ତିକ କୋର୍ସ ଉପରୁ ହଟିଯାଇଥିଲା । ଏହା ସ୍ଵାଭାବିକ ଯେଉଁ  କ୍ଷେତ୍ରରେ ଦିନକୁ ଦିନ ନିଯୁକ୍ତ ହ୍ରାସ ଘଟୁଛି ଉକ୍ତ  କ୍ଷେତ୍ର ପ୍ରତି ଛାତ୍ରୀଛାତ୍ରଙ୍କ ଚାହିଦା କମୁଛି ଏବଂ ଯେଉଁ କ୍ଷେତ୍ରରେ ନିଯୁକ୍ତି ବଢୁଛି ଉକ୍ତ କ୍ଷେତ୍ର ପ୍ରତି ପିଲାମାନଙ୍କ ଆଗ୍ରହ ବୃଦ୍ଧି ପାଉଛି। ବର୍ତ୍ତମାନ ସ୍ଥିତିରେ ଇଞ୍ଜିନିୟରିଂ, ମେଡିକାଲ ଏବଂ ଆକାଉଣ୍ଟାନି୍ସ ବ୍ୟତୀତ ମ୍ୟାନେଜ୍ମେଣ୍ଟ କୋର୍ସର ଚାହିଦା ବୃହତ୍ ମାତ୍ରାରେ ବଢିଛି । ୩୦ ବର୍ଷ ପୂର୍ବେ ମ୍ୟାନେଜ୍ମେଣ୍ଟ କୋର୍ସର ଚାହିଦା ସେତେଟା ନ ଥିଲା । ବର୍ତ୍ତମାନ କିନ୍ତୁ ପ୍ରତ୍ୟେକ ଛାତ୍ରୀଛାତ୍ର ମ୍ୟାନେଜ୍ମେଣ୍ଟ ଡିଗ୍ରୀଟିଏ ହାସଲ କରିବା ପାଇଁ ଆଗ୍ରହ ଦେଖାଉଛନ୍ତି ।

ଖାଲି କୋର୍ସ ନୁହେଁ, କେଉଁ କଲେଜ ଚୟନ କରିବେ ତାହା ମଧ୍ୟ ଗୃରୁତ୍ଵପୂର୍ଣ୍ଣ । ବଡ ବଡ ନାମକରା ସରକାରୀ କଲେଜ୍ ଗୁଡିକ ସାଧାରଣତଃ ୯୦% ମାର୍କ ରଖିଥିବା ଛାତ୍ରୀଛାତ୍ରଙ୍କୁ ଗ୍ରହଣ କରିଥାନ୍ତି । ତେବେ କମ୍ ମାର୍କ ରଖିଥିବା ଛାତ୍ରୀଛାତ୍ରଙ୍କୁ ଏପରି କ୍ଷେତ୍ରରେ ହୁଏତ ଷ୍ଟ୍ରିମ୍କୁ ନେଇ ସାଲିସ୍ କରିବାକୁ ପଡେ କିମ୍ବା ଉଚ୍ଚ ଶିକ୍ଷା ପାଇଁ ସେମାନଙ୍କୁ ଘରୋଇ କଲେଜରେ ନାଁ ଲେଖାଇବାକୁ ପଡେ, ଯାହା ବ୍ୟୟବହୁଳ ବ୍ୟାପାର ହୋଇଥାଏ । ଯଦିଓ ନିଜ ପସନ୍ଦର କଲେଜ ନ ପାଇ ସେମାନେ ଘରୋଇ କଲେଜରେ ନାମ ଲେଖାଇଥାନ୍ତି ତଥାପି ନିଜ ପସନ୍ଦର କୋର୍ସ କରିବାକୁ ସୁବିଧା ସେମାନଙ୍କୁ ମିଳିଥାଏ । କେଉଁ କୋର୍ସରେ ନାମ ଲେଖାଇବେ ଏହା ଅନେକ ଛାତ୍ରଛାତ୍ରୀଙ୍କୁ ବିଚଳିତ କରିଥାଏ । ପିଲାମାନେ କେଉଁଭଳି କଲେଜରେ ନାମ ଲେଖାଇବା ଠିକ୍ ରହିବ ତଥା କେଉଁ କୋର୍ସରେ ନାମ ଲେଖାଇଲେ ସେମାନଙ୍କ ଭବିଷ୍ୟତ ସୁରକ୍ଷିତ ହେବ, ତାହା ଆଜିର ବିଷୟବସ୍ତୁ ।

କଲେଜ ଚୟନ କରିବା ପୂର୍ବରୁ ଧ୍ୟାନ ଦିଅନ୍ତୁ

  • ଯେଉଁ କଲେଜରେ ନାମ ଲେଖାଇବା ପାଇଁ ସ୍ଥିର କରିଛନ୍ତି ଉକ୍ତ କଲେଜର ଛାତ୍ରୀଛାତ୍ରମାନଙ୍କ ପୂର୍ବ ରେକର୍ଡ ଏବଂ ପ୍ଲେସ୍ ମେଣ୍ଟ ବିଷୟରେ ଜାଣିବା ନିତ୍ୟନ୍ତ ଆବଶ୍ୟକ ।
  • ଉକ୍ତ କଲେଜର ଫ୍ୟାକଲ୍ଟିମାନଙ୍କ ଦକ୍ଷତା କିପରି ରହିଛି । ସାଧାରଣତଃ ଭଲ କଲେଜରେ ଭଲ ଫ୍ୟାକଲ୍ଟିମାନେ ରହିଥାନ୍ତି, ଯେଉଁମାନେ ଶିଳ୍ପ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପିଲାମାନଙ୍କୁ ପ୍ରସ୍ତୁତ କରିଥାନ୍ତି ।
  • ଉକ୍ତ କଲେଜର ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ସୁବିଧା ଯେପରି ଲାଇବ୍ରେରି, ହଷ୍ଟେଲ ଏବଂ ଲବ୍ରୋଟୋରି ଅଛି କି ନାହିଁ ତାହା ଜାଣିରଖନ୍ତୁ ।
  • ଉକ୍ତ କଲେଜରେ ଫି’ କିପରି ରହିଛି ତାହା ମଧ୍ୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଅନେକ ଘରୋଇ କଲେଜ ରହିଛି, ଯେଉଁଗୁଡିକ ପାଠପଢାର ମାନ ଉପରେ ଯେତିକି ଗୁରୁତ୍ଵ ଦିଅନ୍ତି ନାହିଁ ତାହାଠାରୁ ଅଧିକ ଅର୍ଥ ଉପାର୍ଜନ ଉପରେ ଗୁରୁତ୍ଵ ଦେଇଥାନ୍ତି । ବ୍ୟବସାୟିକ ଉଦ୍ଦେଶ୍ୟରେ ଏମାନେ କଲେଜ ଚଳାଇଥାନ୍ତି । ଆକର୍ଷଣୀୟ ବିଜ୍ଞାପନ ବିଭିନ୍ନ ଗଣମାଧ୍ୟମରେ ଦେଇ ଏମାନେ ଛାତ୍ରୀଛାତ୍ରମାନଙ୍କୁ ଆକୃଷ୍ଟ କରିଥାନ୍ତି । ଏଭଳି କଲେଜଗୁଡିକୁ ଚିହ୍ନଟ କରନ୍ତୁ ।

କେଉଁ କୋର୍ସ କରିବେ

  • କେଉଁ କ୍ଷେତ୍ରରେ ଆପଣଙ୍କ ରୁଚି ରହୁଛି ତାହା ଜାଣିବା ପରେ ଆପଣ ସହଜରେ ନିଜ ପାଇଁ ଏକ ଭଲ କୋର୍ସ ଚୟନ କରିପାରିବେ ।  କୋର୍ସ ଚୟନ ସମୟରେ ବନ୍ଧୁମାନଙ୍କ ପରାମର୍ଶ ଅପେକ୍ଷା ନିଜର ରୁଚି ଗୁରୁତ୍ଵ ବହନ କରିଥାଏ । ନିଜ ପସନ୍ଦକୁ ପଛରେ ରଖି ସାଙ୍ଗସାଥୀଙ୍କ କଥାରେ ପଡି କ୍ୟାରିୟର ଚୟନ କରନ୍ତୁ ନାହିଁ,  ଏହା ଦ୍ଵାରା ଆପଣ କ୍ୟାରିୟରରେ ସଫଳ ହୋଇପାରିବେ ନାହିଁ । ଉକ୍ତ କ୍ୟାରିୟରଟି ଆପଣଙ୍କ ପାଇଁ ଯୋଗ୍ୟ ନୁହେଁ ବୋଲି ଜାଣିବା ବେଳକୁ ଆପଣଙ୍କର ବହୁ ମୂଲ୍ୟବାନ ସମୟ ନଷ୍ଟ ହୋଇଯାଇଥିବ ।
  • ଆପଣଙ୍କ କ୍ୟାରିୟରର ଲକ୍ଷ୍ୟ କ’ଣ ତାହାକୁ ଚିହ୍ନଟ କରନ୍ତୁ । କେଉଁ ବିଷୟରେ ଆପଣଙ୍କ ରୁଚି ରହୁଛି ତାହା ଜାଣନ୍ତୁ । ଏହା ଜାଣିପାରିଲେ ହିଁ ଆପଣ ତଦନୁଯାୟୀ କୋର୍ସ ଚୟନ କରିପାରିବେ ।
  • ତେବେ ମାତାପିତା ପିଲାମାନଙ୍କ ଉପରେ ନିଜ ଇଚ୍ଛା ଲଦିବା ଉଚିତ ନୁହେଁ । ସେମାନଙ୍କ ଇଚ୍ଛା ମୁତାବକ କୋର୍ସ କରିବା ଲାଗି ପିଲାମାନଙ୍କୁ ବାଧ୍ୟ କରିବା ଆଦୌ ଠିକ୍ ନୁହେଁ । ଏହା ଦ୍ଵାରା ପିଲାର ଭବିଷ୍ୟତ ନିଶ୍ଚିତ ଭାବେ ସଙ୍କଟ ମଧ୍ୟକୁ ଆସିଯିବ । ବିନା ରୁଚିରେ କୌଣସି କୋର୍ସ କରିବା ଦ୍ଵାରା ସେମାନେ ସେଥିରେ ଆଦୌ ସଫଳ ହେବେ ନାହିଁ । ମାତାପିତା ଏବଂ ଅଭିଭାବକ ନିଜ  ପିଲାମାନଙ୍କ ରୁଚିକୁ  ଅଗ୍ରାଧିକାର ଦେବା ଉଚିତ । ସେମାନଙ୍କୁ ବାଧ୍ୟ କରି କୌଣସି କୋର୍ସରେ ପୂରାଇଦେବା ଅର୍ଥ ପିଲାମାନଙ୍କ ଭବିଷ୍ୟତ ଖରାପ କରିବା ।

କୌଣସି ପିଲାର ସଫଳତା ତାଙ୍କର ନିଜସ୍ୱ ରୁଚି ଏବଂ ଦୃଢ ଇଚ୍ଛାଶକ୍ତି ଉପରେ ନିର୍ଭର କରେ । କଲେଜ ଏବଂକୋର୍ସଠାରୁ ମଧ୍ୟ ଏହା ଅଧିକ ଗୁରୁତ୍ଵପୂର୍ଣ୍ଣ ।

କ୍ୟାରିୟର ସୁଯୋଗ

କଳା ବିଭାଗ ଛାତ୍ରୀଛାତ୍ରମାନେ ସ୍ନାତକୋତ୍ତର, ଅଧ୍ୟାପନା କିମ୍ବା ଗବେଷଣା ଲାଗି ଡକ୍ଟରେଟ୍ କରିବା ସହ ସେଲ୍ସ, ମାର୍କେଟିଂ ତଥା  ମାନବ ସମ୍ବଳ କ୍ଷେତ୍ରରେ କ୍ୟାରିୟର କରିପାରିବେ ।

ଜଣେ ବାଣିଜ୍ୟ ଛାତ୍ରୀ କିମ୍ବା ଛାତ୍ର ଆକାଉଣ୍ଟିଂ, ସେକ୍ରେଟାରିଆଲ୍ ଅବା ମ୍ୟାନେଜ୍ମେଣ୍ଟ କୋର୍ସ କରିପାରିବେ । ଏହାସହିତ କଳା ହେଉ କିମ୍ବା ବାଣିଜ୍ୟ ଅବା ବିଜ୍ଞାନ, ସବୁ ଷ୍ଟ୍ରିମ୍ ର ଛାତ୍ରୀଛାତ୍ରମାନେ ପ୍ରଶାସନିକ ସେବା ତଥା ଆଇନ କ୍ଷେତ୍ରରେ କ୍ୟାରିୟର କରିପାରିବେ ।

ଅଧିକାଂଶ ବିଜ୍ଞାନ ଛାତ୍ରୀଛାତ୍ର ଇଞ୍ଜିନିୟରିଂ କିମ୍ବା ମେଡିକାଲ ଷ୍ଟ୍ରିମ୍ ପ୍ରତି ମନ ବଳାଉ ଥିବାବେଳେ କେତେକ ମ୍ୟାନେଜ୍ମେଣ୍ଟ, ରିସର୍ଚ୍ଚ ତଥା ବାୟୋଟେକ୍ନୋଲୋଜି, ମାଇକ୍ରୋ ବାୟୋଲୋଜି, ଫାର୍ମାକୋଲୋଜି, ଡାଏରୀ ଭଳି ଅନ୍ୟାନ୍ୟ ଟେକ୍ନିକାଲ କୋର୍ସ କରିବା ପାଇଁ ପସନ୍ଦ କରିଥାନ୍ତି ।

ପ୍ରତିରକ୍ଷା କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଥିବା ଛାତ୍ରୀଛାତ୍ରଙ୍କ ପାଇଁ ଯୁକ୍ତ୨ ପରେ ସେନାବାହିନୀ, ନୌସେନା ତଥା ବାୟୁସେନାରେ ସୁବର୍ଣ୍ଣ ସୁଯୋଗ ରହିଛି । ଏଥିପାଇଁ ଉପଯୁକ୍ତ ଚୟନ ପ୍ରକ୍ରିୟା ହୋଇଥାଏ । ମର୍ଚ୍ଚାଣ୍ଟ ନାଭି ମଧ୍ୟ ଏକ ଉନ୍ନତ କ୍ୟାରିୟର ବିକଳ୍ପ ହୋଇପାରିବ ।

ଯୁକ୍ତ ୨ ପରେ ହୋଟେଲ ଏବଂ ହସ୍ପିଟାଲ ମ୍ୟାନେଜ୍ମେଣ୍ଟ, ଟ୍ରାଭେଲ ଏବଂ ଟୁରିଜିମ୍, ହେଲଥ ଏବଂ ୱେଲ୍ନେସ, ମିଡିଆ, ଫିଲ୍ମ ଏବଂ ଥିଏଟର, ନର୍ସିଂ ଏବଂ ପାରାମେଡିକ୍ସ କିମ୍ବା ଫିଜିଓଥେରାପି, ମେଡିକାଲ ଲାବରେଟୋରୀ ଟେକ୍ନିସିଆନ, ଏୟାର୍ ହୋଷ୍ଟେସ୍ ଏବଂ ଷ୍ଟେୱାର୍ଡଶିପ୍, ଆର୍କିଟେକଚର ଏବଂ ଇଣ୍ଟେରିୟର ଡିଜାଇନିଂ ଆଦି କ୍ଷେତ୍ରରେ କ୍ୟାରିୟର ସୁଯୋଗ ରହିଛି ।

ଆର୍ଥିକ ସ୍ଥିତି ଭଲ ନ ଥିବା ଛାତ୍ରୀଛାତ୍ରମାନେ ଯେଉଁମାନଙ୍କ ରୁଚି ଟେକ୍ନିକାଲ ଜବ୍ ରେ ରହୁଛି ସେମାନେ ଆଇଟିଆଇଭିତ୍ତିକ କୋର୍ସ କରିପାରିବେ । କମ୍ପ୍ୟୁଟରରେ ରୁଚି ଥିବା ଛାତ୍ରୀଛାତ୍ରମାନେ ହାର୍ଡୱେର କିମ୍ବା ନେଟ୍ୱର୍କିଂ, ଡିଟିପି କିମ୍ବା ମଲ୍ଟିମିଡ଼ିଆ, ଆନିମେଶନ, ଗ୍ରାଫିକ୍ ଡିଜାଇନିଂ ଆଦି କୋର୍ସ କରିପାରିବେ । ବିଭିନ୍ନ କ୍ଷେତ୍ରରେ ବହୁବିଧ କାର୍ଯ୍ୟ ରହିଛି । ଏହି କାର୍ଯ୍ୟ ନିମନ୍ତେ ବୃହତ୍ ସଂଖ୍ୟାରେ ମାନବ ସମ୍ବଳର ଆବଶ୍ୟକତା ରହିଛି । ନିଜ ରୁଚି ଅନୁସାରେ କୋର୍ସ ଚୟନ କରି ଉକ୍ତ କ୍ଷେତ୍ରରେ ଦକ୍ଷତା ଅର୍ଜନ କରି ଆପଣମାନେ ଏକ ସୁରକ୍ଷିତ ଏବଂ ଉଚ୍ଚ ବେତନଯୁକ୍ତ ଚାକିରିର କାମନା କରିପାରିବେ ।

ଆଧାର- ଦୈନିକ ଧରିତ୍ରୀ

Last Modified : 2/19/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate