ନିଜର ଆଚାର ବ୍ୟବହାର ଉପରେ ନିଜ କାର୍ଯ୍ୟଦକ୍ଷତା ଅନେକାଂଶରେ ନିର୍ଭର କରିଥାଏ । ହୁଏତ କେତେକେ କହିପାରନ୍ତି ଯେ କାର୍ଯ୍ୟଦକ୍ଷତା ନିଜ ସାମର୍ଥ୍ୟ ଏବଂ ଦକ୍ଷତା ଉପରେ ନିର୍ଭରକରେ । କିନ୍ତୁ ନିଜ ବ୍ୟବହାର କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ପ୍ରକାଶ କରିଛନ୍ତି ଇଂଲଣ୍ଡର ମନୋବିଜ୍ଞାନୀମାନେ ।
କାର୍ଯ୍ୟ କରିବା ସମୟରେ କାହାର ବ୍ୟବହାର କିପରି ରହୁଛି ଏବଂ ତା’ର କି ପ୍ରକାର ପ୍ରଭାବ ସେମାନଙ୍କ ଉପରେ ପଡୁଛି ତାହା ଅନୁଧ୍ୟାନ କରାଯାଇଥିଲା । କାମ କରିବା ସମୟରେ କେତେଙ୍କର ସ୍ଵଭାବ ଚିଡିଚିଡା ହୋଇଥାଏ । ଏହାଦ୍ୱାରା ସେମାନଙ୍କ ମାନସିକ ସ୍ଥିତି ସ୍ଥିର ରହି ନଥାଏ । ତେଣୁ ଏଭଳି ପରିସ୍ଥିତିରେ କାମକୁ ଠିକ୍ ଭାବରେ କରିବା ସମ୍ଭବ ହୋଇ ନଥାଏ । କାମ କରିବା ସମୟରେ ଟେନସନ କିମ୍ବା କିଛି କାରଣରୁ କେତେଜଣଙ୍କର ମାନସିକତାରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥାଏ ।
ଏହାଦ୍ଵାରା ସେମାନଙ୍କର ବ୍ୟବହାର ମଧ୍ୟ ପ୍ରଭାବିତ ହୋଇଥାଏ । ଫଳରେ ସେମାନେ ଠିକ୍ ଭାବରେ କାମଟିକୁ କରିପାରି ନଥାନ୍ତି । ତେଣୁ କାମ କରିବା ସମୟରେ ନିଜ ବ୍ୟବହାର ସମ୍ପର୍କରେ ସଚେତନ ରହିବା ଦରକାର ବୋଲି ପ୍ରକାଶିତ ରିପୋର୍ଟରେ ପରାମର୍ଶ ଦିଆଯାଇଛି ।
ଆଧାର – ଦୈନିକ ଧରିତ୍ରୀ
Last Modified : 1/26/2020