অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କାର୍ଯ୍ୟରେ ପ୍ରଥମ ଦିନ

ଉପକ୍ରମ

ପ୍ରଥମ କରି କୌଣସି କମ୍ପାନୀରେ ଯୋଗ ଦେଉଛନ୍ତି । ନୂଆ  ପରିବେଶ ଏବଂ କାର୍ଯ୍ୟ ଜୀବନର ଆରମ୍ଭ ହେତୁ ଏହି ସମୟରେ ମନରେ ଟିକେ ନର୍ଭସପଣ ରହିଥାଏ । କମ୍ପାନୀରେ ଆପଣଙ୍କ ଭବିଷ୍ୟତର ଅଭିବୃଦ୍ଧି ଯାତ୍ରା ଏହିଠାରୁ ହିଁ ଆରମ୍ଭ ହୋଇଥାଏ । ପ୍ରତିଦିନ ବିଭିନ୍ନ ପ୍ରକାର ଟାସ୍କ । କିପରି ଠିକ୍ ଭାବେ କାର୍ଯ୍ୟ ସମ୍ପାଦନ କରି ବସ୍ ଙ୍କୁ ସନ୍ତୁଷ୍ଟ କରିବେ ତାହାକୁ ଚିନ୍ତା କରି ମନ ସାମାନ୍ୟ ଭାରାକ୍ରାନ୍ତ ହୋଇଥାଏ । ଅଫିସ୍ ରେ ପ୍ରଥମ ଦିନକୁ ଆପଣଙ୍କ ସାପକ୍ଷରେ କରିବା ଲାଗି ନିମ୍ନରେ ଦିଆଯାଇଥିବା ଟିପ୍ସଟି କାର୍ଯ୍ୟରେ ଆସିବ ।

ଆପଣଙ୍କ ଭିତରେ ପେସାଦାର ମନୋଭାବ ରହିଛି ତାହା ବସ୍ ତଥା ସହକର୍ମୀମାନଙ୍କୁ ଦେଖାଯିବା ଦରକାର । ଏଥିପ୍ରତି ଯଥେଷ୍ଟ ଧ୍ୟାନ ଦିଅନ୍ତୁ । ଉକ୍ତ କମ୍ପାନୀରେ ଯୋଗ ଦେବା ପାଇଁ ଆପଣଙ୍କ ମନରେ ଉତ୍କଣ୍ଠା ରହିଥିବା ଏଥିରୁ ଜଣାଯାଇଥାଏ । ଉକ୍ତ ଅଫିସ୍ ରେ କର୍ମଚାରୀମାନେ କିପରି କାର୍ଯ୍ୟ କରୁଛନ୍ତି ତଥା ସେମାନଙ୍କ ହାବଭାବ କିପରି ତାହାକୁ ଅନୁଧ୍ୟାନ କରନ୍ତୁ ଏବଂ ଉକ୍ତ ଅନୁସାରେ ନିଜକୁ ପ୍ରସ୍ତୁତ କରିବାକୁ ଚେଷ୍ଟା କରନ୍ତୁ ।

ଆପଣଙ୍କ କମ୍ପାନୀର କୌଣସି ସ୍ଵତନ୍ତ୍ର ଡ୍ରେସ୍ କୋଡ଼୍ ଯଦି ଥାଏ ତାହାକୁ ଅନୁକରଣ କରନ୍ତୁ ।

ଆତ୍ମବିବରଣୀର ଦିନ

ପ୍ରଥମ ଦିନ ହେଉଛି ଆତ୍ମବିବରଣୀର ଦିନ । ଅନ୍ୟ ସହକର୍ମୀମାନଙ୍କ ମନ କିଣିବା ପାଇଁ ଏହା ଏକ ସୁଯୋଗ । ପ୍ରଥମ ଧାରାଣା ହିଁ ଚୁଡାନ୍ତ ଧାରଣା ବୋଲି କୁହାଯାଇଥାଏ । ତେଣୁ ସହକର୍ମୀମାନଙ୍କ ସହ ବାର୍ତ୍ତାଳାପ ସମୟରେ ସେମାନଙ୍କ ମନରେ ଆପଣଙ୍କ ପ୍ରତି ଏକ ଭଲ ଧାରଣା ସୃଷ୍ଟି କରନ୍ତୁ ।

ଆତ୍ମବିଶ୍ଵାସ

ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଜିନିଷ ହେଉଛି ଆତ୍ମବିଶ୍ଵାସ । ନିର୍ଭସପଣ ରହିବ ନିଶ୍ଚିତ । କିନ୍ତୁ ଏହାକୁ ଆପଣଙ୍କ ଉପରେ ହାବି ହେବାକୁ ଦିଅନ୍ତୁ ନାହିଁ । ଆତ୍ମବିଶ୍ଵାସ ରଖି କାର୍ଯ୍ୟ କରନ୍ତୁ ।

ନିଜ ବସ୍ ଙ୍କୁ ଭେଟି କମ୍ପାନୀର ଲକ୍ଷ୍ୟ, ଏହାର ବିଜ୍ ନେସ ପାର୍ଟନର, ଏହାର ଉତ୍ପାଦ ଏବଂ ସେବା ଓ ପ୍ରତିଦ୍ଵନ୍ଦୀମାନଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଟା କରନ୍ତୁ ।

କମ୍ପାନୀରେ ଆପଣଙ୍କ କାର୍ଯ୍ୟ କ’ଣ ରହିବ ତାହା ମ୍ୟାନେଜରଙ୍କୁ ପଚାରି ବୁଝନ୍ତୁ ।

ପ୍ରଥମ ଦିନରେ ଆପଣଙ୍କୁ ସହଯୋଗ କରିଥିବା ସହକର୍ମୀମାନଙ୍କୁ ଧନ୍ୟବାଦ ଜଣାନ୍ତୁ ।

ଆଧାର – ଦୈନିକ ଧରିତ୍ରୀ

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate