অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କାର୍ଯ୍ୟସ୍ଥଳୀରେ ଉତ୍ତମ ମ୍ୟାନେଜର ହେବେ କିପରି

କାର୍ଯ୍ୟସ୍ଥଳୀରେ ଉତ୍ତମ ମ୍ୟାନେଜର ହେବେ କିପରି

ଉତ୍ତମ ଦକ୍ଷତା ବୃଦ୍ଧି

କୌଣସି ଏକ କମ୍ପାନୀ ଲାଗି ଭଲ କାର୍ଯ୍ୟକରୁଥିବା ଟିମ୍, କାର୍ଯ୍ୟସ୍ଥଳୀର ଆବଶ୍ୟକତା ରହିଛି। କାର୍ଯ୍ୟସ୍ଥଳୀକୁ ଉନ୍ନତ କରିପାରିଲେ ସେଠାରେ କାର୍ଯ୍ୟରତ କର୍ମଚାରୀମାନେ ସେମାନଙ୍କ ସର୍ବୋଚ୍ଚ ଆଉଟପୁଟ ପ୍ରଦାନ କରିବାକୁ ସକ୍ଷମ ହୋଇଥାନ୍ତି । ସେହିଭଳି ଭଲ କାର୍ଯ୍ୟସ୍ଥଳୀରେ କାର୍ଯ୍ୟ କରିବାକୁ ମଜା ବି କିଛି ଅଲଗା ରହିଥାଏ । ଭଲ ପରଫର୍ମାନ୍ସ କରିବା ସାଧାରଣ କଥା ନୁହେଁ । ଅନେକ ଥାନ୍ତି ଯେଉଁମାନେ ନିଜେ ଭଲ। ପରଫର୍ମାନ୍ସ କରିବାକୁ ସକ୍ଷମ ହୋଇ ନ ଥାନ୍ତି । ଅପରପକ୍ଷରେ ଅନୁଷ୍ଠାନକୁ ମଧ୍ୟ ସଫଳତା ଧାରାରେ ଆଗେଇ ନେବାକୁ ସକ୍ଷମ ହୋଇ ନ ଥାନ୍ତି । ଏହା ଯୋଗୁ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟକୁ ପୂରଣ କରିବା କଷ୍ଟକର ବ୍ୟାପାର ହୋଇପଡେ । ଛୋଟ ହେଉ କିମ୍ବା ବଡ, ରାଷ୍ଟ୍ରୟତ୍ତ କିମ୍ବା ଘରୋଇ, ମାନୁପୀକଚରିଂ ହେଉ କିମ୍ବା ସର୍ଭିସ, ସ୍କୁଲ କିମ୍ବା କଲେଜ୍ ଏହା ପ୍ରତି କ୍ଷେତ୍ରରେ ଦେଖା ଯାଇଥାଏ ।

ସ୍ଵତନ୍ତ୍ର  ଗୁଣ

କେତେକ ଲୋକ ସ୍ଵତନ୍ତ୍ର  ଗୁଣର ଅଧିକାରୀ ହେବା ସହ ଅନୁଷ୍ଠାନର ଭିନ୍ନତା କରି ଦେଖାଇ ଥାନ୍ତି । ଆମେ ଅନୁଷ୍ଠାନଗୁଡିକରେ ଅନେକ ଦୃଷ୍ଟାନ୍ତ ଦେଖିଥାଉ । ଯେଉଁମାନେ ଅନୁଷ୍ଠାନକୁ ଏକ ଭିନ୍ନ ମାର୍ଗରେ ପରିଚାଳିତ କରାଇବାରେ ଅଗ୍ରଦୂତ ଥାନ୍ତି । ଅନୁଷ୍ଠାନକୁ ସେମାନେ ସଫଳତା ଧାରାରେ ନେବାରେ ସକ୍ଷମ ହୋଇଥାନ୍ତି । ଏକ ସାଧାରଣ ଅନୁଷ୍ଠାନକୁ ଶିଖରରେ ପହଞ୍ଚାଇବାକୁ ନେବାକୁ କାର୍ଯ୍ୟ କରନ୍ତି। ଉକ୍ତ ବ୍ୟକ୍ତିଙ୍କର କୌଶଳ ତଥା ଦକ୍ଷତା ଯୋଗୁ ସଫଳତା ମିଳିଥାଏ । ଏକ ଭିନ୍ନ ପରିଚାଳନା କୌଶଳ ଯୋଗୁ କ୍ଷତିରେ ଚାଲୁଥିବା ସଂସ୍ଥା ମଧ୍ୟ ପରିବର୍ତ୍ତନ ଧାରାରେ ଅଗ୍ରସର ହୋଇଥାଏ ।

ଅନୁଷ୍ଠାନରେ ଏପରି ମଧ୍ୟ ଲୋକ ଥାନ୍ତି ଯେଉଁମାନେ ନକାରାମୁକ ଚିନ୍ତାଧାରା ରଖିଥାନ୍ତି । ସେମାନେ ସବୁବେଳେ ମ୍ୟାନେଜର ଓ ମ୍ୟାନେଜମେଣ୍ଟ ଭୁଲ ବୋଲି କହି ବୁଲୁଥାନ୍ତି । ଅନୁଷ୍ଠାନ ଲାଗି ଏପରି ବ୍ୟକ୍ତି କ୍ଷତିକାରକ ହୋଇଥିବା ବେଳେ ଜଣେ ଭଲ ଟିମ୍ ପ୍ଲେୟର ଏସବୁକୁ ଅଣଦେଖା କରିବା ସହ ଅନୁଷ୍ଠାନକୁ ଆଗକୁ ନେବାକୁ ପ୍ରୟାସ କରନ୍ତି। ଏପରି ମଧ୍ୟ ମ୍ୟାନେଜର ଥାନ୍ତି ଯେଉଁମାନେ ଏପରିସ୍ଥିତି ସତ୍ତ୍ୱେ, ମଧ୍ୟ ଆଗକୁ ବଢିବାକୁ ଉଦ୍ୟମ ଜାରି ରଖିଥାନ୍ତି ।

ଭଲ ମ୍ୟାନେଜରଙ୍କର ବିଶେଷ ଗୁଣ

ଅନୁଷ୍ଠାନ ଲାଗି ଜଣେ ଭଲ ମ୍ୟାନେଜରଙ୍କର ଆବଶ୍ୟକତା ରହିଥିବା ବେଳେ ତାଙ୍କ ମଧ୍ୟରେ କେତେକ ବିଶେଷ ଗୁଣ ରହିଥାଏ । ଜଣେ ସାଧାରଣ ମ୍ୟାନେଜର ଓ ଭଲ ମ୍ୟାନେଜରଙ୍କ ମଧ୍ୟରେ ଥିବା କିଛି ପାର୍ଥକ୍ୟ ।

  • ଜଣେ ଠିକ୍ ମ୍ୟାନେଜର ତାଙ୍କ ଟିମର ସମସ୍ତ ମେମ୍ବରଙ୍କୁ ଭଲ ଭାବେ ଜାଣିଥାନ୍ତି । ସେହି ଆଧାରରେ ସେ ଦାୟିତ୍ଵ ପ୍ରଦାନ କରିଥାନ୍ତି । ଏହା କରିବା ଦ୍ଵାରା ପରଫର୍ମାନ୍ସରେ ଉନ୍ନତି ଆସିଥାଏ । ସମୟ ଓ ଶକ୍ତି ଅପଚୟକୁ ରୋକାଯାଇ ପାରେ | ଏକ ଧାରାରେ କହିବାକୁ ଗଲେ କମ୍ପାନୀର ଉତ୍ପାଦକତା ବୃଦ୍ଧି କରିବାରେ ଏହା ବିଶେଷ ଭାବେ ସହାୟକ ହୋଇଥାଏ । ଟିମରେ କାହାର ଶକ୍ତି ତଥା କେତେ କାହାର ଦୁର୍ବଳତା କଣ, କେତେକ ଅତି ବରିଷ୍ଠ ଏହି ଭଳି ଅନେକ ପ୍ରସଙ୍ଗକୁ ନେଇ ମ୍ୟାନେଜର ଆଡଜଷ୍ଟ କରନ୍ତି । ବରିଷ୍ଟ କର୍ମଚାରୀଙ୍କୁ ଜୁନିୟରଙ୍କ ଦ୍ଵାରା ଯେଉଁଭଳି ଭାବେ କୌଣସି ଖରାପ ଲାଗିଲା ଭଳି କାର୍ଯ୍ୟ ନ ହୁଏ ତାକୁ ଧ୍ୟାନରେ ରଖିବା ଉଚିତ୍। ଏହା ହେଲେ ଅଫିସର ବାତାବରଣ ଖରାପ ହୋଇଥାଏ । ଏହି ଭଳି ପ୍ରସଙ୍ଗକୁ ନଜରରେ ରଖ କାର୍ଯ୍ୟ କରିଲେ ଟିମ୍ ସ୍ପିରିଟ୍ ବଢିବାରେ ସହାୟକ ଜୋହାଇଥାଏ ।
  • ଠିକ୍ ସଦସ୍ୟଙ୍କୁ ଦାୟିତ୍ଵ ହସ୍ତାନ୍ତର ଏକ ପ୍ରମୁଖ କାର୍ଯ୍ୟ । କର୍ମଚାରୀଙ୍କୁ ବିଶ୍ଵାସକୁ ନେବା ସହ କେଉଁ ବ୍ୟକ୍ତି ନିର୍ଦ୍ଦିଷ୍ଟ ଦାୟିତ୍ଵ ନେବାକୁ ଯୋଗ୍ୟ ତାଙ୍କୁ ହିଁ ସେହି ଦାୟିତ୍ଵ ଦିଆଯିବାର ଆବଶ୍ୟକତା ରହିଛି । ଏହା ହେଲେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟ କାର୍ଯ୍ୟ ସରିବାର ସମ୍ଭାବନା ବଢି ଯାଇଥାଏ । ସମସ୍ତ କର୍ମଚାରୀଙ୍କ କାର୍ଯ୍ୟ ପ୍ରଣାଳୀକୁ ଅନୁଧ୍ୟାନ କରିବା ଦ୍ଵାରା କିଏ କେଉଁ ଭଳି କାର୍ଯ୍ୟ କରି ପାରିବେ ତାହା ମ୍ୟାନେଜର ଜାଣି ପାରିବେ । ଏହା ହେଲେ କୌଣସି କାର୍ଯ୍ୟ ଅନ୍ୟ ଜଣଙ୍କୁ ଦିଆଗଲେ ଅନ୍ୟ କେହି ଏହାକୁ ନେଇ ବିଶେଷ ଭାବେ ପ୍ରତିକ୍ରିୟାଶୀଳ ହେବେ ନାହିଁ । ପ୍ରତି କର୍ମଚାରୀଙ୍କ କାର୍ଯ୍ୟ କରିବାର ଶୈଳୀ, କାର୍ଯ୍ୟକୁ ନେଇ ସେ କେତେ ଯତ୍ନଶୀଳ ତାହା ଜଣାପଡ଼େ |
  • ଜଣେ ସଫଳ ମ୍ୟାନେଜର ସର୍ବଦା ଆଗୁଆ ହୋଇ କାର୍ଯ୍ୟ କରନ୍ତି । ସେ ତାଙ୍କର କୌଶଳ ଆଧାରରେ ଟିମ୍ ସଦସ୍ୟଙ୍କୁ ସହାୟତା କରନ୍ତି । ଏହି ଭଳି ସମୟରେ ଜଣେ ମ୍ୟାନେଜର ତାଙ୍କୁ ପ୍ରଦାନ କରାଯାଇଥିବା ଦାୟିତ୍ଵ ଆଧାରରେ ତାଙ୍କ ଟିମ୍ ସଦସ୍ୟଙ୍କୁ ଏକ କରି ଆଗକୁ ବଢିବା ସହ ସଦସ୍ୟଙ୍କୁ ମଧ୍ୟ ନିୟନ୍ତ୍ରଣରେ ଆଣି କାର୍ଯ୍ୟ କରନ୍ତି । ଏହା ଦ୍ଵାରା ତାଙ୍କୁ ସମ୍ମାନ ମଧ୍ୟ ମିଳିଥାଏ ।
  • ଜଣେ ଠିକ୍ ମ୍ୟାନେଜର ସମୟର ମୂଲ୍ୟକୁ ବୁଝିଥାନ୍ତି । ଅନ୍ୟ ମାନଙ୍କୁ ବିଚାରକୁ ନେଲେ ଜଣା ଯିବ ଯେ ଜଣେ ସଫଳ ମ୍ୟାନେଜର ସର୍ବଦା ଭିନ୍ନ ହୋଇଥାନ୍ତି । ଠିକ୍ ଯୋଜନା କରିବା ହେଉ କିମ୍ବା ଏହାର ପରିଚାଳନା ହେଉ ସବୁଥିରେ ସେ ସ୍ଵତନ୍ତ୍ର  ହୋଇଥାନ୍ତି । କର୍ମଚାରୀଙ୍କ କର୍ମଠତା ତଥା ପରଫର୍ମାନ୍ସ ଆଧାରରେ ଏହା ହେଲେ ଭଲ । ଅନେକ କ୍ଷେତ୍ରରେ ଏପରି ମଧ୍ୟ ହୋଇଥାଏ ଯେଉଁ ଠାରେ ଯୋଜନା ତଥା ଲକ୍ଷ୍ୟ ବିଷୟରେ ସଚେତନ ଥାଇ ମଧ୍ୟ ଠିକ୍ ଭାବରେ ମ୍ୟାନେଜରମାନେ କାର୍ଯ୍ୟ କରିବାକୁ ସକ୍ଷମ ହୋଇ ନ ଥାନ୍ତି ।
  • ଏପରି ହୋଇଥାଏ ଯେତେବେଳେ କୌଣସି କାର୍ଯ୍ୟ ସଫଳତା ଲାଗି ମ୍ୟାନେଜର ବାହାବା ନିଜ ମୁଣ୍ଡକୁ ନେଇଥାନ୍ତି । ସଫଳତାର ସବୁ ଶ୍ରେୟ ନିଜକୁ ଦେଇଥାନ୍ତି । ମାତ୍ର କୌଣସି କ୍ଷେତ୍ରରେ କୌଣସି ବିଫଳତା ଦେଖା ଦେଲେ ଏହାକୁ ଅନ୍ୟ ମୁଣ୍ଡରେ ଲଦି ଦିଅନ୍ତି। ଏପରି ହେଲେ କର୍ମଚାରୀଙ୍କ ବିଶ୍ଵାସ ମ୍ୟାନେଜର ହରାଇଥାନ୍ତି । ଏହା ସହ ପରଫର୍ମାନ୍ସ ତଥା ଉତ୍ପାଦକତା। ମଧ୍ୟ ହ୍ରାସ ହେବାକୁ ଲାଗେ । ସଫଳତା ହେଉକି ବିଫଳତା ଗୋଟିଏ ଚିମରେ କାର୍ଯ୍ୟ କରୁଥିଲେ ସବୁକୁ ସମାନ ଭାବେ ବିଚାର କରି ସମୀକ୍ଷା କରିବା ଉଚିତ୍। ଭୁଲରୁ ଶିକ୍ଷା କରି କଣ ନୂଆ କରି ପାରିବେ ସେ ସମ୍ପର୍କରେ ଯୋଜନା କରିବା ସହ ଆଗକୁ ବଢିବା ଆବଶ୍ୟକ । ଏହା ହେଲେ ସଫଳତା ଧାରାକୁ ଫେରି ପାଇବା ସମ୍ଭବ ହେବା
  • ଜଣେ ଭଲ ମ୍ୟାନେଜର ଅନୁଷ୍ଠାନକୁ ଠିକ୍ ଢଙ୍ଗରେ ଆଗକୁ ବଢାଇଥାନ୍ତି । ସର୍ବଦା ଏକ ସକାରାତ୍ମକ ମନୋଭାବ ନେଇ ସେ ଆଗକୁ ବଢନ୍ତି । କୌଣସି ସୁଯୋଗକୁ ହାତଛଡା କରନ୍ତି ନାହିଁ । ଟିମ୍ ସଦସ୍ୟଙ୍କୁ ତାଙ୍କର ସହଯୋଗ ପାଇଁ ଧନ୍ୟବାଦ ମଧ୍ୟ ଦେଇଥାନ୍ତି । ଏହା ଦ୍ଵାରା ଟିମ୍ ସଦସ୍ୟ ମାନେ ଉତ୍ସାହିତ ହେବା ସହ ଭଲ କରିବା ଲାଗି ସର୍ବଦା ଚେଷ୍ଟା କରିଥାନ୍ତି । ସେମାନଙ୍କ ମଧ୍ୟରେ କୌଣସି ନକାରାତ୍ମକ ମନୋଭାବ ଆସି ନ ଥାଏ । ଗୋଟିଏ ସୁସ୍ଥ କାର୍ଯ୍ୟସ୍ଥଳୀ କମ୍ପାନୀ ଲାଗି ବିଶେଷ ଭାବେ ସହାୟକ ହୋଇଥାଏ । କୌଣସି ସଫଳତା ତଥା ବିଫଳତା ଲାଗି ସମସ୍ତଙ୍କର ବୋଲି ବିଚାର କରି ସବୁଠାରୁ ଆଗୁଆ ହୋଇ ମ୍ୟାନେଜରଙ୍କୁ ଛିଡା ହେବା ଆବଶ୍ୟକ । ଏହା ଦ୍ଵାରା ଟିମ୍ ସଦସ୍ୟମାନେ ନିରାପଦ ମଣନ୍ତି । ଅପରପକ୍ଷରେ ସେମାନଙ୍କ ପରଫର୍ମାନ୍ସ ବୃଦ୍ଧି କରିବା ସହ ଉତ୍ତମ ଚେସ୍ଥା ବଜାୟ ରଖନ୍ତି ।
  • ଜଣେ ଭଲ ଟିମ୍ ମ୍ୟାନେଜର ଜଣେ ଭଲ ମାର୍ଗଦର୍ଶକ ହୋଇଥାନ୍ତି । ଆଗାମୀ ଯୋଜନା କଣ ରହିବ । ଦୂରଦୃଷ୍ଟି ସମ୍ପନ୍ନ ହେବା ସହ ଆଗାମୀ ଦିନରେ କଣ ଅସୁବିଧା ହୋଇ ପାରେ ତାହାକୁ ଧ୍ୟାନରେ ରଖ୍ ବିଭିନ୍ନ ଯୋଜନା ହାତକୁ ନିଅନ୍ତି । କୌଣସି ବିସ୍ଥିତିରେ ଅନୁଷ୍ଠାନକୁ ଖରାପ ପରିସ୍ଥିତି କ୍ଷତି ପହଞ୍ଚାଇ ନ ପାରିବ ତାକୁ ଧାନ ଦିଅନ୍ତି । ଏହାକୁ ସ୍ନାର୍ଟ ମ୍ୟାନେଜମେଣ୍ଟ ସ୍କିଲ ମଧ୍ୟ କୁହାଯାଇଥାଏ ।
  • ସମସ୍ତଙ୍କ ଦ୍ଵାରା ଆଦୃତ ତଥା ଗ୍ରହଣଯୋଗ୍ୟ ହେଉଥିବା ମ୍ୟାନେଜରଙ୍କର ଏକ ଭଲ ଗୁଣା ଏମିତି କିଛି ମ୍ୟାନେଜର ଥାନ୍ତି ଯେକି ସବୁ କର୍ମଚାରୀଙ୍କ ଠାରୁ ଭଲ ପାଇ ପାଇବା ତଥା ସମ୍ମାନ ଲାଭ କରିଥାନ୍ତି। କୌଣସି କର୍ମଚାରୀଙ୍କ ସହ ତାଙ୍କର କୌଣସି ଯୋଗାଯୋଗ ଅସୁବିଧା ନ ଥାଏ । ଯୋଗାଯୋଗ କ୍ଷେତ୍ରରେ ସ୍ୱଚ୍ଛତା ଓ ସିଧା ସାଧା ଯୋଗାଯୋଗ ଦ୍ଵାରା ଏକ ଭଲ ଟିମ୍ ସିରିଟ୍ ସୃଷ୍ଟି ହୋଇଥାଏ । ଏହା ସହ କୌଣସି ନକାରାତ୍ମକ କଥା ଏହା ମଧ୍ୟକୁ ପ୍ରବେଶ କରି ପାରି ନ ଥାଏ । ଏହାକୁ ଅନେକ ସମୟରେ ମ୍ୟାନେଜର ମାନେ ବୁଝିପାରନ୍ତି ନାହିଁ ଫଳରେ କେତେକ ସମସ୍ୟା ମାନ ଉପୁଜିଥାଏ ।
  • ଜଣେ ଭଲ ମ୍ୟାନେଜର ଅହଂଭାବ ଠାରୁ ଦୂରରେ ରହିବା ଉଚିତ । ମ୍ୟାନେଜର ଏବଂ ଟିମ୍ ସଦସ୍ୟଙ୍କ ମଧରେ ବିଶେଷ ଦୂରତ୍ଵ ନ ରହିଲେ ଭଲ । ଏହା ହେଲେ ଟିମର ପରଫର୍ମାନ୍ ଉପରେ ଏହା ପ୍ରଭାବ ପକାଇଥାଏ । କର୍ମଚାରୀଙ୍କୁ ସମ୍ମାନ କରିବା, ଏକ୍ୟାଭାବ ବଜାୟ ରଖ୍ବା ଦ୍ଵାରା ଟିମ୍ବର ପରଫର୍ମାନ୍ ବୃଦ୍ଧି ହୁଏ । ଏଣୁ ପ୍ରତି ସଦସ୍ୟଙ୍କର ଗୁରୁତ୍ଵକୁ ବୁଝିବା ଆବଶ୍ୟକ । ଯଦି ଜଣେ ପ୍ରକୃତ ପ୍ରଶଂସାର ହକ୍ଦାର ତାହା ତାଙ୍କୁ ପ୍ରଦାନ କରିଲେ ଭଲ । ସେ ଉତ୍ପାହିତ ହେବା ସହ ଅଧୁକ କାର୍ଯ୍ୟ କରିବାକୁ ଅଗ୍ରସର ହେବେ। ଏସବୁକୁ ଧାନରେ ରଖିବା  ଆବଶ୍ୟକ ।
  • ସଫଳତାକୁ ପାଳନ କରିବା ଆବଶ୍ୟକ । କୌଣସି କାର୍ଯ୍ୟରେ ସଫଳ ହେଲେ ଏହାକୁ ନେଇ ସେଲିବ୍ରେଟ କରି ପାରିବେ । ବିଳମ୍ବ ନ କରି ସେଲିବ୍ରେଟ କରିବା ଆବଶ୍ୟକ । ଯେଉଁମାନେ ସଫଳତା ଲାଗି କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଧନ୍ୟବାଦ ଦେବା ଆବଶ୍ୟକ| ଟିମ୍ ଯଦି ଏଥୁ ଲାଗି କାର୍ଯ୍ୟ କରିଛି ତେତେ ତୁରନ୍ତ ଏହାର ଶ୍ରେୟ ଟିମକୁ ଦେବା ଉଚିତ୍ । ଏପରି ହେଲେ ଉତ୍ସାହ ବୃଦ୍ଧି ଘଟିବ । ଛୋଟ ଉପହାର ଦେଇ ସେମାନଙ୍କୁ ଉତ୍ସାହିତ କରାଯାଇ ପାରିବା ଉପହାର ବ୍ୟତୀତ ପ୍ରଶଂସାପତ୍ର ଏବଂ ଅର୍ଥରାଶି ମଧ୍ୟ ପ୍ରଦାନ କରାଯାଇ ପାରେ । ଯଦି ଏହାକୁ ନେଇ କୌଣସି ଉତ୍ସବର ଆୟୋଜନ ହୋଇଥାଏ ତେବେ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କ ସହ ମଧ୍ୟ ଆଲୋଚାନ କରିବା ଭଲ ।

ଆଧାର: କ୍ୟାରିୟାର କୌନସିଳିଙ୍ଗ

 

Last Modified : 2/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate