অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କ୍ରିଏଟିଭ ରାଇଟିଙ୍ଗ

ଉପକ୍ରମ

ଯଦି ଆପଣଙ୍କର ଲେଖାଲେଖିରେ ଗୁଚି ରହିଥାଏ। ତା'ହେଲେ ଆପଣ ଏହାକୁ ନିଜର ପେସାରେ ପରିବର୍ତ୍ତନ କରିପାରିବେ । ନିଜ ଭାବନାକୁ ପରିପ୍ରକାଶ କରିବା ପାଇଁ ଶବ୍ଦର ଚାତୁରୀ ଜଣାଥିବା ବ୍ୟକ୍ତି ଏ କ୍ଷେତ୍ରରେ ଉତ୍କର୍ଷତା ଦେଖାଇଥାନ୍ତି । ଏହା ଦ୍ଵାରା ଆପଣ ନିଜ ଚୁଟିକୁ ପେସା କରି ମାନସିକ ଶାନ୍ତି ପାଇବା ସହ ମୋଟା ଅଙ୍କର ଅର୍ଥ ରୋଜଗାର ମଧ୍ୟ କରିପାରିବେ । ଏହି କ୍ଷେତ୍ରଟି ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ। କ୍ରିଏଟିଭ୍ ରାଇଟିଂରେ କ୍ୟାରିୟର ଏକ କଳା । ଭଗବାନ କିଛି ଲୋକଙ୍କୁ ଏହି କଳା ଦେଇଥାନ୍ତି । ଏହି ପେସାରେ ନିୟୋଜିତ ବ୍ୟକ୍ତିମାନଙ୍କୁ କ୍ରିଏଟିଭ୍ ରାଇଟର୍ ବୋଲି କୁହାଯାଇଥାଏ । ଔପନ୍ୟାସିକ, କବି ଏବଂ ଗୀତିକାରମାନେ ମଧ୍ୟ କ୍ରିଏଟିଭ ପୁସ୍ତକ,ରାଇଟର ଭାବେ ଜଣା । ଏମାନେ ପୁସ୍ତକ, ପ୍ରବନ୍ଧ, ଗଳ୍ପ ଲେଲେଖିଥାନ୍ତି । ଲେଖା ଲେଖିକୁ ଏମାନେ ପେସା କରିଥାନ୍ତି । ଅନେକ ଲେଖକ ଅଛନ୍ତି, ଯେଉଁମାନଙ୍କ ନିକଟରେ ଲେଖାଲେଖିର ଅଭୁତ କଳା ଥାଏ । ସେମାନଙ୍କ ଲେଖାକୁ ନେଇ ସେମାନେ ପରିଚୟ ସୃଷ୍ଟି କରିଥାନ୍ତି । ଏହା ଲୋକମାନଙ୍କୁ ପ୍ରଭାବିତ କରିଥାଏ । ଲୋକଙ୍କୁ କିଛି ଲେଖା ଖୁସି କରିଥାଏ ତ କିଛି ବିଷାଦଗ୍ରସ୍ତ କରେ । ଆଉ କିଛି ବିରକ୍ତି ମଧ୍ୟ କରିଥାଏ ।

କ୍ରିଏଟିଭ ରାଇଟିଂ ଏକ ଲମ୍ବା ପ୍ରକ୍ରିୟା, ଯାହା ପାଇଁ ବହୁଳ ମାତ୍ରାରେ ଗବେଷଣା ଏବଂ ପରିଶ୍ରମ କରିବାକୁ ହୁଏ । ଲେଖକ ନିଜ ଲେଖାରେ ତାଙ୍କର ସମସ୍ତ ଆବେଗ, ଅନୁଭବ, କଳ୍ପନା, ଭାବନା ଏବଂ ଚିନ୍ତାଧାରାକୁ ବ୍ୟାଖ୍ୟା କରିଥାନ୍ତି । ଏହା ଉପନ୍ୟାସ ହୋଇପାରେ, କବିତା ହୋଇପାରେ କିମ୍ବା ଗଳ୍ପ ଅବା ଡ୍ରାମା । ଲେଖା ପାଇଁ ସେତିକି ଇଚ୍ଛାଶକ୍ତି ନ ଥିଲେ ଜଣେ କ୍ରିଏଟିଭ ରାଇଟର୍ ହୋଇପାରିବେ ନାହିଁ। ଶବ୍ଦ ମାଧ୍ୟମରେ ଭାବନାକୁ ବ୍ୟକ୍ତ କରିବାର ଆଗ୍ରହ ରହିଥିବା ଦରକାର । ଏହା ଏଭଳି ଏକ କ୍ଷେତ୍ର, ଯେଉଁଠି କଳ୍ପନା ଏବଂ ଅବଲୋକନର ଆବଶ୍ୟକତା ହୋଇଥାଏ । ପ୍ରାକୃତିକ ଦୁନିଆର ଚିତ୍ର ଉତ୍ତୋଳନ କରି ଏହାକୁ ନିଜ ଲେଖା ମାଧ୍ୟମରେ ପ୍ରକାଶ କରିବା ସହଜ କଥା ନୁହେଁ । କେତେକ ବ୍ୟକ୍ତିଙ୍କ ମଧ୍ୟରେ ଏହା ପୂର୍ବରୁ ବିଦ୍ୟମାନ ଥାଏ ଆଉ କେତେକ ବ୍ୟକ୍ତିଙ୍କୁ ଏହାକୁ ବିକଶିତ କରିବାକୁ ପଡିଥାଏ । ବିଭିନ୍ନ ପ୍ରକାର ବିଷୟବସ୍ତୁ ଉପରେ ପର୍ଯ୍ୟବସତ ଲେଖାମାନ ପଢ଼ ଜଣେ ଭଲ ଲେଖକ ଭାବେ ନିଜକୁ ଗଢ଼ିତୋଳନ୍ତି । ଜୀବନର ଅଭିଜ୍ଞତାକୁ ଜଣେ କ୍ରିଏଟିଭ୍ ରାଇଟର କଲମ ମୁନରେ ଭଲ ଭାବେ ପରିପ୍ରକାଶ କରିପାରନ୍ତି । କ୍ରିଏଟିଭ୍ ରାଇଟିଂରେ ବିଭିନ୍ନ ପ୍ରକାର କୋର୍ସ ମଧ୍ୟ ଉପଲବ୍ଧ ଅଛି, ଯାହାଦ୍ଵାରା ଜଣେ ଦକ୍ଷ ରାଇଟର ଭାବେ ନିଜକୁ ଗଢ଼ି ତୋଳିପାରିବେ । ନିଜ ଲେଖା ମାଧ୍ୟମରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାର ଦକ୍ଷତା ଜଣେ ଦକ୍ଷ ଲେଖକଙ୍କ ନିକଟରେ ରହିଥାଏ । ଉଚ୍ଚକୋଟୀର କଣ୍ଟେଣ୍ଡ ସହ ତାଙ୍କ ଲେଖାରେ କୌଣସି ପ୍ରକାର ବ୍ୟାକରଣଗତ ତ୍ରୁଟି ନ ଥିବା ଦରକାର । ବିଷୟବସ୍ତୁ ଯାହା ହୋଇଥାଉ ଏହାକୁ ପ୍ରକୃତ ଶୈଳୀରେ ଲେଖିବା ଦରକାର । ଭାଷା ଉଚ୍ଚକୋଟୀର ହୋଇଥିବା ଦରକାର । ଏକ ଲେଖା ଲେଖିବା ପୂର୍ବରୁ ଏହା ଉପରେ ସମ୍ପୂର୍ଣ୍ଣ ଗବେଷଣା କରିବାକୁ ପଡିବ । ସେଥିପାଇଁ ଏଥି ସଂକ୍ରାନ୍ତ ବିଭିନ୍ନ ପ୍ରକାର ବହି, ଏନ୍‌ସାଇକ୍ଲୋପିଡିଆର ସାହାଯ୍ୟ ନେବାକୁ ପଡିବ ।  ବିଷୟବସ୍ତୁ ସହ ଜଡିତ ଇଣ୍ଟରନେଟର ସାହାଯ୍ୟ ନେବା ଉଚିତ । ଇଣ୍ଟରନେଟ୍ ସାହାଯ୍ୟ ନେଇପାରିବେ । ଅନେକ ବ୍ୟକ୍ତି କ୍ରିଏଟିଭ୍ ରାଇଟିଂକୁ ଅଭ୍ୟାସ ଭାବେ ଉପଭୋଗ କରିଥାନ୍ତି । ସେମାନେ ଏହାକୁ ପେସା ଭାବେ ଜୋନଇ ଜୋରାଜଗାରର ବନ୍ୟାପକ । ସୁଯୋଗ ପାଇପାରିବେ । ଅନ୍ତର୍ଜାତୀୟ ସ୍ତରରେ କ୍ରିଏଟିଭ୍ ରାଇଟରମାନଙ୍କ ଚାହିଦା ବଢ଼ିଛି। ଛାପା ଗଣମାଧ୍ୟମର ପ୍ରସାର ଫଳରେ ଏହା ସମ୍ଭବ ହୋଇଛି । ଏହି କ୍ଷେତ୍ରରେ କ୍ୟାରିୟର କରି ଜଣେ ଔପନ୍ୟାସିକ, ଖବରଦାତା, କ୍ଷୁଦ୍ର ଗଳ୍ପ ଲେଖକ, କପି -ରାଇଟର ଆଦି ହୋଇପାରିବେ । ଏଥିରେ ଆକର୍ଷଣୀୟ ଅଭିବୃଦ୍ଧି ଏବଂ ବେତନ ସୁଯୋଗ ରହିଛି।

ଦକ୍ଷତା

କ୍ରିଏଟିଭ୍ ରାଇଟିଂରେ କ୍ୟାରିୟର କରିବା ପାଇଁ କୌଣସି ଔପଚାରିକ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ନାହିଁ। ଏକ ବିଷୟକୁ କଳ୍ପନା କରି ଏହାକୁ ନିଜ ଲେଖା ମାଧମରେ ପ୍ରକାଶ କରିପାରୁଥିବା ବ୍ୟକ୍ତି ଏ କ୍ଷେତ୍ରରେ ଆଗକୁ ବଢ଼ିପାରିବେ । ଯଦି ଲିଗ୍ରେଚର୍, ଜର୍ଜାଲିଜମ୍ ଏବଂ କମ୍ୟୁନିକେଶନ୍‌ରେ ଶିକ୍ଷାଗତ ଯୋଗ୍ୟତା ଥାଏ। ଏହା ଉତ୍ତମ ସାବ୍ୟସ୍ତ ହୋଇଥାଏ ।

ଭାରତରେ କେତେକ ଶିକ୍ଷାନୁଷ୍ଠାନ ଅଛନ୍ତି, ଯେଉଁମାନେ କ୍ରିଏଟିଭ୍ ରାଇଟିଂରେ ସ୍ଵଳ୍ପମିଆଦୀ କୋର୍ସ ପ୍ରଦାନ କରୁଛନ୍ତି । ଏଠାରୁ ତାଲିମ ନେଇ ଜଣେ କ୍ରିଏଟିଭ୍ ରାଇଟିଂକ୍ଷେତ୍ରରେ ସଫଳ ହୋଇପାରିବେ । ଏହି କୋର୍ସରେ ଆବେଦନ କରିବା ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ହୋଇଥାଏ । କଳାରେ ଯୁକ୍ତ ୨ କରିଥିବା ଦରକାର । ଏହି କୋର୍ସର ସର୍ବନିମ୍ନ ଅବଧି ୧ ବର୍ଷ ରହିଛି। ଅଧିକାଂଶ ବିଶ୍ଵବିଦ୍ୟାଳୟ ଅଛନ୍ତି, ଯେଉଁଗୁଡିକ ବ୍ୟାଟ୍‌ଲର ଏବଂ ମାଷ୍ଟର ଡିଗ୍ରୀ ସହ କ୍ରିଏଟିଭ୍ ରାଇଟିଂକୁ ବିକଳ୍ମ ବିଷୟବସ୍ତୁ ଭାବେ ରଖିଥାନ୍ତି ।

ଡିଷ୍ଟାନ୍ସ ମୋଡର ମଧ୍ୟ ଜଣେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ଵବିଦ୍ୟାଳୟ(ଇଗ୍ରନୁ), କନାଁଟକ ଷ୍ଟେଟ୍ ଓପନ୍ ୟୁନିଭର୍ସିଟି, ୟୁ.ପି. ରାଜର୍ଷି ଗଣ୍ଡନ ଓପନ୍ ୟୁନିଭର୍ସିଟି ଆଦିରେ କ୍ରିଏଟିଭ୍ ରାଇଟିରେ କୋର୍ସ କରିପାରିବେ ।

କୋର୍ସ

କ୍ରିଏଟିଭ୍ ରାଇଟିଂ କୋର୍ସରେ ଲେକ୍‌ଚର ଏବଂ ୱାର୍କଶପ୍ ସ୍ଥାନିତ ହୋଇଥାଏ । ଏହା ମାଧ୍ୟମରେ ପିଲାମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ବାହାରକୁ ଆସିଥାଏ । ଛାତ୍ରୀଛାତ୍ରମାନଙ୍କୁ ପୁସ୍ତକ ସମୀକ୍ଷା, ଟ୍ରାଭେଲ୍ ଆର୍ଟିକିଲ୍ ଲେଖିବାର ଶୈଳୀ ଶିଖାଯାଇଥାଏ । ପିଲାମାନଙ୍କ ପାଇଁ କାହାଣୀ ତଥା ବିକାଶମୂଳକ ଗଳ୍ପ ଲେଖିବାର ଶୈଳୀ ଶିଖାଯାଇଥାଏ । ପାଠ୍ୟକ୍ରମ ଅନୁସାରେ ପିଲାଙ୍କୁ ଏଭଳି ପ୍ରସ୍ତୁତ କରାଯାଇଥାଏ ଯେ, ସେମାନେ ପରବର୍ତ୍ତୀ ସମଯରେ ପେସାଦାର ଲେଖା ଲେଖିବା ପାଇଁ ସକ୍ଷମ ହୋଇଥାନ୍ତି ।

ବ୍ୟକ୍ତିଗତ ଯୋଗ୍ୟତା

ଜଣେ ସଫଳ କ୍ରିଏଟିଭ୍ ରାଇଟର ହେବାକୁ ହେଲେ ଆପଣଙ୍କ ମଧ୍ୟରେ ବହି ଲେଖା ପଢ଼ା ଉପରେ ଆଗ୍ରହ ରହିଥିବା ଦରକାର । ଆପଣ ଜଣେ ଭଲ କମ୍ୟୁନିକେଟର ହୋଇଥିବା ଉଚିତ । ଏହା ନ ହେଲେ ଆପଣଙ୍କ ଭାବନାକୁ ଆପଣ ଅନ୍ୟମାନଙ୍କ ଆଗରେ ପରିପ୍ରକାଶ କରିପାରିବେ ନାହିଁ । କଠିନ ପରିଶ୍ରମ ଏବଂ ଅଧ୍ୟବସାୟ ବଳରେ ଜଣେ ଏହି କ୍ଷେତ୍ରରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ।

ନିଯୁକ୍ତି ସୁଯୋଗ

ଏଥିରେ କ୍ୟାରିୟର କରିବା ପାଇଁ କ୍ରିଏଟିଭ୍ ରାଇଟିରେ କୌଣସି ପ୍ରମାଣପତ୍ର ଆବଶ୍ୟକ ନାହିଁ। ସେ ଗ୍ରାଜୁଏଟ୍ ହୁଅନ୍ତୁ କିମ୍ବା ପୋଷ୍ଟ ଗ୍ରାଜୁଏଟ୍ ଶବ୍ଦ ଏବଂ ଭାଷାରେ ପ୍ରଗାଢ଼ ଜ୍ଞାନ ଥିଲେ ଜଣେ ଏହି କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିପାରିବେ ।

ଏହି କ୍ଷେତ୍ରରେ କ୍ୟାରିୟର କରି ଜଣେ କପି ରାଇଟର, ଆର୍ଟିକିଲ୍ ରାଇଟର, ବୁକ ରାଇଟର, ଅନ୍‌ଲାଇନ୍ ରାଇଟର, ସ୍କ୍ରିୟ ରାଇଟର, ନୋଡେଭଲିଷ୍ଟ ଲିରିସିଷ୍ଟ, ଟେକ୍ସିକାଲ ରାଇଟର ଆଦି ପଦପଦବୀରେ ରହିପାରିବେ । ଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପ ଆଦି ସ୍ଥାନରେ କ୍ରିଏଟିଭ ରାଇଟରମାନଙ୍କ ପାଇଁ ବିପୁଳ ସୁଯୋଗ ରହିଛି । ସେଠାରେ ଲିଖିତ ପରୀକ୍ଷା, ଗୁପ୍ ଡିସ୍‌କଶନ୍ ଆଦ ହେବା ପରେ ଏକ ବ୍ୟକ୍ତଗତ ଇଣ୍ଟରଭୂଖ୍ୟ ମାଧମରେ କଣ୍ଡେଣ୍ଟ ରାଇଟରମାନଙ୍କୁ ବଛା ଯାଇଥାଏ । ତେବେ ଜଣେ ଚାହିଁଲେ ପ୍ରିଲାବ୍‌ର ଭାବେ ମଧ୍ୟ କାର୍ଯ୍ୟ କରିପାରିବେ ।

ସଂଗୃହିତ : ପ. କ୍ ପ୍ରମାନିକ

Last Modified : 2/5/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate