অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗୁଣ୍ଡୁଚିମୂଷା କାର୍ଯ୍ୟକ୍ରମ

କାର୍ଯ୍ୟକ୍ରମଟିର  ନାଁ  ଗୁଣ୍ଡୁଚିମୂଷା  କାହିଁକି ?

କଥାରେ  ଅଛି  ଯେତେବେଳେ   ଶ୍ରୀରାମ  ଭାରତରୁ   ଲଙ୍କାକୁ  ସେତୁ  ନିର୍ମାଣ  କରୁଥିଲେ , ଗୁଣ୍ଡୁଚିମୂଷାଟିଏ  ନିଜ  ଶରୀରକୁ   ଓଦା  କରି  ବାଲିରେ   ଗତି  ଯାଉଥିଲା  । ଶରୀରରେ  ଲାଗିଥିବା   ବାଲିକୁ  ସମୁଦ୍ର  ପାଣିରେ   ପକାଇ   ସେତୁ  ନିର୍ମାଣ   କାର୍ଯ୍ୟରେ   ଲାଗିପଡିଥିଲା   । ଗୁଣ୍ଡୁଚିମୂଷାର  ଏହି  ଅବଦାନକୁ  ଦେଖି  ଅତି  ଖୁସି  ହୋଇ  ଶ୍ରୀରାମ  ତାର  ପିଠିକୁ  ଆଉଁସି   ଦେଇଥିଲେ   । ଶ୍ରୀରାମଙ୍କର  ହାତ  ସ୍ପର୍ଶ  ଦ୍ଵାରା  ଗୁଣ୍ଡୁଚିମୂଷା   ପିଠିରେ   ତିନୋଟି  ରେଖା  ଚିହ୍ନ  ଚିରଦିନ   ପାଇଁ   ରହିଯାଇଛି   । କାର୍ଯ୍ୟଟି  କ୍ଷୁଦ୍ରଜୀବ  ଗୁଣ୍ଡୁଚିମୂଷା  ପକ୍ଷରେ  ବିରାଟ  ଓ  ଅସମ୍ଭବ  ହୋଇଥିଲେ  ହେଁ ,  ସେ  ସ୍ଵ - ଇଚ୍ଛାରେ  ଆଗେଇ  ଆସି  ସେତୁ  ନିର୍ମାଣରେ  କରିଥିବା  ଅନବରତ  ଉଦ୍ୟମ  ଓ  ଉଦ୍ଦୀପନା  ଉଚ୍ଚ  ପ୍ରଂଶସନୀୟ ଓ ପ୍ରେରଣାଦାୟକ   ଅଟେ   । ଆମେ  ଅନୁଭବ  କରୁଛୁ  ଯେ  ଗୁଣ୍ଡୁଚିମୂଷା  ପରି  ଆମ  ସମାଜରେ  ଅନେକ  ଯୁବତୀ ଓ  ଯୁବକ  ଅଛନ୍ତି  ଯେଉଁମାନେ   ନିଜ  ଆଖପାଖ  ଅଞ୍ଚଳର  କିଛି  ବିକାଶ  କରିବା  ପାଇଁ   ମନରେ  ସ୍ଵପ୍ନ , ଆଶା ଓ  ଉତ୍ସାହ   ରଖିଛନ୍ତି   । ଆମେ  ଚାହିଁଛୁ   ଏହି  କାର୍ଯ୍ୟକ୍ରମରେ  ଯୁବସ୍ଵେଚ୍ଛାସେବୀମାନେ   ସେହି  ଅଭିପ୍ରାୟ  ଓ  ଉତ୍ସାହର   ସହିତ  ଆସିବେ   ଏବଂ  ସେମାନଙ୍କର  ସ୍ଵେଚ୍ଛାସେବୀ   ମନୋଭାବ  ଓ  କାର୍ଯ୍ୟ ଜାରି   ରାଖୀ  ଅନ୍ୟମାନଙ୍କୁ   ପ୍ରେରଣା   ଦେବେ   ।

ଗୁଣ୍ଡୁଚିମୂଷା  କାର୍ଯ୍ୟକ୍ରମରେ   କେଉଁମାନେ  ସାମିଲ   ହୋଇପାରିବେ  ?

ସମ୍ବଲପୁର  ତଥା  ଆଖପାଖ   ଗ୍ରାମାଞ୍ଚଳର  ଯୁବତୀ / ଯୁବକମାନେ   ବ୍ୟକ୍ତିଗତ   କିମ୍ବା  ଦଳଗତ  ଭାବରେ   ଗୁଣ୍ଡୁଚିମୂଷା  କାର୍ଯ୍ୟକ୍ରମରେ   ଭାଗ   ନେଇପାରିବେ    । ଦଳଗତ  ଆବେଦନ  ପତ୍ର   ଗୁଡିକୁ  ପ୍ରାଥମିକତା  ଦିଆଯିବ

କ’ଣ ଯୋଗ୍ୟତା / ଗୁଣାବଳୀ  ଥିଲେ  ଆପଣମାନେ   ଆବେଦନ  କରିପାରିବେ ?

  • ଯଦି ଆପଣମାନେ   ସାମାଜିକ  କାର୍ଯ୍ୟ  କରିବା  ପାଇଁ  ଆଗ୍ରହୀ   ।
  • ଯଦି  ଆପଣମାନେ  ସମସ୍ତଙ୍କ  ସହିତ  ମିଳିମିଶି  କାମ  କରିବାକୁ  ଚାହାଁନ୍ତି   ।
  • ଯାଇ  ଆପଣଙ୍କ   ଦଳର   ସଦସ୍ୟ ମାନଙ୍କ  ବୟସ  ୧୮ରୁ  ୨୫ ବର୍ଷ  ମଧ୍ୟରେ   ହୋଇଥିବ  ।
  • ଯଦି  ଆପଣମାନେ  ନିଜେ  ସ୍କୁଲ / କଲଜେ   ଜୀବନରେ  ବା  ଅନ୍ୟ  କୌଣସି  ପରିସ୍ଥିତିରେ  ଆଗଭର  ହୋଇ  କିଛି  ପଦକ୍ଷେପ  ନେଇଥିବେ   ।
  • ଓଡିଆ  ଭଲଭାବରେ   ପଢି ଓ  ଲେଖି  ପାରୁଥିବେ   ।

ଏହି  କାର୍ଯ୍ୟକ୍ରମରୁ  ଆପଣଙ୍କୁ  କ’ଣ   ସୁଯୋଗ  ଓ  ସୁବିଧା  ମିଳିପାରିବ ?

  • ନେତୃତ୍ଵ  କଳା ଓ  ଜୀବନ  କୌଶଳ , ପ୍ରୋଜେକ୍ଟ  ପରିଚାଳନା  ସମ୍ବନ୍ଧୀୟ  ପ୍ରଶିକ୍ଷଣର  ସୁଯୋଗ   ।
  • ପ୍ରୋଜେକ୍ଟଟି  ପରିଚାଳନା ନିମନ୍ତେ  ପ୍ରତ୍ୟକ  ଦଳକୁ  କେବଳ  ୬ ମାସ ପାଇଁ  ମାସିକ  ୧୨୦୦ ଟଙ୍କାର  ଆର୍ଥିକ ସହାୟତା   ।
  • ସମବୟସ୍କ  ଓ  ସମରୁଚି  ଥିବା  ବ୍ୟକ୍ତିଙ୍କ  ସମ୍ପର୍କରେ  ଆସିପାରିବାର  ସୁଯୋଗ   ।
  • ନିଜ  ଅଞ୍ଚଳରେ  ଶିଶୁ  ବିକାଶ  ଓ  ଶିକ୍ଷାର  ପ୍ରଚାର  ଓ  ପ୍ରସାର  କରିବାର  ସୁଯୋଗ   ।
  • ବିଭିନ୍ନ  ସାମାଜିକ  ସମସ୍ୟା  ଓ  ତା’ର  ସମାଧାନର  ବିକଳ୍ପ  ଖୋଜିବାର  ଅବସର    ।

ମନୋନୀତ  ଦଳ  ମାନଙ୍କଠାରୁ  କ’ଣ  ଆଶା  କରାଯାଏ ?

  • ସେମାନେ  ସ୍ଵେଚ୍ଛାସେବୀ  ମନୋଭାବ  ସହ  ଅତି  କମରେ  ୮ ମାସ  ସମୟ  ଦେବା  ପାଇଁ  ପ୍ରସ୍ତୁତ  ଥିବେ   ।
  • ୧୫ ଦିନର  ପ୍ରଶିକ୍ଷଣ  ଶିବିରରେ  ଯୋଗଦାନ  କରିବେ   ।  ପ୍ରଶିକ୍ଷଣ   ଶିବିର  ଗୁଡିକର  ସମୟ  ଏପରି  ନିର୍ଦ୍ଧାରିତ   କରାଯାଇଛି   ।
  • ୧ମ ପର୍ଯ୍ୟାୟ (୪ ଦିନ) – ମାର୍ଚ୍ଚ  ସେସ  ସପ୍ତାହ / ଅପ୍ରେଲ  ୧ମ  ସପ୍ତାହ
  • ୨ୟ ପର୍ଯ୍ୟାୟ (୬ଦିନ) – ଅପ୍ରେଲ  ସେସ  ସପ୍ତାହ
  • ୩ୟ  ପର୍ଯ୍ୟାୟ  (୩ ଦିନ) – ଅଗଷ୍ଟ  ୧ମ  ସପ୍ତାହ
  • ୪ର୍ଥ ପର୍ଯ୍ୟାୟ  (୨ ଦିନ) – ନଭେମ୍ବର  ସେସ  ସପ୍ତାହ
  • ଗାଁରେ  ନିଜେ  ୬ ମାସ  ଧରି  (୧ ମଇ ରୁ  ୩୧ ଅକ୍ଟୋବର  ୨୦୧୨) ପ୍ରୋଜେକ୍ଟଟିଏ  ପରିଚାଳନା   କରିବେ   ।

ଆଧାର – ପତଙ୍ଗ

Last Modified : 9/30/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate