অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗ୍ରୁପ ଡିସକସନରେ କିପରି ଲାଗିବେ ଭିନ୍ନ

ଗ୍ରୁପ ଡିସକସନରେ କିପରି ଲାଗିବେ ଭିନ୍ନ

ଗ୍ରୁପ ଡିସକସନ

କ୍ୟାରିୟରରେ ସଫଳତା ପାଇବା ପାଇଁ ଅନେକଗୁଡିଏ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡିଥାଏ । ଶିକ୍ଷାଗତ ଯୋଗ୍ୟତା ସହ କାର୍ଯ୍ୟଦକ୍ଷତା, ଉପଯୁକ୍ତ ଉପସ୍ଥାପନା ଶୈଳୀ ଏବଂ ଆକର୍ଷଣୀୟ ବ୍ୟକ୍ତିତ୍ଵ ଦ୍ଵାରା ଜଣେ କର୍ମକ୍ଷେତ୍ରରେ ଗ୍ରହଣୀୟ ହୋଇଥାନ୍ତି । ଦୃଢ଼ କମ୍ୟୁନିକେଶନ୍ ଦକ୍ଷତା ଆମକୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥାଏ । ଏହା ଯେତେ ଭଲ ହୋଇଥିବା ଆମେ ସେତେ ସହଜରେ ଅନ୍ୟମାନଙ୍କୁ ନିଜର ଆଭିମୁଖ୍ୟକୁ ବୁଝାଇପାରିବା । ଅନେକ ସମୟରେ କମ୍ପାନୀଗୁଡିକ ଗ୍ରୁପ ଡିସକସନର ଆୟୋଜନ କରିଥାନ୍ତା। କୌଣସି ଏକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥାଏ । ଏହା ମଧ୍ୟ ହେଉଛି ଏକ ପ୍ଲାଟଫର୍ମ, ଯେଉଁଠି ଆମେ ନିଜକୁ ଅନ୍ୟମାନଙ୍କଠାରୁ ସ୍ଵତନ୍ତ୍ର କରିପାରିବା । ଏଠାରେ ଆମକୁ ନିଜର ମତ ପ୍ରକାଶ କରିବାର ସୁଯୋଗ ମିଳିଥାଏ । ଏହି ସୁଯୋଗକୁ ହାତଛଡା କରିବାକୁ କିଏ ବା ଚାହିଁବେ । ଗ୍ରୁପଡିସ୍‌କସନ୍‌ରେ ନିଜକୁ ସ୍ଵତନ୍ତ୍ର କରିପାରିଲେ ଆମେ ଭିଡ ମଧ୍ୟରୁ ସ୍ପଷ୍ଟ ବାରି ହୋଇଯିବା । ମ୍ୟାନେଜମେଣ୍ଟର ଦୃଷ୍ଟି ଆକର୍ଷଣ କରିପାରିବା । ଫଳରେ ଆଗକୁ ଅଭିବୃଦ୍ଧି ସମ୍ଭାବନା ଦୃଢ଼ ହୋଇଥାଏ । ଗ୍ରୁପ ଡିସ୍‌କସନ୍ ଏବେ ଇଣ୍ଟରଭ୍ୟୁର ମଧ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ପାଲଟିଛି। ଏତେଗୁଡିଏ ନିଯୁକ୍ତି ଆଶାୟୀଙ୍କ ମଧ୍ୟରେ ଯୋଗ୍ୟ ତଥା ନେତୃତ୍ଵ ନେବାର ସାମର୍ଥ୍ୟ ରଖୁଥିବା ପ୍ରାର୍ଥୀଙ୍କୁ ପାଇବା ପାଇଁ ନିଯୁକ୍ତିଦାତା ଏହାର ଆୟୋଜନ କରିଥାନ୍ତି । କେତେକ ବିଷୟକୁ

ଧ୍ୟାନରେ ଦେଇ ଆମେ ଗ୍ରୁପ ଡିସ୍‌କସନ୍‌ରେ ନିଜକୁ ସ୍ଵତନ୍ତ୍ର କରିପାରିବା । ବିଭିନ୍ନ ପ୍ରକାର ମାପକକୁ ଦୃଷ୍ଟିରେ ରଖ୍ ଗ୍ରୁପ ଡିସ୍‌କସନ୍‌ରେ ଉପଯୁକ୍ତ ପ୍ରାର୍ଥୀକୁ ଚିହ୍ନଟ କରାଯାଇଥାଏ । ସଫଳତାରେ ଏହା ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ । ଆପଣ ଜଣେ ଉପଯୁକ୍ତ ନେତୃତ୍ଵ ତାହା ଏଥିରୁ ହଁ ଜଣାପଡିଥାଏ । ଏଥିରେ ପ୍ରଭାବଶାଳୀ କମ୍ୟୁନିକେଶନ୍ ଦକ୍ଷତା ଗୁରୁତ୍ଵପୂର୍ଣ୍ଣ  ଭୂମିକା ଗ୍ରହଣ କରିଥାଏ । ଏବେ ଏଣ୍ଟ୍ରି ଲେବଲ୍ ଜବଠାରୁ ଆରମ୍ଭ କରି ପଦୋନ୍ନତି ପର୍ଯ୍ୟନ୍ତ ସବୁଥିରେ ପ୍ରାର୍ଥୀଙ୍କ ଦକ୍ଷତା ମାପିବା ପାଇଁ ଏହାର ଆବଶ୍ୟକତା ପଡୁଛି। ନିର୍ବାଚନ ହେଉ କିମ୍ବା ଟିଭି ଚ୍ୟାନେଲ୍‌ରେ କୌଣସି ପ୍ରସଙ୍ଗ ଉପରେ ଆଲୋଚନା ସବୁଠାରେ ଏହାର ଆବଶ୍ୟକତା ପଡୁଛି। ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ଏହା ଏକ ପ୍ରମୁଖ ଅଂଶ ଭାବେ ବିବେଚନା କରାଯାଇଥାଏ । ଏହା ଏକ ଉପଯୁକ୍ତ ସ୍କ୍ରିନିଂ ସିଷ୍ଟମ୍, ଯାହାଦ୍ଵାରା ବିଭିନ୍ନ ପ୍ରକାର ମାପକ ଜରିଆରେ ପ୍ରତିଯୋଗୀମାନଙ୍କୁ ପରୀକ୍ଷା କରାଯାଇ ଶ୍ରେଷ୍ଠ ବକ୍ତାଙ୍କୁ ଚିହ୍ନଟ କରାଯାଏ । ଉଚ୍ଚ ପଦବୀ ପାଇଁ ଉପଯୁକ୍ତ ପ୍ରାର୍ଥୀ ଚିହ୍ନଟ ଲାଗି ଏହାର ସାହାଯ୍ୟ ନିଆଯାଇଥାଏ । ତେବେ କିପରି ଏଥିରେ ସଫଳତା ପାଇପାରିବେ ତାହା ଆଜିର ବିଷୟବସ୍ତୁ ।

କିପରି ଲାଗିବେ ଭିନ୍ନ

  • ଗ୍ରୁପ ଡିସ୍‌କସନ୍‌ରେ ନିଜର ମତକୁ ସ୍ପଷ୍ଟ ଭାବେ ଉପସ୍ଥାପନ କରନ୍ତୁ ବିଷୟବସ୍ତୁ ଉପରେ ଯଥେଷ୍ଟ ଜ୍ଞାନ ରହିଥିବା ଦରକାର । ଏହା ଅତ୍ୟନ୍ତ ଜରୁରୀ । କାରଣ ଯଥାର୍ଥ ପଏଣ୍ଟ ନ କହିଲେ ଆପଣଙ୍କ କଥାକୁ କିଏ ବି ଶୁଣିବେ ନାହିଁ। ତା’ସହିତ ପଏଣ୍ଟଗୁଡିକ ମୂଲ୍ୟଯୁକ୍ତ ମଧ୍ୟ ହୋଇଥିବା ଦରକାର |
  • ଅନ୍ୟମାନଙ୍କ ମତକୁ ବିରୋଧ କରିବା ପାଇଁ ଆପଣଙ୍କ ନିକଟରେ ପ୍ରସଙ୍ଗ ଉପରେ ଯଥେଷ୍ଟ ଜ୍ଞାନ ରହିଥିବା ଦରକାର । ଠିକ୍ ସମୟରେ ହିଁ ଅନ୍ୟର ପଏଣ୍ଟକୁ କାଉଣ୍ଟର୍ କରନ୍ତୁ । l
  • ଆଲୋଚନା ସମୟରେ ସଂଯମତା ରକ୍ଷା କରନ୍ତୁ । ଯେତେବେଳେ ଆପଣ ନିଜର ମତ ଉପସ୍ଥାପନ କରୁଛନ୍ତି କିମ୍ବା ଅନ୍ୟମାନଙ୍କଠାରୁ ଶୁଣୁଛନ୍ତି ଆପଣଙ୍କୁ ଅନ୍ୟ ଜଣେ ପରଖୁଥାନ୍ତି । ତେଣୁ ହଠାତ୍ ରାଗିଯାଆନ୍ତୁ ନାହିଁ । ଅନ୍ୟ ଜଣେ କହୁଥିବାବେଳେ ମଝିରେ ହସ୍ତକ୍ଷେପ କରନ୍ତୁ ନାହିଁ । ଉକ୍ତ ବ୍ୟକ୍ତିଙ୍କ ବକ୍ତବ୍ୟ ସରିବା ପରେ ହଁ ଆପଣଙ୍କ ଯୁକ୍ତି ବାଢ଼ନ୍ତୁ ।
  • ଗ୍ରୁପ ଡିସ୍‌କସନ୍ ବେଳେ ଦେଖାଯାଏ ପରସ୍ପରଙ୍କ ମଧ୍ୟରେ କଥା କଟାକଟି ତୀବ୍ର ହୋଇଯାଏ । କେତେକ ଭାବନ୍ତି ସେମାନେ ଯେତେ ଜୋରରେ ସେମାନଙ୍କ ମତ ରଖିବେ ତାଙ୍କୁ ଅଧିକ ମାର୍କ ମିଳିବ । ଏହା ଏକ ଭ୍ରାନ୍ତ ଧାରଣା । ଇଣ୍ଟରଭ୍ୟୁ ନେଉଥିବା ବ୍ୟକ୍ତି ଏହାକୁ ଭିନ୍ନ ଭାବେ ନେଇଥାନ୍ତି । ଆପଣ ଯେତେ ଜୋରରେ କହିଲେ ବି ଯଦି ଯୁକ୍ତିରେ କୌଣସି ଯଥାର୍ଥତା ନ ଥିବ  ଆପଣଙ୍କୁ ମାର୍କ ମିଳିବନି ।
  • ଗ୍ରୁପ୍ ଡିସ୍‌କସନ୍ ବେଳେ ଶ୍ରୋତାଙ୍କ  ସବୁଠାରୁ ଅଧୁକ ନଜର ଆପଣଙ୍କ କ୍ୟକ୍ତିତ୍ଵ ଉପରେ ପଡିଥାଏ । ଆପଣଙ୍କ ଛିଡା ହେବା ଶୈଳୀ, ବୁଝାଇବାର ଶୈଳୀ ମୋଟାମୋଟି ଭାବେ ଆପଣଙ୍କର ଉପସ୍ଥାପନ ଶୈଳୀ ଭଲ ନ ଥିଲେ ଆପଣ ଆଦୌ ଅନ୍ୟମାନଙ୍କୁ ଆକର୍ଷିତ କରିପାରିବେ ନାହିଁ । ଯେତେ ଭଲ ପଏଣ୍ଟ କହିଲେ ବି ଯଦି ଆତ୍ମବିଶ୍ଵାସର ଅଭାବ ରହିଥାଏ କିମ୍ବା ଆପଣଙ୍କର ଡ୍ରେସିଂ ଷ୍ଟାଇଲ୍ ଭଲ ନ ଥାଏ। ତା'ହେଲେ ଆପଣ କଦାପି ଗ୍ରହଣୀୟ ହେବେ ନାହିଁ। କାରଣ ଏଗୁଡିକ ହେଉଛି ବ୍ୟକ୍ତିତ୍ଵର ଗୋଟିଏ ଗୋଟିଏ ଅଙ୍ଗ ।
  • ଖାଲି ଭଲ କହିଲେ ହେବ ନାହିଁ ଅନ୍ୟମାନଙ୍କଠାରୁ ଭଲ ଭାବେ ଶୁଣିବା ମଧ୍ୟ ଦରକାର । ଜଣେ କହୁଥିବା ସମୟରେ ମଝିରେ ବାଧା ସୃଷ୍ଟି କରିବା ଆଦୌ ଉଚିତ ନୁହେଁ। ଏହାଦ୍ଵାରା ଆପଣଙ୍କୁ ସମୀକ୍ଷା କରୁଥିବା ବ୍ୟକ୍ତିଙ୍କ ଧାରଣା ଖରାପ ହୋଇଥାଏ । ସମ୍ମୁଖ ବ୍ୟକ୍ତିଙ୍କଠାରୁ ସମ୍ପୂର୍ଣ୍ଣ ଶୁଣିବା ପରେ ହିଁ କାଉଣ୍ଟର ଆଟାକ୍ କରନ୍ତୁ। ଗ୍ରୁପ ଡିସ୍‌କସନ୍‌ରେ ନିଜର ଉପସ୍ଥିତିକୁ ଜାହିର କରବା ପାଇଁ ବଡ ପାଟିରେ ଚିତ୍କାର କରିବା ଆଦୌ ଉଚିତ ନୁହେଁ। ଯଥାର୍ଥତା ଥିଲେ ହିଁ ଅନ୍ୟମାନଙ୍କ ପଏଣ୍ଟକୁ କାଉଣ୍ଟର ଆଟାକ୍ କରନ୍ତୁ ।
  • ମନେରଖନ୍ତୁ ଗ୍ରୁପ ଡିସ୍‌କସନ୍‌ରେ ଖାଲି ଆପଣଙ୍କ କମ୍ୟୁନିକେଶନ୍ ଦକ୍ଷତାକୁ ପରଖା ଯାଏନାହିଁ। ଏଥିରେ ବିଭିନ୍ନ ବିଷୟକୁ ଦୃଷ୍ଟିରେ ରଖାଯାଏ । ଆପଣଙ୍କ ପ୍ରୋଫାଇଲକୁ ବଳିଷ୍ଟ କରିଥାଏ। ଆପଣଙ୍କ ନେତୃତ୍ଵ ନେବାର ଦକ୍ଷତା । ତେଣୁ ଏଥିରେ ନିଜକୁ ଏପରି ଉପସ୍ଥାପନ କରନ୍ତୁ ଯେଉଁଥିରୁ ଆପଣଙ୍କ ଲିଡରଶିପ କ୍ଵାଲିଟି ବାରି ହୋଇପାରିବ ।
  • ରାଜନୀତି, ସାମାଜିକ, ଅର୍ଥନୈତିକ ପ୍ରସଙ୍ଗ ଆଦି ଉପରେ ଯଥେଷ୍ଟ ଜ୍ଞାନ ରହିଥିବା ଦରକାର । କରେଣ୍ଟ ଆଫେୟାର୍ସରେ ଆପଣା ଭଲ ହୋଇଥିଲେ। ଏହି ସମୟରେ କାର୍ଯ୍ୟରେ ଆସିଥାଏ । ଆପଣଙ୍କ ନିକଟରେ ଯଦି ଜ୍ଞାନ ରହିଥିବା ତା'ହେଲେ ଯାଇ ଆପଣ ଅନ୍ୟମାନଙ୍କୁ ଜିତିପାରିବେ । ବିନା ଜ୍ଞାନ ଥାଇ ଅନ୍ୟମାନଙ୍କ ପଏଣ୍ଟ ବିରୋଧରେ ଯୁକ୍ତି ବାଢ଼ିଲେ ଆପଣ ହିଁ ଅସୁବିଧାରେ ପଡିବେ । ଉପଯୁକ୍ତ ଜ୍ଞାନ ଥିଲେ ଆପଣ ଅନ୍ୟମାନଙ୍କ ନିକଟରେ ପ୍ରଶଂସନୀୟ ହୋଇପାରିବେ । ତେଣୁ ନିୟମିତ ବିଭିନ୍ନ ପ୍ରସଙ୍ଗ ଉପରେ ଅପଡେଟ୍ ହୁଅନ୍ତୁ ।
  • ଭିନ୍ନ ଭିନ୍ନ ମାଧ୍ୟମରେ  ଆମେ ଅନ୍ୟମାନଙ୍କ ସହ କଥାବାର୍ତ୍ତା ହେଉ । ଆମର ଟୋନ୍ ଏବଂ ପିଚ ଅନ୍ୟମାନଙ୍କ ସହ ଭଲ ଭାବେ କଥା ହେବାରେ ଆମକୁ ସାହାଯ୍ୟ କରିଥାଏ । ଅନ୍ୟପକ୍ଷରେ, ଆମର କଣ୍ଟେଣ୍ଟ ଦ୍ଵାରା ଆମର ଜ୍ଞାନ ସ୍ତର ପରଖା ଯାଇଥାଏ । ସେହିଭଳି ବଡି ଲାଙ୍ଗୁଏଜ୍ ହେଉଛି ଆଉ ଏକ ମାଧ୍ୟମ ଯାହାଦ୍ଵାରା ଆମେ ନିଜକୁ ଆକର୍ଷଣୀୟ ଭାବେ ଉପସ୍ଥାପନ କରିପାରୁ ଏବଂ ଅନ୍ୟମାନଙ୍କ ନିକଟରେ ଗ୍ରହଣୀୟ ହୋଇଥାଉ । ବ୍ୟକ୍ତିତ୍ଵକୁ ଏହା ବଳିଷ୍ଠ କରିଥାଏ ।
  • ଗ୍ରୁପ ଡିସ୍‌କସନ୍ ବେଳେ ଆମେ ଭଲ ଦେଖାଯବା ମଧ ଆବଶ୍ୟକ  । ଏଥିପାଇଁ ଆମର ପୋଷାକ ଭଲ ହୋଇଥିବା ଦରକାର । ଖାଲି ସେତିକି ନୁହେଁ ଉପସ୍ଥାପନ ଶୈଳୀ ମଧ୍ୟ ଆକର୍ଷଣୀୟ ହୋଇଥିବା ଉଚିତ। କାରଣ ଗ୍ରୁପ ଡିସ୍‌କସନ୍‌ରେ ସଫଳ ହେବାରେ ବ୍ୟକ୍ତିତ୍ଵ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଚୟନ ପ୍ରକ୍ରିୟାରେ ଗ୍ରୁପଡିସ୍‌କସନ୍‌ର ପ୍ରମୁଖ ଭୂମିକା ରହଛି । ଏହା ଆପଣଙ୍କ ନେତୃତ୍ଵ ନେବାର ଗୁଣାବଳୀକୁ ଚିହ୍ନଟ କରିଥାଏ । ଉପରୋକ୍ତ ପଏଣ୍ଟ ଗୁଡିକୁ ଧ୍ୟାନରେ ରଖ୍ ଆପଣ ନିଶ୍ଚିତ ଏଥିରେ ସଫଳ ହୋଇପାରିବେ ଏବଂ ଭିଡ ମଧ୍ୟରେ ନିଜକୁ ସ୍ୱତନ୍ତ୍ର କରିପାରିବେ ।

ସଂଗୃହିତ: ପ.କ୍ ପ୍ରମାନିକ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate