অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଘରେ ବସି କ୍ୟାରିୟର

ଉପକ୍ରମ

ବର୍ତ୍ତମାନ ସମୟରେ ଘରେ ବସି ମଧ୍ୟ ଜଣେ କ୍ୟାରିୟର କରିପାରିବେ । ଏଭଳି ଅନେକ କାର୍ଯ୍ୟ ଅଛି ଯେଉଁଥିରେ ଦିନକୁ ୨ ଘଣ୍ଟା ବିନିଯୋଗ କରି ଆମେ ମୋଟା ଅଙ୍କର ରୋଜଗାର କରିପାରିବା । ତାହା ପୁଣି ଘରେ ବସି । ନିଜ ସୁବିଧା ଅନୁଯାୟୀ କାର୍ଯ୍ୟ ସମୟ ଧାର୍ଯ୍ୟ କରିପାରିବା । ଘରେ ଅଫିସ୍ ସେଟଅପ୍ କରି ବ୍ୟବସାୟ ଚଳାଇପାରିବା । ନିଜ ଦକ୍ଷତାକୁ କାର୍ଯ୍ୟରେ ଲଗାଇ ନିଜକୁ ସ୍ୱାବଲମ୍ବୀ କରିପାରିବା । ଆପଣଙ୍କ ଶିକ୍ଷାଗତ ଯୋଗ୍ୟତା, ରୁଚି ଏବଂ କୌଶଳକୁ ଦୃଷ୍ଟିରେ ରଖି ଆପଣ ଅନେକ ହୋମ୍- ବେସଡ୍ କ୍ୟାରିୟର ଚୟନ କରିପାରିବେ ।

ଘରୁ କାମ କରିବାର ଅନେକ ସୁବିଧା ରହିଥାଏ । କାର୍ଯ୍ୟ ସମୟ ଆପଣ ନିଜ ସୁବିଧା ଅନୁସାରେ ବାଛିପାରିବେ । ପିଲାମାନଙ୍କ ସହ ଅଧିକ ସମୟ ବିତାଇପାରିବେ । ହୋମ୍ ବେସ୍ ଡ କ୍ୟାରିୟର ଆପଣଙ୍କୁ ପେସାଗତ ଏବଂ ବ୍ୟକ୍ତିଗତ ସ୍ଵାଧୀନତା ପ୍ରଦାନ କରିଥାଏ । ଟେକ୍ନୋଲୋଜିର ପ୍ରସାର ଫଳରେ ଆପଣଙ୍କ ନିକଟରେ ଅନେକ ଅନଲାଇନ ବିକଳ୍ପ ଉପଲବ୍ଧ ଅଛି । ଆପଣଙ୍କ ରୁଚି ଏବଂ ଦକ୍ଷତାକୁ ଆପଣ ବ୍ୟବସାୟରେ ରୂପାନ୍ତର କରିପାରିବେ । ଉଦାହରଣସ୍ୱରୂପ, ଗହଣା ତିଆରି, ବେକିଙ୍ଗ୍, କ୍ରାଫ୍ଟ ଇତ୍ୟାଦି ।

ଏଠାରେ ଆମେ କିଛିହୋମ୍ – ବେସ୍ ଡ ବିଜନେସ ଆଇଡିଆ ପ୍ରଦାନ କରୁଛୁ, ଯାହାଦ୍ୱାରା ଆପଣ ଘରେ ବସି ଉପାର୍ଜନ କରିବା ସହ ନିଜେ ନିଜର ବସ୍ ହୋଇପାରିବେ ।

ଅନଲାଇନ ଟ୍ୟୁଟର

ଯଦି ଆପଣଙ୍କର ଟିଚିଙ୍ଗ୍ କ୍ଷେତ୍ରରେ ରୁଚି ଥାଏ ଏବଂ ଆପଣ ଇଣ୍ଟନେଟରେ ବିଜ୍ଞ ଥାନ୍ତି ଅନଲାଇନ ଟିଚିଂ ଆପଣଙ୍କ ପାଇଁ ଉପଯୁକ୍ତ ବିକଳ୍ପ । ଭାରତ ତଥା ବିଶ୍ଵର କୋଣ ଅନୁକୋଣର ଛାତ୍ରୀଛାତ୍ରଙ୍କ ଇଂଲିଶ ଦକ୍ଷତାକୁ ଆପଣ ବଢାଇପାରିବେ କିମ୍ବା ଗଣିତ ତଥା ବିଜ୍ଞାନ ଭଳି ବିଷୟବସ୍ତୁରେ ସେମାନଙ୍କୁ ପଢାଇପାରିବେ । ଯଦି ଆପଣ ଜଣେ ଅବସରପ୍ରାପ୍ତ ଶିକ୍ଷକ ତା’ହେଲେ ଏହା ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ । ଭାରତ ବାହାର ଛାତ୍ରୀଛାତ୍ରଙ୍କୁ ପଢାଇବା ପାଇଁ ଅନଲାଇନ୍ ଟିଚିଂ ଦେଇ ଆପଣ ରୋଜଗାର କରି ଅବସାର ସମୟକୁ ଉପଭୋଗ କରିପାରିବେ ।

ବ୍ଲଗର

କୌଣସି ଏକ ବିଷୟବସ୍ତୁ ଚୟନ କରି ଆପଣ ବ୍ଲଗ ଲେଖିପାରିବେ । ଉତ୍ପାଦ, ସେବା ଏବଂ ଅନ୍ୟାନ୍ୟ ବିଷୟବସ୍ତୁ ଉପରେ ବ୍ଲଗ ଲେଖି ଆପଣ ମୋଟା ଅଙ୍କର ରୋଜଗାର କରିପାରିବେ ।

କଣ୍ଟେଣ୍ଟ ରାଇଟର / ଟେକ୍ନିକାଲ ରାଇଟର

ଆପଣ ଯଦି କ୍ରିଏଟିଭ ଏବଂ ଭଲ ଲେଖିପାରନ୍ତି ଚୁକ୍ତି ଭିଟଟିରେ ଆପଣ ଜଣେ ଫ୍ରିଲାନ୍ସ ରାଇଟର ଭାବେ ବିଭିନ୍ନ ୱେବସାଇଟ ଗୁଡିକ ପାଇଁ କାମ କରିପାରିବେ । ଅନଲାଇନ୍ରେ ଏଭଳି ଅନେକ କଣ୍ଟେଣ୍ଟ ଡେଭଲପମେଣ୍ଟ ଜବ୍ ରହିଛି । କଣ୍ଟେଣ୍ଟ ବିଭିନ୍ନ ପ୍ରକାର ହୋଇପାରେ । କଣ୍ଟେଣ୍ଟ ଫର୍ ୱେବ, କଣ୍ଟେଣ୍ଟ ଏବଂ କଣ୍ଟେଣ୍ଟ ଫର୍ ସଫ୍ଟୱେର ଆଦି ହୋଇପାରେ ।

ଭର୍ଚୁଆଲ ଆସିଷ୍ଟାଣ୍ଟ

ଯଦି ଆପଣ ବ୍ୟବସ୍ଥିତ ଏବଂ ପ୍ରଶାସନିକ ଅଭିଜ୍ଞତା ଆପଣଙ୍କ ନିକଟରେ ରହିଛି ତେବେ ଏହା ଆପଣଙ୍କ ପାଇଁ ଉପଯୁକ୍ତ ବିକଳ୍ପ । ଅନେକ ଭର୍ଚୁଆଲ ସେବା ଏମାନେ ପ୍ରଦାନ କରନ୍ତି । ଘରୁ ଏମାନେ ପ୍ରଶାସନିକ, ମାର୍କେଟିଂ ତଥା ଟେକ୍ନିକାଲ ସପୋର୍ଟ ଯୋଗାଇଥାନ୍ତି ।

ଅନୁବାଦକ

ଯେକୌଣସି ଆଞ୍ଚଳିକ ତଥା ବିଦେଶୀ ଭାଷାରେ ଯଦି ଆପଣଙ୍କର କମାଣ୍ଡ ରହିଛି ତା’ହେଲେ ଆପଣ ଜଣେ ଭଲ ଅନୁବାଦକ ହୋଇ ଘରୁ କାର୍ଯ୍ୟ କରିପାରିବେ । ବିଭିନ୍ନ କମ୍ପାନୀ ତଥା ଏନ୍ ଜିଓ ଗୁଡିକଠାରୁ ଅନୁବାଦ କାର୍ଯ୍ୟ ଆଣି କରିପାରିବେ ।

ୱେବ ଡିଜାଇନିଂ

ଏହା ହେଉଛି ଏଭଳି ଏକ କ୍ଷେତ୍ର ଯେଉଁଠି ଅନେକ କାର୍ଯ୍ୟ ରହିଛି । ଇଣ୍ଟରନେଟ ଯୁଗରେ ୱେବ ଡିଜାଇନରମାନଙ୍କ ଚାହିଦା ଢେର ରହିଛି । ଟେକ୍ନିକାଲ ନୋ – ହାଓ ଏବଂ ଦକ୍ଷତା ଥିଲେ ଆପଣ ଜଣେ ସଫଳ ୱେବ ଡିଜାଇନର ଭାବେ ଘରୁ କାର୍ଯ୍ୟ କରିପାରିବେ ।

ଗ୍ରାଫିକ ଡିଜାଇନର

ଗ୍ରାଫିକ ଡିଜାଇନରମାନଙ୍କ ନିକଟରେ ଅନେକ ସୁଯୋଗ ରହିଛି । ଆପଣ ଜଣେ ଫ୍ରିଲାନ୍ସ ଗ୍ରାଫିକ ଡିଜାଇନର ତଥା ଇଲୁଷ୍ଟ୍ରେଟର ଭାବେ କାର୍ଯ୍ୟ କରିପାରିବେ । ଲୋଗୋ ଡିଜାଇନ, ଇନଫୋଗ୍ରାଫିକ୍ସ, ବ୍ରୋଚର କିମ୍ବା ବାର୍ଷିକ ରିପୋର୍ଟ ପ୍ରସ୍ତୁତି କରି ଘରୁ ରୋଜଗାର କରିପାରିବେ ।

ମେଡିକାଲ ଟ୍ରାନ୍ସକ୍ରିପଶନ୍

ଇଂଲିଶ ଭାଷାରେ ଭଲ ଜ୍ଞାନ ରଖିଥିବା ତଥା ଆକର୍ଷଣୀୟ ଟାଇପିଂ ଦକ୍ଷତା ଥିବା ମହିଳାମାନେ ଏ କ୍ଷେତ୍ରରେ କାର୍ଯ୍ୟ କରିପାରିବେ । ଏହି କ୍ୟାରିୟର ବର୍ତ୍ତମାନ ଚାହିଦାରେ ଅଛି । ଅଧିକାଂଶ ଡାକ୍ତର ଟ୍ରାନ୍ସକ୍ରିପଶନ୍ କିମ୍ବା ଆଉଟସୋର୍ସ କରୁଛନ୍ତି । ଏହା ଦ୍ଵାରା ମହିଳାମାନେ ଘରେ ରହି ରୋଜଗାର କରିପାରିବେ ।

ଡାଟା ଏଣ୍ଟ୍ରି

ଗୃହିଣୀମାନଙ୍କ ପାଇଁ ଏହା ଏକ ଭଲ ବିକଳ୍ପ । ଇଣ୍ଟରନେଟ ବ୍ୟବହାର କରି ଏମାନେ ଡାଟା ଏଣ୍ଟ୍ରି କାର୍ଯ୍ୟ କରିପାରିବେ । ଏକ କମ୍ପ୍ୟୁଟରଏବଂ ଇଣ୍ଟରନେଟ ସଂଯୋଗ ଜରିଆରେ ଜଣେ ଘରୁ କାର୍ଯ୍ୟ ଆରମ୍ଭ କରିପାରିବେ ।

ଡେକେୟାର ସେଣ୍ଟର

ଘରୁ ବ୍ୟବସାୟ ଆରମ୍ଭ କରିବା ପାଇଁ ଏହା ଏକ ଭଲ ବିକଳ୍ପ । ଯଦି ଆପଣ ଛୋଟ ଛୋଟ ପିଲାଙ୍କୁ ଭଲ ପାଉଥାନ୍ତି ତା’ହେଲେ ଘରେ ହିଁ ଏକ ଡେ କେୟାର ସେଣ୍ଟର ଖୋଲିପାରିବେ । ନିଜ ପିଲାଙ୍କ ସହ ସମୟ ବିତାଇବା ସହ ଅନ୍ୟ ପିଲାମାନଙ୍କର ଯତ୍ନ ନେଇ ଆପଣ କିଛି ରୋଜଗାର କରିପାରିବେ ।

ବ୍ରାଇଡାଲ କନ୍ ସଲ୍ ଟାଣ୍ଟ

ଆପଣ ଯଦି ଜଣେ ବ୍ୟବସ୍ଥିତ ବ୍ୟକ୍ତି ତେବେ ଜଣେ ହୋମ୍ – ବେସ୍ ଡ ବ୍ରାଇଡାଲ କନ୍ ସଲ୍ ଟାଣ୍ଟ ହେବା ପାଇଁ ଚିନ୍ତା କରିପାରିବେ ।ବିବାହ ପୋଷାକ, ମେକ୍ ଅପ୍, ନିମନ୍ତ୍ରଣପତ୍ର ତଥା ଅନ୍ୟାନ୍ୟ ବିବାହ ସମ୍ପର୍କୀୟ କାର୍ଯ୍ୟରେ ସହଯୋଗ କରିପାରିବେ ।

ଇଭେଣ୍ଟ ପ୍ଲାନର

ଆପଣଙ୍କ ନିକଟରେ ଉନ୍ନତ ସାଙ୍ଗଠନିକ ଦକ୍ଷତା ଅଛି କି ? ବିଭିନ୍ନ କାର୍ଯ୍ୟକ୍ଷମକୁ ସୁବ୍ୟବସ୍ଥିତ ଭାବେ ଆୟୋଜନ କରିପାରୁଥିଲେ ଆପଣ ଜଣେ ୱେଡିଂ ବା ଇଭେଣ୍ଟ ପ୍ଲାନର ହୋଇପାରିବେ ।

ଜୁରଲାରୀ ଡିଜାଇନିଂ

ଏହାକୁ ସହଜରେ ଘରୁ କରିହେବ । ମ୍ୟାଟେରିଆଲଗୁଡିକୁ କିଣି ଆପଣ ଏହାକୁ ବ୍ୟବହାର କରି ବିଭିନ୍ନ ପ୍ରକାର ଗହଣା ପ୍ରସ୍ତୁତ କରି ଏହାର ମାର୍କେଟିଂ କରାଇପାରିବେ ।

ଫିଟନେସ୍ ଟ୍ରେନର

ସମ୍ପ୍ରତିପ୍ରାୟ ସମସ୍ତେ ସ୍ୱାସ୍ଥ୍ୟ ସଚେତନ ଜଣେ ୟୋଗା ଏକ୍ସପର୍ଟ କିମ୍ବା ତାଲିମପ୍ରାପ୍ତ ଏରୋବିକ୍ସ ଟ୍ରେନର ଭାବେ ଆପଣ ଘରୁ ସେବା ପ୍ରଦାନ କରିପାରିବେ ।

ଆଧାର : କେରୀୟର ବ୍ୟୁର

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate