অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଟିମ୍ ମ୍ୟାନେଜମେଣ୍ଟ

ଟିମ୍ କଣ


ସମସ୍ତଙ୍କ ନିକଟରେ ସମାନ ଦକ୍ଷତା ନ ଥାଏ । ଆମେ ସମସ୍ତେ ପରସ୍ପରଠାରୁ ଭିନ୍ନ ହୋଇଥାଉ । ଖାଲି ଯେ ଆମର ଉଚ୍ଚତା ଏବଂ ରଙ୍ଗ ଅଲଗା ଅଲଗା ଥାଏ ତାହା ନୁହେଁ ଆମର ଶିକ୍ଷାଗତ ଯୋଗ୍ୟତା ଏବଂ କାର୍ଯ୍ୟ କରିବାର ଦକ୍ଷତା ମଧ୍ୟ ଭିନ୍ନ ଥାଏ । ଏପରି କିଛି ଗୁଣାବଳୀ ଥାଏ, ଯାହାକି  ଜଣଙ୍କୁ ଅନ୍ୟ ଜଣଙ୍କଠାରୁ ଭିନ୍ନ ଭାବେ ପ୍ରତିପାଦିତ କରେ । ଜଣଙ୍କ ନିକଟରେ ନିର୍ଦ୍ଦେଶ ଦେବାର ଦକ୍ଷତା ରହିଥିବା ବେଳେ କେତେଜଣଙ୍କ ନିକଟରେ ଏହି ନିର୍ଦ୍ଦେଶ ପାଳନ କରିବାର ଦକ୍ଷତା ଥାଏ । ପେସାଗତ ଜୀବନରେ ଯିଏ ନିର୍ଦ୍ଦେଶ ଦିଅନ୍ତି ତାକୁ ଟିମ୍ ଲିଡର ବୋଲି କୁହାଯାଏ ଏବଂ ଯିଏ ନିର୍ଦ୍ଦେଶର ଅନୁପାଳନ କରନ୍ତି ସେମାନଙ୍କୁ ଟିମ୍ ର ସଦସ୍ୟ ବୋଲି କୁହାଯାଇଥାଏ ।

ଟିମ୍ ଲିଡରଙ୍କ ଗୁଣାବଳୀ

ତେବେ ଜଣେ ଟିମ୍ ଲିଡରଙ୍କ ନିକଟରେ କ’ ଣ  ସବୁ ଗୁଣାବଳୀ ଥାଏ, ଯାହା ତାକୁ ଅନ୍ୟମାନଙ୍କଠାରୁ ଭିନ୍ନ ବନାଇଥାଏ । ଲିଡରଙ୍କ ଦକ୍ଷତା ଏବଂ ବିଚାରଶକ୍ତି ଏକ ଟିମ୍ ର ପ୍ରଦର୍ଶନରେ ପ୍ରତିଫଳିତ ହୋଇଛି । ଟିମ୍ ଲିଡର ଯଦି ଦକ୍ଷ ହୋଇଥିବେ ତା’ ହେଲେ ସଫଳତା ନିଶ୍ଚିତ ମିଳିଥାଏ । ଟିମ୍ ମ୍ୟାନେଜମେଣ୍ଟର କୌଶଳ ଶିଖୁଥିବା ବ୍ୟକ୍ତିଙ୍କୁ ଜଣେ ସଫଳ ଲିଡର ବୋଲି କୁହାଯାଇଥାଏ ଏବଂ ତାଙ୍କର ମତ ଓ ନିର୍ଦ୍ଦେଶ ପାଳନକରିବା ପାଇଁ ସମସ୍ତେ ଆଗ୍ରହ ପ୍ରକାଶ କରନ୍ତି । ତେବେ ଆମେ ସମସ୍ତେ କ’ଣ ଟିମ୍ ଲିଡର ହୋଇପାରିବା ? ଆମ ସମସ୍ତଙ୍କ ନିକଟରେ କ’ଣ ଟିମ୍ ର ନେତୃତ୍ଵ ନେବାର ଦକ୍ଷତା ରହିଛି ? ଏହାର ଉତ୍ତର ହେଉଛି ନା ।  ସମସ୍ତଙ୍କ ନିକଟରେ ଏହି ଗୁଣାବଳୀ ନ ଥାଏ କିମ୍ବା ସମସ୍ତେ ଟିମ୍ ଲିଡର ହୋଇପାରନ୍ତି ନାହିଁ । କିନ୍ତୁ ନିୟମିତ ତାଲିମ ଏବଂ ଅଗାଧ ପରିଶ୍ରମ ମାଧ୍ୟମରେ ଜଣେ ଏହି ଉପାଧି ହାସଲ କରିପାରିବେ । କେତେକ ଆବଶ୍ୟକ ଗୁଣାବଳୀ ହାସଲ କରିବାକୁ ପଡିବ । ଜଣେ ପ୍ରକୃତ ଲିଡର ତାକୁ କୁହାଯିବ, ଯିଏ ହାରିଯାଇଥିବା ଟିମ୍ କୁ ଆଗେଇ ନେଇ ସଫଳ ସଫଳ ଟିମ୍ ଭାବେ ଛିଡା କରିବାର ସାମର୍ଥ୍ୟ ରଖନ୍ତି । ଜଣେ ସଫଳ ଲିଡରଙ୍କ ତତ୍ଵାବଧାନରେ କମ୍ପାନୀ ଆଗକୁ ଆଗକୁ ବଢି ଚାଲେ । ଟିମ୍ ଲିଡରଙ୍କ ରଣକୌଶଳ ଏବଂ ମ୍ୟାନେଜମେଣ୍ଟ ଦ୍ଵାରା କମ୍ପାନୀ ବହୁମାତ୍ରାରେ ଉପକୃତ ହୋଇଥାଏ । ଏହାର ଶ୍ରେୟ ଟିମ୍ ଲିଡରଙ୍କୁ ପାଇଥାଏ ଏବଂ ତାଙ୍କୁ କମ୍ପାନୀ ପକ୍ଷରୁ ପୁରସ୍କୃତ କରାଯାଏ । କମ୍ପାନୀର ଲକ୍ଷ ଟିମ୍ ର ଲକ୍ଷ ବୋଲି ଗଣନା କରି ଉକ୍ତ ହିସାବରେ ଟିମ୍ ର ପ୍ରତ୍ୟେକ ସଦସ୍ୟଙ୍କୁ ନିୟନ୍ତ୍ରଣ କରି ଜଣେ ବ୍ୟକ୍ତି କମ୍ପାନୀର ଅଭିବୃଦ୍ଧିର ଶ୍ରେୟ ନେଇପାରିବେ । ତେବେ ଜଣେ ସଫଳ ଟିମ୍ ଲିଡର ହେବା ପାଇଁ କେଉଁ କେଉଁ ଗୁଣାବଳୀ ନିତ୍ୟାନ୍ତ ଆବଶ୍ୟକ ତାହାକୁ ନେଇ ଆଜିର ବିଷୟବସ୍ତୁ ।

  • ଜଣେ ଟିମ୍ ଲିଡର ନିଜ ଟିମ୍ ର ପ୍ରତ୍ୟେକ ସଦସ୍ୟଙ୍କୁ ନିଜ ଆଡକୁ ଆକର୍ଷିତ କରି ପାରୁଥିବା ଦରକାର । ତାଙ୍କ କଥାରେ ସେଭଳି ଚାତୁରି ରହିଥିବା ଦରକାର, ଯାହାଦ୍ଵାରା ଟିମ୍ ସଦସ୍ୟମାନେ ତାଙ୍କର ନିର୍ଦେଶ ପାଳନ କରିବା ପାଇଁ ଉତ୍ସାହିତ ହେବେ ।
  • ସମସ୍ତେ କଥା କହିପାରନ୍ତି । କିନ୍ତୁ ସମସ୍ତେ ଅନ୍ୟମାନଙ୍କୁ କଥା ମଧ୍ୟମରେ ନିଜ ଆଡକୁ ଆକର୍ଷିତ କରିପାରନ୍ତି ନାହିଁ । କିନ୍ତୁ ଯେଉଁମାନେ ନିଜ କଥା ମାଧ୍ୟମରେ ଅନ୍ୟମାନଙ୍କ ମନକୁ ଛୁଇଁ ପାରନ୍ତି ସେମାନେ ହିଁ ନେତୃତ୍ଵ ନେଇପାରନ୍ତି । ଏହି ଗୁଣାବଳୀ ଯୋଗୁ ସେମାନେ ହୁଅନ୍ତି ସଫଳ ଟିମ୍ ଲିଡର । ଜଣେ ଟିମ୍ ଲିଡରଙ୍କ କାମ୍ୟୁନିକେଶନ ଦକ୍ଷତା ଅତ୍ୟନ୍ତ ଭଲ ରହିଥିବା ଦରକାର । ଏହା ହିଁ ଉକ୍ତ ଟୁଲ୍, ଯାହା ମାଧ୍ୟମରେ ଯେ ଟିମ୍ ର ସଦସ୍ୟମାନଙ୍କୁ ଧରିରଖନ୍ତି ଏବଂ ଅନ୍ୟମାନେ ତାଙ୍କର ନିର୍ଦ୍ଦେଶ ପାଳନ କରିବା ପାଇଁ ଆଗେଇ ଆସନ୍ତି ।
  • ଏକ ଟିମ୍ ରେ ଯଦି କୌଣସି ସମାସ୍ୟାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଏ ତା’ ହେଲେ ଉକ୍ତ ସମସ୍ୟା କଦାପି ସମାଧାନ ହେବ ନାହିଁ । ଟିମ୍ ର ପ୍ରତ୍ୟେକ ସଦସ୍ୟ ଏକତାଳ ହୋଇ ଉକ୍ତ ସମସ୍ୟାର ସମାଧାନ କଲେ ହିଁ ସଫଳ ହୋଇପାରିବେ । । ତେଣୁ ଜଣେ ଟିମ୍ ଲିଡର ଉକ୍ତ କ୍ଷେତ୍ରରେ ସଫଳ ବୋଲି ଗଣାଯିବେ, ଯେତେବେଳେ ସେ ସମସ୍ତଙ୍କୁ ଏକଜୁଟ କରିପାରିବେ । ସମସ୍ତଙ୍କୁ ସମନ୍ଵିତ କରି କାର୍ଯ୍ୟ କରିବେ । ଟିମ୍ ରେ ଏକତା ବଜାୟ ରଖିବାର ଦାଇତ୍ଵ ଜଣେ ଟିମ୍ ଲିଡରଙ୍କ ହାତରେ ନ୍ୟସ୍ତ ଥାଏ ।
  • ଯୋଜନା ପ୍ରସ୍ତୁତ କରି ତାହାକୁ ଅଭିନବ ରଣକୌଶଳ ମାଧ୍ୟମରେ ଠିକ୍ ଭାବେ କାର୍ଯ୍ୟକାରୀ କରିବା ନିଶ୍ଚିତ ଏକ ବଡ ଚ୍ୟାଲେଞ୍ଜ । ଏହି ଚ୍ୟାଲେଞ୍ଜକୁ ସାମ୍ନାକରି ପାରୁଥିବା ବ୍ୟକ୍ତି ହିଁ ସଫଳ ଟିମ୍ ଲିଡର । କାର୍ଯ୍ୟରେ ବହୁ ସମୟ ଭଲରେ ଯାଏ ନାହିଁ । ଏଭଳି କିଛି ପରିସ୍ଥିତି ଆସେ ଯେତେବେଳେ ଟିମ୍ ଲିଡରଙ୍କୁ କଠିନ ନିଷ୍ପତ୍ତି ନେବାକୁ ପଡିଥାଏ । ସମ୍ପ୍ରତି କମ୍ପାନୀଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ବଢିବା ସହ ଚ୍ୟାଲେଞ୍ଜ ମଧ୍ୟ ବଢୁଛି । ଏଭଳି କ୍ଷେତ୍ରରେ ଜଣେ ଟିମ୍ ଲିଡର ହିଁ ନିଜର ବିଚାର ଶକ୍ତି ଏବଂ ଉପଯୁକ୍ତ ନିଷ୍ପତ୍ତି ମାଧ୍ୟମରେ ଟିମ୍ ର ପ୍ରତ୍ୟେକ ସଦସ୍ୟଙ୍କୁ ଏକସଙ୍ଗେ ନେଇ ଉକ୍ତ ଚ୍ୟାଲେଞ୍ଜଗୁଡିକୁ ସାମ୍ନାକରି କମ୍ପାନୀକୁ ଶିଖରରେ ପହଞ୍ଚାଇଥାନ୍ତି ।
  • ଜଣେ ଟିମ୍ ଲିଡର ଆବଶ୍ୟକ ପଡିଲେ ତଥା ଜରୁରିକାଳୀନ ସ୍ଥିତିରେ ତୁରନ୍ତ ଏବଂ ଉପଯୁକ୍ତ ନିଷ୍ପତ୍ତି ନେଇପାରୁଥିବା ଦରକାର । ତାଙ୍କର ବିଚାର କରିବାର ଶକ୍ତି ଦ୍ରୁତ ହୋଇଥିବା ଦରକାର । ଏହି ରିସ୍କକୁ ଠିକ୍ ଭାବେ ପାର୍ ହୋଇପାରିଲେ ଜଣେ ବ୍ୟକ୍ତିଙ୍କୁ ସଫଳ ନେତୃତ୍ଵ ବୋଲି କୁହାଯାଇପାରିବ ।
  • ଟିମ୍ ଲିଡରଙ୍କୁ ସର୍ବଦା ଆଗକୁ ଆସି ପରିସ୍ଥିତିର ସାମ୍ନା କରିବାକୁ ପଡିବ । ପଛରେ ରହି ନିର୍ଦେଶ ଦେଉଥିବା ବ୍ୟକ୍ତିଙ୍କୁ ପ୍ରକୃତ ଟିମ୍ ଲିଡର କୁହାଯିବ ନାହିଁ । ନିଜେ ଉପସ୍ଥିତି ରହି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପଡିବ । ଜଣେ ଲିଡରଙ୍କ ଅନୁପସ୍ଥିତିରେ ଏକ ଟିମ୍ ଏହାର ଆତ୍ମବିଶ୍ଵାସ ହରାଇପାରେ । ଟିମ୍ ସର୍ବଦା ଏହାର ଲିଡରଙ୍କ ଗାଇଡାକ୍ସ ଚାହିଁଥାଏ । ତେଣୁ ଏ କ୍ଷେତ୍ରରେ ଟିମ୍ ଲିଡରଙ୍କୁ ତତ୍ପରତା ଦେଖାଇବାକୁ ପଡିବ ।
  • ଖାଲି ସେତିକି ନୁହେଁ ସଦସ୍ୟମାନଙ୍କ ପ୍ରତି ଟିମ୍ ଲିଡରଙ୍କ ବ୍ୟବହାର ମଧ୍ୟ ଭଲ ରହିବା ଦରକାର । ରୁକ୍ଷ ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ । ଟିମ୍ ଲିଡରଙ୍କ ବ୍ୟବହାର ଭଲ ନ ରହିଲେ ଅନ୍ୟମାନଙ୍କ ମନରେ ପ୍ରତି ସମ୍ମାନ ଆସିବ ନାହିଁ ।
  • ଅନେକ ସମୟରେ ଆମେ କିଛି  ଚ୍ୟାଲେଞ୍ଜ ଏବଂ ରିସ୍କର ଗୁରୁତ୍ଵ ବୁଝିବାରେ ବିଫଳ ହୋଇଥାଉ । ଏହାର ଗୁରୁତ୍ଵ ନ ବୁଝି ଏହାକୁ ହେୟଜ୍ଞାନ କରୁଦେଉ । ଫଳରେ ବଡ ସମସ୍ୟାର ସାମ୍ନା କରିବାକୁ ପଡେ । ଜଣେ ପ୍ରକୃତ ଲିଡର କାର୍ଯ୍ୟର ଗୁରୁତ୍ଵ ବୁଝିବା ଦରକାର । କେଉଁ କାର୍ଯ୍ୟ ପ୍ରଥମେ କରିବାକୁ ପଡିବ ଏବଂ କେଉଁ କାର୍ଯ୍ୟକୁ ପରେ କଲେ ଚଲିବ ତାହା ତାକୁ ବୁଝିବାକୁ ପଡିବ ।
  • ଟିମ୍ ର କରୁଣ ସଦସ୍ୟଙ୍କ ନିକଟରେ କେଉଁ ଦକ୍ଷତା ରହିଛି ତାହାକୁ ନେଇ ଟିମ୍ ଲିଡର ଅବଗତ ହେବା ଦରକାର । ଏହା ଫଳରେ ସେ ଯୋଗ୍ୟତା ଅନୁଯାୟୀ ଟିମ୍ ସଦସ୍ୟମାନଙ୍କୁ କାର୍ଯ୍ୟ ଦେଇପାରିବେ । ଏହା ଏକ ପ୍ରମୁଖ ଗୁଣାବଳୀ ।
  • ଜଣେ ପ୍ରକୃତ ଟିମ୍ ଲିଡର ଟିମ୍ ସଦସ୍ୟମାନଙ୍କ ପକ୍ଷପାଦିତ କରିବା ଉଚିତ ନୁହେଁ । ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା ଦରକାର । ଏହାଦ୍ଵାରା ହିଁ ଯେ ସମସ୍ତଙ୍କ ମନରେ ସ୍ଥାନ ପାଇପାରିବେ ଏବଂ ଗ୍ରହଣୀୟ ହୋଇରହିବେ ।
  • ପରିଶେଷରେ କୁହାଯାଇପାରିବ ଯେ, ଥରେ ଲିଡର୍ ନିଜ ଟିମ୍ ର ଭରସା ଜିତିପାରିଲେ ଏବଂ ସେମାନଙ୍କ ନିକଟରେ ଗ୍ରହଣୀୟ ହୋଇପାରିଲେ ଏକ ବିଫଳ ଟିମ୍ କୁ ସଫଳ ଟିମ୍ ହେବାର କେହି ଅଟକାଇ ପାରିବେ ନାହିଁ ।

ଆଧାର : କ୍ୟାରିୟର ବ୍ୟୁର

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate