অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଟ୍ରେନିଂ ପ୍ରୋଗ୍ରାମ: କ୍ୟାରିୟର ଅଭିବୃଦ୍ଧିର ପ୍ରମୁଖ ଟୁଲ

ଟ୍ରେନିଂ ପ୍ରୋଗ୍ରାମ: କ୍ୟାରିୟର ଅଭିବୃଦ୍ଧିର ପ୍ରମୁଖ ଟୁଲ

ଟ୍ରେନିଂ ପ୍ରୋଗ୍ରାମ

ଏକ ଗୁଢ଼ି ଅଛି ଜଣେ ରାଜା କେବଳ ତାଙ୍କର ନିଜ ରାଜ୍ୟରେ ସମ୍ମାନ ପାଇଥାନ୍ତି, କିନ୍ତୁ ଜଣେ ଜ୍ଞାନୀ ଲୋକ ସର୍ବତ୍ର ପୂଜା ପାଇଥାଏ । ଜ୍ଞାନ ହେଉଛି ଏଭଳି ଶକ୍ତି ଯାହାକି ଆମର ବ୍ୟକ୍ତିତୁ ତଥା ପ୍ରୋଫାଇଲକୁ ବଳିଷ୍ଠ କରିଥାଏ । ଜ୍ଞାନ ବିନା ଆମେ ବଧିର ସଦୃଶ । ଜୀବନର ପ୍ରତିଟି ପର୍ଯ୍ୟାୟରେ ଜ୍ଞାନର ଆବଶ୍ୟକତା ରହିଛି । ପ୍ରତି ସ୍ତରରେ ଜ୍ଞାନର ବିକାଶ ଜରୁରୀ । ବର୍ତ୍ତମାନର ପ୍ରତିଯୋଗିତାପୂର୍ଣ୍ଣ । ବଜାରରେ ନିଜକୁ ଦକ୍ଷ ପ୍ରମାଣିତ କରିବା ପାଇଁ ଆମେ କାର୍ଯ୍ୟରେ ସ୍ମାର୍ଟ ହୋଇଥିବା ଦରକାର । ଆମର କାର୍ଯ୍ୟ କରିବାର ଶୈଳୀ ସମୟଙ୍କଠାରୁ ଭିନ୍ନ ହୋଇଥିବା ଦରକାର । ନିଜର ଉନ୍ନତ କାର୍ଯ୍ୟ ପ୍ରଦର୍ଶନ ଏବଂ ଉପସ୍ଥାପନା ମାଧ୍ୟମରେ  ଆମେ ଅନ୍ୟମାନଙ୍କଠାରୁ ସ୍ଵତନ୍ତ୍ର ଲାଗିବା । ଆମ ମଧ୍ୟରେ ଅନେକେ ଅଛନ୍ତି, ଯେଉଁମାନେ ଥରେ ଚାକିରିରେ ପଶିଗଲେ ନିଜର ଜ୍ଞାନକୁ ଅପଗ୍ରେଡ୍ କରିବା ପାଇଁ ଭୁଲିଯାଆନ୍ତି । ସେମାନେ ଭାବନ୍ତି । ଥରେ ଚାକିରି କରିବା ପରେ ଅତିରିକ୍ତ ଜ୍ଞାନ' ହାସଲ ନେଇ ସମୟ ବା ପଇସା ଖର୍ଚ୍ଚ କଲେ ଲାଭ କିଛି ନାହିଁ । କିନ୍ତୁ ସେମାନେ ଜାଣନ୍ତି ନାହି ଯେ, ଏହା ହେଉଛି। ଜ୍ଞାନର ଅପଗ୍ରେଡ଼େଶନ , ଯାହାକି ଆମର ଅଭିବୃଦ୍ଧିରେ ବିଶେଷ ସହାୟକ ହୋଇଥାଏ । ଏହା ମାଧ୍ୟମରେ  ଆପଣା ଅନ୍ୟମାନଙ୍କ ତୁଳନାରେ ଅଧିକ ଡିମାଣ୍ଡରେ ରହିବେ । କମ୍ପାନୀଙ୍କୁ ଆପଣଙ୍କର ଅଧିକ ଆବଶ୍ୟକତା ପଡିବ । କମ୍ପାନୀ ପାଇଁ ଆପଣ ଜଣେ ମୂଲ୍ୟବାନ୍ କର୍ମଚାରୀ ଭାବେ ପ୍ରତିପାଦିତ ହେବେ ।

ଶିକ୍ଷା ବିଶେଷଜ୍ଞଙ୍କ କହିବାନୁଯାୟୀ, ନିଜର ବିକାଶ ଦିଗରେ ସମୟ, ଟଙ୍କା ତଥା ସମ୍ବଳର ବିନିଯୋଗ ବ୍ୟର୍ଥ ନୁହେଁ । ବିଭିନ୍ନ ପ୍ରକାର ଦକ୍ଷତା ବିକାଶ ପାଇଁ ଗ୍ରେନିଂ ଏବଂ ଉଚ୍ଚଶିକ୍ଷାରେ ଅର୍ଥ ନିବେଶ ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ । ଭବିଷ୍ୟତରେ ଏହା ଆପଣଙ୍କ ପାଇଁ ଭଲ ଫଳ ଆଣିବ’ । ନିଜକୁ ବିକାଶ କରିବା ପାଇଁ ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଅର୍ଥ ଖର୍ଚ୍ଚ କରୁଥିବା ପ୍ରଫେସନାଲ ମାନେ ଅନ୍ୟମାନଙ୍କ ତୁଳନାରେ ଅଧିକ ଦୁତବେଗରେ କ୍ୟାରିୟର ଗଢ଼ନ୍ତି । ନିଜକୁ ତାଲିମପ୍ରାପ୍ତ କରିବା ପାଇଁ ଯେଉଁମାନେ ବିଭିନ୍ନ ଟ୍ରେନିଂ ପ୍ରୋଗ୍ରାମରେ ଯୋଗ ଦେଉଛନ୍ତି ସେମାନେ ଏହାର ସୁଫଳ ପାଉଛନ୍ତି । ସେମାନଙ୍କ ପାଇଁ ସୁଯୋଗର ଅଭାବ ନ ଥାଏ । ତେବେ ଯେତେ ଅଧିକ ଟ୍ରେନିଂ ପ୍ରୋଗ୍ରାମରେ ଯୋଗ ଦେବେ ସେତେ ଅଧିକ ସୁଯୋଗ ଆପଣଙ୍କ ନିକଟକୁ ଆସିବ । ଯେତେ ଅଧିକ ଜ୍ଞାନ ହାସଲ କରିବେ । ଆପଣଙ୍କର ଉତ୍ପାଦିକତା ବଢ଼ିବ ଏବଂ ବାସ୍ତ ବ ଜୀବନରେ ପ୍ରଦର୍ଶନ ଉନ୍ନତ ହେବ।

ଅଧିକାଂଶ କମ୍ପାନୀ କର୍ମଚାରୀଙ୍କ ତାଲିମ ପାଇଁ ପାଣ୍ଠି ବ୍ୟବସ୍ଥା କରିଥାନ୍ତି । କମ୍ପାନୀର ବଜେଟରେ କର୍ମଚାରୀଙ୍କ ତାଲିମ ନିମନ୍ତେ ସ୍ଵତନ୍ତ୍ର ପାଣ୍ଠି ବରାଦ କରାଯାଇଥାଏ । ସେମାନଙ୍କ ବିଚାର ଅନୁସାରେ ଏହାଦ୍ଵାରା କେବଳ କର୍ମଚାରୀଙ୍କ ନୁହେଁ କମ୍ପାନୀର ମଧ୍ୟ ଲାଭ ହୋଇଥାଏ । କୌଣସି ପେସାଦାର ବ୍ୟକ୍ତି ଏଭଳି ସୁଯୋଗର ହାତଛଡା କରିବା

ଉଚିତ ନୁହେଁ । ମନେରଖନ୍ତୁ କମ୍ପାନୀ ପକ୍ଷରୁ ପ୍ରଦାନ କରାଯାଉଥିବା ତାଲିମ ପ୍ରୋଗ୍ରାମ କର୍ମଚାରୀଙ୍କ ହିତ ଉଦ୍ଦେଶ୍ୟରେ ହୋଇଥାଏ । ତ୍ଵରିତ କ୍ୟାରିୟର ଅଭିବୃଦ୍ଧିରେ ଏହା ହେଉଛି ଏକ ଅଭିବୃଦ୍ଧିରେ ଅଂଶ । କର୍ମଚାରୀଙ୍କ ପ୍ରୋଫାଇଲରେ ଏହା ଅତିରିକ୍ତ ଭାଲୁକ୍ୟ ଯୋଡିଥାଏ । ବିଭିନ୍ନ ପ୍ରକାର ତାଲିମ ପ୍ରୋଗ୍ରାମ ରହିଛି, ଯେଉଁଗୁଡିକ ସାଧାରଣତଃ କମ୍ପାନୀ କିମ୍ବା ତୃତୀୟ ପକ୍ଷ ଦ୍ଵାରା ଆୟୋଜନ କରାଯାଇଥାଏ । ତୃତୀୟ ପକ୍ଷ ଦ୍ଵାରା କରାଯାଉଥିବା ତାଲିମ ପ୍ରୋଗ୍ରାମରେ ଯୋଗଦେବାକୁ ହୁଏତ ଆମକୁ କିଛି ଦେୟ ଦେବାକୁ ପଡିବନି କିମ୍ବା ସାମାନ୍ୟ କିଛି ଦେୟ ଦେବାକୁ ପଡିବ ।

ତାଲିମ ପ୍ରୋଗ୍ରାମ ୩ ପ୍ରକାର

ଟେକ୍ସିକାଲ ଟ୍ରେନିଂ ପ୍ରୋଗ୍ରାମ:

ମାନୁଫ୍ୟାକଚରିଂ', ଟ୍ରେଡିଙ୍ଗ”, ଉତ୍ପାଦ, ସେବା ତଥା ଉତ୍ପାଦନ କାର୍ଯ୍ୟରେ ଜଡିତ କମ୍ପାନୀର ପ୍ରସାର, ଟେକ୍ସିକାଲ ପ୍ରଡକ୍ଟଗୁଡିକର ରକ୍ଷଣାବେକ୍ଷଣ ଏବଂ କାରବାର କରୁଥିବା କମ୍ପାନୀଗୁଡିକ ନିୟମିତ ଭିତ୍ତିରେ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରିଥାନ୍ତି । ନୂଆ ନୂଆ ଟେକ୍ନୋଲୋଜି ବିଷୟରେ କର୍ମଚାରୀମାନଙ୍କୁ ଅପଡେଟ୍ କରିବା ପାଇଁ ଏହି କମ୍ପାନୀଗୁଡିକ ଟ୍ରେନିଂ ପ୍ରୋଗ୍ରାମର ଆୟୋଜନ କରିଥାନ୍ତି । ଏଣୁ ଉତ୍ପାଦନ, ରକ୍ଷଣାବେକ୍ଷଣ ତଥା ଅପରେଶନ କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ଏହି ଟ୍ରେନିଂ ପ୍ରୋଗ୍ରାମର ଲାଭ ନେବାକୁ ହେବ । ଏଥିରେ ବିଫଳ ହେବା ଦ୍ଵାରା ସେମାନେ କାର୍ଯ୍ୟ ସମ୍ଭାଳିବାରେ ବିଫଳ ହେବେ ଏଥିରେ ସନ୍ଦେହ ନାହିଁ ।

ସମାନ ଭାବେ କମ୍ପାନୀଗୁଡିକ ସେମାନଙ୍କ ଉତ୍ପାଦ ତଥା ବ୍ୟବସାୟର ପ୍ରସାର ଲାଗି ମଧ୍ୟ କର୍ମଚାରୀମାନଙ୍କୁ ତାଲିମ ଦେଇଥାନ୍ତି । କାରଣ ଦୈନନ୍ଦିନ କାର୍ଯ୍ୟ ଜୀବନରେ କ୍ଲାଏଣ୍ଟମାନଙ୍କ ସହ ଇଣ୍ଟରଆକ୍ଟ କରିବା ପାଇଁ ଏହା ନିତାନ୍ତ ଜରୁରୀ ।

ଦିନକୁ ଦିନ କମ୍ପାନୀଗୁଡିକ ବଜାରକୁ ନୂଆ ଟୋକେସ୍ଫାଲୋଜି ଯୋଡି ଉତ୍ପାଦମାନ ଆଣୁଥିବାବେଳେ କର୍ମଚାରୀମାନଙ୍କୁ ଏଥି ସହ ଭଲ ଭାବେ ଜଡିତ ହେବାକୁ ପଡିବ । ସେଥିପାଇଁ କମ୍ପାନୀଗୁଡିକ ତାଲିମ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି । ମ୍ୟାନେଜମେଣ୍ଟ ଟ୍ରେନି':ଅଧିକାଂଶ  ବିକାଶଶୀଳ କମ୍ପାନୀଗୁଡିକରେ ସେମାନଙ୍କ କର୍ମଚାରୀଙ୍କ ତାଲିମ ପାଇଁ ସ୍ଵତନ୍ତ୍ର ବଜେଟ ଥାଏ । କର୍ମଚାରୀଙ୍କ ବିକାଶ ଲାଗି ଏମାନେ ମାଗଣା ଟ୍ରେନିଂ ପ୍ରୋଗ୍ରାମର ଆୟୋଜନ କରିଥାନ୍ତି । କାରଣ ଦୁର୍ବଳ କାର୍ଯ୍ୟଶୈଳୀ ରଖୁଥିବା କିର୍ମଚାରୀଙ୍କୁ ନେଇ କୌଣସି କମ୍ପାନୀ ଆଗକୁ ବଢ଼ିପାରିବ ନାହିଁ । ସେଥିଯାଇଁ ଏମାନଙ୍କୁ ଦକ୍ଷ କରିବା ପାଇଁ କମ୍ପାନୀଗୁଡିକ ନିୟମିତ ଭିତ୍ତରେ ତାଲିମ ପ୍ରୋଗ୍ରାମର ଆୟୋଜନ କରିଥାନ୍ତି । ବିଭିନ୍ନ ପ୍ରକାର ପର୍ଫମାନ୍ସ ଏନହାନ୍ସମେଣ୍ଟ ଟ୍ରେନିଂ ପ୍ରୋଗ୍ରାମ ରହିଛି । ଯେପରି

କଷ୍ଟମର ହତ୍ୟାଣ୍ଡଲିଂ’, ‘ଟାଇମ୍ ମ୍ୟାନେଜମେଣ୍ଟା, ଫର୍ଫମାନ୍ସ ଆନାଲିସିସ୍ ଏବଂ ସେଲଫ ଆସେସ୍ ମେଣ୍ଟ ।  ନୂଆ ବଜାର ସୁଯୋଗ, ବ୍ୟବସାୟ ସମ୍ପ୍ରସାରଣ ଯୋଜନା, ଅନ୍ତରାଷ୍ଟ୍ରୀୟ ସ୍ତରରେ ବ୍ୟବସାୟ ବୃଦ୍ଧି, ଉତ୍ପାଦ ରପ୍ତାନି, ନୂଆ ନୀତି ଏବଂ ମୋଟିଭେଶନାଲ ସେସନ୍‌ ଗୁଡିକ ତାଲିମ ନିମନ୍ତେ ପସନ୍ଦ ଯୋଗ୍ୟ ବିଷୟବସ୍ତୁ । ମାନବ ସମ୍ବଳ ବିଭାଗ ପ୍ରତି କର୍ମଚାରୀଙ୍କୁ ତର୍ଜମା କରି ସେମାନଙ୍କ ପାଇଁ ଉପଯୁକ୍ତ ଟ୍ରେନିଂ ପ୍ରୋଗ୍ରାମ ନେଇ ପରାମର୍ଶ ଦେଇଥାଏ ।

ଏହି ଆସେସ୍ ମେଣ୍ଟଗୁଡିକକର୍ମଚାରୀଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିଥାଏ । ସେମାନଙ୍କ ପଦୋନ୍ନତି ଏହା ଉପରେ ନିର୍ଭର କରେ ।

ସଫ୍ଟସ୍କିଲ ଟେନିଙ୍ଗ ପ୍ରୋଗ୍ରାମ

କ୍ଲାଏଣ୍ଟମାନଙ୍କୁ ସର୍ବୋତ୍ତମ ସେବା ପ୍ରଦାନ ଦିଗରେ ଏହା ଏକ ପ୍ରମୁଖ ତାଲିମ କାର୍ଯ୍ୟକ୍ରମ । ଉପଯୁକ୍ତ ସଫ୍ଟସ୍କିଲ ନ ଥିବା କର୍ମଚାରୀମାନଙ୍କ ଯୋଗୁ କମ୍ପାନୀର ଅବନତି ହୋଇଥାଏ । କ୍ଲାଏଣ୍ଟ ସର୍ଭିସିଂରେ ଜଡିତ କମ୍ପାନୀଗୁଡିକ ସେମାନଙ୍କ କର୍ମଚାରୀମାନଙ୍କ ପାଇଁ ସଫ୍ଟସ୍କିଲ ଟ୍ରେନିଂ ପ୍ରୋଗ୍ରାମର ଆୟୋଜନ କରିଥାନ୍ତି ।

କମ୍ୟୁନିକେଶନ ଦକ୍ଷତା, ଡ୍ରେସିଂ ସେନ୍ସ ବଡି ଲାଙ୍ଗୁଏଜ୍, ବ୍ୟକ୍ତିତ୍ଵ ବିକାଶ, ପ୍ରତିଶୃତି ରକ୍ଷା ଆଦିକୁ ଏଥିରେ ଗୁରୁତ୍ଵ ଦିଆଯାଇଥାଏ । କିନ୍ତୁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ ହେଉଛି କିପରି ଆମେ ନିଜକୁ ତାଲିମପ୍ରାପ୍ତ କର୍ମଚାରୀ ଭାବେ ପ୍ରତିପାଦନ କରିବା ।

  • ଯେକୌଣସି ତାଲିମ କାର୍ଯ୍ୟକ୍ରମକୁ ଆମେ ସକାରାତ୍ମକ ଉପାୟରେ ଗ୍ରହଣ କରିବା ଉଚିତ । ଏହାକୁ ବୋଝ ଭାବେ ନିଆଯିବା ଉଚିତ ନୁହେଁ । ଯେତେବେଳେ ଆମେ ଏହାକୁ ସୁଯୋଗ ଭାବେ ନେବା। ଏହାକୁ ଗ୍ରହଣ କରିବା ସହଜ ହେବ ଏବଂ ଏଥିରୁ ଆମେ ଅନେକ କିଛି ଲାଭ ହାସଲ କରିପାରିବା ।
  • ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତାଲିମ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତୁ । ତାଲିମ ପ୍ରୋଗ୍ରାମରେ ଅନେକ ଗୁରୁତ୍ଵପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଥାଏ । ଟ୍ରେନିଂ ମ୍ୟାଟେରିଆଲ ମାଧ୍ୟମରେ ତଥା ଉଦାହରଣ ପ୍ରଦାନ କରି ତାଲିମ ପ୍ରଦାନ କରୁଥିବା ବ୍ୟକ୍ତି ବୁଝାଇଥାନ୍ତି । ସମ୍ପୂର୍ଣ୍ଣ ବିଶ୍ଲେଷଣ କରା ନ ଗଲେ ବୁଝିବା କଷ୍ଟକର ହୋଇଥାଏ । ଯଦି ଆପଣ ଅଧାରୁ ଏଥିରୁ ବାହାରିଯିବେ ତା'ହେଲେ କୌଣସି ଲାଭ ମିଳିବ ନାହିଁ ।
  • କର୍ମଚାରୀଙ୍କୁ ତାଲିମ ପ୍ରଦାନ କରିବା ପାଇଁ କମ୍ପାନୀଗୁଡିକ ଷ୍ଟଡି ମ୍ୟାଟେରିଆଲରେ ପ୍ରଚୁର ଅର୍ଥ ବ୍ୟୟ କରିଥାନ୍ତି । କର୍ମଚାରୀମାନେ କିପରି ଉତ୍ପାଦ ତଥା ସେବାକୁ ଠିକ୍ ଭାବେ ବୁଝିବେ  ସେଥିଯାଇଁ ଏହି ଷ୍ଟଡି ମ୍ୟାଟେରିଆଲରେ ଗୁଡିକୁ ପ୍ରସ୍ତୁତ କରାଯାଇଥାଏ । କିନ୍ତୁ ଆମ ମଧ୍ୟରୁ ଅଧିକାଂଶ, ଏଗୁଡିକୁ ଡଷ୍ଟବିନ୍‌ରେ ଫୋପାଡି ଦେଉ । ଏହା ଠିକ୍ ନୁହେଁ । ଆମର ଅଭିବୃଦ୍ଧି ଏବଂ ଭବିଷ୍ୟତ ଆମର ଜ୍ଞାନ ସ୍ତର ଉପରେ ନିର୍ଭର କରେ । ଜ୍ଞାନର ବିକାଶ ଦିଗରେ ଏହି ଷ୍ଟଡି ମ୍ୟାଟେରିଆଲଗୁଡିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଗୁଡିକୁ କାର୍ଯ୍ୟରେ ଲଗାଇ ଆମେ ପ୍ରତିଯୋଗୀଙ୍କଠାରୁ ଯଥେଷ୍ଟ ଆଗକୁ ବଢ଼ିପାରିବା । ଏହାକୁ ବ୍ୟବହାର ନ କରିବା ଦ୍ଵାରା ଆମେ କମ୍ପାନୀ ସହ ନିଜର ମଧ୍ୟ ବଡ କ୍ଷତି କରିଥାଉ ।
  • ତାଲିମ କାର୍ଯ୍ୟକ୍ରମରେ ନିଜକୁ ସମ୍ପୂର୍ଣ୍ଣ ଜଡିତ କରନ୍ତୁ । ଟ୍ରେନରଙ୍କ ମାଧ୍ୟମରେ ନିଜର ସନ୍ଦେହ ଦୂରକରନ୍ତୁ । ପ୍ରଶ୍ନ ପଚାରନ୍ତୁ । ସମସ୍ତ ଇନ୍‌ଡୋର୍ ଏବଂ ଆଉଟ୍ ଡୋର୍ ଟ୍ରେନିଂ ପ୍ରୋଗ୍ରାମର ଲାଭ ଉଠାନ୍ତୁ ।
  • ଟ୍ରେନିଂ ପ୍ରୋଗ୍ରାମରେ ଦିଆଯାଇଥିବା କାର୍ଯ୍ୟକୁ ସମ୍ପୁର୍ଣ୍ଣ କରନ୍ତୁ । ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରନ୍ତୁ । ଆମ ମଧ୍ୟରୁ ଅଧିକାଂଶ ଏହାକୁ ବୋଝ ବୋଲି ଭାବି ଏଡାଇଯାଆନ୍ତି । କିନ୍ତୁ ଏହାଦ୍ଵାରା କୌଣସି ଲାଭ ହୁଏନି ବରଂ କ୍ଷତି ହୋଇଥାଏ । କମ୍ପାନୀ ଆପଣଙ୍କୁ ଏକ ଦାୟିତ୍ଵହୀନ କର୍ମଚାରୀ ଭାବେ ବିଚାରକରେ । ତେଣୁ କାର୍ଯ୍ୟକୁ ଆଦୌ ନ ଡରି ଏହାକୁ ଗ୍ରହଣ କରନ୍ତୁ । ଗ୍ୟାଲେଞ୍ଜ ନେଲେ ହିଁ ଜଣେ ନିଜ ପାରଦର୍ଶିତା ଦେଖାଇଥାଏ ।
  • ତେଣୁ ପ୍ରତ୍ୟେକ ଟ୍ରେନିଂ ପ୍ରୋଗ୍ରାମ ହେଉଛି ଏକ ସୁଯୋଗ । ଯେଉଁମାନେ ଏହାକୁ ବୋଝ ବା ଦଣ୍ଡ ଭାବେ ବିଚାର କରନ୍ତି ସେମାନେ କନ୍ୟାରିୟରରେ ସଫଳ ହୁଅନ୍ତି ନାହିଁ । ଫଳରେ ଭବିଷ୍ୟତରେ କ୍ୟାରିୟର ଅଭିବୃଦ୍ଧି ଦିଗରେ ବାଧା ସୃଷ୍ଟି ହୋଇଥାଏ ।

ସଂଗୃହିତ : ପି.କ୍ ପ୍ରମାନିକ, କ୍ୟାରିୟର କୋଂଶଳଟାଣ୍ଟ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate