অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନାଇଟ୍ ଶିଫ୍ଟ

ନାଇଟ୍ ଶିଫ୍ଟ

ଉପକ୍ରମ

ସଂଘର୍ଷ ଓ ପ୍ରତିଯୋଗିତାରେ ଗୋଟେ ପାଦ ଆଗରେ ରଖିବା ପାଇଁ ମଣିଷ ଏବେ ବ୍ୟସ୍ତ ହୋଇ ପଡୁଛି ଯେ, କାମ କରିବା ପାଇଁ ଦିନ ରାତି ମଧ୍ୟରେ ଫରକ ରହୁନି । ସେହିପରି ଅନେକ ସଂସ୍ଥାରେ ରାତିରେ କାର୍ଯ୍ୟ କରିବାକୁ ପଡିଥାଏ । ଖବର କାଗଜ ରାତିରେ ଛପା ହେଲେ ସକାଳେ ପାଠକଙ୍କ ପାଖରେ ପହଞ୍ଚେ । ଏଭଳି ସ୍ଥଳେ ରାତିରେ କମ କରୁଥିବା ଲୋକ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଉଚିତ ।

ଟିପ୍ସ

ନାଇଟ୍ ଶିଫ୍ଟରେ କାମ କରୁଥିବା ବ୍ୟକ୍ତଙ୍କ ପାଇଁ ଏଠାରେ କେତେକ ଟିପ୍ସ ପ୍ରଦାନ କରାଗଲା ।

  • ରାତିରେ କାମ ଶେଷ ହେବା ପରେ ହଠାତ୍ ବିଶ୍ରାମ ନ କରି ସ୍ୱଳ୍ପ ସମୟ ପାଇଁ ଶରୀର ଓ ମନଙ୍କୁ ଫୁର୍ତ୍ତି କରିବା ଉଚିତ । ଅଳ୍ପ ଉଷୁମ ପାଣିରେ ଗାଧୋଇଲେ ଶରୀରକୁ ଆରାମ ଲାଗିଥାଏ । ପରେ ସୁମଧୁର ସଙ୍ଗୀତ ଶୁଣି ଶୋଇଲେ ସୁଖନିଦ୍ରା ହୋଇଥାଏ ।
  • ଖାଲି ପେଟରେ ଶୋଇବା ଅନୁଚିତ । ଯଦି କୌଣସି ଦିନ ଶୋଇବା ପୂର୍ବରୁ ଖାଇବାକୁ ଇଚ୍ଛା ନ ହୁଏ ଖାଲିପେଟ ବଦଳରେ ଉଷୁମ କ୍ଷୀର, ବିସ୍କୁଟ, ଫଳ ଖାଇବା ଭଲ ।
  • ବଡି କ୍ଳକ୍ ସମାନ ରଖିବା ପାଇଁ ଗାଧୋଇବା, ଖାଇବା, ଶୋଇବା ଆଦି କାର୍ଯ୍ୟ ଗୋଟିଏ ନିର୍ଦ୍ଧିଷ୍ଟ ସମୟରେ କରିବା ଉଚିତ । ସେହିପରି ତଟକା ପରିବା, ଲହୁଣୀ, ବାଦାମ ଆଦି ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଉଚିତ । ମିଠା ଖାଉଥିବା ବ୍ୟକ୍ତି ଶୋଇବା ପୂର୍ବରୁ ମିଠା ଖାଇବା ଭଲ । ଏହା ଶୀଘ୍ର ନିଦ୍ରା କରାଇଥାଏ । ମାଦକ ଦ୍ରବ୍ୟ ତଥା ନିଶାଯୁକ୍ତ ଦ୍ରବ୍ୟ ବ୍ୟବହାର କରିବା ଅନୁଚିତ । ଏହା ବଦଳରେ କମଲା ରସ, ସପୁରି ରସ ଭଳି ପାନୀୟ ଗ୍ରହଣ କଲେ ଶରୀରକୁ ଶକ୍ତି ଯୋଗାଇଥାଏ ।
  • ଦିନରେ ଶୋଇବା ସମୟରେ ଶୟନ କକ୍ଷ ଅଳ୍ପ ଅନ୍ଧାର ଏବଂ ସାଧାରଣ ତାପମାତ୍ରା ରଖିବା ଉଚିତ । ଦିନରେ ଶୋଇଥିବାରୁ ବାହାରେ ଲୋକ ଚଳପ୍ରଚଳ, କଥାବାର୍ତ୍ତା ହେବା ସ୍ଵାଭାବିକ । ତେଣୁ ଯେପରି ବାଧା ନ ପହଞ୍ଚେ ସେଥିପ୍ରତି ଦ୍ରୁଷ୍ଟି ଦେବା ଉଚିତ ।
  • ଦିନରେ ଶୋଇଥିବା ଲୋକ ସକାଳୁ ସକାଳୁ ବ୍ୟାୟମ କରିବା ସମ୍ଭବ ହୋଇ ନ ଥାଏ । ତେଣୁ ସନ୍ଧ୍ୟାରେ ବ୍ୟାୟମ ପାଇଁ ସମୟ କାଢିବା ଉଚିତ ।
ନିଦ୍ରାହୀନତା କାରଣରୁ ଅନେକ ବ୍ୟକ୍ତି ନିଦ ବଟିକା ବ୍ୟବହାର କରିଥାନ୍ତି । ଅନେକଙ୍କ କ୍ଷେତ୍ରରେ ଏହା ଏକ ଅଭ୍ୟାସରେ ପରିଣତ ହୋଇଯାଏ । କିନ୍ତୁ ଏହା ଶରୀରରେ କୁପ୍ରଭାବ ପକାଇବା ଆଶଙ୍କା ରହିଥାଏ । ତେଣୁ ବିଲକୁଲ୍ ନିଦ ନ ହେଉଥିଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।

ଆଧାର :ପି କେ ପ୍ରମାଣିକ , ନିର୍ଦେଶକ , ଫାସ୍ଟ ଟ୍ରାକ କ୍ୟାରିୟର କନ୍ସଲଟାଣ୍ଟ

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate