অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନୂଆ ସଂସ୍ଥା ରେ ଯୋଗ

ନୂଆ ସଂସ୍ଥା ରେ ଯୋଗ ଦେଉଥିଲେ

ଆପଣ ନିଜ ବୃତ୍ତିଗତ ଜୀବନ ଏକ ଉଚ୍ଚ ପଦବୀରୁ ଆରମ୍ଭ କରିବେ ନା ନିମ୍ନ ପଦବୀରୁ ତାହା ଆପଣଙ୍କ ଶିକ୍ଷାଗାତ ଯୋଗ୍ୟତା ଉପରେ ନିର୍ଭରକରେ  ।  ଏକାଡେମିକ କ୍ୟାରିୟର ସହିତ ବୈଷୟିକ ଜ୍ଞାନକୌଶଳ ଦକ୍ଷତା ଏବଂ ଅଭିଜ୍ଞାତା ଜଣକୁ ଉଚ୍ଚ ପଦବୀ ପାଇବା ପାଇଁ ଯୋଗ୍ୟ କରାଇଥାଏ   ।

ସେହିପରି ଏକ ବ୍ୟବସାୟିକ ଅନୁଷ୍ଠାନ ଏହାର ମାନବ ସମ୍ବଳ କ୍ଷମତା, ବ୍ୟବସାୟର ଆକାର ତଥା ଉତ୍ପାଦନ କ୍ଷମତା ଆଧାରରେ ବୃହତ୍ତ ଶିଳ୍ପ ବା କ୍ଷୁଦ୍ର ଶିଳ୍ପ ଭାବେ ପରିଗଣିତ ହୋଇଥାଏ   । ସମସ୍ତ ବ୍ୟବଶାୟିକ ପ୍ରତିଷ୍ଠାନ ନିଜ ନିଜର ଲକ୍ଷ୍ୟ ଏବଂ ଯୋଜନା ଅନୁସାରେ ପରିଚାଳିତ ହୋଇଥାଆନ୍ତି   ।  କର୍ମଚାରୀଙ୍କ ଶ୍ରମ ତଥା ମାନବ ସମ୍ବଳର ଦକ୍ଷତା ହିନ ଏହାକୁ ହାସଲ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥାଆନ୍ତି   ।  ଏହି ମାନବ ସମ୍ବଳକୁ ସେମାନଙ୍କ ଅଭିଜ୍ଞାତା ଦ୍ରୁଷ୍ଟିରୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ   ।  ଥା ହେଲା ବରିଷ୍ଠ ଓ କନିଷ୍ଠ ।

ସଂଗଠନର ଲକ୍ଷ୍ୟ ସାଧନ କରିବା ପାଇଁ ଦକ୍ଷତାସମ୍ପର୍ଣ୍ଣ କର୍ମଚାରୀ ଆବଶ୍ୟକ   ।  ଯେଉଁମାନେ ନିଜ କାର୍ଯ୍ୟକୁ ନିଷ୍ଠାର ସହିତ ସମ୍ପାଦନ କରୁଛନ୍ତି ସେହିଭଳି କର୍ମଚାରୀ ସଂଗଠନକୁ ଅଗ୍ରସର କରାଇଥାଆନ୍ତି   ।  ବର୍ତ୍ତମାନର ପ୍ରତିଯୋଗୀତାପୂର୍ଣ୍ଣ ବଜାରରେ ସବୁ କ୍ଷେତ୍ରରେ ବିକଳ୍ପ ଭତ୍ତା ହେଲାଣି   ।  ନିର୍ଦ୍ଧିଷ୍ଟ ଦ୍ରବ୍ୟ ବା ସେବା ପ୍ରଦାନ କରିବା ପାଇଁ ଏକାଧିକ ସଂସ୍ଥା ଅଛନ୍ତି  ।  ଏହି ଦ୍ରୁଷ୍ଟିରୁ କର୍ମଚାରୀମାନେ ଏକ ସଂସ୍ଥା ଛାଡି ଅନ୍ୟ ସଂସ୍ଥାକୁ ଯିବାର ସୁଯୋଗ ପାଇଛନ୍ତି  । ଗ୍ରାହକ ଯେପରି ନିଜ ଇଚ୍ଛା ମୁତବକ କମ୍ପାନୀର ଦ୍ରବ୍ୟ କ୍ରୟ କରିପାରୁଛନ୍ତି କର୍ମଚାରୀ ମଧ୍ୟ ନିଜ ଇଚ୍ଛା ମୁତାବକ କମ୍ପାନୀ ବାଛି ପାରୁଛନ୍ତି  ॰  । ଅଧିକ ଦରମା, ଉଚ୍ଚ ପଦବୀ, ତୁଳନାତ୍ମକ ଭାବେ ଉତ୍ତମ କାର୍ଯ୍ୟ।ନୁଷ୍ଠାନ ଆଶା କରି କର୍ମଚାରୀମାନେ ଗୋଟିଏ ସଂସ୍ଥା ଛାଡି ଅନ୍ୟ ସଂସ୍ଥାରେ ଯୋଗ ଦେଇ ଥାଆନ୍ତି   ।

କେବଳ ସେତିକି ନୁହେଁ , କାର୍ଯ୍ୟ।ଳୟର ଅନ୍ତଃକନ୍ଦଳ ମଧ୍ୟ ଚାକିରି ଛାଡିବା ପାଇଁ ଅନେକଙ୍କୁ ବାଧ୍ୟ କରାଇଥାଏ   ।  କାର୍ଯ୍ୟ।ଳୟ ବିପକ୍ଷବାଦୀ ସୃଷ୍ଟି ହେବା  ।

ବିଭିନ୍ନ ସମୟ ରେ ଆଳ ଦେଖାଇ ଦୋଷାରୋପ କରିବା ଆଦି କାରଣରୁ ମଧ୍ୟ ଅନେକ ନିଷ୍ଠାବାନ କର୍ମଚାରୀ ଚାକିରି ଛାଡିବା ପାଇଁ ବାଧ୍ୟ ହୋଇ ଥାଆନ୍ତି   ।

ବିଶେଷଜ୍ଞଙ୍କ ମତରେ ଏକ କମ୍ପାନୀ ଛାଡି ଅନ୍ୟ ଏକ କମ୍ପାନୀ ଚୟନ କରିବା ଭୁଲ ନିଷ୍ପତ୍ତି ନୁହେଁ  ।  ଚାକିରି ଛାଡିବାର କାରଣ ଯଦି ଉପଯୁକ୍ତ ତେବେ ବିଶେଷଜ୍ଞମାନେ ଛାଡିବା ସପକ୍ଷରେ ଯୁକ୍ତି ବାଢନ୍ତୁ     ।  ପ୍ରଖ୍ୟାତ ଅର୍ଥନୀତିଜ୍ଞ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବଟନ ଗଭର୍ଣ୍ଣର ରଘୁରାମ ରାଜାଙ୍କ ମୁଦ୍ରାନୀତି,  ପରିଚାଳନା ଓ ନିଷ୍ପତ୍ତିକୁ ଅନେକେ ପ୍ରଶଂସା କରୁଥିଲେ ମଧ୍ୟ  ସେ ଦ୍ଵିତୀୟ ଥର ପାଇଁ ନିଜ ପଦବୀ ଗ୍ରହଣ ନକରି ଏହାକୁ ପରିତ୍ୟାଗ କରିଥିଲେ   ।

ଅନ୍ୟପକ୍ଷରେ ଏକ ସଂସ୍ଥା କ୍ଷୁଦ୍ର ହୋଇପାରେ  , ବୃହତ୍ତ ହୋଇପାରେ ସରକାରୀ ହୋଇପାରେ  , ବେସରକାରୀ ମଧ୍ୟ ହୋଇପାରେ   ।  ଏହା ଅଧିକାଂଶ ଜାଣନ୍ତି ଯେ  , ଏକ ଅଣ ସଂଗଠିତ କର୍ମସଂସ୍ଥାନରେ ନିଯୁକ୍ତି ପାଇବା ପାଇଁ ଯେତେ ସୁଯୋଗ ରହିଛି ସେ ତୁଳନାରେ ଏକ ଉତ୍ତମ ସଂଗଠିତ  କର୍ମସଂସ୍ଥାନରେ ସେତିକି ସୁଯୋଗ ନାହିଁ  । ବିଶେଷକରି ଭାରତରେ ଅର୍ଦ୍ଧାଧିକ କର୍ମଚାରୀ ଅଣସଂଗଠିତ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି   ।  ଅନ୍ୟ ଅର୍ଥରେ କହିବାକୁ ଗଲେ ଅଣ ସଂଗଠିତ ସଂସ୍ଥାଗୁଡିକ ହିଁ ଅଧିକ ନିଯୁକ୍ତି ପ୍ରଦାନ କରୁଛନ୍ତି  ।  ସେହିପରି ଅଣସଂଗଠିତ ସଂସ୍ଥା ତୁଳନା ଏ ସଂଗଠିତ ସଂସ୍ଥାରେ କର୍ମଚାରୀମାନେ ନିଯୁକ୍ତି ଛାଡିବା କମ ଦେଖିବାକାଉ ମିଳେ  ।  ସେହିପରି ବର୍ତ୍ତମାନର ଯୋଗ୍ୟ ତଥା ଅଭିଜ୍ଞ ସମ୍ପର୍ଣ୍ଣ କର୍ମଚାରୀମାନେ ନିଜ ଉଦ୍ଦେଶ୍ୟରେ ସାଧନ ନ ହେଲେ  ଚାକିରି ଛାଡିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ ।

ଏଭଳି  ସ୍ଥଳରେ ଦୁଇଟି ଗୁରୁତ୍ଵପୂର୍ଣ୍ଣ ଡ଼ିଆଇଜି ସାମ୍ନାକୁ ଆସେ  । କେତେକେ ନିଜ କ୍ୟାରିୟରର ଅଭିବୃଦ୍ଧି ପାଇଁ ସଂସ୍ଥା ଛାଡି ଥାଆନ୍ତି ତା କେତେକ ନିଜ ଆର୍ଥିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଚାକିରି ଛାଡି ଥାଆନ୍ତି  ।

ଫ୍ରେସରଙ୍କ କ୍ଷେତ୍ରରେ ଚାକିରି ଛାଡିବା ପାଇଁ ଅଧିକ ସୁଯୋଗ ନଥାଏ   । ପ୍ରାରମ୍ଭିକ ପର୍ଯ୍ୟାୟରେ ଯେଉଁମାନେ କୌଣସି ଏକ ଶାସନ୍ଥାରେ ନିଜ କ୍ୟାରିୟର ଆରମ୍ଭ କରୁଛନ୍ତି ସେଠାରେ ଆତ୍ମସନ୍ତୋଷ ନ ମିଳିଲେ ମଧ୍ୟ ହଠାତ ଆଉ ଏକ ସଂସ୍ଥା ପାଇଯିବା ସହଜ ହୋଇନଥାଏ  ।  ଏହି ଦ୍ରୁଷ୍ଟିରୁ ଏକ ସଂଗଠନରେ ଦୁଇ ଶ୍ରେଣୀର କର୍ମଚାରୀ ଅଛନ୍ତି ବୋଲି କୁହାଯାଇ ପରେ  ।

ଗୋଟିଏ ଶ୍ରେଣୀ ଅନଭିଜ୍ଞ ବା ନିଜ ସଂଗଠନ ତଥା କାର୍ଯ୍ୟଶୈଳୀ ସମ୍ପର୍କରେ ବିଶେଷ ପରିଚିତ ନ ହୋଇଥିବା ବେଳେ ଆଉ ଏକ ଗୋଷ୍ଠୀ ପ୍ରଚୁର ଅଭିଜ୍ଞାତାସମ୍ପର୍ଣ୍ଣ ହୋଇଥାଆନ୍ତି   ।

କିନ୍ତୁ ଅଭିଜ୍ଞ ହୁଅ ବା ଅନଭିଜ୍ଞ ଏକ ନୂତନ ସଂସ୍ଥା ରେ କାର୍ଯ୍ୟ ଆରମ୍ଭ କରିବା ସମୟରେ ସେଠାରେ କେମିତି ସଫଳ ହେବ ତାହା ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ।

ଆପଣ ପ୍ରେସର ହୋଇଥିଲେ

ଫ୍ରେସର କ୍ଷେତ୍ରରେ ନିଜ କମ୍ପାନୀ ତଥା ବସଙ୍କ ପାଖରେ ନିଜକୁ ବିଶ୍ଵସ୍ତ , କର୍ମଠ ଓ ସତ୍ୟନିଷ୍ଟ ବୋଲି ପ୍ରମାଣିତ କରିବା ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ  ।  ଚାକିରିରେ ଯୋଗଦେବାର ପ୍ରଥମ ଦିନରୁ ହିଁ ନିଜର ସର୍ବୋକୃଷ୍ଟ ପ୍ରଦର୍ଶନ ଦେଖାଇବା ଉଚିତ   ।  ଯଦି ଆପଣ ଜଣେ ଫ୍ରେସର ତେବେ ନିମ୍ନ ବର୍ଣ୍ଣିତ କେତେକ ସାଧାରଣ ଟିପ୍ସ ଅନୁଧ୍ୟାନ କରିପାରନ୍ତି  ।

  • ମନେରଖନ୍ତୁ ଆପଣଙ୍କୁ ଯେଉଁ ଅନୁଷ୍ଠାନ ଯୋଗ୍ୟ ବିବେଚିତ କରି ନିଯୁକ୍ତି ପ୍ରଦାନ କରିଛି ଉକ୍ତ ସଂଗଠନର ସଫଳତା ପାଇଁ ଆପଣଙ୍କ ଅବଦାନ ସନ୍ତୋଷଜନକ ହେବା ଉଚିତ   ।   ତାହା ସଂସ୍ଥା ଆଶାକରେ  ।
  • କର୍ମଚାରୀଙ୍କୁ ୧୦୦ ପ୍ରତିଶତ ସୁହାଇଲା ଭଳି ଅନୁଷ୍ଠାନ ମିଳିବା କଷ୍ଟ   ।  ଜଣେ ଫ୍ରେସର ହିସାବରେ ସବୁ କ୍ଷେତ୍ରରୁ ଯେ ଆପଣ ସହଯୋଗ ପାଇବା ବା କୋଣସି ସମସ୍ୟା ସାମ୍ନା କରିବେ ନାହିଁ ତାହା ଭାବନ୍ତୁ ନାହିଁ  ।  ସେହିପରି ବାହାରୁ କମ୍ପାନୀ ସମ୍ପର୍କରେ ଶୁଣିଥିବା ସମ୍ପର୍କରେ ଶୁଣିଥିବା କଥାକୁ ପୂର୍ଣ୍ଣ ବିଶ୍ଵାସ ନ କରି ନୂତନ ଜ୍ଞାନ ଆହରଣ କରିବା , ବରିଷ୍ଠଙ୍କଠାରୁ କାର୍ଯ୍ୟ ଶୈଳୀ ଶିଖିବା ପାଇଁ ପ୍ରୟାସ କରନ୍ତୁ   ।
  • ଫ୍ରେସର ହିସାବରେ ସମୟାନୁବର୍ତ୍ତୀ ହେବା ନିହାତି ଆବଶ୍ୟକ   ।  ସେହିପରି ବରିଷ୍ଠଙ୍କ ପାଖରେ ଭଦ୍ର ଓ ଶିଷ୍ଟ ଆଚାରନ ପ୍ରଦର୍ଶନ କରିବା ଉଚିତ  ।
  • ନିଜ ସହକର୍ମୀଙ୍କ ସହିତ ଭଦ୍ରତାର ସହ ବାର୍ତ୍ତାଳାପ କରନ୍ତୁ  ।
  • ସବୁ ସଂସ୍ଥାର ନିଜସ୍ୱ କାର୍ଯ୍ୟଶୈଳୀ ଓ ନୀତି ରହିଛି   ।  ତେଣୁ ଏହାକୁ ମାନି କାର୍ଯ୍ୟ କରିବା ଫ୍ରେସର ହିସାବ ରେ ଦାୟିତ୍ଵ   ।  କିନ୍ତୁ କମ୍ପାନୀର ନୀତି ଓ ନିୟମ ସମ୍ପର୍କରେ ପ୍ରାରମ୍ଭରୁ କୌଣସି ଅଭିଯୋଗ ଆଣିବା ଉଚିତ ନୁହେଁ   ।  ଯେତେବେଳେ କମ୍ପାନୀ କୋଣସି ଆଲୋଚନାରେ ଆପଣଙ୍କ ମତ ଲୋଡିବ ତେବେ ସେତେବେଳେ ନିଜର ମତ ପ୍ରକାଶ କରିବା ଉଚିତ   ।
  • ସଦାବେଳେ ନିଜର କାମକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସେସ କରି ଏହାକୁ ଆଉଠାରେ ତଦାରଖ କରିବା ପାଇଁ ଚେଷ୍ଟା କରନ୍ତୁ   ।  କିନ୍ତୁ ସମୟ ପୂର୍ବରୁ ସେସ କରି ଏହାକୁ ନିଜ ସହକର୍ମୀଙ୍କ ପାକହରେ ଦେଖେଇ ହେବା ଉଚିତ ନୁହେଁ   ।
  • ଅଫିସ ସମୟରେ ବ୍ୟକ୍ତିଗତ ଫୋନ କଲରେ ଅଧିକ ସମୟ ନିଅନ୍ତୁ ନାହିଁ   ।  ସେହିପରି ବାରମ୍ବାର ନିଜ ଡେସ୍କ ଛାଡି ବାହାରକୁ ଯାଆନ୍ତୁ ନାହିଁ   ।

ଯଦି ଆପଣ ଅଭିଜ୍ଞ

ଗୋଟିଏ ସଂସ୍ଥା ଛାଡି ଅନ୍ୟ ସଂସ୍ଥାରେ ଯୋଗ ଦେବା ଆପଣଙ୍କ କ୍ୟାରିୟରର ଏକ ଅଂଶ ବିଶେଷ   ।  ଯେଉଁ ଚାକିରି ଛାଡି ଆପଣ ଅନ୍ୟତ୍ର ଯାଉଛନ୍ତି ତାହା ଯଦି ତୁଳାନାତ୍ମକ ଭାବେ ଭଲ ତେବେ ଏହା ଅଧିକ ପସନ୍ଦ ଯୋଗ୍ୟ   ।  ଅଭିଜ୍ଞ ବ୍ୟକ୍ତି ଏକ ସଂସ୍ଥା ଛାଡି ଅନ୍ୟତ୍ର ଯିବା ସମୟରେ କେତୋଟି ଦିଗକୁ ଧ୍ୟାନ ଦେବା ଉଚିତ   ।

  • ଅଫିସରେ ବିଭିନ୍ନ ସ୍ତରର କର୍ମଚାରୀଙ୍କ ସହ ଉତ୍ତମ ସମ୍ପର୍କ ସୃଷ୍ଟି କରନ୍ତୁ   ।  ଏହାକାଉ କେତେଜଣଙ୍କ ପାଖରେ ସୀମିତ ରଖନ୍ତୁ ନାହିଁ   ।
  • ନୂତନ ଭାବେ କୌଣସି ସଂସ୍ଥାରେ ଉଚ୍ଚ ପଦବୀରେ ଯୋଗ ଦେଇଥିଲେ ସେଠାର କାର୍ଯ୍ୟଶୈଳୀ ଆପଣଙ୍କୁ ପସନ୍ଦ ଆସୁ ନଥିଲେ ବରିଷ୍ଠ ଗୋଷ୍ଠୀଙ୍କ ସହ ଏ ସମ୍ପର୍କରେ ସକାରାତ୍ମକ ଭାବେ ଆଲୋଚନା କରନ୍ତୁ   ।
  • ନିଜର ଅଭିଜ୍ଞାତା,ଚିନ୍ତାଧାରା ତଥା ଯେଉଁ ନୂତନ ପ୍ରଥା ପ୍ରଚାଳନ କରିବା ପାଇଁ ଚାହୁଁଛନ୍ତି ସେ ସମ୍ପର୍କରେ ଆଲୋଚନା କରନ୍ତୁ  ।
  • ବିଭିନ୍ନ ସ୍ତରର କର୍ମଚାରୀଙ୍କ ମଧ୍ୟ ଅଫିସ ତଥା ଅଫିସ ବାହାରର କଥାକୁ ନେଇ ଆଲୋଚନା ଆହୁଏ  । ଯାହାକି ଅଫିସର ଉନ୍ନତି ପାଇଁ କୌଣସି କାର୍ଯ୍ୟରେ ଆସି ନଥାଏ   ।  ଏଭଳି ସମସ୍ୟାକୁ ସମାଧାନପାଇଁ ଉପଯୁକ୍ତ ବାଟ କାଢନ୍ତୁ   ।
  • କୌଣସି ଅଯଥା କାର୍ଯ୍ୟରେ ସମୟ ଅପଚୟ ନକରି ମୂଲ୍ୟବାନ କାର୍ଯ୍ୟରେ ନିଜର ସମୟ ଯେପରି ବିନିଯୋଗ ହେବେ ଟହକଉ ଧ୍ୟାନ ଦେବା ଉଚିତ   ।
  • ନୂଆ ସଂସ୍ଥାରେ ଯୋଗ ଦେଇଥିବାରୁ ଅଫିସର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ କଥାକୁ ଭଲଭାବେ ବୁଝନ୍ତୁ   ।  ସବୁ କଥାରେ ପୂର୍ବରୁ ଥିବା କର୍ମଚାରୀଙ୍କ ଠାରୁ ଶୁଣିବା ଅଭ୍ୟାସ କରନ୍ତୁ ନାହିଁ  ।
  • ମନେ ରଖନ୍ତୁ ଉତ୍ତାନ ପ୍ରଦର୍ଶନ କରୁଥିବା କର୍ମନିଷ୍ଠ ତଥା ଦାୟିତ୍ଵସମ୍ପର୍ଣ୍ଣ କର୍ମଚାରୀଙ୍କୁ କୌଣସି ସଂସ୍ଥା ହରାଇବାକୁ ଚାହେଁ ନାହିଁ  । ତେଣୁ ପ୍ରଦର୍ଶନ ହିଁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ   ।
ଆପଣ ଯେତେ ବଡ ପଦବୀରେ ଥାଆନ୍ତୁ ନା କାହିଁକି କେତେକ ସାଧାରଣ ନୀତି ନିୟମକୁ କେବେ ହେଲେ ଅବହେଳା କରିବା ଉଚିତ ନୁହେଁ  ।

ଆଧାର- ପି.କେ ପ୍ରାମାଣିକ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate