অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପଦୋନ୍ନତି ପାଇ ବସ୍, ହେବା ପରେ

ଅଫିସ୍‌ରେ ସାଙ୍ଗ ହୋଇ କାମ କରୁଥୁଲେ, ମାତ୍ର ବର୍ଷ ଶେଷ ବେଳକୁ ପଦୋନ୍ନତି ପରେ ବସ୍ ହୋଇଯାଇଛନ୍ତି । ଏବେ ସହକର୍ମୀମାନଙ୍କ ସହ ମିଶିବାକୁ ଅସହଜ ମନେ କରୁଛନ୍ତି ? ତେବେ ସେମାନଙ୍କ ସହ ଏମିତି ବ୍ୟବହାର

ଦୂରେଇ ଯାଆନ୍ତୁ ନାହିଁ

ଅଚାନକ ପଦୋନ୍ନତି ମିଳିବା ପରେ ଖୁସି ଲାଗିବା ସ୍ଵାଭାବିକ । ତେବେ ବସ୍ ହୋଇଗଲେ ବୋଲି ସହକର୍ମୀଙ୍କ ଉପରେ ଦାଦା ଗିରି ଦେଖାଇ ହେବା ଉଚିତ ନୁହେଁ । କିନ୍ତୁ ପୂର୍ବ ଭଳି ମିଶିବା ବି ଠିକ୍ ହେବନି । ତେଣୁ କାମ କରିବା ସମୟରେ ବସ୍ ଭଳି ବ୍ୟବହାର କରନ୍ତୁ, କିନ୍ତୁ ଅନ୍ୟ ସମୟରେ ସହକର୍ମୀ ଭଳି । ଏପରି କରିବା ଦ୍ଵାରା ସହକର୍ମୀମାନେ ଆପଣଙ୍କର ନିକଟତ୍ତର ହୋଇ ରହିବେ ।

ଦୂରତା ବଜାୟ ରଖନ୍ତୁ

ସହକର୍ମୀଙ୍କ ସହ ଭଲ କଥାବାର୍ଭା କରିବା ସହ ଦୂରତା ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । କାରଣ ଆପଣ ଓ ସହକର୍ମୀଙ୍କର ସମ୍ପର୍କ ଓ ସହଯୋଗ ଯୋଗୁଁ ହିଁ କମ୍ପାନୀ ଆଗକୁ ବଢିପାରିବ । ତେଣୁ ଅଫିସ୍ ଭିତରେ ବସ୍‌ର ଦାୟିତ୍ଵ ଓ ବାହାରେ ବନ୍ଧୁତାର ସମ୍ପର୍କକୁ ସୁଚାରୁ ରୂପେ ତୁଲାଇବାକୁ ଚେଷ୍ଟା କରନ୍ତୁ ।

ବେଶି ତାରିଫ୍ କରନ୍ତୁନି

ଯେତେବେଳେ ଯାଏ ସହକର୍ମୀ ଥିଲେ, ଆପଣଙ୍କ ପ୍ରତିକ୍ରିୟା ବେଶି ପ୍ରଭାବଶାଳୀ ନ ଥଲା । ମାତ୍ର ବସ୍‌ର ଚେୟାରରେ ବସିବା ପରେ ଆପଣଙ୍କର ପ୍ରତିଟି ମନ୍ତବ୍ୟ ଉପରେ ପୁରା ଅଫିସର ନଜର । ତେଣୁ କୌଣସି ମିଟିରେ ନିର୍ଦ୍ଦିଷ୍ଟ ଜଣକର ତାରିଫ କରିବା ଉଚିତ । ନୁହେଁ । ବସ୍ ହେବା ପରେ ନିଜର ଦାୟିତ୍ଵ କୁ ଯଥା ସମ୍ଭବ ନିୟନ୍ତ୍ରଣ କରିବା ଆବଶ୍ୟକ । ଆପଣ କୌଣସି ଜଣକୁ ଅଧିକ ଗୁରୁତ୍ଵ ଦେଉଛନ୍ତି ବୋଲି ଅଫିସ୍‌ରେ କେହି ଅନୁଭବ ନ କରିବା ଉଚିତ ।

ବ୍ୟକ୍ତିଗତ ସମ୍ପର୍କକୁ ଅଲଗା ରଖନ୍ତୁ

ନିଜର ବ୍ୟକ୍ତିଗତ ଓ ବୃତ୍ତିଗତ ଦୁନିଆକୁ ଅଲଗା ରଖନ୍ତୁ । ଅଫିସରେ ଯଦି କେହି ସହକର୍ମୀ ଆପଣଙ୍କର ସମ୍ପର୍କୀୟ ହୋଇଥାନ୍ତି, ତେବେ ତା’କୁ ଭୂଲି ବସ୍ ଭାବେ ଦାୟିତ୍ଵ ତୁଲାନ୍ତୁ ।

ଗମ୍ଭୀର ହୁଅନ୍ତୁ

ଅଫିସ୍‌ର ପୁରୁଣା ଷ୍ଟାଫ୍ ଯେଉଁମାନେ ଆପଣଙ୍କ ସହକର୍ମୀ ଥଲେ ସେମାନଙ୍କ ସହ ଟିକେ ଗମ୍ଭୀର ଭାବେ ବ୍ୟବହାର କରିବା ଜରୁରୀ । କାରଣ ଏବେ ସେମାନଙ୍କ ସହ ମିଶି ଅନ୍ୟ ବିଷୟରେ ଆଲୋଚନା କରିବାର ସମୟ ନାହିଁ । ତେଣୁ ସେମାନଙ୍କର ଏଭଳି କାମ ଉପରେ ପରଦା ପକାଇବା ପରିବର୍ଭେ ଏପରି ନ କରିବାକୁ ଡାକି ବୁଝାନ୍ତୁ ।

ସଂଗୃହିତ : ପି.କ୍ ପ୍ରମାନିକ, ଫାଷ୍ଟ ଟ୍ରାକ୍ କେରିୟାର କନସଲଟାଣ୍ଟ

Last Modified : 2/12/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate