অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପାରାମେଡିକାଲ ପାଠ୍ୟକ୍ରମ ରେଡ଼ିଓଗ୍ରାଫି

ପାରାମେଡିକାଲ ପାଠ୍ୟକ୍ରମ ରେଡ଼ିଓଗ୍ରାଫି

ରେଡ଼ିଓଗ୍ରାଫିର ଚାହିଦା

ମେଡିକାଲ କ୍ଷେତ୍ରରେ ରେଡ଼ିଓଗ୍ରାଫିର ଚାହିଦା ଶୀର୍ଷରେ ରହିଛି । ଏହି କ୍ଷେତ୍ରରେ ମାନବ ସମ୍ବଳର ଘୋର ଅଭାବ ରହିଥିବାରୁ ପାଠ୍ୟକ୍ରମ ଶେଷ ହେଉ ନହେଉଣୁ ସରକାରୀ,ବେସରକାରୀ ଏବଂ କର୍ପୋରେଟ୍ ଆଦି ବିଭିନ୍ନ ହସ୍ପିଟାଲ ତଥା ନର୍ସିଂହୋମ୍ ରେ ନିଯୁକ୍ତି ମିଳି ଯାଇଥାଏ ।

ଚିକିତ୍ସା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି । ଚିକିତ୍ସକମାନେ ଏବେ ରୋଗୀଙ୍କ ଭିତରେ ଥିବା ରୋଗ ଚିହ୍ନଟ କରିବା ପାଇଁ ବହୁତ ବେଶି ଯନ୍ତ୍ରପାତି ଉପରେ ନିର୍ଭର କରୁଛନ୍ତି । ଏକ୍ସ ରେ, ଅଲଟ୍ରା ସାଉଣ୍ଡ, ଏମ୍ଆର୍ ଆଇ, ସିଟି ସ୍କାନ, ନନ୍ ଇନ୍ ଭାସିଭ୍ ରେଡ଼ିଓଲୋଜିକାଲ ଟେସ୍ଟିଂ ମେସିନ୍ ଏବଂ ପାଥୋଲୋଜୀ (ରକ୍ତ, ମଳ, ମୂତ୍ର, କଫ ତଥା ଧାତୁ ଚିହ୍ନଟ ), ସ୍ତ୍ରୀ ରୋଗ, ହୃଦରୋଗ ପାଇଁ ଥିବା ଯନ୍ତ୍ରପାତି ଆଦି ।  ଏହିସବୁ ଯନ୍ତ୍ରପାତି ପରିଚାଳନା କରିବା ପାଇଁ ମେଡ଼ିକାଲ କଲେଜ, ବେସରକାରୀ ଶିକ୍ଷା ଅନୁଷ୍ଠାନଗୁଡିକ ମଧ୍ୟ ବିଭିନ୍ନ ପ୍ରକାର ପାରାମେଡିକାଲ ପାଠ୍ୟକ୍ରମ ଯୋଗାଇ ଦେଉଛନ୍ତି । ସେଥିମଧ୍ୟରୁ ରେଡ଼ିଓଗ୍ରାଫି ଅନ୍ୟତମ । ପାରାମେଡ଼ିକାଲ ଚିକିତ୍ସାରେ ରେଡ଼ିଓଗ୍ରାଫିରେ ମାନବ ସମ୍ବଳର ବହୁତ ଅଭାବ ରହିଛି । ସେଥିପାଇଁ ଏହି ପାଠ୍ୟକ୍ରମ କରିଥିବା ଛାତ୍ରଛାତ୍ରୀ କେହି ଘରେ ବସିଥିବା ଦେଖାଯାଇ ନାହିଁ । ପାଠ ପଢିସାରିବା ପରେ ସାରା ଦେଶର ଯେକୌଣସି ମେଡ଼ିକାଲ, ନର୍ସିଂହୋମରେ ଭଲ ଦରମାରେ ନିଯୁକ୍ତି ପାଇପାରିବେ । ଚାକିରି ଆରମ୍ଭରୁ ଦରମା ୧୫,୦୦୦ମିଳିଥାଏ । ପରେ ଅଭିଜ୍ଞତା ଅନୁସାରେ ଦରମା ବୃଦ୍ଧି ଘଟିଥାଏ । ରେଡ଼ିଓଗ୍ରାଫର ହେବାକୁ ହେଲେ ଜୀବ ବିଜ୍ଞାନକୁ ଚତୁର୍ଥ ଇଚ୍ଛାଧୀନ ବିଷୟ ରଖିବା ସହ ଅତିକମ୍ ରେ ୬୦% ମାର୍କସ୍ ରଖି ଯୁକ୍ତ ଦୁଇ ବିଜ୍ଞାନ ପାସ୍ କରିଥିବା ଆବଶ୍ୟକ । ଡିପ୍ଲୋମା ପାଠ୍ୟକ୍ରମ ସମୟସୀମା ଦୁଇ ବର୍ଷ ହୋଇଥିବାବେଳେ ଏଥିରେ ବି.ଏସ୍ସି କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ତିନିବର୍ଷ ପଢିବାକୁ ହୋଇଥାଏ ।

ପାଠ୍ୟକ୍ରମ ସମ୍ବନ୍ଧରେ

ଏହାଛଡା ପାରା ମେଡିକାଲରେ ଅନେକ ଛୋଟ ଛୋଟ ସାର୍ଟଫିକେଟ୍ କୋର୍ସ ମଧ୍ୟ ଯୋଗାଇ ଦିଆଯାଉଛି । ଏହି ପାଠ୍ୟକ୍ରମଗୁଡ଼ିକର ସମୟ ଅବଧି ୬ ମାସରୁ ୧ ବର୍ଷ । ପାଠ୍ୟକ୍ରମଗୁଡିକ ହେଉଛି ଡାର୍କ ରୁମ୍ ଆସିଷ୍ଟାଣ୍ଟ୍, ସାର୍ଟିଫିକେଟ୍, କୋର୍ସ ଇନ୍ ରେଡ଼ିଓଗ୍ରାଫି ଆଣ୍ଡ ଇମେଜିଂ ଟେକନିକ୍, ସାର୍ଟିଫିକେଟ୍ ଇନ୍ କ୍ୟାଥ୍ ଲ୍ୟାବ ଟେକନିସିଆନ୍, ସାର୍ଟିଫିକେଟ୍ କୋର୍ସ ଇନ୍ କ୍ଲିନିକାଲ ଡାଇଗ୍ନୋଷ୍ଟିକ୍ସ ଆଦି । ଅତିକମ୍ ରେ ୫୦% ମାର୍କସ ରଖି  ଯୁକ୍ତ ଦୁଇ ବିଜ୍ଞାନ ପାସ୍ କରିଥିବା  ଛାତ୍ରଛାତ୍ରୀ ଏହି ସାର୍ଟିଫିକେଟ୍ କୋର୍ସ କରିପାରିବେ । ଯେଉଁମାନେ ଯୁକ୍ତ ତିନି ବିଜ୍ଞାନ ପଢୁଛନ୍ତି, ସେମାନେ ଚାହିଁଲେ ଏହାକୁ ଭୋକେସନାଲ ସବଜେକ୍ଟ ଭାବେ ପଢିପାରିବେ ।

ଫାଷ୍ଟ ଟ୍ରାକ୍ କ୍ୟାରିଅର୍ ଇନସଲଟାଣ୍ଟ, ଭୁବେନେଶ୍ଵରର ପ୍ରଦୀପ ପରମାଣିକ କହନ୍ତି, ‘ଛାତ୍ରଛାତ୍ରୀମାନେ ଏହି ପାଠ୍ୟକ୍ରମ କରି ଖୁବ୍ ସମୟ ଭିତରେ ଅର୍ଥାତ୍ ମାତ୍ର ଦୁଇ କିମ୍ବା ତିନି ବର୍ଷ ଭିତରେ ରୋଜଗାରକ୍ଷମ ହୋଇପାରିବେ । ସାମାଜିକ ସମ୍ମାନ ବି ପାଇପାରିବେ । କିଛି ନହେଲେ କୌଣସି ଏମବିବିଏମ୍ ଡାକ୍ତରଙ୍କ ସହ ଚୁକ୍ତି କରି ନିଜେ କୌଣସି ସଂସ୍ଥା ଆରମ୍ଭ କରିପାରିବେ । ଏହାର ଭବିଷ୍ୟତ ବହୁତ ଭଲ । କାରଣ ଏହି କ୍ଷେତ୍ରରେ ନାମ ଲେଖାଇବା ପାଇଁ ଏପର୍ଯ୍ୟନ୍ତ କୌଣସି ପ୍ରତିଯୋଗିତାମୂଳକ ପ୍ରବେଶିକା ପରୀକ୍ଷା ହୋଇ ନାହିଁ  । ଏବେ ଏହି କ୍ଷେତ୍ରରେ ସହଜରେ ନାମ ଲେଖାଇ ହେବ । ଆଉ  ଗୋଟିଏ କଥା ଏହି ପାଠ୍ୟକ୍ରମର କୋର୍ସ ଫି ବହୁତ କମ୍ ଅଛି । ଅତି ବେଶିରେ ବର୍ଷକୁ ୧୫ରୁ ୨୦ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ । ତେଣୁ ଏବେ ଏହି କ୍ଷେତ୍ରରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ପ୍ରବେଶ କରିବା ଉଚିତ୍ । କାରଣ ମେଡ଼ିକାଲର ଏହି କ୍ଷେତ୍ରରେ ବହୁତ ସୁଯୋଗ ରହିଛି ।‘

ଆଧାର – ଦୈନିକ ପ୍ରମେୟ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate