অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପିଏଚପି ପ୍ରୋଗ୍ରାମର ଭାବେ କ୍ୟାରିୟର

ବର୍ତ୍ତମାନ ସୂଚନା ଏବଂ ପ୍ରଯୁକ୍ତି କ୍ଷେତ୍ର ବ୍ୟାପକ ପ୍ରସାର ହେବାରେ ଲାଗିଛି। ବିଭିନ୍ନ କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳର ଆବଶ୍ୟକତା ମଧ୍ୟ ବଢିଛି । ବାଣିଜ୍ୟ ଉନ୍ନତୀକରଣ,ଆଡ୍‌ମିନ କିମ୍ବା ଆକାଉଣ୍ଟସ ସହ ବର୍ତ୍ତମାନ ପିଏଚପି ପ୍ରୋଗ୍ରାମରମାନଙ୍କର ଆବଶ୍ୟକତା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ।  ପିଏଚପି ପ୍ରୋଗ୍ରାମିଂ କ୍ଷେତ୍ରରେ ଜ୍ଞାନ ରହିଥିବା ଆଇଟି ପ୍ରଫେସନାଲ ମାନଙ୍କର ଚାହିଦା ସମୟ ସହିତ ବଢୁଛି। ବର୍ତ୍ତମାନ ୱେବସାଇଟ ଏବଂ ୱେବପେଜ୍ ପ୍ରସ୍ତୁତି ବାଣିଜ୍ୟରେ କାର୍ଯ୍ୟ କରୁଥିବା ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ଏସଡବ୍ଲ୍ୟୁ ଡେଭଲଫି ସଂସ୍ଥାଗୁଡିକରେ କ୍ୟାରିୟର କରିବାର ସୁଯୋଗ ମଧ୍ୟ ଅଧିକ ମାତ୍ରାରେ ସୃଷ୍ଟି ହେଉଛି । ଯେଉଁ ଛାତ୍ରୀଛାତ୍ର ପିଏଚପି ପ୍ରୋଗ୍ରାଫିରେ ଜ୍ଞାନ ରଖିଥାନ୍ତି ସେମାନଙ୍କ ଲାଗି କ୍ୟାରିୟରର ଏକ ଉନ୍ନତ ସୁଯୋଗ ଉକ୍ତ କମ୍ପାନୀଗୁଡିକରେ ସୃଷ୍ଟି ହୋଇପାରିବ। କୌଣସି କ୍ୟାରିୟରରେ ସଫଳ ହେବା ଲାଗି ନିଷ୍ଠାପର ଉଦ୍ୟମର ଆବଶ୍ୟକତା ରହିଛି। ବିଟେକ୍ ଏବଂ ଏମସିଏ ଭଳି ପାଠ୍ୟକ୍ରମରେ ଛାତ୍ରୀଛାତ୍ର ବିଭିନ୍ନ କାରଣ ଲାଗି କ୍ୟାମ୍ପସ ପାଇବାକୁ ସକ୍ଷମ ହୋଇ ନ ଥାନ୍ତି। ଏକାଡେମିକ ରେକର୍ଡ, ଲିଖିତ ପରୀକ୍ଷା, ଜିଡି ଏବଂ ବ୍ୟକ୍ତିଗତ ସାକ୍ଷାତକାରରେ ଭଲ ନ କରିବା ଯୋଗୁ କ୍ୟାମ୍ପସ ମିଳିବା କଷ୍ଟକର ହୋଇପଡେ । ଏପରି କ୍ଷେତ୍ରରେ ପିଏଚପି ପ୍ରୋଗ୍ରାମର ତଥା ଡେଭଲପର ଭାବେ କ୍ୟାରିୟରକୁ ଛାତ୍ରୀଛାତ୍ର ବାଛି ପାରିବେ।

ପିଏଚପି କ’ଣ?

ପୂର୍ବରୁ କମ୍ପ୍ୟୁଟର ଆପ୍ଲିକେଶନଗୁଡିକ ବିଶେଷ ଭାବେ ଡାଟା ତଥା ଫାଇଲର ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ କରୁଥିଲା । ମାତ୍ର ବର୍ତ୍ତମାନ ସମୟରେ ପରିବର୍ତ୍ତନ ସହ ଆପ୍ଲିକେଶନଗୁଡିକ ଆହୁରି କ୍ରିୟାଶୀଳ ହୋଇ ପାରିଛି । ବର୍ତ୍ତମାନ ଆପ୍ଲିକେଶନ ଗୁଡିକ ବିଶ୍ୱସ୍ତରରେ ଯୋଗାଯୋଗ ଲାଗି ବିଶେଷ ଭାବେ ସହାୟକ ହୋଇ ପାରିଛନ୍ତି । ବର୍ତ୍ତମାନ ଡାଟା ସଂରକ୍ଷଣରୁ ଡାଟାର ଟ୍ରାନ୍ସମିଶନ, ୱା ଟୁ ୱାନ କମ୍ୟୁନିକେଶନ ଦ୍ରୁତ ହାରରେ ହୋଇ ପାରୁଛି । ଇଣ୍ଟରନେଟ ଏଥି ଲାଗି କାର୍ଯ୍ୟ କରୁଛି । ଆଇଟି ଉଦ୍ୟୋଗ ତଥା ଶିଳ୍ପ ବର୍ତ୍ତମାନ ଏକ ପ୍ରମୁଖ ଶିଳ୍ପ ହୋଇପାରିଛି ।  ସର୍ଚ୍ଚ ଇଞ୍ଜିନ ଅପ୍ଟିମାଇଜେଶନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଗୁଗୁଲ, ୟାହୁ, ମୋଜିଲା ଭଳି ସଂସ୍ଥାଗୁଡିକ ଆମକୁ ବିଭିନ୍ନ  କ୍ଷେତ୍ରରେ ସୂଚନା ତ୍ଵରିତ ଭାବେ ପ୍ରଦାନ  କରିପାରୁଛନ୍ତି । ଏହି କାର୍ଯ୍ୟ କିଭଳି ଭାବେ ସମ୍ଭବ ସେ ପ୍ରଶ୍ନ ମନକୁ ଆସେ ।

ଏହି ସର୍ଚ୍ଚ ଇଞ୍ଜିନଗୁଡିକରେ  ବିଭିନ୍ନ ୱେବପେଜ୍, ୱେବସାଇଟ  ଏବଂ ଫାଇଲଗୁଡିକୁ ଏକତ୍ର କରି  ରଖାଯାଇଥାଏ । ଲୋକଙ୍କ ଲାଗି  ଉପାଦେୟ ତଥ୍ୟକୁ ଆକସେସ ସୁବିଧା ସର୍ଚ୍ଚ ଇଞ୍ଜିନଗୁଡିକ ପ୍ରଦାନ କରିଥାନ୍ତି । । ଏହି ତଥ୍ୟଗୁଡିକ ବିଭିନ୍ନ ମନିଟରିଂ ଡିଭାଇସ ଯଥା-ଡେସ୍କଟପ୍, ଲାପଟପ୍ ଏବଂ ସ୍ମାର୍ଟଫୋନରେ ଦେଖିବାକୁ ଆମେ ୱେବପେଜ ଡେଭଲପରମାନେ ଉନ୍ନତୀକରଣ କରିଥାନ୍ତି । ଏହି ଟିମରେ ପିଏଚପି ପ୍ରୋଗ୍ରାମର, ଜାଭା ପ୍ରୋଗ୍ରାମର, ସିଏସ୍ଏସ୍ ଡେଭଲପର, ଏଚଟିଏମ୍ଏଲ ଡେଭଲପର କିମ୍ବା ଏକ୍ସଏଟିଏମ୍ଏଲ ଡେଭଲପରମାନେ କାର୍ଯ୍ୟ କରନ୍ତି । ଗୋଟିଏ ପେଜକୁ ଆକର୍ଷଣୀୟ, ସଂକ୍ଷିପ୍ତ ଓ ସୂଚନାଯୋଗ୍ୟ ଏବଂ ଉନ୍ନତ ଭାବେ ଡିଜାଇନ କରିବା ଲାଗି ଅଭିଜ୍ଞ ଆଇଟି ପ୍ରଫେଶନାଲମାନେ କାର୍ଯ୍ୟ କରନ୍ତି ।

ସେମାନେ ଠିକ୍ ସୂଚନା ସଂଗ୍ରହ, ଏହାକୁ ଠିକ୍ ସ୍ଥାନରେ ଉପସ୍ଥାପନା କରାଇବା ସହ ପେଜର ଟ୍ରାଫିକ କିଭଳି ଭାବେ  ବଢିବ ସେ ଉପରେ ମଧ୍ୟ ଧ୍ୟାନ ଦିଅନ୍ତି । ସୂଚନା ପ୍ରଯୁକ୍ତିର ପରିସର ବ୍ୟାପକ ହୋଇଥିବାରୁ ପ୍ରତି ସମୟରେ ଅଧିକ ଇନ୍‌ପୁଟର ଆବଶ୍ୟକତା ପଡ଼ିଥାଏ। ଏଣୁ ଏଥି ଲାଗି ଅଭିଜ୍ଞ ୱେବପେଜ ଡେଭଲପର ଆବଶ୍ୟକ ପଡ଼ନ୍ତି । ଉକ୍ତ କ୍ଷେତ୍ରରେ ପିଏଚପି ଡେଭଲପରଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ।

କେଉଁମାନେ ହୋଇପାରିବେ ପିଏଚପି ଡେଭଲପର ?

ପିଏଚପି ବା ହାଇପରଟେକ୍ସଟ  ପ୍ରୋସେସର ବା ପିଏଚପି ଡେଭଲପମେଣ୍ଟ ଲାଗି ଜଟିଳ ପ୍ରୋଗ୍ରାମିଂ ଲାଙ୍ଗୁଏଜର ଆବଶ୍ୟକତା ପଡ଼ି ନ ଥାଏ । ଏହାକୁ ସହଜରେ ଶିକ୍ଷା କରାଯାଇପାରିବ । ଏମସିଏ, ବିଟେକ୍ କମ୍ପ୍ୟୁଟର ସାଇନ୍ସ କିମ୍ବା ବିସିଏ କରିଥିବା ଛାତ୍ରୀଛାତ୍ର ଏହି କ୍ଷେତ୍ରରେ କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରିବେ । କୌଣସି ୱେବ୍‌ସାଇଟ୍ ଲାଗି ଡିଜାଇନିଂ, ସ୍କ୍ରିପ୍ଟ, କଣ୍ଟେଣ୍ଟ ରାଇଟିଂ ତଥା ବ୍ଲଗିଂ ଭଳି  କ୍ଷେତ୍ରରେ ପିଏଚପିର ସ୍କ୍ରିପ୍ଟିଂ ଲାଙ୍ଗୁଏଜକୁ ବ୍ୟବହାର କରାଯାଇଥାଏ ।

ପିଏଚପି  ଡେଭଲପରଙ୍କ କାର୍ଯ୍ୟ ପରିସର ?

ପିଏଚପି ପ୍ରୋଗ୍ରାମ ବା ଡେଭଲପର ବିଶେଷ ଭାବେ ୱେସାଇଟ ଉନ୍ନତୀକରଣ କାର୍ଯ୍ୟ, ଭୁଲକୁ ସୁଧାରିବା, ପ୍ରୋଗ୍ରାମିଂ, ୱେବସାଇଟ ତଥା ପେଜର ଉନ୍ନତୀକରଣ ଭଳି କ୍ଷେତ୍ରରେ କାର୍ଯ୍ୟ କରିଥାନ୍ତି । ୱେବସାଇଟ ଉନ୍ନତୀକରଣ କରିବା ତଥା ଏହାର  ବିକ୍ରି କରିବା ଲାଗି ଭଲ ପ୍ରୋଗ୍ରାମିଂ ଲାଙ୍ଗୁଏଜର ଆବଶ୍ୟକତା ରହିଛି । କ୍ଲାଏଣ୍ଟଙ୍କ ଆବଶ୍ୟକତା ଭିଭିରେ ପ୍ରୋଜେକ୍ଟ ବଡ କିମ୍ବା ଛୋଟ ହୋଇଥାଏ । ତେଣୁ କୌଣସି ପ୍ରକଳ୍ପ  ଲାଗି ବିଭିନ୍ନ କ୍ଷେତ୍ରର ଡେଭଲପରଙ୍କର ଆବଶ୍ୟକତା ରହିଛି ।

ଅତିରିକ୍ତ  କାର୍ଯ୍ୟ ପରିସର?

କ୍ୟାସକେଡିଂ ଷ୍ଟାଇଲ ସ୍କ୍ରିପ୍ଟ(ସିଏସ୍‌ଏସ୍‌) କିମ୍ବା ଏଚଟିଏମଲର ସହାୟତାରେ  ୱେବସାଇଟ ଡିଜାଇନ୍ ବାଦ ୱେବସାଇଟର ପରିବର୍ତ୍ତନ ଲାଗି ଏକ୍ସଏଚଟିଏମ୍ଏଲ  ବ୍ୟବହାର ହୋଇଥାଏ। ଏହାକୁ ସ୍କ୍ରିପ୍ଟ  ଲିଖନ ପେଜ ତଥା ବ୍ଲଗ ଲିଖନ ବେଳେ ମଧ୍ୟ ବ୍ୟବହାର ହୋଇଥାଏ। ପିଏଚପି ଏକ ସରଳ ଏବଂ ମୁକ୍ତ ପ୍ରୋଗ୍ରାମିଂ ଲାଙ୍ଗୁଏଜ  ହୋଇଥିବା ବେଳେ ଏହା ୨୦୦୫ରେ ପ୍ରଚଳନ ହୋଇଥିଲା । ୱେବପେଜ ଉନ୍ନତୀକରଣ ଲାଗି ଏହା ଜାଭା ସହ ବହୁଳ ଭାବେ ବ୍ୟବହାର ହେଉଛି। ଆଇଟି ଶିଳ୍ପରେ ଏଣ୍ଟରପ୍ରାଇଜ୍ ଆପ୍ଲିକେଶନ ତିଆରି କରିବା ଲାଗି ପିଏଚପିର ବହୁଳ  ଭାବେ ବ୍ୟବହାର ହେଉଛି ।

ପିଏଚପିର ଅନ୍ୟାନ୍ୟ ବିଶେଷତା ?

ପିଏଚପି ଏକ ମୁକ୍ତ ଏବଂ ଓପନ ଏଣ୍ଡ ଲାଙ୍ଗୁଏଜ୍ ହୋଇଥିବା ବେଳେ ୱେବପେଜ୍ ଉନ୍ନତୀକରଣ ଲାଗି ଏହାକୁ ସହଜରେ ସିଏସଏସ କିମ୍ବା ଏଚଟିଏମଏଲ ସହ ସଂଯୋଗ କରାଯାଇ ଯାଇପାରିବ ।

କ୍ୟାରିୟର ସୁଯୋଗ

ପିଏଚପି କ୍ଷେତ୍ରରେ କାର୍ଯ୍ୟ କରିବାକୁ ଚାହୁଁଥିଲେ ଏକ ଉନ୍ନତ କ୍ୟାରିୟର ହୋଇ ପାରିବ । ଏଥିରେ ପ୍ରାଥମିକ ପର୍ଯ୍ୟାୟରେ  ଜଣେ ଜୁନିୟର ଡେଭଲପର ଭାବେ କାର୍ଯ୍ୟ  କରିପାରିବେ । ଏହା ପରେ କୌଣସି ୱେବ  ଡିଜାଇନର କିମ୍ବା ୱେବ୍ ଡେଭଲପର ଭାବେ ମଧ୍ୟ କାର୍ଯ୍ୟ କରିବାକୁ ସକ୍ଷମ   ହେବେ । ନିଜର ସଂସ୍ଥା ଏହି କ୍ଷେତ୍ରରେ ସ୍ଥାପନ ମଧ୍ୟ କରିପାରିବେ। ।

ବେତନ ତଥା ସୁବିଧା ସୁଯୋଗ

ଆମେରିକାଭିତ୍ତିକ କମ୍ପାନୀଗୁଡିକ ତାଲିକପ୍ରାପ୍ତ ତଥା ଅଭିଜ୍ଞ ପିଏଚପି ଡେଭଲପରଙ୍କୁ ଘଣ୍ଟା ପିଛା ପାରିଶ୍ରମିକ ପ୍ରଦାନ କରିଥାନ୍ତି । ଘରୋଇ ବଜାରରେ ଅଭିଜ୍ଞତା ଭିତ୍ତିରେ ବେତନ ତଥା ପ୍ୟାକେଜ ମିଳିପାରିବ ।  ପ୍ରାଥମିକ  ପର୍ଯ୍ୟାୟରେ ମାସିକ ୧୫ ହଜାରରୁ ଅଭିଜ୍ଞତା ଆଧାରରେ ୧୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ୟାକେଜ ମିଳିପାରିବ ।

ସଂଗୃହିତ - ପି.କେ. ପ୍ରାମାଣିକ, ଡାଇରେକ୍ଟର ଫାଷ୍ଟ ଟ୍ରାକ କ୍ୟାରିୟର କନ୍ସଲଟାଣ୍ଟ

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate