অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପୁସ୍ତକ ପ୍ରକାଶନରେ କ୍ୟାରିୟର

ପୁସ୍ତକ ପ୍ରକାଶନରେ କ୍ୟାରିୟର

କ୍ୟାରିୟର

ବହି ପ୍ରତି ଯଦି ମୋହ ରହିଛି, ତା’ହେଲେ ଆପଣଙ୍କ ପାଇଁ ଏକ ପ୍ରକୃଷ୍ଟ କ୍ୟାରିୟର ହେଉଛି ପୁସ୍ତକ ପ୍ରକାଶନ ବା ବୁକ୍ ପବ୍ଲିଶିଂ ।  ଏଥିରେ ଆପଣ ସବୁବେଳେ ନିଜ ପ୍ରିୟ ଜିନିଷ ସହ ଯୋଡିହୋଇ ରହିବା ସହ ଉତ୍ତର ଅର୍ଥ ଉପାର୍ଜନ କରିପାରିବେ ।

ପବ୍ଲିଶିଂ ହେଉଛି ଏକ ପାରମ୍ପରିକ ଓ ସୃଜନାତ୍ମକ ଶିଳ୍ପ । ଏଥିରେ ବହି, ଖବରକାଗଜ ଓ ପତ୍ରପତ୍ରିକା ଆଦିର ପ୍ରକାଶନ କରାଯାଏ । ସମ୍ପାଦନା, ପ୍ରିଣ୍ଟିଙ୍ଗ ବିଜ୍ଞାପନ, ଡିଜାଇନିଙ୍ଗ, ମାର୍କେଟିଙ୍ଗ ଆଦି ଭାଗରେ ବିଭକ୍ତ ହୋଇଛି ଏହି ଶିଳ୍ପ । ବର୍ତ୍ତମାନ ଡିଜିଟାଲ ଟେକ୍ନୋଲୋଜିର ଆବିର୍ଭାବ ଯୋଗୁ ଅନେକ  ବହି ଓ ଖବରକାଗଜକୁ ଇ-ବୁକ୍ସ, ଇ-ପେପର ରୂପେ ପ୍ରକାଶ କରାଯାଉଛି । ଅନ୍ଲାଇନ୍ ଓ ଅଡିଓ – ଭିଡିଓବିଷୟବସ୍ତୁଭାବେ ମଧ୍ୟ ପୁସ୍ତକ, ପତ୍ରପତ୍ରିକା ପ୍ରକାଶ କରାଯାଉଛି ।

ଇଲେକ୍ଟ୍ରୋନିକ ଉପାୟରେ ପ୍ରକାଶନ ବଢୁଥିବା ଯୋଗୁ ଏହି ପ୍ରକାଶନ ବଢୁଥିବା ଯୋଗୁ ଏହି କ୍ୟାରିୟରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାରେ ଲାଗିଛି । ବହି ପଢିବା ଅଭ୍ୟାସ ସହ ବ୍ୟବସାୟ ପ୍ରତି ରୁଚି ରଖିଥିବା ବ୍ୟକ୍ତିଙ୍କୁ ପ୍ରକାଶନ କ୍ୟାରିୟର ସୁହାଇବ । ପ୍ରକାଶନ ହେବା ସହିତ ଏହି କ୍ଷେତ୍ରରେ ଜଣେ ଅନୁବାଦନ, ଲେଖକ କିମ୍ବା ପ୍ରିଣ୍ଟିଙ୍ଗ ଟେକ୍ନିସିଆନ୍ ବୃତ୍ତି ଆପଣାଇପାରିବେ । ଏହି ବୃତ୍ତିଧାରାମାନେ ପୁସ୍ତକ ପ୍ରକାଶନ ପ୍ରକ୍ରିୟାରେ ଲେଖା ବିଷୟବସ୍ତୁ ପ୍ରସ୍ତୁତିଠାରୁ ଆରମ୍ଭ କରି ଛପା, ମାର୍କେଟିଂ ଆଦି ବିଭିନ୍ନ ଦାୟିତ୍ଵ ତୁଲାଇଥାଆନ୍ତି । ବଜାରରେ ଯେଭଳି ପ୍ରକାଶିତ ବିଷୟବସ୍ତୁର ଚାହିଦା ରହିବ, ତାହା ସୁନିଶ୍ଚିତ କରିବା ପ୍ରକାଶକଙ୍କର ମୁଖ୍ୟ କାର୍ଯ୍ୟ ହୋଇଥାଏ ।

ଯୋଗ୍ୟତା

କଳା, ବିଜ୍ଞାନ ବାଣିଜ୍ୟ ଯେକୌଣସିରେ ସ୍ନାତକଧାରୀମାନେ ପୁସ୍ତକ ପ୍ରକାଶନ କ୍ୟାରିୟର  ଗଢିପାରିବେ । ତେବେ ପ୍ରକାଶନୀ ସଂସ୍ଥାଗୁଡିକ ନିଯୁକ୍ତି ପାଇଁ ପବ୍ଲିଶିଂ  କୋର୍ସରେ ପି.ଜି/ ଡିପ୍ଲୋମା କରିଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଅନ୍ତି । ଏକ ପ୍ରକାଶନୀ ସଂସ୍ଥାରେ ସମ୍ପାଦନା ପ୍ରଡ଼କ୍ସନ, ମାର୍କେଟିଂ, ଡିଷ୍ଟ୍ରିବ୍ୟୁଶନ ଆଦି ବିଭାଗ ରହିଥାଏ । ଏସବୁ ବିଭାଗରେ କାର୍ଯ୍ୟ କରିବା ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ହୋଇଥାଏ ।

ସମ୍ପାଦନା ବିଭାଗରେ ସମ୍ବାଦିକତା ଓ ଗଣଯୋଗାଯୋଗରେ ସ୍ନାତକ କିମ୍ବା ସ୍ନାତକତ୍ତୋର କୋର୍ସ କରିଥିବା ପ୍ରାର୍ଥୀଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଥାଏ । ସେହିପରି ପ୍ରିଣ୍ଟିଙ୍ଗ ଡିପ୍ଲୋମା, କମ୍ପ୍ୟୁଟର ଡିଭାଇନିଂ କୋର୍ସ କରିଥିବା ଓ ଚିତ୍ରାଙ୍କନରେ ନିପୁଣ ପ୍ରାର୍ଥୀଙ୍କୁ ଛପା ବିଭାଗରେ ନିଯୁକ୍ତି ମିଳେ । ମାର୍କେଟିଂ ବିଭାଗରେ ନିଯୁକ୍ତି ପାଇଁ ଏମ୍ବିଏ କରିଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯାଏ ।

ଦେଶରେ ଅନେକ ଶିକ୍ଷାନୁଷ୍ଠାନ ବୁକ୍ ପବ୍ଲିଶିଂ ପାଇଁ ଡିଗ୍ରୀ, ଡିପ୍ଲୋମା, ପି.ଜି. ଡିପ୍ଲୋମା ଓ ସାର୍ଟିଫିକେଟ୍ କୋର୍ସ ପ୍ରଦାନ କରୁଛନ୍ତି । ଯୁକ୍ତ ୨ ପରେ ଜଣେ ଏଭଳି ଡିପ୍ଲୋମା ଓ ସାର୍ଟିଫିକେଟ୍ କୋର୍ସ କରିପାରିବ । ସେହିପରି  ସ୍ନାତକଧାରୀମାନେ ସମ୍ବାଦିକତା ଓ ଗଣ ଯୋଗାଯୋଗ କୋର୍ସ କରିପାରିବେ । ଦିଲ୍ଲୀ ସ୍ଥିତ ନ୍ୟାଶନାଲ ବୁକ୍ ଟ୍ରଷ୍ଟ, ସେଣ୍ଟର ଫର ଷ୍ଟଡିଜ୍ ଇନ୍ ବୁକ୍ ପବ୍ଲିଶିଂ ଓ କଲିକତା ବିଶ୍ଵବିଦ୍ୟାଳୟ ଭଳି ଅନୁଷ୍ଠାନରେ ବୁକ୍ ପବ୍ଲିଶିଂ ପାଇଁ ସ୍ଵତନ୍ତ୍ର ଧରଣର କୋର୍ସ ଦିଆଯାଉଛି ।

ନିଯୁକ୍ତି ସୁଯୋଗ

ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିବା ପ୍ରାର୍ଥୀ ପାଠ୍ୟପୁସ୍ତକ, ପତ୍ର ପତ୍ରିକା ପ୍ରକାଶନ ସହ ସମ୍ପୃକ୍ତ ସରକାରୀ ଓ ଘରୋଇ ସଂସ୍ଥାରେ ନିଯୁକ୍ତି ପାଇପାରିବେ । ଏଥିସହିତ ଛାପାଖାନ, ଅନ୍ଲାଇନ୍ ବୁକ୍ ପବ୍ଲିଶିଂ କମ୍ପାନୀ, ଖବରକାଗଜ, ଟେଲିଭିଜନ ଓ ୱେବ୍ ଚ୍ୟାନେଲଗୁଡିକରେ ନିଯୁକ୍ତି ସୁଯୋଗ ରହିଛି । ବୁକ୍ ପବ୍ଲିଶିଂ ସହ  ଜଡିତ କୌଣସି ଗୋଟିଏ କୋର୍ସ କରିବା ପରେ ଛାତ୍ରୀଛାତ୍ର ଉକ୍ତ କୋର୍ସ ମୁତାବକ ଉପଯୁକ୍ତ ଚାକିରି ଖୋଜିପାରିବେ ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଶିକ୍ଷା ମନ୍ତ୍ରଣାଳୟ, ସଂସ୍କୃତି ମନ୍ତ୍ରଣାଳୟ, କେନ୍ଦ୍ର ସାହିତ୍ୟ ଏକାଡେମୀ, ଭାରତୀୟ ସାମାଜିକ ବିଜ୍ଞାନ ପରିଷଦ, ନ୍ୟାଶନାଲ ବୁକ୍ ପବ୍ଲିଶିଂ ଟ୍ରଷ୍ଟ, ଏନ୍ସିଇଆରଟି ଆଦି ସହ ସଂଶ୍ଲିଷ୍ଟ କୋର୍ସ କରିଥିବା ପ୍ରାର୍ଥୀ ନିଯୁକ୍ତି ପାଇପାରିବେ । ପେଙ୍ଗୁଇନ୍, ହାର୍ପର କଲିନ୍ସ, ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରେସ୍, ମ୍ୟାକ୍ ମିଲେନ୍ ଆଦି ଅନ୍ତର୍ଜାତୀୟ ପ୍ରକାଶନୀ ସଂସ୍ଥାରେ ମଧ୍ୟ ଏଭଳି କୋର୍ସ କରିଥିବା ପ୍ରାର୍ଥୀଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି । ବୁକ୍ ପବ୍ଲିଶିଂ କ୍ୟାରିୟରରେ ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତା ଅନୁଯାୟୀ, ଦରମା / ପାରିଶ୍ରମିକ ମିଳେ ।

ଆଧାର – ଦୈନିକ ଧରିତ୍ରୀ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate