অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆର୍ଟିଫିସିୟାଲ୍ ଇଣ୍ଟେଲିଜେନ୍ସ

ଉପକ୍ରମ

ଇଞ୍ଜିନିୟରିଂ କ୍ଷେତ୍ରରେ ଏବେ ଆନେକ ନୂଆ ପାଠ୍ୟକ୍ରମମାନ ସାମିଲ କରାଯାଉଛି । ଏହି ପାଠ୍ୟକ୍ରମଗୁଡୁକ ପ୍ରତି ଛାତ୍ର ଛାତ୍ରୀଙ୍କ ଆଦର ବି ବାଢୁଛି । କାରଣ ଏ ପାଠ ପଢି କେହି ଘରେ ବସ ରହୁ ନାହାନ୍ତି । ନିଶ୍ଚିତ ନିଯୁକ୍ତି ସୁଯୋଗ ରହିଥିବାରୁ ପାଠ ଗୁଡିକର ଚାହିଦା ରହୁଛି । ଏହି ପାଠ୍ୟ କ୍ରମ ଗୁଡିକ ମଧ୍ୟରୁ ଆର୍ଟିଫିସିୟାଲ ଇଣ୍ଟେଲିଜେନ୍ସ ଆନ୍ୟତମ।

ଆର୍ଟିଫିସିୟାଲ୍ ଇଣ୍ଟେଲିଜେନ୍ସ ରେ କ୍ୟାରିୟର

ଆର୍ଟିଫିସିୟାଲ୍ ଇଣ୍ଟେଲିଜେନ୍ସ ଇଞ୍ଜିନିୟରିଂରେ ଆନେକ କ୍ଷେତ୍ର ଅଛି । ରୋବଟିକ୍ସ(Robotics) ଇଞ୍ଜିନିୟରିଂ ଭିଡିଓ ଗେମ୍ସ (video games), ସର୍ଚ୍ଚ ଇଞ୍ଜିନ୍ସ (Search enginers ) ଫେସ ରେକଗ୍ନାଇଜେସନ୍ ସଫ୍ଟୱେୟାର (Face recognition software) ଏବଂ ୱିପନରି (Weaponry) ଆଦି ଆର୍ଟିଫିସିୟାଲ ଇଣ୍ଟେଲିଜେନ୍ସ ଅନ୍ତର୍ଗତ ଏକ ଏକ ପାଠ୍ୟକ୍ରମ । ଇଲୋକଟ୍ରୋନିକ୍ସ , କମ୍ପୁଟର ଏବଂ ମେକାନିକାଳ ଡିଭାଇସ ବ୍ୟବହୃତ ହେଉଥିବା କ୍ଷେତ୍ର ଗୁଡୁକରେ ଆର୍ଟିଫିସିୟାଲ ଇଣ୍ଟେଲିଜେନ୍ସ ଇଞ୍ଜିନିୟରମାନେ କାମ କରିପାରିବେ ।

ରୋବଟିକ୍ସ ଇଞ୍ଜିନିୟରିଂ ପାଠ୍ୟକ୍ରମ ପଢିଲେ ରୋବୋଟ୍ ତିଆରି କରିବା ରୋବଟ ଉପରେ ଗବେଷଣା କରିବା ,ରୋବଟ ସିଷ୍ଟମର ଡିଜାଇନ ଓ ଏହାର ପ୍ରୟୋଗାତ୍ମକ ଦିଗରେ କାମ ଆରିବାକୁ ହୋଇଥାଏ ଆର୍ଟିଫିସିୟାଲ୍ ଇଣ୍ଟେଲିଜେନ୍ସ ଇଞ୍ଜିନିୟରିଂରେ ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ଯନ୍ତ୍ରପାତି ଡିଜାଇନ ଓ ଏସବୁର ନିର୍ମାଣ ଆଦି ଶିକ୍ଷା ଦିଆଯାଇଥାଏ । ଜଣେ ଏଆଇ (Aarificial Intelligence) ଇଞ୍ଜିନିଅର ମେସିନ୍ ଲାଙ୍ଗୁଏଯ ଟେକ୍ନୋଲୋଜୀ, କଗନିଟିଭ୍ , ସିଷ୍ଟମ୍, ହ୍ୟୁମାନ କମ୍ପୁଟର ଇନ୍ଟର ଆକ୍ସନ ଆଦି ମେକାନିଜମକୁ ନଜର ରାଖୀ ଯନ୍ତ୍ରପାତି ତିଆରି କରିଥାନ୍ତି । ଏଆଇ ଇଞ୍ଜିନିୟରିଂରେ କେବଳ ଏମ୍ ଟେକ୍ କରିହେବ ରୋବଟିକ୍ସ , ନଲେଜ ଇଞ୍ଜିନିୟରିଂ କମ୍ପୁଟର ସାଇନ୍ସ ଆଣ୍ଡ ଅଟୋମେଶନ୍ ରେ ବିଟେକ, କରିସାରିବାପରେ ଆର୍ଟିଫିସିୟାଲ ଇଣ୍ଟେଲିଜେନ୍ସ ଇଞ୍ଜିନିୟରିଂରେ ଏମ୍ ଟେକ୍ ପରେ ରୋବୋଟ ନିର୍ମାଣ ସଂସ୍ଥା ରୋବୋଟ ପରିଚାଳନା ବିଭାଗ , ଗବେଷଣାଗାର ସଫ୍ଟୱେୟାର ସଂସ୍ଥା ମହାକାଶ ଗବେଷଣା ସଂସ୍ଥା ଇସ୍ରୋ(ISRO)ରେ ନିଯୁକ୍ତି ପାଇପାରିବେ ।

ଇନ୍ଟେଲ(INTEL)ଭଳି ପ୍ରତିଷ୍ଠୀତ ମାଇକ୍ରୋଚିପ ପ୍ରସ୍ତୁତକାରୀ କମ୍ପାନୀ ଗୁଡିକରେ ମଧ୍ୟ ନିଯୁକ୍ତି ପାଇପାରିବେ । ଏହା ଛଡା ପ୍ରସିଦ୍ଧ ରୋବୋଟ ତିଆରି କରୁଥିବା କମ୍ପାନୀ ତଥା ଏସିଆ ବ୍ରାଉନ ବୋଭେରୀ ବା ଏବିବି ରୋବୋଟିକିସ (ASEA Brown Boveri Robotics), ୟାସ୍କାୱା(Yaskawa),କୁକା (kuka)ଫାନୁକ (Fanue)କାୱାସ୍କି(Kawasaki) ଆଦିରେ ନିଯୁକ୍ତି ପାଇପାରିବେ ଦରମା ହେଉଛି ବର୍ଷକୁ ୩୪ ଲକ୍ଷ୍ୟରୁ ୭୦ ଲକ୍ଷ୍ୟ । ରୋବୋଟିକ୍ସ ବୈଜ୍ଞାନିକ ଭାବେ କାର୍ଯ୍ୟ କଲେ ଚାକିରି କାଳ ଆରମ୍ଭରୁ ବର୍ଷକୁ ଦରମା ୬୦ ଲକ୍ଷ୍ୟ ହୋଇଥାଏ ।

ଫେସ ରେକଗ ନାଇଜେସନ ସଫ୍ଟ ୱେୟାର ଇଞ୍ଜିନିୟର ହେଲେ ସର୍ଚ ଇଞ୍ଜିନ ଗୁଗୁଲ ଏବଂ ସେହି ଭଳି ସଂସ୍ଥାରେ ନିଯୁକ୍ତି ପାଇପାରିବେ ବିଦେଶରେ ରହିଲେ ଦରମା ବର୍ଷକୁ ୧୮.୫ ଲକ୍ଷରୁ ୮୩ ଲକ୍ଷ୍ୟ ପର୍ଯ୍ୟନ୍ତ ଫେସ ରେକଗ୍ନାଇ ଜେସନ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଗୁଗୁଲ ସର୍ବୋଚ ବର୍ଷକୁ ୧ କୋଟି ୬୬ ଲକ୍ଷ ଟଙ୍କା ଦେଇଥାଏ ।ଏଥିରୁ ଅନୁମାନ କରନ୍ତୁ ଏହି ପାଠ୍ୟ କ୍ରମରେ କେତେ ଚାହିଦାରେ ରହିଛି ।

ଆଧାର :ସମାଜ  ଖବର  କାଗଜ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate