୨୦୧୬-୧୭ ଆର୍ଥିକ ବର୍ଷରେ ଘରୋଇ ବଜାରରେ ଫୁଲ ବଜାରର ମୋଟ ଅଂଶ ୬୦୦୦ କୋଟି ଟଙ୍କା ରହିଛି। ଏହା ବାର୍ଷିକ ୧୧% ହାରରେ ଅଭିବୃଦ୍ଧିହାସଲ କରୁଛି। ବିଶ୍ୱ ବଜାରକୁ ଭାରତର ଅବଦାନ ୧ %ରୁ କମ୍ରେ ରହିଛି। ଘରୋଇ ବଜାରର ଚାହିଦା ପୂରଣ ଏବଂ ଅନ୍ତର୍ଜାତୀୟ ବଜାରକୁ ରପ୍ତାନୀ ଲାଗି ଫୁଲ ଚାଷରେ ଏକ ଉକ୍ତ କ୍ୟାରିୟର ହୋଇପାରିବ।
ମଣିଷ ଜୀବନରେ ଫୁଲର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ବିଭିନ୍ନ କାର୍ଯ୍ୟ ଲାଗି ସାଧାରଣତଃ ଫୁଲର ବ୍ୟବହାର ହୋଇଥାଏ । ଆମେ ଭଲ ପାଇବା, ଖୁସି ତଥା ଶୋକ ସମୟରେ ଶ୍ରଦ୍ଧାଞ୍ଜଳି ଲାଗି ଫୁଲର ବ୍ୟବହାର କରିଥାଉ । ଠାକୁରଙ୍କୁ ପୂଜା ହେଉ କିମ୍ବା ବିବାହ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମୟରେ ଘର ସାଜସଜା ହେଉ, ଆମେ ଫୁଲର ବ୍ୟବହାର କରିଥାଉ । ଆମେ ସମ୍ମାନ, ପ୍ରେମ, ଖୁସିକୁ ଫୁଲ ଦ୍ବାରା ପରିପ୍ରକାଶ ମଧ୍ୟ କରିଥାଉ । କଥାରେ ଅଛି ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖିଥିଲେ ନୂଆ ଦିଶୁଥାଇ । ଫୁଲ ଆଭ୍ୟନ୍ତର ସୌନ୍ଦର୍ଯ୍ୟ ଏବଂ ଭାବନାର ଏକ ପ୍ରତୀକ ସଦୃଶ । ଦିନକୁ ଦିନ ଫୁଲର ବ୍ୟବହାର ଦ୍ରୁତ ହାରରେ ବୃଦ୍ଧି ହେଉଥିବାବେଳେ ବର୍ତ୍ତମାନ ବାଣିଜ୍ୟ ଉଦ୍ଦେଶ୍ୟରେ ମଧ୍ୟ ଏହାର ଚାଷ କରାଯାଉଛି । ଚାହିଦାକୁ ଧ୍ୟାନରେ ରଖି ସାରା ବିଶ୍ଵରେ ବିଭିନ୍ନ ପ୍ରକାରର ଫୁଲ ଚାଷ ବର୍ତ୍ତମାନ କରାଯାଉଛି।
ଫୁଲର ସୁନ୍ଦରତା ସର୍ବଦା ଧ୍ୟାନ ଆକର୍ଷଣ କରିବା ସହ ଆମକୁ ଆନନ୍ଦ ଦେଇଥାଏ । ଆମେ ଆମର ପ୍ରିୟଜନଙ୍କୁ ଫୁଲର ଉପହାର ପ୍ରଦାନ କରିବା ସହ ଆମର ମାନବିକ ଭାବନାକୁ ପରିପ୍ରକାଶ କରିଥାଉ । ଏଣୁ ବର୍ତ୍ତମାନ ଫୁଲକୁ ବ୍ୟବସାୟିକ ଦୃଷ୍ଟିକୋଣରୁ ମଧ୍ୟ ବିଚାର କରାଯାଉଛି। ଫୁଲ ଚାଷ ଭଲ ଲାଭ ଦେଉଥିବା ବେଳେ ଏହାର ଗୁରୁତ୍ଵବର୍ତ୍ତମାନ ସମୟରେ ବୃଦ୍ଧି ଘଟୁଛି। ଘରୋଇ ବଜାରରେ ବ୍ୟବସାୟ ଉଦ୍ଦେଶ୍ୟରେ ଉଦ୍ୟାନ କୃଷି ତଥା ବୈଜ୍ଞାନିକ ଉପାୟରେ ଫଳଚାଷ ତଥା ପନିପରିବା ଗତ କିଛି ଦଶନ୍ଧି ଧରି ଚାଲି ଆସୁଛି । ମାତ୍ର ଭାରତରେ ଗତ କିଛି ବର୍ଷ ଧରି ଫୁଲ ବ୍ୟବସାୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।
ଅନେକ ଦଶନ୍ଧି ଧରି ନେଦରଲାଣ୍ଡ, ବେଲଜିୟମ୍, ସ୍ଵିଜରଲାଣ୍ଡ, ଇଟାଲୀ, ଜାପାନ, ଦକ୍ଷିଣ କୋରିଆ ଭଳି ଦେଶନିଜର ବ୍ୟବହାର ତଥା ରପ୍ତାନି ଉଦ୍ଦେଶ୍ୟରେ ଫୁଲ ଚାଷ କରୁଛନ୍ତି । କଲମ୍ବିଆ, ପେରୁ, ହଂକଂ, ଇସ୍ରାଏଲ, ଜିମ୍ବାୱେ, କେନିଆ, ଚାଇନା ଓ ଭାରତ ଭଳି ଦେଶ ଗତ କିଛି ବର୍ଷ ଧରିଫୁଲ ଚାଷ କ୍ଷେତ୍ରରେ ପ୍ରବେଶ କରିବା ସହ ଭଲ କାରବାର କରୁଥିବା ଦେଖାଯାଉଛି। ଭାରତ କଥା ବିଚାର କଲେ ଆମେ ଜାଣି ପାରିବା ଯେ, ବିଶ୍ଵ ଫୁଲ ବଜାରକୁ ଭାରତ ମାତ୍ର ୧ %ରୁ କମ୍ ଫୁଲ ରପ୍ତାନି କରିବାକୁ ସକ୍ଷମ ହେଉଛି । ରପ୍ତାନି କ୍ଷେତ୍ରରେ ୫୯% ବଜାର ଅଂଶ ସହ ନେଦରଲାଣ୍ଡ ପ୍ରମୁଖ ସ୍ଥାନରେ ରହିଛି। ଏଥିରୁ ଜଣାଯାଇଛି ଯେ ଭାରତ ଉକ୍ତ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ । ଏହା ସହ ଫୁଲ ରପ୍ତାନିରୁ ପ୍ରଚୁର ପରିମାଣର ବିଦେଶୀ ମୁଦ୍ରା ଅର୍ଜନ କରିପାରିବ । ସେହିଭଳି ଘରୋଇ ବଜାରରେ ବିଭିନ୍ନ ରାଜ୍ୟ ମଧ୍ୟ ଫୁଲ ବ୍ୟବସାୟ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ସକ୍ଷମ ହୋଇ ପାରିବେ । ଉଭୟ ଘରୋଇ ବ୍ୟବହାର ତଥା ଅନ୍ତର୍ଜାତୀୟ ବଜାରକୁ ରପ୍ତାନି କ୍ଷେତ୍ରରେ ରାଜ୍ୟଗୁଡିକ କାର୍ଯ୍ୟ କରି ପାରିବେ । ଘରୋଇ ବଜାରରେ କନାଁଟକ ଉକ୍ତ କ୍ଷେତ୍ରରେ ପ୍ରମୁଖ ସ୍ଥାନରେ ରହିଛି। ଏହା ପରେ ପରେ ଜମ୍ମୁ-କଶ୍ରୀର, ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ପଞ୍ଜାବ ଏବଂ ତ୍ରିପୁରା ଭଳି ରାଜ୍ୟ ଅଗ୍ରଣୀ ସ୍ଥାନରେ ରହିଛନ୍ତି ।
ଓଡିଶା ବିଶେଷ ଭାବେ ଉକ୍ତ କ୍ଷେତ୍ରରେ ଅବଦାନ ରଖିପାରୁନାହିଁ । ଓଡିଶାରେ ଫୁଲ ଚାଷର ପ୍ରସାର ଲାଗି ପଦକ୍ଷେପ ଆରମ୍ଭ ହୋଇଥିଲେ ମଧ୍ୟ ବଜାରର ଚାହିଦା ପୂରଣ ଲାଗି ପଡୋଶୀ ପଶ୍ଚିମବଙ୍ଗ ଏବଂ ବାଙ୍ଗାଲୋର ଭଳି ସ୍ଥାନଗୁଡିକ ଉପରେ ବର୍ତ୍ତମାନ ନିର୍ଭର କରିବାକୁ ପଡୁଛି। ୨୦୧୬–୧୭ ଆର୍ଥିକ ବର୍ଷରେ ଘରୋଇ ବଜାରରେ ଫୁଲ ବଜାରର ମୋଟ ଅଂଶ ୬୦୦୦ କୋଟି ଟଙ୍କା ରହିଛି। ଏହା ବାର୍ଷିକ ୧୧% ହାରରେ ଅଭିବୃଦ୍ଧି ହାସଲ କରୁଛି। ମାତ୍ର ଏହାର ଚାହିଦା ଋତୁର୍ଭିକ ବୋଲି ଜଣାଯାଇଛି । ବିବାହ ଋତୁ ତଥା ପର୍ବ ପର୍ବାଣି ସମୟରେ ଏହାର ଚାହିଦା ଅଧିକ ରହିଥାଏ । ସେହିଭଳି ଭାଲେଣ୍ଟାଇନ ଡେ ଅବସରରେ ମଧ୍ୟ ଏହାର ଚାହିଦା ସାଧାରଣତଃ ଅଧିକ ରହିଥାଏ ।
ଓଡିଶା ଏକ କୃଷିଭିତ୍ତିକ ରାଜ୍ୟ ହୋଇଥିବା ଜୋବଳେ ଏଠାରେ ଜୋଲାକମାଜୋନ ପାରମ୍ପରିକ ପଦ୍ଧତି ଉପରେ ବିଶେଷ ଭାବେ ନିର୍ଭର କରିଥାନ୍ତି । ଓଡିଶାରେ ଧ୍ୟାନ, ଡାଲି, ମକା ଭଳି ଚାଷ ହେଉଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବୈଜ୍ଞାନିକ ପଦ୍ଧତିର ବ୍ୟବହାର ହେଉନାହିଁ। କୃଷକମାନେ ପାରମ୍ପରିକ ଚାଷଠାରୁ ଉର୍ଦ୍ଧକୁ ଯିବାର ଆବଶ୍ୟକତା ରହିଛି । ରାଜ୍ୟର କେତେକାଂଶରେ ଫଳ ତଥା ପନିପରିବା ଚାଷ ହେଉଥିବା ନଜରରେ ଆସିଥାଏ । ମାତ୍ର କୃଷକମାନେ ପାରମ୍ପରିକ ଚାଷଠାରୁ ଉଦ୍ଧିକୁ ଯାଇ ନିଜର ଆୟ ବୃଦ୍ଧି କରିବାକୁ ସକ୍ଷମ ହୋଇ ପାରିବେ ।
ଅନେକ ଯୁବ ଉଦ୍ୟୋଗୀଙ୍କ ମଧରେ ସାଧାରଣତଃ ପ୍ରଶ୍ନ ଆସେ ଯେ ସ୍ୱତୁ ସମ୍ବଳରେ କେଉଁ ଭଳି ବାଣିଜ୍ୟ କାରବାର କରାଯାଇ ପାରିବ । ଅପର ପକ୍ଷରେ କୃଷିରେ କ୍ଷତି ଯୋଗୁ ଅନେକ କୃଷକ ଜୀବନ ହାରୁଥିବାର ଖବର ମଧ୍ୟ ଗଣମାଧ୍ୟମରେ ଆସୁଛି । ମାତ୍ର ପରୀକ୍ଷଣ ଭିଭିରେ ପ୍ରଥମେ ନିଜର ଜମିରେ କୃଷକମାନେ ଫୁଲ ତଥା ଅନ୍ୟାନ୍ୟ ପନିପରିବା ଚାଷ କରିବା ଆବଶ୍ୟକ । ନିଜସ୍ୱ ଉଦ୍ୟମରେ କରିପାରିଲେ ଏହା ନିଶ୍ଚିତ ଭାବେ ଆତ୍ମ ତୃପ୍ତି ପ୍ରଦାନ କରି ପାରିବ । ଶିକ୍ଷିତ ଯୁବବର୍ଗ ସ୍ଵଚ୍ଛ ବେତନରେ ଚାକିର ପଛରେ ନ ଗୋଡେଇ ବୈଜ୍ଞାନିକ ଉପାୟରେ ନୂତନ କୃଷି ତଥା ଫୁଲ ଚାଷ କରିପାରିବେ । ଏହି ଭଳି ଚାଷ ଶୀଘ୍ର ଲାଭ ପ୍ରଦାନ କରିବାକୁ ସକ୍ଷମ ହେବ । ଏହାକୁ ସ୍ଥାନୀୟ ବଜାରରେ ବିକ୍ରି କରାଯାଇ ପାରିବ । ବଜାରରେ ସବୁବେଳେ ଫୁଲର ଚାହିଦା ବୃଦ୍ଧି ହେଉଥିବା ଯୋଗୁ ଏହାକୁ ସ୍ଥାନୀୟ ବଜାରରେ ବିକ୍ରି କରାଯାଇ ପାରିବ ।
ଭୁବନେଶ୍ଵରରେ ଥିବା ଓୟୁଏଟି ସମେତ ପଶ୍ଚିମବଙ୍ଗ, ପଞ୍ଜାବ, କନାଁ ଟକ, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ, ବିହାର ଭଳି ରାଜ୍ୟଗୁଡିକରେ ଥିବା କୃଷି ବିଶ୍ଵବିଦ୍ୟାଳୟଗୁଡିକ ଉଦ୍ୟାନ କୃଷି ତଥା ଫୁଲ ଚାଷରେ ଡିଗ୍ରୀ ତଥା ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରୁଛନ୍ତି । ଫୁଲ ଚାଷରେ ଜଣେ ଚାହିଁଲେ ସାର୍ଟିଫିକେଟ ପାଠ୍ୟକ୍ରମରେ ମଧ୍ୟ ସାମିଲ ହୋଇପାରିବ । ଯଦି ଡିଗ୍ରୀପାଠ୍ୟକ୍ରମ ଅଧିକ ସମୟ ଅବଧୂର ବୋଲି ଭାବୁଥାନ୍ତି ତେବେ ସାର୍ଟିଫିକେଟ ତଥା ଡିପ୍ଲୋମା ପାଠ୍ୟକ୍ରମରେ ସାମିଲ ହେବା ସହ ଫୁଲ ଚାଷ କ୍ଷେତ୍ରରେ ଜଣେ ପ୍ରଫେସନାଲ ହୋଇ କାର୍ଯ୍ୟ କରିପାରିବେ ।
ଉକ୍ତ କ୍ଷେତ୍ରରେ ଜଣେ ପ୍ରଫେଶନାଲ ହେବା ଲାଗି ଏକ ସାର୍ଟିଫିକେଟ ପାଠ୍ୟକ୍ରମରେ ନାମ ଲେଖାଇ ବୈଜ୍ଞାନିକ ଉପାୟରେ ଫୁଲ ଚାଷର ପଦ୍ଧତି, ଏହାର ସଂରକ୍ଷଣ, ପରିବହନ, ପ୍ୟାକେଜିଂ,ନୂତନ ବଜାର ଅନୁସନ୍ଧାନ ଆଦି ଜାଣିପାରିଲେ । ଏହାଫାଇଦା ପ୍ରଦାନ କରିବ ।
ଫୁଲ ଚାଷ କରିବା ସମୟରେଅନ୍ୟ ଏକ କଥାକୁ ଧ୍ୟାନରେ ମଧ୍ୟ ରଖିବାକୁ ହେବ। ଫୁଲର ଜୀବନ କାଳ ସ୍ୱଚ୍ଛ ହୋଇଥିବାରୁ ଏହାର ସଂରକ୍ଷଣ ଜରୁରୀ । ଫୁଲକୁ ଠିକ୍ ସମୟରେ ତୋଳିବା, ଏହାକୁ ଠିକ୍ ଭାବେ ସଜାଇ ରଖିବା, ପ୍ୟାକେଜିଂ, ମାର୍କେଟିଂ, ଉନ୍ନତ ଲଜିଷ୍ଟିକ ସହାୟତାକୁ ମଧ୍ୟଧ୍ୟାନରେ ରଖବାକୁ ହୁଏ । ଏହାକୁ ଧ୍ୟାନରେ ରଖି କାର୍ଯ୍ୟ କଲେ କ୍ଷତିଠାରୁ ରକ୍ଷା ପାଇ ପାରିବେ । ଏଥିଲାଗି ଉଦ୍ୟୋଗୀଙ୍କୁ ଠିକ୍ ତାଲିମର ଆବଶ୍ୟକତା ରହିଛି। ଏହା ସହ ରାଜ୍ୟ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ସ୍ୱଳ୍ପ ସମୟ ଅବଧୂ ବିଶିଷ୍ଟ ତାଲିମ ମଧ୍ୟ ନେଇପାରିଲେ ଏହା ସୁବିଧା ପ୍ରଦାନ କରିପାରିବ ।
ବିଭିନ୍ନ ପ୍ରଜାତିର ଫୁଲ ମଧ୍ୟରେ ଗୋଲାପ, ରଜନୀଗନ୍ଧା, ସୂର୍ଯ୍ୟମୁଖୀ, ଟୁଲିପ, ଗୁଡିୟସ, ଅର୍କିଡ, କଇଁ ଷ୍ଟାଟିକା, ଆନୁଆଲ ଭିନକା, ଜାପାନିଜ ଇରିସ, ବ୍ଲକ୍ ଆଇଡ ସୁଶାନ ଭଳି ଅନ୍ୟ କେତେକ ଫୁଲର ବିଶେଷ ଭାବେ ଚାହିଦା ରହିଛି। ବୋନାସାଇ ଭଳି କେତେକ ଫୁଲକୁ ଘରୋଇ ବଜାରରେ ବିକ୍ରି ସହ ଇ-କମର୍ସ ପ୍ଲାଟଫର୍ମରେ ମଧ୍ୟ ବିକ୍ରି କରିପାରିବେ । ସେହିଭଳି ଫ୍ଲାୱାର ବୁଟିକ୍କୁ ବିକ୍ରି କରି ପାରିବେ । ଏହା ବାଦ୍ କାକ୍ସସ ମଧ୍ୟ ଉତ୍ପାଦନ କରିବା ସହ ଏହାକୁ ଉଚ୍ଚଦରରେ ବିକ୍ରି କରିପାରିବେ । ଏହାର ଜୀବନ ଅବଧିସାଧାରଣ ଫୁଲ ତୁଳନାରେ ଅଧିକ ରହୁଥିବା ଯୋଗୁ ଏହା ଲାଭ ପ୍ରଦାନ କରିପାରିବ ।
ଛୋଟ ପଦକ୍ଷେପରୁ କରନ୍ତୁ ଆରମ୍ଭ
ପ୍ରାଥମିକ ପର୍ଯ୍ୟାୟରେ ସ୍ଥାନୀୟ ବଜାରଲାଗି ଫୁଲ ଚାଷ କରି ଚାହିଦାକୁ ପୂରଣ କରିପାରିବେ । ଏହା ତ୍ଵରିତ ଭିଭିରେ ରିଟର୍ନ ପ୍ରଦାନ କରିପାରିବ । ପରବର୍ତ୍ତୀ ସମୟରେ ଘରୋଇ ବଜାର ତଥା ଅନ୍ତର୍ଜାତୀୟ ବଜାରକୁ ରପ୍ତାନି ଏହା କରିପାରିବେ ।
ନେଦରଲାଣ୍ଡ କଥା ବିଚାରକୁ ନେଲେ ଆମେ ଜାଣିପାରିବା ଯେ, ଉକ୍ତ ଦେଶଟି ଫୁଲଭିତ୍ତିକ ପର୍ଯ୍ୟଟନ, ବାଣିଜ୍ୟ, ବିହନ ତଥା ରପ୍ତାନି ଲାଗି ବିଶେଷ ଭାବେ ପ୍ରସିଦ୍ଧି ଲାଭ କରିଛି। ନେଦରଲାଣ୍ଡର ସିଂହଭାଗ ବିଦେଶୀ ମୁଦ୍ରା ଫୁଲ ଏବଂ ଏହା ସହ ଜଡିତ ବିଭିନ୍ନ ସାମଗ୍ରୀ ରପ୍ତାନି ତଥା ସେବାରୁ ହିଁ ଆସିଥାଏ । ସେହିଭଳି ଭାରତ ଫୁଲର ଏକ ପ୍ରମୁଖ ବ୍ୟବହାରକାରୀ ଦେଶ ରହି ଆସିଛି। ଘରୋଇ ବଜାରରେ ଟ୍ୟୁଲିପ,ଗ୍ଲାଡିୟସ, ଗୋଲାପ, ଗର୍ବେରା, କଇଁ ଭଳି ବିଭିନ୍ନ ପ୍ରଜାତିର ଫୁଲର ବିଶେଷ ଚାହିଦା ରହିଛି।
ଓଡିଶାରେ ଫୁଲ ଚାଷ ଲାଗି ପର୍ଯ୍ୟାପ୍ତ ସୁଯୋଗ ରହିଛି। ଘରୋଇ ବଜାରରେ ବାଙ୍ଗାଜୋଲାର ଆଖପାଖରେ ଅନେକ ଫୁଲର ଫାର୍ମ ଦେଖିବାକୁ ମିଳିଥାଏ । ସେହିଭଳି ଲୁଧିଆନା, ପଟିଆଲା, ପଞ୍ଜାବ, ଅଗରତାଲା, ତ୍ରିପୁରା, ହାଓଡା, ବୃନ୍ଦାବନ ଭଳି ସହର ଫୁଲ ଚାଷ ଲାଗିବିଶେଷ ଭାବେ ଖ୍ୟାତିଲାଭ କରିଛି।
ଫୁଲ ଚାଷକୁ ପ୍ରୋତ୍ସାହିତ କରିବା ଲାଗି ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ସରକାର ଉନ୍ନତ ଲଜିଷ୍ଟିକ ସହାୟତା, ସଂରକ୍ଷଣ, ଜୁଲ ଚାମ୍ବର, ବିମାନ ସଂଯୋଗ, ବ୍ୟାଙ୍କି, ଫାଇନାନ୍ସ ସୁବିଧା କରିବାର ଆବଶ୍ୟକତା ରହିଛି। ଘରୋଇ ବଜାରର ବମ୍ବ, ଦିଲ୍ଲୀ, ହାଇଦ୍ରାବାଦ, ଚଣ୍ଡିଗଡ ଭଳି ସହରଗୁଡିକରେ ଚାହିଦା ଉନ୍ନତ ରହିଛି।
ସେହିଭଳି ସାଉଦି ଆରବ, ସଂଯୁକ୍ତ ଆରବ, ଆମେରିକା, କାନାଡା, ବ୍ରିଟେନ, ଜାପାନ, ଇରାନ, ସିଙ୍ଗାପୁର ଭଳି ବଜାରକୁ ରପ୍ତାନିରେ ବିଶେଷ ସୁଯୋଗ ରହିଛି। ସେହିଭଳି ବିଭିନ୍ନ ରଙ୍ଗ ତଥା ପ୍ରଜାତିର ଗୋଲାପ ପାଖୁଡା ତଥା କଢିକୁ ପ୍ୟାକିଂ କରି ରପ୍ତାନି କରାଯାଉଛି। ଏଥିରେ ଉନ୍ନତ ବ୍ୟବସାୟ ସୁଯୋଗ ରହିଛି। ସେହିଭଳି ଗୋଲାପ, ରଜନୀଗନ୍ଧା, ଜସମିନ୍ ଭଳି ଫୁଲ ଅତର ଉଦ୍ୟୋଗ ଲାଗି ବିଶେଷ ଭାବେ କାର୍ଯ୍ୟରେ ଆସିଥାଏ । ଏହାର ଚାଷ କରି ଶିଳ୍ପ ଲାଗି ରପ୍ତାନି ସୁଯୋଗ ଲାଭ କରି ପାରିବେ ।
ଏହି ଭଳି କ୍ଷେତ୍ରରେ ଭଲ କ୍ୟାରିୟର ସୁଯୋଗ ରହିଛି। କୃଷିର ଡିଗ୍ରୀ କିମ୍ବା ଛୋଟ ଫୁଲ ବ୍ୟବସାୟ ମଧ୍ୟ ସମୟ କ୍ରମେ ଏକ ସଫଳ ଉଦ୍ୟୋଗୀର ପରିଚୟ ପ୍ରଦାନ କରିବ। ଫୁଲ ବ୍ୟବସାୟ କ୍ଷେତ୍ରରେ ରିଟର୍ନ ଉନ୍ନତ ହୋଇଥାଏ । ଏଣୁ ଉଦ୍ୟାନ କୃଷି ତଥା ଫୁଲ ଚାଷ କରି ଜଣେ ଉଦ୍ୟୋଗ ହେବାର ସୁଯୋଗ ପାଇବା ସହ ଆତ୍ମତୃପ୍ତି ମଧ୍ୟ ପାଇପାରିବେ ।
ସଂଗୃହିତ – ପି.କେ ପ୍ରାମାଣିକ, କ୍ୟାରିୟର କନସଲତଟାଣ୍ଟ
Last Modified : 3/4/2020