ଫେସନ୍ ଡିଜାଇନିଂ କାରିଅନ୍ ଯୁବପିଢିଙ୍କ ପାଇଁ ମୁଖ୍ୟ ଆକର୍ଷଣ । ସିନେମା ଶିଳ୍ପଠାରୁ ଆରମ୍ଭ କରି ବିଜ୍ଞାପନ, ସୌନ୍ଦର୍ଯ୍ୟ ପ୍ରତିଯୋଗିତା, ରିଅଲିଟି ସୋ’ ଇତ୍ୟାଦି କ୍ଷେତ୍ରରେ ଫେସନ୍ ଡିଜାଇନ୍ ଙ୍କ ଚାହିଦା ବୃଦ୍ଧି ପାଉଛି । କାର୍ଯ୍ୟକ୍ରମ ଅନୁଯାୟୀ ନିର୍ଦ୍ଦିଷ୍ଟ ଧରଣର ଆକର୍ଷଣୀୟ, ସୁନ୍ଦର ଏବଂ ଚାହିଦା ମୁତାବକ ପୋଷାକ ତିଆରି କରିବା ଏ କ୍ଷେତ୍ରର ପେଷାଦାରମାନଙ୍କ କାର୍ଯ୍ୟ । ବ୍ୟକ୍ତିଙ୍କ ପସନ୍ଦ, ଶରୀର ଏବଂ ତ୍ଵଚାକୁ ଖାପ୍ ଖାଇବା ଭଳି ପୋଷାକ ତିଆରି କରିବା ଏ କ୍ଷେତ୍ରର ପେସାଦାରମାନଙ୍କ କାର୍ଯ୍ୟ । ବ୍ୟକ୍ତିଙ୍କ ପସନ୍ଦ, ଶରୀର ଏବଂ ତ୍ଵଚାକୁ ଖାପ୍ ଖାଇବା ଭଳି ପୋଷାକର ରଙ୍ଗ ଚୟନ, ଉତ୍ପାଦର ଗୁଣମାନ ନିର୍ଦ୍ଧାରଣ, ବଜାର ଚାହିଦା, ରଙ୍ଗ ମିଶ୍ରଣ, କପଡ଼ା ତିଆରି, ପ୍ରିଣ୍ଟିଂ ଇତ୍ୟାଦି ଫେସନ୍ ଡିଜାଇନ୍ ମାନଙ୍କ କାର୍ଯ୍ୟ ପରିସର ଅନ୍ତର୍ଭୁକ୍ତ ।
ଗ୍ରାଜୁଏଟ୍, ପୋଷ୍ଟ ଗ୍ରାଜୁଏଟ୍, ସାର୍ଟିଫିକେଟ୍ ଏବଂ ଡିପ୍ଲୋମା କୋର୍ସ ଉପଲବ୍ଧ । ଅଣ୍ଡର ଗ୍ରାଜୁଏଟ୍ କୋର୍ସ ପାଇଁ ପଚାଶ ଶତକଡା ମାର୍କ ସହିତ ଯୁକ୍ତ ଦୁଇ ପାସ୍ । ପୋଷ୍ଟ ଗ୍ରାଜୁଏଟ୍ କୋର୍ସ ପାଇଁ ସ୍ନାତକ ଡିଗ୍ରୀ । ପ୍ରମୁଖ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପଦ୍ଧତି ହେଉଛି ଲିଖିତ ପରୀକ୍ଷା, ମୌଖିକ ପରୀକ୍ଷା ଏବଂ ଦଳଗତ ଆଲୋଚନା ବା ଗ୍ରୁପ୍ ଡିସ୍କସନ୍ । ଫେସନ୍ ଡିଜାଇନିଂ ଛାତ୍ରଛାତ୍ରୀମାନଙ୍କୁ ଆକ୍ସେସରିଜ୍ ଡିଜାଇନ୍, ଗାର୍ମେଣ୍ଟ, ଜୁଏଲରି, ଲେଦର୍, ଟେକ୍ସଟାଇଲ୍, ମାର୍କେଟିଂ ଡ଼ିଜାଇନ୍ ସଂପର୍କରେ ଶିକ୍ଷାଦାନ କରାଯାଏ । କମ୍ପ୍ୟୁଟର ମାଧ୍ୟମରେ ଫେସନ୍ ଡିଜାଇନିଂର ଉନ୍ନତ ଜ୍ଞାନ କୌଶଳ ଶିକ୍ଷା ଦିଆଯାଏ ।
ଶିକ୍ଷାଦାନ ପରେ ଶିକ୍ଷାନବୀସ ଭାବେ ବିଭିନ୍ନ ଫେସନ୍ ଶିଳ୍ପରେ କାର୍ଯ୍ୟ କରିବାକୁ ପଡେ । ପରେ ସେମାନେ ଫେସନ୍ ଡ଼ିଜାଇନର୍, ମର୍ଚ୍ଚେଣ୍ଡାଇଜିଂ ଏକ୍ଜିକ୍ୟୁତିଭ୍ସ, ଇଲୁଷ୍ଟ୍ରେଟର୍, ଫେସନ୍ କୋ – କୋର୍ଡିନେଟର୍ ଇତ୍ୟାଦି ପଦବୀରେ ନିଯୁକ୍ତି ପାଇପାରିବେ । ଡ଼ିଜାଇନ୍ ହାଉସ୍, ପୋଷାକ ତିଆରି କାରଖାନା, ଫେସନ୍ ହାଉସ୍, ବ୍ରାଣ୍ଡେଡ୍ କ୍ଲଥିଂ ହାଉସ୍, ଲେଦର୍ କମ୍ପାନୀ, ଜୁଏଲରୀ, ମିଡିଆ ହାଉସ୍, କଷ୍ଟ୍ୟୁମ୍ ଡ଼ିଜାଇନ୍, ମୋଡେଲ୍ ସୋଗ୍ଦ, ଫେସନ୍ ସୋଗ୍ଦରେ ପର୍ଯ୍ୟପ୍ତ ନିଯୁକ୍ତି ସୁଯୋଗ ରହିଛି । ଘରୋଇ ଭାବେ ଫେସନ୍ ବୁଟିକ୍ ଖୋଲି ମଧ୍ୟ ଅର୍ଥ ରୋଜଗାର କରିହେବ । ଆପଣଙ୍କର ସୃଜନଶୀଳତା, କଳାତ୍ମକ ଗୁଣ, କଥାବାର୍ତ୍ତା ଶୈଳୀ ଏହି ଦିଗରେ କ୍ୟାରିଅର୍ ଗଠନରେ ଅଧିକ ସକରାତ୍ମକ ହେବ । ଜଣେ ଘରୋଇ ଫେସନ୍ ବୁଟିକ୍ ଖୋଲି ମଧ୍ୟ ଅର୍ଥ ରୋଜଗାର କରିପାରିବେ ।
ଯୋଗ୍ୟତା, ଦକ୍ଷତା ଓ ଅଭିଜ୍ଞତା ଭିତ୍ତିରେ ବିଭିନ୍ନ ଫେସନ୍ ଶିଳ୍ପ ପେସାଦାରମାନଙ୍କ ପାଇଁ ଭିନ୍ନ ଭିନ୍ନ ବେତନ ସୁବିଧା ରହିଛି । ଟ୍ରେନି ବା ଶିକ୍ଷା ନବିଶମାନେ ମାସିକ ଦଶ ହଜାର ଟଙ୍କା ଷ୍ଟାଇପେଣ୍ଡରେ କାର୍ଯ୍ୟ ଆରମ୍ଭ କରିପାରିବେ । କୁଶଳି ଓ ଅଭିଜ୍ଞମାନଙ୍କ ପାଇଁ ଅଧିକ ବେତନ ସୁଯୋଗ ରହିଛି । ବିଦେଶରେ ଫେସନ୍ ଡ଼ିଜାଇନର୍ ମାନଙ୍କ ଚାହିଦା ଅଧିକ ଓ ସେହି ଅନୁସାରେ ବେତନ ସୁଯୋଗ ଉପଲବ୍ଧ ।
ଆଧାର – ସମ୍ବାଦ
Last Modified : 12/10/2019