অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବଢୁଛି ରାଜନୀତି ବିଜ୍ଞାନର ଚାହିଦା

ପାଠ୍ୟକ୍ରମ

ରାଜନୀତି ବିଜ୍ଞାନ ପାଠ୍ୟକ୍ରମର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଏହି ପାଠରେ  କ୍ୟାରିଅର୍ କରି ଏବେ ଆଉ କେହି ଘରେ  ବସି ରହୁନାହାନ୍ତି । ଦେଶ ତଥା ବିଦେଶରେ ବି ଏହି କ୍ଷେତ୍ରରେ କ୍ୟାରିଅର୍ କରିଥିବା ଛାତ୍ରଛାତ୍ରୀଙ୍କୁ ଭଲ ଦରମାରେ ନିଯୁକ୍ତି ମିଳୁଛି । ରାଜନୀତି ସହ  ଜଡ଼ିତ ଯେକୌଣସି କ୍ଷେତ୍ରରେ ଏହି ପାଠରେ କ୍ୟାରିଅର୍ କରିଥିବା ଛାତ୍ରଛାତ୍ରୀ ଭର୍ତ୍ତି ହୋଇପାରୁଛନ୍ତି ।

ରାଜନୀତି ବିଜ୍ଞାନରେ କ୍ୟାରିଅର୍

ପୂର୍ବ ଅପେକ୍ଷା ଏବେ ଆର୍ଟସ୍ ପାଠ୍ୟକ୍ରମ ଗୁଡିକର ଚାହିଦା ବଢୁଛି ।  ପୂର୍ବରୁ ରାଜନୀତି ବିଜ୍ଞାନରେ କ୍ୟାରିଅର୍ କରିବାକୁ ବେଶି ପିଲା ଆଗ୍ରହ ପ୍ରକାଶ କରୁନଥିଲେ । କାରଣ ଏହି କ୍ଷେତ୍ରରେ କେବଳ ଶିକ୍ଷାନୁଷ୍ଠାନଗୁଡିକୁ ଛାଡି ଦେଲେ ଅନ୍ୟ କୌଣସି କ୍ଷେତ୍ରରେ ବେଶି କିଛି ନିଯୁକ୍ତି ସୁଯୋଗ ନଥିଲା । ରାଜନୀତି ବିଜ୍ଞାନରେ କ୍ୟାରିଅର୍ କରିଥିବା ଛାତ୍ରଛାତ୍ରୀଙ୍କ ୭୫% ଭାଗ ନିଯୁକ୍ତି କେବଳ ଶିକ୍ଷାନୁଷ୍ଠାନଗୁଡିକରେ ହିଁ ହେଉଥିଲା । ମାତ୍ର ଏବେ ଏହି କ୍ଷେତ୍ରରେ ବହୁତ ଭଲ ସୁଯୋଗମାନ ସୃଷ୍ଟି ହେବାରେ ଲାଗିଛି । ଏଥିରେ କ୍ୟାରିଅର୍ କଲେ ଭବିଷ୍ୟତ ଉଜ୍ଜ୍ଵଳ ।

ଶିକ୍ଷାନୁଷ୍ଠାନଗୁଡିକରେ ଶିକ୍ଷକତା କିମ୍ବା ଅଧ୍ୟାପନା କରିବା ବ୍ୟତୀତ ରାଜନୈତିକ ବିଶ୍ଳେଷକ, ସିଭିଲ ସର୍ଭିସ୍, ଭାରତୀୟ ବୈଦେଶିକ ନିଯୁକ୍ତି, ରାଜନୈତିକ ସମ୍ବାଦଦାତା ଏମିତି ଅନେକ ପ୍ରକାର କାର୍ଯ୍ୟ କରିପାରିବେ । ବିଶ୍ଵବିଦ୍ୟାଳୟ, ବିଜିନେସ୍ କିମ୍ବା ଇଣ୍ଡଷ୍ଟ୍ରିଆଲ୍ ଫାର୍ମ, ଏନ୍ଜିଓ ଛଡା ବିଭିନ୍ନ ଓକିଲାତି କ୍ଷେତ୍ରଗୁଡିକରେ ବି ଗବେଷଣା କରିବା ପାଇଁ ସୁଯୋଗମାନ ସୃଷ୍ଟି ହେବାରେ ଲାଗିଛି । ଭାରତର ଅନେକ ଗବେଷଣା ଅନୁଷ୍ଠାନ, ବିଶ୍ଵବିଦ୍ୟାଳୟ ରାଜନୀତି ବିଜ୍ଞାନର ରିସର୍ଚ୍ଚ ଆନାଲିଷ୍ଟ, ରିସର୍ଚ୍ଚ ଫେଲୋ, ରିସର୍ଚ୍ଚ ଆସୋସିଏଟ୍ସ ଦରକାର କରିଥାନ୍ତି ।

ରାଜନୀତି ବିଜ୍ଞାନରେ  ନିଯୁକ୍ତି

ଏହାଛଡା ଚାହିଁଲେ ବିଭିନ୍ନ ନିଯୁକ୍ତି ମୂଳକ ପ୍ରବେଶିକା ପରୀକ୍ଷା ଯଥା ଆଇଏଏସ୍, ଆଇପିଏସ୍, ଓଏଏସ୍ ପରୀକ୍ଷା ଦେଇ କେନ୍ଦ୍ର କିମ୍ବା ରାଜ୍ୟ ପ୍ରଶାନରେ ବି ନିଯୁକ୍ତି ପାଇପାରିବେ । ରାଜ୍ୟ ପ୍ରାଶନରେ ବିଡିଓ, ତହସିଲଦାର ଏବଂ ଏହି ପଦରେ ଆହୁରି ଅନେକ ଚାକିରି କରିପାରିବେ । ଅନେକ ରାଜନୈତିକ ଦଳ ନିଜର ରାଜନୈତିକ ଯୋଜନା ପ୍ରସ୍ତୁତ କରିବା ପାଇଁ ଅନେକ ସମୟରେ ରାଜନୀତି ବିଜ୍ଞାନ ବିଶାରଦଙ୍କୁ ନିଯୁକ୍ତି ଦେଇଥାନ୍ତି । ରାଜନୀତି ବିଜ୍ଞାନରେ କ୍ୟାରିଅର୍ କରିଥିବା  ଛାତ୍ରଛାତ୍ରୀ ବିଦେଶରେ  ଭଲ ଦରମାରେ ନିଯୁକ୍ତି ପାଇଛନ୍ତି । ରାଜନୀତି ବିଜ୍ଞାନ ସହ ଲ’ ପଢିଥିଲେ କିମ୍ବା ପବ୍ଲିକ୍ ଆଡମିନିଷ୍ଟ୍ରେସନ ଆଦି ପଢିଥିଲେ ଅନ୍ତର୍ଜାତୀୟ ସମ୍ପର୍କ ବିଭାଗରେ ନିଯୁକ୍ତି ପାଇପାରିବେ । ଏହାଛଡା ଜଣେ ରାଜନୀତି ବିଜ୍ଞାନ ବିଶାରଦ ପବ୍ଲିକ ଆଡମିନିଷ୍ଟ୍ରେସନ୍, ପବ୍ଲିକ୍ ପ୍ଲାନିଂ, ସୋସିଆଲ ପଲିସି, ପବ୍ଲିକ ଆଫେୟାର୍ସ, ଡିପ୍ଲୋମାସୀ, ସିଟି ପ୍ଲାନର, ଇଣ୍ଟେଲିଜେନ୍ସ ଏକ୍ସପାର୍ଟ, ଡିପ୍ଲୋମାଟ୍ (କୂଟନୀତିଜ୍ଞ), ଦୂତାବାସ କାର୍ଯ୍ୟାଳୟ ଆଦି ଅନେକ କ୍ଷେତ୍ରରେ ନିଯୁକ୍ତି ପାଇପାରିବେ । ଏହିସବୁ କ୍ଷେତ୍ରରେ ନିଯୁକ୍ତି ପାଇଲେ ଭଲ ଦରମା ମିଳିଥାଏ ।

ଆଧାର – ଦୈନିକ ପ୍ରମେୟ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate