অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବସ ଯଦି ବଦରାଗି ହୋଇଥାନ୍ତି

ବ୍ଲକ କରନ୍ତୁ ଅଦରକାରୀ ଫୋନ କଲ

ବ୍ୟସ୍ତ ବହୁଳ ଜୀବନରେ ସମୟର ଅଭାବ ସମସ୍ତଙ୍କ ପାଖରେ । ଆମେ ବ୍ୟସ୍ତତା ଭିତରେ ଥିବା ବେଳେ ବାରମ୍ବାର ଅଦରକାରୀ କଲ୍ ଆସିଲେ ରାଗ ଲାଗିବା ସ୍ଵାଭାବିକ । ଯଦି ଆପଣ ଏମିତି କଲ କୁ ନେଇ ବ୍ୟସ୍ତ, ତେବେ ଚିନ୍ତା କରନ୍ତୁନି ସେହି ନମ୍ବରକୁ ବ୍ଲକ୍ କରନ୍ତୁ । ଏମିତି ଉପାୟରେ...

ସଭିସ୍ ପ୍ରୋଭାଇଡ ର

ଫୋନକୁ ଅଦରକାରୀ କଲ ଆସୁଥିଲେ ସର୍ଭିସ୍ ପ୍ରୋଭାଇଡରକୁ କଲ୍ କରିପାରିବେ । ଏହି ଉପାୟରେ ଆସୁଥିବା ଫୋନ୍ କଲ୍ ଓ ଏସ୍. ଏମ.ଏସ୍‌କୁ ବନ୍ଦ କରିପାରିବେ ।

ବ୍ଲକଲିଷ୍ଟ

ନଚେତ ଫୋନର ସେଟିଂକୁ ଯାଇ ବ୍ଲକଲିଷ୍ଟ ଅନ କରନ୍ତୁ ଓ ଦରକାରୀ ନଥିବା ନମ୍ବରକୁ ସେଥିରେ ସେଭ କରିପାରିବେ  ।

ଯଦି ଆପଣ ଆଣ୍ଡ୍ରାଏଡ ସେଟ୍ ବ୍ୟବହାର କରୁଥାନ୍ତି, ତେବେ କଲ୍ ଲକ୍‌କୁ ଯାଇ ନମ୍ବର ବୃକ୍ କରିପାରିବେ । ଅଦରକାରୀ ନମ୍ବରକୁ  “ଅଡ ଟୁ ରିଜେକ୍ସ ଲିଷ୍ଟ'ରେ ପକାଇ ଦିଅନ୍ତୁ । ପ୍ରଥମେ ବ୍ଲକ କରିବାକୁ ଚାହୁଁଥିବା ନମ୍ବରକୁ ଟଚ୍ କରନ୍ତୁ । ଏହାପରେ ” ଅଡ ଟୁ ରିଜେକ୍ସ “ ଅପ୍ସନ୍ ଆସିବ । ଅପସନ୍‌କୁ ଟଟ୍ କଲେ ନମ୍ବର ବ୍ଳକ୍ ହୋଇଯିବ ।

ଆପ୍ ଇନ୍‌ଷ୍ଟଲ୍

ନମ୍ବର ବ୍ଳକ୍ କରିବା ନିମନ୍ତେ ବିଭିନ୍ନ ପ୍ରକାର ଗୁଗୁଲ୍ ଆପ୍ ରହିଛି । ଯାହା ସାହାଯ୍ୟରେ ନମ୍ବର ବ୍ଲକ୍ ହେବା ସହ ନମ୍ବରଟି କେଉଁ ସ୍ଥାନରୁ ଆସୁଛି ତାର ସୂଚନା ମଧ୍ୟ ମିଳିପାରିବ ।

ଏକ୍ସଷ୍ଟ୍ରିମ୍ କଲ୍ ବ୍ଲକର

ଏହି ଆପ୍ ନମ୍ବର ବ୍ଲକ୍ ସହିତ ଭଏସ୍ ମେଲକୁ ବି  ବ୍ଲକ କରିଥାଏ । ଏହି 'ଆପ୍ ଇନ୍‌ଷ୍ଟଲ କରିବା ଦ୍ବାରା କଲ୍ ଆସିଲେ ଫୋନ୍‌ରେ ରିସିଭ ଓ ରିଜେକ୍ଟ ଅପସନ୍ ଦେଖାଇବ | ଅଦରକାରୀ ନମ୍ବରକୁ ଏହି ଆପରେ ଆଉ କଲେ ପୁଣି ଜଲ୍ ଆସିଲେ ଫୋନ୍ ରିଙ୍ଗ ନ ହୋଇ ଆପେ ଆପେ କଟିଯାଇଥାଏ ।

ଏମ୍.ଆର୍. ନମ୍ବର ଆପ୍

ଏହି ଆପ୍ ଜରିଆରେ ପୃଥିବୀର ଯେକୌଣସି ସ୍ଥାନର ନମ୍ବର ଓ ଏରିଆ କୋଡ୍ ଜଣାପଡ଼ିବା ସହ ତାହାକୁ ବ୍ଲକ କରିବା ସମ୍ଭବ ହୋଇଥାଏ । ଏମ୍.ଆର. ନମ୍ବର ଆପ୍ ଜରିଆରେ ବାରମ୍ବାର ଆସୁଥିବା କମ୍ପାନି କଲ କୁ ବି ବ୍ଲକ କରିପାରିବେ ।

ଟୁ-କଲର ଆପ୍

ଯେପରି ଏମ୍.ଆର. ନମ୍ବର ଆପ୍ ନମ୍ବରକୁ ବ୍ଳକ କରିଥାଏ । ସେହିପରି ଟୁ-କଲର ଆପ୍ ନମ୍ବରଟି କେଉଁଠାରୁ ଆସିଛି ଜାଣିବାରେ ସାହାଯ୍ୟ କରେ । ଯଦି ମୋବାଇଲରେ ଟୁ-କଲର୍ ଆପ୍ ଇନ୍‌ଷ୍ଟାଲ ହୋଇଥାଏ, ତେବେ ସେ ନମ୍ବର କାହାର ଆପଣ ଜାଣିପାରିବେ । ଆପଣ ଯଦି ଚାହିଁବେ ଟୁ-କଲର ସାହାଯ୍ୟ ନେଇ ନମ୍ବର ବ୍ଳକ୍ କରିପାରିବେ ।

 

ସଂଗୃହିତ:ପି.କ୍ ପ୍ରମାନିକ, ଫାଷ୍ଟ ଟ୍ରାକ୍ କେରିୟାର କନସଲଟାଣ୍ଟ

Last Modified : 3/4/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate