অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବାୟୋ- ଟେକ୍ନୋଲୋଜିରେ କ୍ୟାରିୟର

ବାୟୋ- ଟେକ୍ନୋଲୋଜିରେ ବଢୁଛି ପ୍ରତିଯୋଗିତା

ଉତ୍କଳ ବିଶ୍ଵବିଦ୍ୟାଳୟର ବାୟୋ- ଟେକ୍ନୋଲୋଜି ବିଭାଗ ପ୍ରତି ବିଜ୍ଞାନ ଛାତ୍ରଛାତ୍ରୀଙ୍କର ରହିଛି ଅହେତୁକ ଦୁର୍ବଳତା । ତେବେ ଏହି ବିଷୟରେ କ୍ୟାରିୟର କଲେ କ'ଣ ରହିଛି  ଭବିଷ୍ୟତ ? ଆସନ୍ତୁ ଜାଣିବା ବାୟୋ- ଟେକ୍ନୋଲୋଜିର ବିଭାଗୀୟ ମୁଖ୍ୟ

ଯଜ୍ଞେଶ୍ଵର ଦଣ୍ଡପାଟଙ୍କଠାରୁ ...

ବାୟୋ- ଟେକ୍ନୋଲୋଜି କ'ଣ ?

ବାୟୋ ଏବଂ ଟେକ୍ନୋଲୋଜିର ସମ୍ମିଶ୍ରଣ ହେଉଛି ଜୈବ ପ୍ରଯୁକ୍ତି ବିଦ୍ୟା । ଟେକ୍ନୋଲୋଜି ଜରିଆରେ ଜୀବନଶୈଳୀର ବିକାଶ ହେଉଛି ଏହାର ଲକ୍ଷ୍ୟ । ବାୟୋ- ଟେକ୍ନୋଲୋଜିରେ ଆନିମଲ ସାଇନ୍, ପ୍ଲାଣ୍ଟ ସାଇନ୍ ଓ ମାଇକ୍ରୋ ଅର୍ଗାନିଜିମ୍ନ ବିଷୟରେ ପଢାଯାଏ । ବାୟୋଟା ବା ବାୟୋଲୋଜିକାଲ ସିଷ୍ଟମ କିମ୍ବା ଜୈବ ଜଗତ ୩ଟି ସ୍ତମ୍ଭକୁ ନେଇ ଗଠିତ । ଏ ସ୍ତମ୍ଭଗୁଡିକ ହେଲା ପ୍ରାଣୀ ଜଗତ, ଉଭିଦ ଜଗତ ଓ ଜୀବାଣୁ ଜଗତ । ବାୟୋ ଟେକ୍ନୋଲୋଜିରେ ଛାତ୍ରଛାତ୍ରୀମାନେ ଏକାସାଙ୍ଗରେ ୩ଟି ବିଷୟରେ ଗୁଡାଏ ତତ୍ଵ ହାସଲ କରିବାର ସୁଯୋଗ ପାଇଥାନ୍ତି । ଏହା ଏକ ଇଣ୍ଟର ଡିସିପ୍ଲିନାରୀ ବିଷୟ ଅର୍ଥାତ୍ ବିଭିନ୍ନ ବିଷୟର ସମ୍ମିଶ୍ରଣ । ଏହା ଏକ ପ୍ରୟୋଗାତ୍ମକ ବିଷୟ । ବେସିକ୍ ସାଇନ୍ସର ଲବ୍ଧ ଜ୍ଞାନକୁ ନେଇ ଟେକ୍ନୋଲୋଜି ଜରିଆରେ ଉତ୍ପାଦ ବାହାର କରିବା ହେଉଛି ବାୟୋ- ଟେକ୍ନୋଲୋଜିର କାମ | ଯାହା ସମାଜର ହିତରେ ଲାଗିପାରିବ ।

ବାୟୋ- ଟେକ୍ନୋଲୋଜିରେ କେତୋଟି ସିଟ୍ ରହିଛି ?

ଉତ୍କଳ ବିଶ୍ଵବିଦ୍ୟାଳୟରେ ମାତ୍ର ୧୮ଟି ସିଟ୍ ରହିଛି । ୧୪ଟି ସିଟ୍ ପାଇଁ ଛାତ୍ରଛାତ୍ରୀଙ୍କୁ ସର୍ବଭାରତୀୟ ସ୍ତରର ସିଇବି (କମନ୍ ଏଣ୍ଟାନ୍ ଟେଷ୍ଟ ଫର ବାୟୋ- ଟେକ୍ନୋଲୋଜି) ଟେଷ୍ଟରେ ଉତ୍ତାତ୍ତୀର୍ଣ୍ଣ ହେବାକୁ ପଡିଥାଏ । ଏହି ଟେଷ୍ଟ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ ଦ୍ବାରା ପରିଚାଳିତ ହୋଇଥାଏ । ଅନ୍ୟ ୪ଟି ସିଟ୍ ପାଇଁ ଏଣ୍ଟାନ୍ନ ଟେଷ୍ଟ ଉତ୍କଳ ବିଶ୍ଵବିଦ୍ୟାଳୟ କରିଥାଏ । ସବୁଠାରୁ ବଡ କଥା ହେଲା ଏହି ବିଷୟରେ ପଢୁଥୁବା ସମସ୍ତ ପିଲାଙ୍କୁ ଫେଲୋସିପ୍ ଦିଆଯାଇଥାଏ । ସିଇବି ଟେଷ୍ଟରେ ଉଭୀର୍ଣ୍ଣ  ହୋଇଥିବା ଛାତ୍ରଛାତ୍ରୀଙ୍କୁ ଫୋଲୋସିପ କେନ୍ଦ୍ର ସରକାର ଦେଉଥିବା ବେଳେ ବାକି ୪ ଜଣଙ୍କୁ ରାଜ୍ୟ ସରକାର ଦେଇଥାନ୍ତି   । କୋର୍ସ ଚାଲିଥିବା ସମୟରେ ଛାତ୍ରଛାତ୍ରୀମାନେ ବିଶ୍ଵବିଦ୍ୟାଳୟ ବା ପରୀକ୍ଷାଗାରରେ ନିଜର ଦକ୍ଷତା ବୃଦ୍ଧି ପାଇଁ ଟ୍ରେନିଂ ନେଇପାରିବେ   ।  ଏଠାରେ ଏମଏସଟି ଓ ପିଏଚଡି ଥିଲା  ।  ଏହି ବର୍ଷକୁ ଏମ.ଫିଲ ଆରମ୍ଭ କରୁଛୁ  ।  ଏଥିରେ 6 ଟି ସିଟ ରହିଛି     ।

ଚାକିରିର ପରିସର କ'ଣ ?

ଏମ୍ଏସ୍‌ସି ପାଶ୍ କରିବା ପରେ ଛାତ୍ରଛାତ୍ରୀମାନେ ଦୁଇଟି କ୍ଷେତ୍ରରେ ନିଜର କ୍ୟାରିଅର କରିପାରିବେ । ପ୍ରଥମତଃ ଶିକ୍ଷା କ୍ଷେତ୍ରରେ ରାଜ୍ୟ ତଥା ଦେଶର ଅନ୍ୟ ବିଶ୍ବବିଦ୍ୟାଳୟ ଓ ସେଣ୍ଟାଲ୍ ବା ନ୍ୟାସନାଲ ରିସର୍ଜ ଇନ୍‌ଷ୍ଟିଚ୍ୟୁଟରେ ପି.ଏଚଡି କରିବା ସହ ଫେଲୋସିପ୍ ବି ପାଇପାରିବେ । ଏହା ବ୍ୟତୀତ ସେମାନଙ୍କୁ ବିଭିନ୍ନ ଇଣ୍ଡଷ୍ଟ୍ରୀରେ ଚାକିରି ମିଳିବ । ଏଇ ଯେମିତି ଫାର୍ମାସିଟିକାଲ, ଫୁଡ ପ୍ରୋସେସିଂ, ଏଗ୍ରିକଲଚର ଆଦିରେ ଯୋଗ ଦେଇପାରିବେ । ଏଠାରୁ ପାଶ୍ ହେବା ପରେ ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ଓ କର୍ପୋରେଟ୍ କ୍ଷେତ୍ରରେ ବହୁ ସୁଯୋଗ ରହିଛି । ସେହିପରି କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ବାୟୋଟେକ୍ କନସର୍ଟିୟମ୍ ଇଣ୍ଡିଆ ଲିମିଟେଡରେ ଏମ୍ଏସସି ପାଶ୍ କରିଥୁବା ଛାତ୍ରଛାତ୍ରୀମାନେ ୬ ମାସର ଟ୍ରେନିଂ ନେବା ପରେ ବିଭିନ୍ନ କମ୍ପାନିରେ ଚାକିରି କରିବା ସହଜ ହୋଇଥାଏ ।

ଏ ବିଷୟ ପ୍ରତି ଛାତ୍ରଛାତ୍ରୀଙ୍କଚାହିଦା କେମିତି ରହିଛି ?

ଆମର ଏଠାରେ ମାତ୍ର ୪ଟି ସିଟ୍ ପାଇଁ ପ୍ରାୟ ୧୦୦ ଛାତ୍ରଛାତ୍ରୀ ଆବେଦନ କରିଥାନ୍ତି । ଏଥିରୁ ଜଣାପଡୁଛି, ଏ ବିଷୟ ପ୍ରତି ପିଲାଙ୍କ ଆଗ୍ରହ ଅଛି । କେବଳ ଏ ଶତାବ୍ଦୀରେ ନୁହେଁ, ଆଗାମୀ ଶତାବ୍ଦୀରେ ମଧ୍ୟ ବାୟୋ ଟେକ୍ନୋଲୋଜିଷ୍ଟ ବା ବାୟୋଲୋଜିଷ୍ଟଙ୍କ ଚାହିଦା ରହିବ ନିଶ୍ଚୟ । କାରଣ ଏମାନଙ୍କର ଚାହିଦା ସ୍ବାସ୍ଥ୍ୟ, କୃଷି ଓ ଶିଳ୍ପ ଆଦିରେ ଖୁବ୍ ଅଧିକ ।

ବିଭାଗୀୟ ମୁଖ୍ୟ ହେବା ପରେ କିଛି ପରିବର୍ଭନ ଆଣିଛନ୍ତି କି ?

୨୦୦୨ରୁ ଏହି ବିଭାଗ ଉତ୍କଳ ବିଶ୍ବବଦ୍ୟାଳୟରେ ଆରମ୍ଭ ହୋଇଛି । ତେବେ ଆରମ୍ଭରୁ ଅଧ୍ୟାପକ ଅଧାପିକାଙ୍କ ସଂଖ୍ୟା ଖୁବ୍ କମ୍ ରହିଥିଲା, ଯାହା ଏବେ ବଢିଛି । ଏଠାରେ ପିଲାମାନଙ୍କୁ ଲେକଚର, ରିସର୍କ ଟ୍ରେନିଂ ଦକ୍ଷତା ବୃଦ୍ଧି ପାଇଁ ଟ୍ରେନିଂ ଆଦି ଦିଆଯାଉଛି । ଏଠାରୁ ପାଶ ହେଉଥୁ ବା ଛାତ୍ରଛାତ୍ରୀମାନେ କିପରି ସେପ୍ସ ମେଣ୍ଟ ପାଇ ପାରିବେ, ସେଥ ପାଇଁ ଆମେ ଉନ୍ନତମାନର ଗବେଷଣାଗାର ସୁବିଧା ସହ ବିଭିନ୍ନ ଇନ୍‌ଷ୍ଟିଚ୍ୟୁଟରୁ ସାଇଣ୍ଟିଷ୍ଟମାନଙ୍କୁ ଆଣି ଲେକ୍‌ଚର ଦେଇଥାଉ । ସେହିପରି ସମର ଟ୍ରେନିଂ ର ସୁବିଧା କରାଯାଇଛି । ଓଡ଼ିଶାର ଏହା ଏକମାତ୍ର ବିଭାଗ ଯେଉଁଠାରେ ପିଲାମାନଙ୍କୁ ତିବିଟି (ଡିପାର୍ଟମେଣ୍ଟ ଅଫ୍ ବାୟୋ- ଟେକ୍ନୋଲୋଜି)  ସପୋର୍ଟରେ ପାଠ ପଢାଯାଇଥାଏ   ।

ସଂଗୃହିତ:ପି.କ୍ ପ୍ରମାନିକ, ଫାଷ୍ଟ ଟ୍ରାକ୍ କେରିୟାର କନସଲଟାଣ୍ଟ

Last Modified : 3/4/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate