ବୀମାରେ ପ୍ରବେଶ ପାଇଁ ପ୍ରବେଶିକା ପରୀକ୍ଷା
ଉପକ୍ରମ
ସର୍ବ ଭାରତୀୟସ୍ତରରେ ପ୍ରବେଶିକା ପରୀକ୍ଷା ପାଇଁ ବିଭିନ୍ନ ପ୍ରକାର ଇନଷ୍ଟିଚ୍ୟୁ ଖୋଲା ଯାଇଛି । ଏହି ପରୀକ୍ଷାରେ ପାସ୍ କଲେ ଭଲ କ୍ୟାରିଅର୍ କରିପାରିବେ ।
ପ୍ରବେଶିକା ପରୀକ୍ଷା ସମ୍ବନ୍ଧରେ ସୂଚନା
ବୀମାରେ ପ୍ରବେଶ ପାଇଁ ପ୍ରବେଶିକା ପରୀକ୍ଷା ସମ୍ବନ୍ଧରେ ସୂଚନା ଦିଆଯାଇଛି ।
- ଯୁକ୍ତ ଦୁଇ ପାସ୍ ଯୋଗ୍ୟତାରେ ଆପଣ ଫଟୋ ଗ୍ରାଫିରେ ଭଲ କ୍ୟାରିଅର୍ କରିପାରିବେ । ଆଧୁନିକ ଜ୍ଞାନକୌଶଳ ଜଣାଥିବା ସହ ସୃଜନଶୀଳତା ଥିଲେ ଫଟୋଗ୍ରାଫି କ୍ଷେତ୍ରରେ ଶୀର୍ଷକୁ ଉଠିପାରିବେ । ଫଟୋଗ୍ରାଫିରେ କ୍ୟାରିଅର୍ କରିବା ପାଇଁ ଅନେକ କ୍ଷେତ୍ର ଅଛି । ଯଥା – ଫଟୋଜର୍ଣ୍ଣାଲିଜିମ୍, କମ
- ର୍ସିଆଲ ଫଟୋଗ୍ରାଫି, ଆଡର୍ଭଟାଇଜିଂ, ଫ୍ୟାସନ, ଫୁଡ୍ ଡିସ୍ପ୍ଲେ, ଇଣ୍ଡଷ୍ଟ୍ରିଆଲ୍ ଫଟୋଗ୍ରାଫି, ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫି, ଏରିଏଲ ଫଟୋଗ୍ରାଫି, ସାଇଣ୍ଟିଫିକ୍ ଫଟୋଗ୍ରାଫି, ଟ୍ରାଭେଲ ଫଟୋଗ୍ରାଫି ଏମିତି ଆହୁରି ଅନେକ କ୍ଷେତ୍ର ରହିଛି । ଏଥିରେ ବର୍ଷିକିଆ ଡିପ୍ଲୋମା ଓ ସାର୍ଟିଫିକେଟ୍ କୋର୍ସ ଯୋଗାଇ ଦିଆଯାଉଛି । ଫଟୋଗ୍ରାଫି ପାଇଁ ଫାଇନ୍ ଆର୍ଟରେ ୩ ବର୍ଷିଆ ସ୍ନାତକ ପାଠ୍ୟକ୍ରମ ଯୋଗାଇ ଦେଉଛନ୍ତି । ତେବେ ପ୍ରଥମେ ସ୍ଥିର କରନ୍ତୁ ନିର୍ଦ୍ଦିଷ୍ଟ କେଉଁ କ୍ଷେତ୍ରରେ ଫଟୋଗ୍ରାଫି କରିବେ ।
- ଯଦି ଇଂରାଜୀ ବିଷୟ ରଖି ଯୁକ୍ତ ଦୁଇ ବାଣିଜ୍ୟ ପାସ୍ କରିଥିବେ ତେବେ ଏହି ଯୋଗ୍ୟତାରେ ଆପଣ ବୀମା କ୍ଷେତ୍ରରେ ଭଲ କ୍ୟାରିଅର୍ ଗଢିପାରିବେ । ଭାରତ ସରକାରଙ୍କ ପକ୍ଷରୁ ଏଥିପାଇଁ ଇନଷ୍ଟିଚ୍ୟୁଟ୍ ଅଫ୍ ଆକାଚୁଆରିଜ୍ ଅଫ୍ ଇଣ୍ଡିଆ ଅନୁଷ୍ଠାନ ଖୋଲା ଯାଇଛି । ଏଠାରେ ପଢିବାକୁ ଚାହୁଁଥିଲେ ଆପଣଙ୍କୁ ଆକଚୁରିଆଲ କମନ ଏଣ୍ଟ୍ରାନ୍ସ ଟେଷ୍ଟ ଦେବାକୁ ହେବ । ଏହା ସର୍ବ ଭାରତୀୟସ୍ତରରେ ଏକ ପ୍ରବେଶିକା ପରୀକ୍ଷା । ଏହି ପରୀକ୍ଷା ବର୍ଷକୁ ଦୁଇ ଥର ମେ ଓ ନଭେମ୍ବର ମାସରେ ହୋଇଥାଏ । ପରୀକ୍ଷା ଦେବା ପାଇଁ ଚାହୁଁଥିଲେ ୩୦୦୦ ଟଙ୍କା ଦେଇ ପ୍ରଥମେ ନାମ ପଞ୍ଜୀକରଣ କରିବାକୁ ହେବ । ୪୫ଟି ପ୍ରଶ୍ନ ମଲଟିପୁଲ ଚଏସ୍ (ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୧), ଦୁଇ ମାର୍କ୍ସ ଥିବା ୨୦ଟି ପ୍ରଶ୍ନ ଓ ତିନି ମାର୍କ୍ସ ଥିବା ୫ଟି ପ୍ରଶ୍ନ । ସମୁଦାୟ ୧୦୦ ମାର୍କ୍ସର ପ୍ରଶ୍ନ ଆସିଥାଏ ।
- ଫିଲିକ୍ସ, କେମେଷ୍ଟ୍ରି ଓ ମ୍ୟାଥମେଟିକ୍ସ ରଖି ଯୁକ୍ତ ଦୁଇ ବିଜ୍ଞାନ ପଢିଥିଲେ ଭୂତତ୍ତ୍ଵ ବିଜ୍ଞାନରେ କ୍ୟାରିଅର୍ କରିପାରିବେ । ମାତ୍ର ଏହା ଗବେଷଣାଧର୍ମୀ ଏକ ପାଠ୍ୟକ୍ରମ । ମେଧା ନଥିଲେ କିଛି ବି କରିପାରିବେ ନାହିଁ । ଏଥିରେ କ୍ୟାରିଅର୍ କରିବାକୁ ହେଲେ ଏକାଡ଼େମୀକ୍ କ୍ଷେତ୍ରରେ ଅନ୍ତତଃ ଫାଷ୍ଟ କ୍ଲାସ ମାର୍କ୍ସ ରଖିଥିବା ଆବଶ୍ୟକ । ଯୁକ୍ତ ଦୁଇ ପାସ୍ କରିବା ପରେ ଯୁକ୍ତ ତିନି ବିଜ୍ଞାନରେ ଏଥିରେ ଅନେକ ପ୍ରକାର କୋର୍ସ ଯୋଗାଇ ଦିଆଯାଉଛି । ଯଥା – ଆପ୍ଲାଏଡ୍ ଜିଓଲୋଜୀ, ଜିଓଲୋଜୀ, ଜିଓଲୋଜୀ (ସମ୍ମାନ) । ସ୍ନାତକୋତ୍ତର କରିବା ପାଇଁ ମଧ୍ୟ ଅନେକ ପ୍ରକାର କୋର୍ସ ଯୋଗାଇ ଦିଆଯାଉଛି । ଯଥା – ଆପ୍ଲାଏଡ୍ ଜିଓଲୋଜୀ (ଟେକନିକାଲ୍), ଆପ୍ଲାଏଡ୍ ଜିଓଲୋଜୀ, ପେଟ୍ରୋଲିୟମ୍ ଜିଓଲୋଜୀ, ପେଟ୍ରୋଲିୟମ୍ ଜିଓସାଇନ୍ସ, ଜିଓଲୋଜୀ (ସମ୍ମାନ), ଜିଓଲୋଜୀ (ଟେକନିକାଲ୍), ଆଗ୍ରୋମେଟ୍ରୋଲୋଜୀ, ଜିଓଲୋଜୀ ଆଣ୍ଡ ଆପ୍ଲାଏଡ୍ କେମେଷ୍ଟ୍ରୀ, ମେରାଇନ୍ ଜିଓଲୋଜୀ ଆଦି ।
ଆଧାର – ଦୈନିକ ପ୍ରମେୟ
Last Modified : 1/26/2020
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.