অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବ୍ୟକ୍ତିତ୍ଵ ବିକାଶ

ବ୍ୟକ୍ତିତ୍ଵ

ଉନ୍ନତ ବ୍ୟକ୍ତିତ୍ଵ ଥିଲେ ସଫଳତା ଆପଣାଛାଏଁ ଆସିଥାଏ । ଇଣ୍ଟରଭ୍ୟୁ ନେବା ସମୟରେ ନିଯୁକ୍ତିଦାତା ଏହା ଉପରେ ଅଧିକ ଗୁରୁତ୍ଵ ଦେଇଥାନ୍ତି । ଆମ ମଧ୍ୟରେ ଅନେକ ଗୁଣାବଳୀ ଥାଏ ଯାହାଦ୍ୱାରା ଆମ ମଧ୍ୟରେ ଥିବା ବ୍ୟକ୍ତିତ୍ଵ ପ୍ରସ୍ଫୁଟିତ ହୋଇଥାଏ । ଏହା ଆମର ଫେସ୍ ଭ୍ୟାଲ୍ୟୁ ନିର୍ଦ୍ଧାରଣ କରିଥାଏ । ବାହ୍ୟ ବ୍ୟକ୍ତିତ୍ଵ ସହ ଆଭ୍ୟନ୍ତରୀୟ ବ୍ୟକ୍ତିତ୍ଵ ମଧ୍ୟ ନିତାନ୍ତ ଜରୁରୀ । କୌଣସି ପ୍ରଫେସନାଲଙ୍କୁ ତାଙ୍କ ଲୁକ୍, ଉଚ୍ଚତା, ରଙ୍ଗ ଏବଂ ଅନ୍ୟାନ୍ୟ ଗୁଣାବଳୀ ଦ୍ଵାରା ରେଟିଂ ପ୍ରଦାନ କରାଯାଇଥାଏ ସତ କିନ୍ତୁ ଖାଲି ବାହ୍ୟ ଲୁକ୍କୁ ଗୁରୁତ୍ଵ ଦେଇ ଆଭ୍ୟନ୍ତରୀଣ କ୍ଵାଲିଟିକୁ ଏଡାଇ ଦିଆଯାଇପାରିବ ନାହିଁ । ନିଜକୁ ଆପଣ କିପରି ଉପସ୍ଥାପନ କରୁଛନ୍ତି ତାହା ଗୁରୁତ୍ଵ ବହନ କରେ ।କିପରି ଜଣେ ନିଜର ବ୍ୟକ୍ତିତ୍ଵକୁ ବିକାଶ କରିପାରିବେ। ତାହା ଆଜିର ବିଷୟବସ୍ତୁ।

କିପରି ବିକାଶ କରିପାରିବେ

  • ସମସ୍ତେ ଜନ୍ମରୁ ପ୍ରଭାବଶୀଳ ବ୍ୟକ୍ତିତ୍ଵ ଅଧିକାରୀ କିମ୍ବା ଅଧିକାରିଣୀ ହୋଇ ନ ଥାନ୍ତି । ଏହାକୁ ନିଜ ମଧ୍ୟରେ ବିକଶିତ କରିବାକୁ ପଡିଥାଏ । ନିଜ ବ୍ୟବହାର ଏବଂ ହାବଭାବରେ ପରିବର୍ତ୍ତନ ଆଣି ଜଣେ ପ୍ରଫେଶନାଲ ନିଜ ପ୍ରୋଫାଇଲକୁ ଅଧିକ ପ୍ରଭାବଶୀଳ କରିପାରିବେ – କ୍ୟାରିୟର କ୍ଷେତ୍ରରେ ବାଧକ ସାଜୁଥିବା ତଥା ବ୍ୟକ୍ତିତ୍ଵ ଉପରେ ନାକାରାତ୍ମକ ପ୍ରଭାବ ପକାଉଥିବା ଗୁଣାବଳୀଠାରୁ ଦୂରେଇ ରହିବା ଉଚିତ ।
  • ନିଜର କଥନ ଶୈଳୀ ତଥା କମ୍ୟୁନିକେଶନ ଦକ୍ଷତାରେ ଉନ୍ନତି ଆଣିବାକୁ ପଡିବ ।
  • ଖାଲି ସେତିକି ନୁହେଁ ଡ୍ରେସ୍ ଅପ୍ ମଧ୍ୟ ଏପରି ହୋଇଥିବା ଦରକାର, ଯାହାକି ପେସାକୁ ସୁହାଉଥିବ ।
  • ସମ୍ମୁଖ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରିବା ସମୟରେ ଶାଳୀନତା ରକ୍ଷା କରିବାକୁ ପଡିବ ।
  • ସହକର୍ମୀମାନଙ୍କ ସହ ଉତ୍ତମ ବ୍ୟବହାର ଜଣେ ପ୍ରଫେଶନାଲଙ୍କୁ ସ୍ଵତନ୍ତ୍ର କରିଥାଏ । ଏହିସହିତ ସେମାନଙ୍କୁ ସହଯୋଗ କରି ସେ ଅନ୍ୟମାନଙ୍କ ପ୍ରିୟଭାଜନ ହୋଇପାରିବେ ।
  • ଆତ୍ମସମ୍ମାନ ରକ୍ଷା କରିବା ନିତାନ୍ତ ଆବଶ୍ୟକ । ଯେତେବେଳେ ଆମେ ଅନ୍ୟର ଅସମ୍ମାନ କରୁ ସେତେବେଳେ ନିଜ ସମ୍ମାନ ହରାଇବସୁ । ନିଜର ପଦବୀ ପାଇଁ ଗର୍ବ କରୁଥିବା ବ୍ୟକ୍ତି କେବେ ବି ଅନ୍ୟମାନଙ୍କ ନିକଟରେ ଗ୍ରହଣୀୟ ହୋଇ ନ ଥାନ୍ତି ।
  • ଅନେକ ପ୍ରଫେଶନାଲ ଅଛନ୍ତି ଯେଉଁ ମାନେ ଛୋଟ ଛୋଟ କଥାରେ ବିଚଳିତ ହୋଇପଡନ୍ତି । ଜଣେ ପ୍ରଫେଶନାଲ ଭାବେ ଆମକୁ ମାନସିକ ସ୍ତରରେ ଦୃଢ ହେବାକୁ ପଡିବ । ନହେଲେ ଏକ ଗ୍ରୁପ୍ ରେ କାର୍ଯ୍ୟ କରିବାରେ ସମସ୍ୟା ସୃଷ୍ଟି ହେବ ।

ଆଧାର – ଦୈନିକ ଧରିତ୍ରୀ

୧୬ ଏପ୍ରିଲ ୨୦୧୬

Last Modified : 12/12/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate