অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଲୋକ ସମ୍ପର୍କ ଅଧିକାରୀ

ଉପକ୍ରମ

ଲୋକ ସମ୍ପର୍କ ଅଧିକାରୀ ବା ପିଆର୍ ଓ ହେଉଛନ୍ତି ଉକ୍ତ ବ୍ୟକ୍ତି ଯିଏକି ନିଜ ସଂସ୍ପର୍ଶରେ ଆସୁଥିବା ଲୋକଙ୍କ ସହ ସମ୍ପର୍କ ରକ୍ଷା କରିଥାନ୍ତି  । ପ୍ରତି କମ୍ପାନୀରେ ଏହି ପଦବୀ ରହିଥାଏ  । କମ୍ପାନୀରେ ଏମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ  । କମ୍ପାନୀର ବ୍ୟବସାୟିକ ଅଭିବୃଦ୍ଧିରେ ଏମାନଙ୍କର ବୃହତ୍ ଅବଦାନ ରହିଥାଏ  । ନିଜର ଉନ୍ନତ ଯୋଗାଯୋଗ ଦକ୍ଷତା ମାଧ୍ୟମରେ ଏମାନେ କମ୍ପାନୀ ପାଇଁ ନୂଆ ନୂଆ ଚ୍ୟାନେଲ ତିଆରି କରନ୍ତି  । କମ୍ପାନୀ ପାଇଁ ନୂଆ ନୂଆ ସୁଯୋଗ ସୃଷ୍ଟି କରନ୍ତି  ।

କ’ଣ କରନ୍ତି ଲୋକ ସମ୍ପର୍କ ଅଧିକାରୀ

କମ୍ପାନୀଗୁଡିକ ନିଜର ବ୍ରାଣ୍ଡ ଇମେଜକୁ ନେଇ ଅଧିକ ଯତ୍ନଶୀଳ ରହିଥାନ୍ତି  । ଏଥିରେ କୌଣସି ପ୍ରକାର ଦାଗ ଯେପରି ନ ଲାଗେ ତାହାକୁ ସେମାନେ ସର୍ବଦା ଜଗିଥାନ୍ତି  । ଏକ ବ୍ରାଣ୍ଡକୁ ଅଧିକ ମଜଭୁତ କରିବା ଦିଗରେ ଯେଉଁମାନେ କାର୍ଯ୍ୟ କରନ୍ତି ସେମାନଙ୍କୁ ଲୋକ ସମ୍ପର୍କ ଅଧିକାରୀ କୁହନ୍ତି  । କମ୍ପାନୀର ପ୍ରଚାର ଏବଂ ପ୍ରସାର କ୍ଷେତ୍ରରେ ଏମାନଙ୍କର ବୃହତ୍  ଅବଦାନ ରହିଛି  । କମ୍ପାନୀକୁ ଲୋକମାନଙ୍କ ନିକଟରେ ଗ୍ରହଣୀୟ କରିବା ଦାୟିତ୍ଵ ହେଉଛି ଏମାନଙ୍କର  ।

ବେଳେ ବେଳେ କୌଣସି କାରଣରୁ କମ୍ପାନୀର ପ୍ରତିଷ୍ଠା ଉପରେ  ଆଞ୍ଚ ଆସିଯାଏ  । ନିକଟରେ ଅନେକ କମ୍ପାନୀ ଅଭଳି ପରିସ୍ଥିତିର ସାମ୍ନା କରିଛନ୍ତି  । ସେ ସାହାରା ଗ୍ରୁପ୍ ହେଉ କିମ୍ବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ କୌଣସି ନା କୌଣସି କାରଣରୁ ଏମାନଙ୍କ ପ୍ରତିଷ୍ଠା ଉପରେ ଆଞ୍ଚ ଆସିଛି  । ସଙ୍କଟଜନକ ପରିସ୍ଥିତି ମଧ୍ୟରେ ଲୋକମାନଙ୍କ ଆସ୍ଥା ଯେପରି ନହରାଇବେ ସେଥିପାଇଁ ସବୁ କମ୍ପାନୀ ପ୍ରୟାସ କରିଥାନ୍ତି  । ଗୋଟିଏ କମ୍ପାନୀର ପ୍ରତିଷ୍ଠା ବଜାୟ ରଖିବା ଲାଗି ଯେଉଁମାନେ କାର୍ଯ୍ୟ କରନ୍ତି  । ତାକୁ ଲୋକସମ୍ପର୍କ ଅଧିକାରୀ କୁହାଯାଇଥାଏ  । ପୂର୍ବ ତୁଳନାରେ ଏବେ ଏହି ଅଧିକାରୀମାନଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି  । କମ୍ପାନୀଗୁଡିକ ଏବେ ନିଜ ନିଜର ବ୍ରାଣ୍ଡ ଇମେଜକୁ ବଜାୟ ରଖିବା ପାଇଁ ବୃହତ୍ ମାତ୍ରାରେ ଅର୍ଥ ବ୍ୟୟ କରୁଛନ୍ତି  । ଏଭଳି କ୍ଷେତ୍ରରେ ପିଆର୍ ଓ ମାନଙ୍କ ଚାହିଦା ଯଥେଷ୍ଟ ବୃଦ୍ଧି ପାଇଛି  । କମ୍ପାନୀର ପ୍ରେସ୍ ଇସ୍ତାହାର ତଥା ବାର୍ଷିକ ରିପୋର୍ଟ ଏହାର ଲୋକ ସମ୍ପର୍କ ଅଧିକାରୀ ପ୍ରସ୍ତୁତ କରିଥାନ୍ତି  । କମ୍ପାନୀର ବୈଠକ ପାଇଁ ଏମାନେ ସ୍ପିଚ ଏବଂ ସ୍କ୍ରିପ୍ଟ ଲେଖିଥାନ୍ତି  । କମ୍ପାନୀର ପ୍ରମୋଶନ ପାଇଁ ଏମାନେ ଅଡିଓ ଭିଜୁଆଲ, ଗ୍ରାଫିକ୍ସ ଏବଂ ସର୍ଭେମାନ ପ୍ରସ୍ତୁତ କରିଥାନ୍ତି  । କମ୍ପାନୀର ଭାବମୂର୍ତ୍ତି ଯେପରି ଲୋକମାନଙ୍କ ନିକଟରେ ବଜାୟ ରହିବା ସେ ଦିଗରେ ଏମାନେ ତତ୍ପର ରହିଥାନ୍ତି  ।

ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା

ଲୋକ ସମ୍ପର୍କ ବା ପବ୍ଲିକ ରିଲେସନ ଉପରେ ସ୍ଵତନ୍ତ୍ର କୋର୍ସ ଉପଲବ୍ଧ ଅଛି  । ବିଭିନ୍ନ କଲେଜ୍ ଏ କ୍ଷେତ୍ରରେ ସ୍ନାତକୋତ୍ତର ତଥା ଡିପ୍ଲୋମା କୋର୍ସ ପ୍ରଦାନ କରୁଛନ୍ତି  । ଡିପ୍ଲୋମା କୋର୍ସ ବର୍ଷିକିଆ ହୋଇଥାଏ  । କିଛି ବର୍ଷ ହେବ ଏ କ୍ଷେତ୍ରରେ ସ୍ୱଳ୍ପମିଆଦୀ କୋର୍ସ ମଧ୍ୟ ଉପଲବ୍ଧ କରାଯାଇଛି  । କେତେକ କଲେଜ୍  ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ଏହି କୋର୍ସରେ ନାମ ଲେଖାଇବାର ସୁଯୋଗ ଦିଅନ୍ତି  । ସାମ୍ବାଦିକତା କୋର୍ସରେ ମଧ୍ୟ ଏହା ଉପରେ ଆଉ କେତେକ କଲେଜ୍ ପୂର୍ବ ମାର୍କକୁ ତର୍ଜମା କରି ଛାତ୍ରୀଛାତ୍ରଙ୍କୁ ନେଇଥାନ୍ତି  । ସାମ୍ବାଦିକତା କୋର୍ସରେ ମଧ୍ୟ ଏହା ଉପରେ ଶିକ୍ଷା ଦିଆଯାଇଥାଏ  । ଲୋକ ସମ୍ପର୍କ ପାଠ୍ୟକ୍ରମରେ ପବ୍ଲିକ ରିଲେସନ ଟେକନିକ୍ ଏବଂ ପ୍ରିନ୍ସପାଲ ଉପରେ ଶିକ୍ଷାଦାନ କରାଯାଇଥାଏ  ।

ବ୍ୟକ୍ତିଗତ ଦକ୍ଷତା

  • ଆକର୍ଷଣୀୟ କମ୍ୟୁନିକେଶନ୍ ଦକ୍ଷତା
  • ବଳିଷ୍ଠ ବ୍ୟକ୍ତିତ୍ଵ
  • କାର୍ଯ୍ୟକ୍ରମ ଆୟୋଜନ କରିବାର ଦକ୍ଷତା
  • ଟିମ୍ ଲିଡର
  • ଦୃଢ ଆତ୍ମବିଶ୍ଵାସ
  • ଲୋକଙ୍କ ମନ ଜାଣି ସେହି ଅନୁସାରେ କାର୍ଯ୍ୟ କରିବାର ଦକ୍ଷତା
  • ଦୃଢ ବିଶ୍ଲେଷଣ ଦକ୍ଷତା

ନିଯୁକ୍ତି ସୁଯୋଗ

ସମ୍ପ୍ରତି ସବୁ କମ୍ପାନୀ ନିଜ ନିଜର ପ୍ରଚାର ଚାହୁଁଛନ୍ତି  । ଏଥିପାଇଁ ଗୋଟିଏ କମ୍ପାନୀ ମଧ୍ୟ ଏକ ସଙ୍ଗେ ଏକାଧିକ ଲୋକ ସମ୍ପର୍କ ଅଧିକାରୀମାନଙ୍କୁ ନିଯୁକ୍ତି ଦେଉଛନ୍ତି  । ଫଳରେ ଲୋକ ସମ୍ପର୍କ ଅଧିକାରୀ ବା ପିଆର୍ ଓଙ୍କ ଚାହିଦା ବୃଦ୍ଧି ପାଉଛି  । ରାଷ୍ଟ୍ରାୟତ୍ତ ସଂସ୍ଥା ତଥା କର୍ପୋରେଟ ହାଉସ୍ ଗୁଡିକ ଦକ୍ଷ ଲୋକ ସମ୍ପର୍କ ଅଧିକାରୀମାନଙ୍କୁ ନିଯୁକ୍ତି ଦେଉଛନ୍ତି, ଯେଉଁମାନେ ସଙ୍କଟଜନକ ପରିସ୍ଥିତିରେ ନିଜର ପାରିଦର୍ଶିତା ଦେଖାଇ କମ୍ପାନୀକୁ ସମସ୍ୟାରୁ ବାହାର କରିପାରିବେ  । କମ୍ପାନୀ କଥା ଛାଡନ୍ତୁ ଅଭିନେତା, ଅଭିନେତ୍ରୀ ତଥା ରାଜନୀତିଜ୍ଞମାନେ  ମଧ୍ୟ ଦକ୍ଷ ଲୋକ ସମ୍ପର୍କ ଟିମ୍ ପ୍ରସ୍ତୁତ କରୁଛନ୍ତି  । ଏହି ଟିମ୍ ରେ ଏମାନେ ଦକ୍ଷ ପ୍ରଫେଶନାଲମାନଙ୍କୁ ନିଯୁକ୍ତି ଦେଉଛନ୍ତି, ଯେଉଁମାନେ ଗଣମାଧ୍ୟମ ଆଗରେ ଏମାନଙ୍କ ପାଇଁ ପ୍ରତିନିଧିତ୍ଵ କରିବେ  । ଜନସାଧାରଣଙ୍କ ନିକଟରେ ଏମାନଙ୍କର ଭାବମୂର୍ତ୍ତି ଯେପରି ବଜାୟ ରହିବ ସେଥିପାଇଁ ଏହି ଟିମ୍ କାର୍ଯ୍ୟ କରିଥାନ୍ତି  ।

ଅନ୍ୟପକ୍ଷରେ, କମ୍ପାନୀଗୁଡିକ ବିପୁଳ ମାତ୍ରାରେ ଲୋକ ସମ୍ପର୍କ ଅଧିକାରୀଙ୍କୁ ନିଯୁକ୍ତି ଦେଉଛନ୍ତି  । ଏମାନଙ୍କ କାର୍ଯ୍ୟ ହେଲା କ୍ଲାଏଣ୍ଟମାନଙ୍କ ସହ ସମ୍ପର୍କ ରକ୍ଷା କରିବା, ଗଣମାଧମରେ ପ୍ରଚାର ତଥା କମ୍ପାନୀର ବିଭିନ୍ନ ପ୍ରକଳ୍ପର ସଫଳ କାର୍ଯ୍ୟାନ୍ଵୟନ ଦିଗରେ ସକ୍ରିୟ ଭୂମିକା ଗ୍ରହଣ କରିବା  । ଲୋକମାନଙ୍କ ମଧ୍ୟରେ ବ୍ରାଣ୍ଡକୁ ନେଇ ସଚେତନତା ବଢାଇବା କାର୍ଯ୍ୟ ପିଆର୍ ଓ  ହାତରେ ନ୍ୟସ୍ତ ଥାଏ  । ଉତ୍ତମ କମ୍ୟୁନିକେଶନ ଦକ୍ଷତା ଥିବା ପ୍ରଫେଶନାଲମାନଙ୍କ ପାଇଁ ଏ କ୍ଷେତ୍ରରେ ଉତ୍ତମ ସୁଯୋଗ ରହିଛି  । ଦରମା ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ ରହିଛି  ।

ଆଧାର : କ୍ୟାରିୟର କାଉନସିଲି

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate