অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସଫଳ ଟିମ୍ ଲିଡର ହେବେ କିପରି

ସଫଳ ଟିମ୍ ଲିଡର ହେବେ କିପରି

ଉପକ୍ରମ

ଜଣେ ଟିମ୍  ଲିଡରଙ୍କ  ନିକଟରେ  ଆକର୍ଷଣୀୟ  ବ୍ୟକ୍ତିତ୍ଵ  ରହିଥାଏ   । ନିଜର  ବ୍ୟକ୍ତିତ୍ଵ , କାର୍ଯ୍ୟଦକ୍ଷତା  ଏବଂ  ଜ୍ଞାନ  ବଳରେ   ଟିମ୍ ର  ସମସ୍ତ  ସଦସ୍ୟଙ୍କୁ  ସେ  ନିଜ  ଆଡକୁ  ଆକର୍ଷିତ   କରିଥାନ୍ତି   । ତେବେ   ଜଣେ   ସଫଳ   ଟିମ୍  ଲିଡର   ହେବା  ସହଜ  କଥା  ନୁହେଁ   । ସମସ୍ତେ   ଟିମ୍  ଲିଡର  ହୋଇପାରିବ  ନାହିଁ   । ସଫଳ  ଟିମ୍  ଲିଡର  କିପରି  ହେବେ , କେଉଁ  କେଉଁ  ଗୁଣାବଳୀ  ରହିବା  ଦରାକାର   ଏସବୁ  ନେଇ  ଅନେକ  ଲେଖା , ବହି ଏବଂ  ରସର୍ଚ୍ଚ  ମାଟେରିଆଲ   ରହିଛି   ।  ଆମେ  ସମସ୍ତେ  ନିଜ ନିଜ  କ୍ଷେତ୍ରରେ  ସଫଳ  ହେବା  ପାଇଁ  ଚାହିଁଥାଉ   । ନେତୃତ୍ୱ  ନେଇ  କାର୍ଯ୍ୟ   କରିବାର  ଜିଜ୍ଞାସା  ସମସ୍ତଙ୍କର  ଥାଏ   ।  ଏଲ୍ କେଜିଠାରୁ  ଆରମ୍ଭ  କରି  ବିଶ୍ଵବିଦ୍ୟାଳୟ  ପର୍ଯ୍ୟନ୍ତ  ମାତାପିତା , ଅଭିଭାବକ  ନିଜ  ପିଲାକୁ  ସର୍ବଦା  ଆଗରେ  ରଖିବା  ପାଇଁ  ଚାହିଁଥାନ୍ତି   । ପେସାଗତ  ଜୀବନରେ  ମଧ୍ୟ  କର୍ତ୍ତୃପକ୍ଷଙ୍କ  ନଜରରେ   ଆମେ  ନିଜକୁ  ଲିଡର  ଭାବେ   ଉପସ୍ଥାପନ  କରିବା  ପାଇଁ   ଇଚ୍ଛା  ରଖିଥାଉ   ।

ବିଶ୍ଵରେ  ୨ଟି  ବର୍ଗର  ଲୋକ  ଥାଆନ୍ତି   । ଗୋଟିଏ  ଶ୍ରେଣୀରେ   ଥିବା  ଲୋକମାନଙ୍କ   ନିକଟରେ  ନେତୃତ୍ୱ   ନେବାର   ଗୁଣାବଳୀ   ଥାଏ  । ଏମାନଙ୍କ  ସଂଖ୍ୟା  ଅତ୍ୟନ୍ତ  କମ୍  ରହିଥାଏ   । ଦ୍ଵିତୀୟ  ଶ୍ରେଣୀୟ  ଲୋକମାନେ  ଅନ୍ୟମାନଙ୍କ   ଅଧୀନରେ  ରହିବାକୁ   ଚାହିନଥାନ୍ତି   । ସେମାନଙ୍କ  ମଧ୍ୟରେ  ନେତୃତ୍ୱ  ନେବାର   ଗୁଣାବଳୀର   ଅଭାବ  ଥାଏ  ସବୁ  କାର୍ଯ୍ୟରେ  ସେମାନେ  ପ୍ରସ୍ତୁତ  ଥାଆନ୍ତି   । କେତେକଙ୍କ  ନିକଟରେ   ଜନ୍ମରୁ  ଲିଡରଶିପ୍  କ୍ୱାଲିଟି  ଥିବାବେଳେ  କେତେକ  ପରିସ୍ଥିତିରେ  ପଡି  ନେତୃତ୍ୱ  ନେବା  ପାଇଁ  ଆଗେଇ  ଆସନ୍ତି   ।  ମହାତ୍ମା  ଗାନ୍ଧୀ , ନେଲସନ୍  ମାଣ୍ଡେଲା  ଏବଂ  ଆଙ୍ଗ ସାଙ୍ଗ  ସୁ  କିଙ୍ଗ  କଥା  ଉଦାହରଣକୁ   ନେଇପାରିବା   । ଏମାନେ  ସମସ୍ତେ  ପରିସ୍ଥିତିର  ସାମ୍ନା  କରିବା  ପରେ  ଯାଇ  ଏମାନେ  ଜଣେ  ଜଣେ  ଲିଡର   ହୋଇପାରିଥିଲେ   । ଚ୍ୟାଲେଞ୍ଜକୁ  ଗ୍ରହଣ  କରି  ଗ୍ରହଣ  କରି   ଏବଂ  ନିଜ  ବ୍ୟକ୍ତିଗତ   ଖୁସିକୁ  ଜଳାଞ୍ଜଳି  ଦେଇ  ଅନ୍ୟମାନଙ୍କୁ  ଖୁସି  ପ୍ରଦାନ   କରି  ଏମାନେ  ଶହ ଶହ   ଲୋକଙ୍କ  ମନରେ  ସ୍ଥାନ  ପାଇଛନ୍ତି   ।

ସଫଳ  ଲିଡର  ହେବା  ପାଇଁ   ଗୁଣାବଳୀ

ତେବେ  କାର୍ଯ୍ୟାଳୟରେ  ଜଣେ  ସଫଳ  ଲିଡର  ହେବା  ପାଇଁ  କି ପ୍ରକାର  ଗୁଣାବଳୀ  ରହିବା  ଦରକାର  ତାହା  ଆଜିର  ବିଷୟବସ୍ତୁ   ।

  • ଖାଲି  ଶିକ୍ଷାଗତ  ଯୋଗ୍ୟତା  ଥିଲେ  ଯେ  ଜଣେ  ଟିମ୍  ଲିଡର  ହୋଇଯିବେ  ତାହା  ନୁହେଁ   । ଆମ  ମଧ୍ୟରେ  ଅନେକ  ସକାରାତ୍ମକ  ଗୁଣାବଳୀ  ରହିଥିବା   ଦରକାର   । ଭଲ  ହେଉ  କିମ୍ବା  ଖରାପ   ପରିସ୍ଥିତି , ଜଣେ  ଲିଡର  ସର୍ବଦା  ଆଗରେ  ରହିବା  ଦରକାର   । କଠିନ  ପରିସ୍ଥିତିରେ  ସେ ପଛଘୁଞ୍ଚା  ଦେବା  ଆଦୌ  ଉଚିତ   ନୁହେଁ   । ଦୃଢ   ଆତ୍ମବିଶ୍ଵାସର  ଶହ  ସେ  ପରିସ୍ଥିତିର  ସାମ୍ନା  କରିବା  ଦରକାର   ।
  • ନିଜ  ଭିତରେ  ଅମବିଶ୍ଵାସ  ରହିବା  ସହ   ସହକର୍ମୀଙ୍କ  ବିଶ୍ଵାସ  ଜିତିବା  ମଧ୍ୟ  ଦରକାର  । ଅନ୍ୟମାନଙ୍କୁ  ସାହାଯ୍ୟ  କରି  ଆପଣ  ସେମାନଙ୍କ  ମନ  ଜିତିପାରିବେ   । ସେମାନେ  ମଧ୍ୟ  ଆପଣଙ୍କ  ନିର୍ଦ୍ଦେଶକୁ  ପାଳନ   କରିବା  ସହ  ଆପଣଙ୍କୁ  ସମ୍ମାନ  ଦେବେ   ।  ଆପଣ  କେବଳ  ନିଜ  ଅନୁସାରେ  କାର୍ଯ୍ୟ  କରିବା   ମଧ୍ୟ  ଠିକ୍  ନୁହେଁ   । ଅନ୍ୟମାନଙ୍କ  ମତ  ବା  ପରାମର୍ଶ   ଉପରେ  ମଧ୍ୟ  ବିଚାର   କରିବା  ଦରକାର    ।
  • ଜଣେ  ବ୍ୟକ୍ତିଙ୍କୁ  ଆମେ  ସେତେବେଳେ  ସମ୍ମାନ  ଦେଇଥାଉ  ଯେତେବେଳେ  ତାଙ୍କ  ଭିତରେ  ପ୍ରଖର  ଜ୍ଞାନ  ରହିଥିବ   । ସବୁ  ବିଷୟରେ  ସେ  ଅପ୍ ଡେଟ୍  ଥିବେ   । ସଫଳ  ଟିମ  ଲିଡର ହେବା  ପାଇଁ  ଆପଣଙ୍କ  ଜ୍ଞାନର  ସ୍ଥିର  ଅଧିକ  ହୋଇଥିବା   ଦରକାର  । ବିଷୟବସ୍ତୁ , କରେଣ୍ଟ  ଆଫେୟାର , ନିୟମ  କାନୁନ  ଉପରେ  ଆପଣଙ୍କର  ପ୍ରଖର  ଜ୍ଞାନ  ରହିଥିବା  ଉଚିତ   । ଏହାଦ୍ଵାରା  ସହକର୍ମୀମାନେ  ଆପଣଙ୍କୁ   ଲିଡର  ଭାବେ  ଗ୍ରହଣ  କରିବେ  ଏବଂ  ଦରକାର  ବେଳେ  ଆପଣଙ୍କ  ପରାମର୍ଶ  ନେବା  ପାଇଁ  ଆଗଭର   ହେବେ   ।
  • ଜଣେ  ଲିଡର  ଜଣେ  ଭଲ  କମ୍ୟୁନିକେଟର  ମଧ୍ୟ  ହେବା  ଦରକାର   । ଉନ୍ନତ  କମ୍ୟୁନିକେଶନ  ଦକ୍ଷତା  ନ  ଥିଲେ  ଆପଣ  ଅନ୍ୟମାନଙ୍କୁ  ନିଜ  ଆଡକୁ  ଆକର୍ଷିତ  କରିପାରିବେ  ନାହିଁ    । ଏହାକୁ  ବିକଶିତ  କରି  ଆପଣ  ନିଜକୁ  ଜଣେ  ସଫଳ  ଟିମ୍  ଲିଡର  ଭାବେ  ଗଢି  ତୋଳିବେ   । ଏହା  ମାଧ୍ୟମରେ  ଆପଣ  ଭିଡ  ମଧ୍ୟରେ  ଭିନ୍ନ  ଲାଗିବେ   ।
  • ଭଦ୍ରତା  ମଧ୍ୟ  ଟିମ୍ ଲିଡରଙ୍କ  ନିକଟରେ   ଏକ  ପ୍ରଧାନ  ଗୁଣାବଳୀ  ଆପଣ  ଯଦି  ଭାଦ୍ର  ହୋଇ ନ ଥିବେ କିମ୍ବା   ସ୍ଵାର୍ଥପର ହୋଇଥିବେ  ସହକର୍ମୀଙ୍କଠାରୁ  ସମ୍ମାନ  ଆଶା  କରିବା  ବୃଥା   ।
  • ପରିସ୍ଥିତିକୁ  ଦେଖି  ତଦନୁଯାୟୀ  ତୁରନ୍ତ  ଠିକ୍  ନିଷ୍ପତି  ନେଇପାରୁଥିବା  ଦରକାର  । ଜଣେ  ଲିଡର  ଖାଲି   ଯେ ଭଲ  ପରିସ୍ଥିତି  ଦେଇ  ଗତି  କରିବେ  ତାହା  ନୁହେଁ  । ତାଙ୍କୁ  ନିଶ୍ଚିତ  ଭାବେ  ଚ୍ୟାଲେଞ୍ଜର ସାମ୍ନା  କରିବାକୁ   ପଡିବ  । କଠିନ  ପରିସ୍ଥିତିର  ସାମ୍ନା  କରିବା  ପାଇଁ  ମାନସିକ  ଏବଂ  ଶାରୀରିକ  ଦୃଷ୍ଟିରୁ   ସେ  ଦୃଢ  ହୋଇଥିବା  ଦରକାର  । ଏହାସହିତ  ଅଧିକ  ସମୟ  ନଷ୍ଟ ନ  କରି  ଉପଯୁକ୍ତ  ସମାଧାନ  ବାହାର  କରିପାରୁଥିବା   ଦରକାର  । ସେ  ନିଜେ  ସେତିକି  ସକ୍ଷମ  ହୋଇଥିବା  ଦରକାର  ଅନ୍ୟ  କାହାର  ସାହାଯ୍ୟ  ବିନା  ସମାଧାନ   ବାହାର  କରିପାରୁଥିବେ   ।
  • ଜଣେ  ଲିଡର  ଅନ୍ୟମାନଙ୍କୁ   ସମ୍ମାନ  ଦେବା  ସହ  କମ୍ପାନୀ  ଦ୍ଵାରା  ଧାର୍ଯ୍ୟ  ହୋଇଥିବା  ନୀତି  ନିୟମର  ଅନୁପାଳନ  କରୁଥିବା  ଦରକାର  । କାରଣ  ଟିମ୍  ଲିଡରଙ୍କୁ  ଟିମ୍ ର  ଅନ୍ୟ  ସଦସ୍ୟମାନେ   ଅନୁକରଣ   କରିଥାନ୍ତି   ।
ପ୍ରତିଶ୍ରୁତି  ରକ୍ଷା  କରିବାରେ  ସେ  ଦୃଢମନା  ହୋଇଥିବା  ଦରକାର  । ପ୍ରତିଶ୍ରୁତି  ଦେଇ  ପର  ମୁହୂର୍ତ୍ତରେ  ଏଥିରୁ  ଓହରିଯିବା  ଜଣେ  ସଫଳ  ଟିମ୍  ଲିଡରଙ୍କ  ପରିଚୟ  ନୁହେଁ   । ଏସବୁ  ସହ  ସମୟାନୁବର୍ତ୍ତିତା , ଅନ୍ୟ  କର୍ମଚାରୀଙ୍କ  ସହ  ସୁବ୍ୟବହାର  , ଭଦ୍ରତା   ଆଦି  ଗୁଣାବଳୀ   ମଧ୍ୟ   ଜଣେ  ଟିମ୍  ଲିଡରଙ୍କ   ନିକଟରେ   ରହିଥିବା  ଦରକାର  । ଆପଣଙ୍କ  ନିକଟରେ  ଏସବୁ  ଗୁଣାବଳୀ  ଥିଲେ  ଆପଣ   ଜଣେ  ଲିଡର   ହୋଇପାରିବେ   ।

ସଂଗୃହିତ : ପି . କେ . ପ୍ରାମାଣିକ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate