অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସଫଳତା ଲାଗି କେତୋଟି ଜାଣିବା ବିଷୟ

ସଫଳତା ଦିଗରେ ପ୍ରୋତ୍ସାହିତ

ମଣିଷ ଜୀବନରେ ସଫଳତା ବିଫଳତା ଲାଗି ରହିଥାଏ। ବିଫଳତାରୁ ଅନେକ କିଛି ଶିଖୁବାକୁ ମିଳିଥାଏ । ବିଫଳତା ହିଁ ସଫଳତା ଲାଗି ବାଟ ଦେଖାଇଥାଏ । ଅନ୍ୟ ପକ୍ଷରେ ବିଫଳତାକୁ ସଫଳତା ଲାଗି ଗୋଟିଏ ଗୋଟିଏ ପାହାଚ ବୋଲି ବିବେଚନା କରାଯାଏ । ବିଫଳତା ମଣିଷକୁ ଆହୁରି ଦୃଢ଼, ଆତ୍ମ ବିଶ୍ଵାସୀ କରିବା ସହିତ ସଫଳତା ଦିଗରେ ପ୍ରୋତ୍ସାହିତ କରିଥାଏ।

ମଣିଷ ଜୀବନରେ ଅନେକ ବାଧାବିଘ୍ନ ଦେଇ ଗତି କରିବାକୁ ହୋଇଥାଏ। ସଫଳତା ଲାଭ କରିଥିବା ଅନେକ ବ୍ୟକ୍ତି ବିଚାର କରନ୍ତି ଯେ, ସଫଳତା ଲାଗି ଅନେକ ବିଫଳତାର ପଥ ଅତିକ୍ରାନ୍ତ କରିବାକୁ ହେବା। ଏଥି ଲାଗି ସେମାନେ ଭାଙ୍ଗି ନ ପତି ଏହାକୁ ଅତିକ୍ରମ କରିବାକୁ ସର୍ବଦା ମନରେ ଅଦମ୍ୟ ସାହସ ସଞ୍ଚୟ କରି କଠିନ ପରିସ୍ଥିତିର ସାମ୍ନା କରିଥାନ୍ତି ।

ସଫଳତା ପାଇବା ଲାଗି ସବୁବେଳେ ଉତ୍ସାହିତ ରହିବେ କିପରି?

  • ଫଳତା ପାଇବା ଲାଗି ସବୁବେଳେ ପ୍ରକୃତ ଲକ୍ଷ୍ୟ ସ୍ଥିର କରନ୍ତୁ । ଏହାକୁ ହାସଲ କରିବା ଲାଗି ନିଜକୁ ପୂର୍ଣ୍ଣ ମାତ୍ରାରେ ନିୟୋଜିତ କରନ୍ତୁ । ଲକ୍ଷ୍ୟ ନେଇ ସବୁ ବେଳେ ସଚେତନ ରହିଲେ ଲକ୍ଷ୍ୟ ପଥରୁ ହଟିବେ ନାହିଁ ।
  • ସଫଳତା ଲାଗି ଉତ୍ସାହର ଏକ ଗୁରୁତ୍ଵପୁର୍ଣ୍ଣ ଭୂମିକା ରହିଛି । ଉତ୍ସାହ ବଜାୟ ରଖିବା ଲାଗି ସବୁବେଳେ ଏମିତି ଏକ ପରିବେଶ ଚୟନ କରନ୍ତୁ ଯେଉଁ ଠାରେ ନିଜକୁ କୌଣସି ସମୟରେ ନିରୁତ୍ସାହିତା ଅନୁଭବ କରିବେ ନାହିଁ । ନିଜ ଚାରିପାଖରେ ଏଭଳି ଲୋକଙ୍କ ପାଖରେ ରହୁନ୍ତୁ ଯେଉଁମାନେ ଆପଣଙ୍କୁ ଉତ୍ସାହିତ କରୁଥିବେ ।
  • ବ୍ୟକ୍ତିଗତ ସଫଳତା ସହ ଆନୁଷ୍ଠାନିକ ସଫଳତାର ଏକ ଗଭୀର ସମ୍ବନ୍ଧ ରହିଛି। ବ୍ୟକ୍ତିଗତ ସଫଳତାକୁ ବୃହତ୍ତର ଆନୁଷ୍ଠାନିକ ସଫଳତା ଦିଗରେ ଲଗାଇ ପାରିବେ । ଉଦାହରଣ ସ୍ୱରୂପ ପ୍ରତି ବିଭାଗ ଯଦି ସେମାନଙ୍କ ଲାଗି ନିର୍ବାରିତ ଲକ୍ଷ୍ୟ ପୁରଣ ଦିଗରେ କାର୍ଯ୍ୟ କରନ୍ତି ତେବେ ଏହା ଅନୁଷ୍ଠାନର ସଫଳତା ଦିଗରେ କାର୍ଯ୍ୟ କରିବ ।
  • ସଫଳତାକୁ ନେଇ ଉତ୍ସାହିତ ହେବା ସହ ଏହାକୁ ସେଲିବ୍ରେଟ୍ କରନ୍ତୁ ।
  • ଦୁନିଆରେ ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜ କ୍ଷେତ୍ରରେ ବହୁତ ପ୍ରତିଷ୍ଠିତ । ସମାନ ପ୍ରକାରର କାର୍ଯ୍ୟ କରୁଥିବା ଅନେକ ବ୍ୟକ୍ତି ଅଛନ୍ତି ଯେଉଁ ମାନଙ୍କ କ୍ଷେତ୍ରରେ ସଫଳତା ସମାନ ନ ଥାଏ । ଏପରି କ୍ଷେତ୍ରରେ ଲୋକମାନେ ନିଜକୁ ଅନ୍ୟ ମାନଙ୍କ ସହ ତୁଳନା କରିଥାନ୍ତି । ମାତ୍ର ଏପରି କରିବା ଅନୁଚିତ । ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜ ନିଜର ଶକ୍ତି ସାମର୍ଥ୍ୟ ଦକ୍ଷତା ଭିନ୍ନ ଭିନ୍ନ । ସବୁବେଳେ ଅନ୍ୟ ସହ ତୁଳନା କରିବା ଦ୍ଵାରା ଏହା ମାନସିକ କ୍ଷେତ୍ରରେ ଚାପ ପକାଇଥାଏ । ଏଣୁ ଅନ୍ୟ ସହ ତୁଳନା କରିବା ଅନୁଚିତ ।
  • ନିଜ ଚିରାଚରିତ ଗୁଟିନ ଜୀବନ ମଧ୍ୟରୁ ନିଜ ଲାଗି କିଛି ସମୟ କାଢନ୍ତୁ । ସମୟ ସମୟରେ ନିଜକୁ ଟିକିଏ ସମୟ ବିରାମ ଦିଅନ୍ତୁ । କରୁଥିବା କାର୍ଯ୍ୟର ଧାରାକୁ ତର୍ଜମା କରନ୍ତୁ କଣ ଶିଖୁଛନ୍ତି ଏବଂ ଏହା ସଫଳତା ଦିଗରେ ଆପଣଙ୍କୁ କିଭଳି ଭାବରେ ସହାୟତା କରିବ ତାକୁ ସବୁବେଳେ ଜାଣି ରଖନ୍ତୁ ।
  • ସଫଳତା ଲାଭ ପାଇଁ ସାରା ବିଶ୍ଵର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କର ଆତ୍ମକୀବନୀ ପଢନ୍ତୁ। ଏହି ବ୍ୟକ୍ତିମାନେ କିଭଳି ଭାବରେ ଅନେକ ବାଧାବିଘ୍ନ ଦେଇ ସଫଳ ହୋଇଛନ୍ତି ତାହା ସେମାନଙ୍କ ଜୀବନୀରେ ପ୍ରତିଫଳିତ ହୋଇଥାଏ । ଏହା ପଢିଲେ କାର୍ଯ୍ୟ କରିବାକୁ ଉତ୍ସାହ ମିଳିବ ।

ଆଧାର – କ୍ୟାରିୟର ବ୍ୟୁରୋ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate