অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସହକର୍ମୀଙ୍କ ସହ ତାଳମେଳ ରଖିପାରିବ

ସହକର୍ମୀଙ୍କ ସହ ତାଳମେଳ ରଖିପାରିବ

ସହକର୍ମୀ

ଅଫିସ କିମ୍ବା କଲେଜ ସବୁ ଜାଗାରେ ସହଯୋଗୀ ଅବା ସହକର୍ମୀଙ୍କ ସହ କାମ କରିବାକୁ ପଡିଥାଏ   । ଯଦି ସହକର୍ମୀମାନେ ଭଲ ହୋଇଥାନ୍ତି , ତେବେ କାମ କରିବା ସହଜ ହୋଇଯାଏ । ନଚେତ ନିୟମିତ ବିଭିନ୍ନ ପ୍ରକାରର ଅବାଞ୍ଛିତ ସମସ୍ୟାକୁ ସାମ୍ନା କରିବାକୁ ପଡିପାରେ   । ତେବେ ସହକର୍ମୀମାନେ ଯେମିତି ହୁଅନ୍ତୁ   । ଆପଣ କିଛି ଏମିତି ପ୍ଳାନ କରନ୍ତୁ ଯାହା ଉଭୟଙ୍କ ମଧ୍ୟରେ ତାଳମେଳ ରଖିପାରିବ  ।

ସହକର୍ମୀଙ୍କ ସହ ତାଳମେଳ

  • ଅଫିସରେ ସହକର୍ମୀଙ୍କ ସହ ନିଜରର ବ୍ୟକ୍ତିଗତ କଥା ସେୟାର କରନ୍ତୁ ନାହିଁ   ।  କାରଣ ଭବିଷ୍ୟତରେ କୌଣସି ମତାନ୍ତର ହେଲେ ସେ ଆପଣଙ୍କ ବ୍ୟକ୍ତିଗତ କଥାକୁ ନେଇ କାମେଣ୍ଟ କରିପାରନ୍ତି   । ନିଜର ଇମେଜକୁ ଭଲ ରଖିବା ପାଇଁ ଘର କଥା ବାହାରେ ପକାନ୍ତୁ ନାହିଁ  ।
  • ଅଫିସରେ ସହକର୍ମୀମାନଙ୍କ ସହ ଭଲ ସମ୍ପର୍କ ରଖନ୍ତୁ  । ଭବିଷ୍ୟତରେ ଆବଶ୍ୟକ ପଡିଲେ ସେମାନେ ସହଯୋଗର ହାତ ବଢାଇ ପାରନ୍ତି  ।
  • ଯଦି ଅଫିସରେ ଆପଣଙ୍କ ପାଖରେ ଜଣେ ଅନ୍ୟ କାହା ବିରୋଧରେ ଆଲୋଚନା କରୁଛନ୍ତି , ତେବେ ଏହାକୁ ବାରଣ କରନ୍ତୁ  । କାରଣ ହୁଏତ  ସେହି ବ୍ୟକ୍ତି ଭବିଷ୍ୟତରେ ଆପଣଙ୍କ ବିରୋଧରେ ଅନ୍ୟ କାହା ପାଖରେ ଆଲୋଚନା କରିପାରନ୍ତି   । ଏପରି ବାରଣ କରିବା ଦ୍ଵାରା ହୁଏତ ଆପଣ ଅନ୍ୟମାନଙ୍କ ପାଇଁ ବିଶ୍ଵସ୍ତ ହୋଇପାରିବେ  ।
  • ଅନେକ ସମୟରେ ଦେଖାଯାଏ ଅଫିସରେ କେହି କେହି ନିଜର ପ୍ରମୋଶନ ପାଇଁ ଅନ୍ୟର କାମ ଓ ଆଇଡିଆକୁ ନିଜର ବୋଲି ବସଙ୍କ ଆଗରେ କ୍ରେଡିଟ ନେଇଥାନ୍ତି   । ଯାହା ଆଦୌ ଠିକ ନୁହେଁ   ।
  • ଅଫିସରେ ଯଦି କୌଣସି ସହକର୍ମୀଙ୍କ କଥାବାର୍ତ୍ତା ଆପଣଙ୍କୁ ଭଲ ଲାଗୁନାହିଁ , ତେବେ ହଠାତ ରାଗିଜାଇ ତାଙ୍କୁ ପ୍ରତିକ୍ରିୟା ଦିଅନ୍ତି ନାହିଁ   । ବରଂ ଏ ବିଷୟର ସତ୍ୟାସତ୍ୟ ବୁଝି ତାଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତୁ   । ଏପରି କରିବା ଦ୍ଵାରା ସମ୍ପର୍କ ଭଲ ରହିଥାଏ   ।
  • ଆବଶ୍ୟକ ପଡିଲେ ଅଫିସରେ ସହକର୍ମୀଙ୍କ ସାହାଯ୍ୟ ନିଅନ୍ତୁ   । ଆଉ ଦରକାର ପଡିଲେ ସାହାଯ୍ୟ ମଧ୍ୟ କରନ୍ତୁ  ।  ଏହାଦ୍ଵାରା ସମ୍ପର୍କ ଭଲ ରହିବ   ।

ସହକର୍ମୀଙ୍କ ଭଲ କାମ ପାଇଁ ତାଙ୍କୁ ପ୍ରଶଂସା କରିବାକୁ ଭୁଲାନ୍ତୁ ନାହିଁ   । କାରଣ ଭଲ କାମ କରିବା ପରେ ପ୍ରଶଂସା ପାଇବାର ଅଧିକାର ସମସ୍ତଙ୍କର ରହିଛି  । ଆଉ ଏହି ପ୍ରଶଂସା କର୍ମଚାରୀର ମନୋବଳ ବଢାଇବାରେ ସହଯୋଗ କରିଥାଏ   ।

ସଂଗୃହିତ: ପିକ ପ୍ରାମାଣିକ , କ୍ୟାରିୟର କନସୋଲଟାଣ୍ଟ

Last Modified : 2/13/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate