অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସାକ୍ଷାତକାର ନେଉଥିଲେ

ସାକ୍ଷାତକାର ନେଉଥିଲେ

ଜଣେ ସଫଳ ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ଜାଣିବା ପାଇଁ ସମସ୍ତେ ଆଗ୍ରହ ପ୍ରକାଶ କରନ୍ତି । ସାହିତ୍ୟ, ସଙ୍ଗୀତ, ନୃତ୍ୟ, କ୍ରୀଡା, ବିଜ୍ଞାନ ଆଦି ବିଭିନ୍ନ କ୍ଷେତ୍ରରେ ଯେଉଁମାନେ ଆଜି ସାରା ବିଶ୍ଵରେ ପରିଚୟ ହାସଲ କରିଛନ୍ତି ସେମାନଙ୍କ ପିଲାଦିନ, ସଂଘର୍ଷ କାହାଣୀ, ପ୍ରଥମ ସଫଳତା, ସେମାନଙ୍କ ଖାଦ୍ୟପେୟ, ପସନ୍ଦ ନାପସନ୍ଦ ତଥା ସେମାନଙ୍କ ବ୍ୟକ୍ତିଗତ ଜୀବନର ଦୁଃଖ ବିଷୟରେ ଜାଣିବା ପାଇଁ ଆମର ଉତ୍ସୁକତା ରହିଛି I

ସେଭଳି ବ୍ୟକ୍ତିଙ୍କ ଆତ୍ମଜୀବନୀ ବା ସାକ୍ଷାତକାର ପଢିବାର ସୁଯୋଗ ମିଳିଲେ ଆମେ ତାଙ୍କ ବିଷୟରେ ଜାଣିବାକୁ ପାଇଥାଉ । ତେବେ ଯେଉଁମାନେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସ୍ବତନ୍ତ୍ର ସାକ୍ଷାତ କରି ପ୍ରଶ୍ନ କରନ୍ତି ସେମାନଙ୍କୁ ପ୍ରସ୍ତୁତ ହେବାକୁ ପଡିଥାଏ । ସାକ୍ଷାତକାର ନେବା ପୂର୍ବରୁ କେଉଁ ଦିଗ ପ୍ରତି ଦୃଷ୍ଟି ଦେବା ଜରୁରୀ ତାହା ଏOIଜୋର ଉଲ୍ଲେଖ କରାଗଲା ।

ସମ୍ପର୍କବୃଦ୍ଧି କରନ୍ତୁ

ଛୋଟ ଛୋଟ ସାକ୍ଷାତକାରରୁ ଆରମ୍ଭ କରନ୍ତୁ। ହଠାତ କୌଣସି ପ୍ରସିଦ୍ଧ ବ୍ୟକ୍ତିଙ୍କୁ ଭେଟିବାର ଅଭିଳାଶ ରଖନ୍ତୁ ନାହିଁ । କାରଣ ଏହା ସମ୍ଭବ ହୋଇ ନ ଥାଏ । ମାତ୍ର ଆଞ୍ଚଳିକ ସ୍ତରରେ ଯେଉଁମାନେ ପରିଚିତ, ସୁନାମଧନ୍ୟ ସେମାନଙ୍କର ସାକ୍ଷାତକାର ନେଇ ଅଭିଜ୍ଞତା ଅର୍ଜନ କରିବା ଉଚିତ । ଫଳରେ ଏଥୁରୁ ବହୁତ ଗୁଡିଏ ଶିକ୍ଷା   ମିଳିଥାଏ । ବିଭିନ୍ନ କ୍ଷେତ୍ରରେ ନିଜର ପରିଚୟ ବଢାଇବା ପାଇଁ ଜନସମ୍ପର୍କ ବୃଦ୍ଧି କରିବାକୁ ପଡିବ | ଅର୍ଥାତ ବିଭିନ୍ନ ବିଭାଗର ଲୋକ ସମ୍ପର୍କ ଅଧ୍ବକାରୀ, ସଂଗଠନ ମୁଖ୍ୟ, ସାମାଜିକ କଲ୍ୟାଣମୂଳକ କାର୍ଯ୍ୟରେ ସକ୍ରିୟ ରହୁଥୁବା ବ୍ୟକ୍ତିବିଶେଷଙ୍କ ସହିତ ନିଜର ପରିଚୟ ବଜାୟ ରଖୁବା ଉଚିତ ।

ଗବେଷଣା ଓ ଅଧ୍ୟୟନ

ବିଭିନ୍ନ ସୂତ୍ରରୁ ପ୍ରସିଦ୍ଧ ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରନ୍ତୁ । କୌଣସି ଅଭିନେତ୍ରୀ ବା ଅଭିନେତାଙ୍କ ସମ୍ପର୍କରେ ଜାଣିବାକୁ ଚାହୁଁଥୁଲେ। ତାଙ୍କ ଅଭିନିତ ଚଳଚ୍ଚିତ୍ର ଦେଖୁବା, ତାଙ୍କ ସମ୍ପର୍କରେ ପୂର୍ବରୁ ପ୍ରକାଶିତ ଲେଖା ପଢିବା ତଥା ଇଣ୍ଟରନେଟରୁ ଖୋଜି ତଥ୍ୟ ସଂଗ୍ରହ କରିବା ଉଚିତ । କେବଳ ସେତିକି ନୁହେଁ ଅଭିନୟ ବ୍ୟତୀତ ସେ ଆଉଁ କେଉଁଥୁରେ ରୁଚି ରଖନ୍ତି ସେ ସମ୍ପର୍କରେ ଜାଣିବା ଉଚିତ । ଫଳରେ ସୁଯୋଗ ମିଳିଲେ ସାକ୍ଷାତକାର ପାଇଁ ଆପଣ ଉତ୍ତମ ଭାବେ ପ୍ରସ୍ତୁତ ହୋଇପାରିବେ । ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ଅଧୁକରୁ ଅଧୁକ ନିର୍ଭୁଲ ତଥ୍ୟ ରଖନ୍ତୁ । ସେ ଯେଉଁଥୁ ପାଇଁ ପ୍ରସିଦ୍ଧ। ତାହା ବାଦ୍ ଆଉ କଣ କରନ୍ତି, କେଉଁଥୁରେ ରୁଚି ରଖନ୍ତି, ତାଙ୍କ ପାଠପଢା, ତାଙ୍କ ସଂଘର୍ଷ କାହାଣୀ ସବୁ ସମ୍ପର୍କରେ ଜାଣିବା ପାଇଁ ଚେଷ୍ଟା କରନ୍ତୁ । ତାଙ୍କ ଦ୍ବାରା ଲିଖୁତ ପୁସ୍ତକ ପଢିବା ପାଇଁ ଭୁଲନ୍ତୁ ନାହିଁ । ଫଳରେ ସାକ୍ଷାତକାର ଜୋନଲାବେଳେ ସହଜ ହେବ |

ପ୍ରଶ୍ନ ପଚାରିଲା ବେଳେ ଭଦ୍ର ଆଚରଣ କରନ୍ତୁ

ଯଦିଓ ଏହା ଅତ୍ୟନ୍ତ ଜରୁରୀ ଏବଂ ପ୍ରାଥମିକତା ତଥାପି ଭୂଲ ବଶତଃ ଏହାକୁ ଅଣଦେଖା କରିବା ଉଚିତ୍ ନୁହେଁ । ପ୍ରଶ୍ନ ପଚାରିବା ସମୟରେ ଭାଷା ତଥା ଶବ୍ଦ ପ୍ରୟୋଗରେ ଯଥେଷ୍ଟ ମାର୍ଜିତ ଏବଂ ଶାଳୀନତା ରକ୍ଷା କରିବା ଉଚିତ । ଧରି ନିଆଯାଉ ଜଣେ କଣ୍ଠଶିକ୍ରୀଙ୍କର ସାକ୍ଷାତକାର ନିଆଯାଉଛି ଏବଂ ସେଠାରେ ତାଙ୍କୁ ବର୍ତମାନ ଦେଶର ରାଜନୈତିକ ସ୍ଥିତି ସମ୍ପର୍କରେ ମତ ରଖୁବା ପାଇଁ କୁହାଯାଉଛି ତେବେ ଏହା ସେତେ ମାତ୍ରାରେ ଯୁକ୍ତିଯୁକ୍ତ ନୁହେଁ ଯଦି ଉକ୍ତ କଣ୍ଠଶିଳ୍ପୀ ରାଜନୀତିରେଆଦୌ ଜଡିତ ନୁହନ୍ତି ।

ସେହିପରି ମହାକାଶ ଗବେଷକଙ୍କୁ ମଣିଷ ଶରୀରର ସ୍ନାୟବିକ ଦୁର୍ବଳତାର କାରଣ ସମ୍ପର୍କରେ ପଚାରିବା ମଧ୍ୟ ଯଥାର୍ଥ ନୁହେଁ । ତେଣୁ ଭୁଲ୍ ପ୍ରଶ୍ନ ପଚାରି ଅଯଥା ସମୟ ନଷ୍ଟ କରିବା ଉଚିତ ନୁହେଁ ।

ବ୍ୟକ୍ତିଗତ ଜୀବନ ସମ୍ପର୍କରେ ସତର୍କତାର ସହ ପଚାରନ୍ତୁ

ବିଶେଷ କରି ସେଲିବ୍ରିଟିମାନେ ନିଜ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଗଣମାଧ୍ୟମରେ କୌଣସି କଥା କହିବାକୁ ଚାହାନ୍ତି ନାହିଁ । ଯେଉଁ ପ୍ରଶ୍ନରେ ସେମାନେ ବିରକ୍ତିଭାବ ପ୍ରକାଶ କରିବେ ବା ଯେଉଁ ପ୍ରଶ୍ନ ଶୁଣିବାକୁ ରୋଚକ ଲାଗୁଥୁଲେ ମଧ୍ୟ ସେଥୁରେ ବିଶେଷ କିଛି ଖାସ୍ ଖବର ନ ଥାଏ। ସେଭଳି ପ୍ରଶ୍ନରୁ ବିରତ ରହିବା ଉଚିତ । ପ୍ରଶ୍ନ ଉପଯୁକ୍ତ ଶୈଳୀରେ ପଚାରନ୍ତୁ ଯାହା ଫଳରେ ସେ ଉତ୍ତର ଦେବାପାଇଁ ଆଗ୍ରହୁ ପ୍ରକାଶ କରିବେ ।

କେଉଁ କେଉଁ କମ କରିବା ନାହିଁ

  • ଫୋନ୍‌ରେ ସାକ୍ଷାତକାର ନିଅନ୍ତୁ ନାହିଁ

କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ସାକ୍ଷାତକାର ପାଇଁ ଯୋଜନା କରୁଥୁଲେ ଚେଷ୍ଟା କରନ୍ତୁ ସାମ୍ବା ସାମ୍ବି ଭେଟିବା ପାଇଁ। ଫୋନ୍‌ ଦ୍ବାରା ସାକ୍ଷାତକାର ନେଲେ ହୁଏତ ସେ ଏହାକୁ ସେତେ ଗୁରୁତ୍ବ ଦେଇ ନ ପାରନ୍ତି ।

  • ବିନା ପ୍ରସ୍ତୁତିରେ ଯାଆନ୍ତୁ ନାହିଁ

ଯିବା ପୂର୍ବରୁ ନିଜ ପକ୍ଷରୁ ସମ୍ପୁର୍ଣ୍ଣ ପ୍ରସ୍ତୁତ ହୁଅନ୍ତୁ । ବିନା ପ୍ରସ୍ତୁତରେ ସାକ୍ଷାତକାର ଉଚ୍ଚକୋଟର ହେବ ନାହା ସେହପୂର ଆବଶ୍ୟକତାଠାରୁ ଅଧୁକ ଦୃଢ ବର୍ଣ୍ଣାସୀ ହେବା ମଧ୍ୟ ଉଚତ ନୁହେ ।

  • ସେଲିବ୍ରିଟିଙ୍କ ସାମ୍ନାରେ ତାଙ୍କ ସମ୍ପର୍କରେ ରିସର୍ଜ କରନ୍ତୁ ନାହିଁ

ସେ କେବେ ଜନ୍ମ ହୋଇଥୁଲେ, କେବେ କେଉଁ ପୁରସ୍କାର ପାଇଥୁଲେ ଇତ୍ୟାଦି ତଥ୍ୟ ପାଇଁ ସେଲିବ୍ରିଟିଙ୍କ ପାଖରେ ଇଣ୍ଟରନେଟ୍ ସର୍ଜ କରନ୍ତୁ ନାହିଁ ।

ଆଧାର: ପ. କ୍ ପ୍ରମାନିକ

Last Modified : 5/3/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate