অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସାମ୍ନା କରନ୍ତୁ ଅଫିସ ପଲିଟିକ୍ସ

ଉପକ୍ରମ

ସରକାରୀ ହେଉ ଅବା ବେଶସକାରୀ କାର୍ଯ୍ୟକ୍ଷେତ୍ର   । ସବୁଠି ଦେଖିବାକୁ ମିଳେ ପଲିଟିକ୍ସ । କେହି କେହି କର୍ମଚାରୀ ଏହାର ଶିକାର ହୋଇ କର୍ମକ୍ଷେତ୍ର ହିଁ ଛାଡି ଦେଇଥାନ୍ତି , ଯାହା ଆଦୌ ଠିକ ନୁହେଁ   । ହୁଏତ ଆପଣଙ୍କ ନୂଆ ଅଫିସରେ ବି ଏମିତି ହୋଇପାରେ   । ତେଣୁ ଅଫିସ ଛାଡିବା ପରିବର୍ତ୍ତେ କେମିତି ଏହାକୁ ସାମ୍ନା କରିବେ ଜାଣନ୍ତୁ   ।

ବେଳେବେଳେ ଅଫିସରୁ ଚିନ୍ତାଗ୍ରସ୍ତ ଭାବେ ଘରକୁ ଫେରିବାକୁ ପଡିଥାଏ   । କାରଣ କାମର ଚାପ ନୁହେଁ   , ବରଂ ଅଫିସ ପଲିଟିକ୍ସର କୁ ପ୍ରଭାବ   । କିଛି ଜଣ କୁଚକ୍ରୀ କର୍ମଚାରୀ ନିଜର ସ୍ଥିତିକୁ ସୁଦୃଢ କରିବା ପାଇଁ ଅନ୍ୟ ବିରୋଧରେ ଷଡ ଯନ୍ତ୍ର କରିଥାନ୍ତି   ,। ଆଉ ଆରମ୍ଭ ହୋଇଯାଏ ଅଫିସ ପଲିଟିକ୍ସ ଏମିତି ପରିସ୍ଥିତିରେ ବିନା ଝଗଡାରେ ଶାକ୍ତ ଭାବେ କେମିତି କରିବେ ସାମ୍ନା   ।

ପକ୍ଷ ନିଅନ୍ତୁ ନାହିଁ

କେବେକେବେ ଆମ ଅଫିସରେ କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତିର ପକ୍ଷ ନେଇଥାଉ , ଯାହା ଫଳରେ ଆମେ ଅଜଣତାରେ ନିଜ ପାଇଁ ସମସ୍ୟା ସୃଷ୍ଟି କରୁ   । ଯଦି ଆପଣ କେବେ ଏମିତି ପରିସ୍ଥିତିର ସାମ୍ନା କରନ୍ତି   , ତେବେ ପ୍ରଥମେ ନିଜର ଲକ୍ଷ୍ୟ ବିଷୟରେ ଭାବନ୍ତୁ  । ଅଫିସରେ ଆଲୋଚନା ବେଳେ ନିଜର ଖୋଲା ମତ ରଖିବାକୁ ଚେଷ୍ଟା କରନ୍ତୁ   । କିନ୍ତୁ କାହାର ପକ୍ଷ ନିଅନ୍ତୁ ନାହିଁ   ।

ଅଫିସର କଥାବାର୍ତ୍ତାକୁ ବ୍ୟକ୍ତିଗତ ଜୀବନକୁ ନିଅନ୍ତୁନି

ଅଫିସରେ କାର୍ଯ୍ୟ କରୁଥିବା ସହକର୍ମୀଙ୍କ ଛୋଟ ଛୋଟ କଥାକୁ ବ୍ୟକ୍ତିଗତ ଭାବେ ନିଅନ୍ତୁ ନାହିଁ କିମ୍ବା ସେମାନଙ୍କ କଥାକୁ ନେଇ ଝଗଡା କରନ୍ତୁ ନାହିଁ   । କାରଣ ଏହା ଭବିଷ୍ୟତରେ ଆପଣଙ୍କ ଚାକିରି ଜୀବନ ଉପରେ ନକରାତ୍ମକ ପ୍ରଭାବ ପକାଇପାରେ   । ହୁଏତ ଏହି ଝଗଡା ବସଙ୍କ ଆଗରେ ଆପଣଙ୍କ ପ୍ରତିଛବିକୁ ନକରାତ୍ମକ କରିଦେଇପାରେ   ।  ଏହାକୁ ଦ୍ରୁଷ୍ଟିରେ ରଖି କମ୍ପାନୀରେ ନିଜର ବ୍ୟକ୍ତିଗତ ପ୍ରତିଦ୍ବନ୍ଦୀ ତିଆରି କରନ୍ତୁ ନାହିଁ   ।

ରାଗରେ ନିଷ୍ପତି ନିଅନ୍ତୁନି

କମ୍ପାନୀର କର୍ମଚାରୀ ହିସାବରେ ନିଜର ବସଙ୍କୁ କିଛି ବି ମେଲ କରିବା ପୂର୍ବରୁ ଦୁଇଥର ନିଶ୍ଚୟ ଭାବନ୍ତୁ   । ବିଶେଷକରି କ୍ରୋଧାନ୍ୱିତ ଅବସ୍ଥାରେ 4 ଥର ଭାବିବା ଆବଶ୍ୟକ   । କାରଣ ଏହି ସମୟରେ ଆମକୁ ଲାଗେ ଯେ ଆମେ ଯାହା କଉଛୁ ଠିକ କରୁଛୁ   ।  ମାତ୍ର ତାହା ବାସ୍ତବରେ ଠିକନଥାଏ   । ରାଗରେ ଥିବା ବେଳେ ଯଦି ଆପଣ କିଛି ଭୁଲ ମେଲ କରିଥାନ୍ତି , ତେବେ ହୁଏତ ଏହାର ପ୍ରତ୍ୟୁତ୍ତର ଠିକ ଏଭଳି ହିଁ ଆସିପାରେ ଯାହା ଆପଣଙ୍କୁ ସମସ୍ତ ସହକର୍ମୀଙ୍କ ସାମ୍ନାରେ ଲଜ୍ଜିତ କରିପାରେ   । ଆଉ ଯଦି ସୋସିଆଲ ମିଡିଆରେ ନିଜ ଅଫିସ ସମ୍ପର୍କରେ କୌଣସି ନକରାତ୍ମକ ମନ୍ତବ୍ୟ ଦେଉଥାନ୍ତି  , ତେବେ କିଛି ଲେଖିବା ପୂର୍ବରୁ ଭଲ ଭାବରେ ଚିନ୍ତା କରି ଲେଖନ୍ତୁ   । କାରଣ ଏହା ହୁଏତ ଆପଣଙ୍କ ଚାକିରି ଜୀବନକୁ କେବଳ ନିଜ ଅଫିସରୁ ବରଂ ନିଜ କ୍ଷେତ୍ରଠାରୁ ସଂପୂର୍ଣ୍ଣ ଦୂର କରିଦେଇପରେ   ।

ଅପରାଧୀଙ୍କୁ ଚିହ୍ନନ୍ତୁ

ଯଦି କେବେ ଅଫିସ ପଲିଟିକ୍ସରେ ଫସନ୍ତି , ତେବେ ପ୍ରଥମେ ପ୍ରକୃତ ଅପରାଧିକୁ ଖୋଜି ବାହାର କରନ୍ତୁ   ।  ପରେ ସେହି ବ୍ୟକ୍ତିଠାରୁ ଯଥା ସମ୍ଭବ ଦୂରେଇ ରହନ୍ତୁ   ।  ଅପରାଧୀ ସହ ପରେ ଝଗଡା କରନ୍ତୁ ନାହିଁ   , ବରଂ ଶାନ୍ତ ରୁହନ୍ତୁ ।  ତା ଆଗରେ ନିଜର କୌଣସି ଗୁମର ପ୍ରକାଶ କରନ୍ତୁ ନାହିଁ   ।

ସଂଗୃହିତ–  ପିକ ପ୍ରାମାଣିକ , କ୍ୟାରିୟର କନସୋଲଟାଣ୍ଟ

Last Modified : 3/4/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate