অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜାତୀୟ ପ୍ରତିଭା ସନ୍ଧାନ ଯୋଜନା (NTSS)

ଯୋଜନାର ପ୍ରକୃତପଟ

୧୯୬୩ ରୁ ଆରମ୍ଭ ହୋଇଥିବା NCERT ର ଜାତୀୟ ପ୍ରତିଭା ସନ୍ଧାନ ଯୋଜନା ଏକ ନୂଆରୂପ । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ବିଭିନ୍ନ କ୍ଷେତ୍ରରେ ଦକ୍ଷତା ଥିବା ପ୍ରତିଭା ସନ୍ଧାନ । ଏହି ଯୋଜନା ଯେଉଁ ବିଭାଗ ଗୁଡିକରୁ ପ୍ରତିଭା ସନ୍ଧାନ କରେ ସେଗୁଡିକ ହେଉଛି ବିଜ୍ଞାନ, ସାମାଜିକ ବିଜ୍ଞାନ, ଇଞ୍ଜିନୟରିଙ୍ଗ, ମେଡ଼ିସିନ, ମ୍ୟାନେଜମେଣ୍ଟ ଏବଂ ଆଇନ । ପ୍ରତ୍ୟେକ ମାସରେ ପ୍ରତିଭା ମାନଙ୍କୁ ବୃତ୍ତି ବାବଦରେ  ଅର୍ଥ ପ୍ରଦାନ କରାଯାଏ । ବେସିକ ସାଇନ୍ସ, ସାମାଜିକ ବିଜ୍ଞାନ ଏବଂ ବାଣିଜ୍ୟରେ ଏହି ସହାୟତା ପିଏଚଡି ପର୍ଯ୍ୟନ୍ତ ମିଳେ । ବୃତ୍ତିଗତ ପାଠ୍ୟକ୍ରମ ଯେପରି ଇଞ୍ଜିନୟରିଙ୍ଗ ମ୍ୟାନେଜମେଣ୍ଟ, ମେଡ଼ିସିନ ଏବଂ ଲ ରେ ଏହା ସ୍ମାକତ୍ତୋର ପର୍ଯ୍ୟନ୍ତ ମିଳେ । ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରଙ୍କ ପାଇଁ NCERT ଜାତୀୟ ପ୍ରତିଭା ସନ୍ଧାନ ପରୀକ୍ଷା କରାଇଥାଏ ।

ଯୋଜନାର ଅବଧି ଏବଂ ବୃତ୍ତି ରାଶି

ପରୀକ୍ଷାରେ ସଫଳ ହୋଇଥିବା ୧୦୦୦ଜଣ ଛାତ୍ରଙ୍କୁ ବିଭିନ୍ନ ପାଠ୍ୟକ୍ରମରେ ବୃତ୍ତି ମିଳେ ।

  • ଦଶମ ରୁ ଦ୍ଵାଦଶ ପର୍ଯ୍ୟନ୍ତ ମାସକୁ ୧୨୫୦ /-
  • UG ଏବଂ PG ରେ ଏହା ମାସକୁ ୨୦୦୦ / -
  • PhD ରେ ଏହା UGC ଅନୁଯାୟୀ ସ୍ଥିର କରାଯାଏ ।

ସାଧାରଣ ଯୋଗ୍ୟତା

ଦଶମ ଶ୍ରେଣୀର ଛାତ୍ର ମାନେ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରେ ଦ୍ଵାରା ଆୟୋଜନ କରାଯାଉଥିବା ପରୀକ୍ଷା ଦେଇପାରିବେ ।

ଚୟନର ଆଧାର

  • ବୃତ୍ତି ପାଇଁ ୨ଟି ସ୍ତରରେ ଚୟନ କରାଯାଏ । ପ୍ରଥମସ୍ତରରେ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରେ ଲିଖିତ ପରୀକ୍ଷା କରାଯାଇ ଦଶମ ଶ୍ରେଣୀରୁ ଚୟନ କରାଯାଏ । ଦ୍ଵିତୀୟ ସ୍ତରରେ NCERT ପ୍ରଥମେ ଲିଖିତ ପରୀକ୍ଷା କରାଯାଇ ପାରେ ମୌଖିକ ପରୀକ୍ଷା କରାଯାଏ । ଶେଷରେ MAT ଏବଂ SAT ପରୀକ୍ଷା କରାଯାଏ ।

ସମୁଦାୟ ବୃତ୍ତି ସଂଖ୍ୟା

  • ପ୍ରତ୍ୟେକ ବର୍ଷ ୧୦୦୦ ଛାତ୍ର ଚୟନ କରାଯାଏ ।
  • ସଂରକ୍ଷିତ : ୧୫% ବୃତ୍ତି ହରିଜନ ଛାତ୍ରଙ୍କ ପାଇଁ ୭.୫% ବୃତ୍ତି ଆଦିବାସୀ ଛାତ୍ରଙ୍କ ପାଇଁ ।

ଗୁରୁତ୍ଵପୂର୍ଣ୍ଣ ତାରିଖ

NCERTୱେବସାଇଟରେ ବିଭିନ୍ନ ତାରିଖ ଦିଆଯାଏ ।

ଫର୍ମ ଆବେଦନ

NCERT ୱେବସାଇଟକୁ ଯାଇକି ସାଧାରଣ ଫର୍ମ ଓ ଆଡମିଟ କାର୍ଡ ଇତ୍ୟାଦି ସୂଚନା ପାଇବେ ।

ଅନ୍ୟ ସୂଚନା ପାଇଁ

ଜାତୀୟ ସ୍ତରୀୟ ବୃତ୍ତିର ସୂଚନା ପାଇଁ   :

ଫୋନ ନମ୍ବର : ୦୧୧ – ୨୬୫୬୦୪୬୪; ଇ ମେଲ : ntse.ncert@yahoo.in
ରାଜ୍ୟ ସ୍ତରୀୟ  NTS ବୃତ୍ତିର ସୂଚନା ପାଇଁ : ଯୋଗାଯୋଗ ସମ୍ପର୍କ ଅଧିକାରୀ (Liaison Officer )

NTS ବୃତ୍ତି ବିଷୟରେ ଜାଣିବା ପାଇଁ :
ଫୋନ ନମ୍ବର : ୦୧୧ – ୨୬୫୬୨୭୦୪ (ସମୟ ୨.୩୦ PM ରୁ  ୪.୩୦ PM ପର୍ଯ୍ୟନ୍ତ );

ଇ ମେଲ: ntse2@yahoo.co.in,

ଅଧିକ ତଥ୍ୟ ପାଇଁ   କ୍ଲିକ କରନ୍ତୁ  ।

ଆଧାର  - ଜାତୀୟ ପ୍ରତିଭା ସନ୍ଧାନ ଯୋଜନା (NTSS )

Last Modified : 2/22/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate