ଭାରତରେ ବିଦ୍ୟାଳୟ ଭିତ୍ତିକ ସହଯୋଗ ମାଧ୍ୟମରେ ଶିକ୍ଷକ ଶିକ୍ଷା (ଟେସ-ଇଣ୍ଡିଆ) କାର୍ଯ୍ୟକ୍ରମ ଶିକ୍ଷକ ମାନଙ୍କୁ 'ମୁକ୍ତ ଶୈକ୍ଷିକ ସମ୍ବଳ' ମାଧ୍ୟମରେ ଶିକ୍ଷାର୍ଥୀ କୈନ୍ଦ୍ରିକ, ସହଭାଗୀ ଶିକ୍ଷା ପଦ୍ଧତିଗୁଡ଼ିକର ବିକାଶ କରିବାରେ ସହାୟତା ଦେବା ସହ ଭାରତରେ ଥିବା ପ୍ରାରମ୍ଭିକ ଓ ମାଧ୍ୟମିକ ଶିକ୍ଷକମାନଙ୍କ ଶ୍ରେଣୀରୁହରେ କାର୍ଯ୍ୟଧାରା ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛି ! ଟେସ୍-ଇଣ୍ଡିଆର ଏହି 'ମୁକ୍ତ ଶୈକ୍ଷିକ ସମ୍ବଳ' ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ ପାଠ୍ୟପୁସ୍ତକର ଏକ ସହଯୋଗୀ ଅଟେ । ଏଗୁଡ଼ିକ, ଅନ୍ୟ ଶିକ୍ଷକମାନେ ପ୍ରସଙ୍ଗଟିକୁ କିପରି ପଢ଼ାଇଛନ୍ତି ତାହା ପ୍ରଦର୍ଶନ କରିବା ସହ ଶ୍ରେଣୀ ଗୃହରେ ଶିକ୍ଷାର୍ଥୀମାନଙ୍କ ସହ ପ୍ରାକ୍ ପରୀକ୍ଷଣ ପାଇଁ ଶିକ୍ଷଣକାର୍ଯ୍ୟମାନ ଯୋଗାଇ ଦେଇଥାଏ । ଏହା ବ୍ୟତିତ ଶିକ୍ଷକମାନଙ୍କୁ ସେମାନଙ୍କ ପାଠ ଯୋଜନା ଏବଂ ବିଷୟଗତ ଜ୍ଞାନର ଅଭିବୃଦ୍ଧି ପାଇଁ ଏହା ସଂଯୋଗ ସ୍ଥାପନ କରେ ।
ଟେସ୍-ଇଣ୍ଡିଆର 'ମୁକ୍ତ ଶୈକ୍ଷିକ ସଂଚଳ ଗୁଡ଼ିକ ଭାରତୀୟ ପାଠ୍ୟ ଖସଡ଼ା ଓ ପରିପେକ୍ଷୀ ଅନୁଯାୟୀ ଉଭୟ ଭାରତୀୟ ଓ ଆର୍ତ୍ତଜାତୀୟ ଲେଖକମାନଙ୍କ ସହଭାଗୀତାରେ ପ୍ରସ୍ତୁତ ।ଏହା ଉଭୟ ଅନଲାଇନ ଓ ମୁଦ୍ରିତ ଭାବେ ବ୍ୟବହାର ପାଇଁ ଇଣ୍ଟରନେଟ୍ (ଟ୍ରେସ ଇଣ୍ଡିଆ)ଉପଲବ୍ଧ କରାଯାଇଛି ଓ ଟେସ୍-ଇଣ୍ଡିଆର କାର୍ଯ୍ୟକ୍ରମ ଚାଲୁଥିବା ଭାରତୀୟ ରାଜ୍ୟଗୁଡ଼ିକ ପାଇଁ ଉପଯୁକ୍ତ ଅଟେ । ଏହାର ବ୍ୟବହାରକାରୀମାନଙ୍କୁ ସ୍ଥାନୀୟ ପ୍ରସଙ୍ଗିକତା ଓ ଆବଶ୍ୟକତାକୁ ଭରଣା କରିବା ନିର୍ମିକ ସ୍ଥାନୀୟକରଣ କରି ଗ୍ରହଣ କରିବାକୁ ଆମନ୍ତ୍ରିତ କରାଯାଇଛି । ଟେସ୍-ଇଣ୍ଡିଆ ଭାରତ ଓ ଯୁକ୍ତରାଜ୍ୟ ସରକାରଙ୍କ ମିଳିତ କାର୍ଯ୍ୟକ୍ରମର ଏକ ଅଂଶ ଓ ଯୁକ୍ତରାଜ୍ୟର ମୁକ୍ତ ବିଶ୍ଵବିଦ୍ୟାଳୟ ଦ୍ଵାରା ପରିଚାଳିତ।
ଏହି ଏକକରେ କେତେକ କାର୍ଯ୍ୟମାନ ସଙ୍କେତ ସହ ସମ୍ମିଳିତ କରାଯାଇଛି । ଟେସ-ଇଣ୍ଡିଆର ‘ଭିଡ଼ିଓ ସମ୍ବଳ ସମୂହ" ଶିକ୍ଷା ତତ୍ତ୍ଵ ଆଧାରିତ । ଏଥିରେ ଥିବା ଭିଡ଼ିଓଗୁଡ଼ିକ ନିର୍ଦ୍ଦିଷ୍ଟ ବିଷୟ ପାଇଁ ଭାରତୀୟ ଶ୍ରେଣୀଗୁହ ପରିପ୍ରେକ୍ଷୀରେ ପଢ଼ାଇବାର କୌଶଳଗୁଡ଼ିକୁ ସଚିତ୍ର ବର୍ଣ୍ଣନା କରିଛି । ଆମେ ଆଶାକରୁ ଯେ ଏଗୁଡ଼ିକ ଆପଣମାନଙ୍କୁ ଅନୁରୂପ କାର୍ଯ୍ୟଧାରାଗୁଡ଼ିକର ପରୀକ୍ଷଣ ନିମିତ୍ତ ଅନୁପ୍ରେରିତ କରିବ । ଏହିସବୁ ଆପଣଙ୍କ ଦ୍ଵାରା କରାଯାଉଥିବା ପାଠ୍ୟପୁସ୍ତକ ଆଧାରିତ କାର୍ଯ୍ୟଗୁଡ଼ିକର ଅଭିଜ୍ଞତା ବୃଦ୍ଧି କରିବା ନିମିତ୍ତ ଅଭିପ୍ରେରିତ । ଟେସ୍ଇଣ୍ଡିଆ ଭିଡିଓ ସମ୍ବଳ ସମୂହ ଅନଲାଇନରେ (ଟ୍ରେସ ଇଣ୍ଡିଆ)ଉପଲବ୍ଧ ଡାଉନଲୋଡ କରାଯାଇପାରିବ । ଆପଣମାନେ ଏହି ଭିଡିଓ ଗୁଡିକୁ ସି.ଡି ବା ମେମୋରୀ କାର୍ଡ ମାଧ୍ୟମରେ ବ୍ୟବହାର କରିପାରିବେ । ଆପଣମାନେ ଏହି ଭିଡ଼ିଓଗୁଡ଼ିକୁ ସି. ଡ଼ି. ବା ମେମୋରୀ କାର୍ଡ଼ ମାଧ୍ୟମରେ ବ୍ୟବହାର କରି ପାରିବେ ।
ଏହି ସଂକଳନଟି 'କେଟସ୍ ଇଣ୍ଡିଆର ମୁକ୍ତ ଶିକ୍ଷା ସାଧନ’ର ପ୍ରାରାସିକ ଗଣିତ ସଂକଳନର ଏକ ଭାଗ ଅଟେ/ ମୂଳ ଇଂରାଜୀ ଲେଖାକୁ ଶ୍ରୀ ତାପସ କୁମାର ନାୟକ ଓଡିଆ ଭାଷାନ୍ତର କରିଥିବା ବେଳେ ଡକ୍ଟର ମୋହିତ ମୋହନ ଯାହାନ୍ତି ସମୀକ୍ଷା କରିଛନ୍ତି । ଏହି ସଂକଲନରେ ବ୍ୟବହୃତ ହୋଇଥିବା ତୃତୀୟ ପକ୍ଷ ସାଧନ ବ୍ୟତୀତ ଅନ୍ୟ ସମସ୍ତ ସମ୍ବଳ । ଲେଖ creativecommons.org ରେ ବ୍ୟବାହର ପାଇଁ ଉପଲବ୍ଧ ଅଟେ ।
ସାଧାରଣତଃ ପିଲାମାନେ ଗୃହ ଓ ଗୋଷ୍ଠୀର ବ୍ୟକ୍ତି ବିଶେଷଙ୍କ ସହ କ୍ରିୟା ପ୍ରତିକ୍ରିୟା ମାଧ୍ୟମରେ ଭାବ, ଭାଷା, ଜ୍ଞାନ, କୌଶଳ, ଧାରଣା ଆଦି ହାସଲ କରିଥାନ୍ତି । ଏହି ସବୁକୁ ଆଧାର କରି ସେମାନେ ବିଦ୍ୟାଳୟ ଶିକ୍ଷା ଆରମ୍ଭ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ବିଚାର କଲେ ଜଣାଯାଏ ଯେ ଭାଷାଗତ ଓ ସାଂସ୍କୃତିକ ଦକ୍ଷତା କ୍ରମବର୍ଦ୍ଧିଷ୍ଣୁ ବିକାଶର ମୁଖ୍ୟ ସମ୍ବଳ ଅଟେ । ଆଉ ଯେତେବେଳେ ଶିକ୍ଷକ ଏହି କଥାକୁ ସ୍ଵୀକୃତି ଦେବେ ସେତେବେଳେ ସେମାନଙ୍କ ବିଦ୍ୟାଳୟର ଅନୁଷ୍ଠାନିକ ଶିକ୍ଷଣ ଅଧିକ ଫଳପ୍ରଦ ହୋଇପାରିବ ।
ଏହି ଏକକ ମଧ୍ୟୟନ ପରେ ଆପଣ ଭାଷା ଓ ସାକ୍ଷରତା ଶିକ୍ଷାଦାନରେ ଶିକ୍ଷାର୍ଥୀମାନଙ୍କର ଗୃହ ଓ ଗୋଷ୍ଠୀ ସଂପର୍କିତ ଅଭିଜ୍ଞତାକୁ ଜାଣିବେ ଓ ତତ୍ ସଂପର୍କିତ ମୂଲ୍ୟାୟନର ଉପାୟମାନ ବାହାର କରିବେ ।
ଶିକ୍ଷାର୍ଥୀମାନେ ସେମାନଙ୍କର ବହୁ ସମୟ ଗୃହ ଓ ଗୋଷ୍ଠୀ ମଧ୍ୟରେ କଟାଇଥାନ୍ତି । ଏହି ସମୟରେ ସେମାନେ ଅଣଆନୁଷ୍ଠାନିକ ଭାବରେ ଅନେକ କଥା ଶିଖିଥାନ୍ତି । ମାତ୍ର ବାସ୍ତବ କ୍ଷେତ୍ରରେ ଦେଖାଯାଏ ଯେ ପାଠ୍ୟପୁସ୍ତକ ଉପରେ ଅତ୍ୟଧିକ ଗୁରୁତ୍ଵ ଯୋଗୁଁ ଶିକ୍ଷକମାନେ ଶିକ୍ଷାର୍ଥୀମାନଙ୍କର ଅର୍ନ୍ତନିହିତ ଜ୍ଞାନ, କୌଶଳ ତଥା ଅଭିଜ୍ଞତାକୁ ଅଣଦେଖା କରିଥାନ୍ତି ।
ଏପରି ଦେଖାଯାଏ ଯେ ଅଧିକାଂଶ ଶିକ୍ଷାର୍ଥୀ ବିଶେଷତଃ ପ୍ରଥମ ପିଢ଼ିର ଶିକ୍ଷାର୍ଥୀମାନେ ବିଦ୍ୟାଳୟରେ ସେମାନଙ୍କ ଆଦ୍ୟପ୍ରବେଶ କାଳରେ ଅପରିଚିତ ବ୍ୟକ୍ତି, ଭାଷା ତଥା କାର୍ଯ୍ୟ ଆଦିକୁ ଦେଖି ଦ୍ଵନ୍ଦରେ ପଡ଼ିଯାଆନ୍ତି । ଏଣୁ ଏହି ନୂତନ ପରିସ୍ଥିତିରେ ସେମାନେ ଅଧିକ ସୁରକ୍ଷିତ ଅନୁଭବ କରିବେ ଯେତେବେଳେ ଶିକ୍ଷାର୍ଥୀମାନେ ଜାଣିଥିବା ଭାଷା ତଥା ସେମାନଙ୍କ ସାସ୍କୃତିକ ଧାରା ଉପରେ ଆପଣ ଗୁରୁତ୍ଵ ଦେବେ । ଫଳରେ ବିଦ୍ୟାଳୟରେ ସେମାନଙ୍କ ପାଇଁ ଏକ ପରିଚିତ ପରିବେଶ ସୃଷ୍ଟି କରାଯାଇ ପାରିବ ।
ସାଧାରଣତଃ ଦେଖିବାକୁ ଗଲେ ପିଲାମାନଙ୍କୁ ସବୁଦିନେ ଗୃହ ଶିକ୍ଷା ଓ ବିଦ୍ୟାଳୟ ଶିକ୍ଷା ମଧରେ ଥିବା ପ୍ରତିବନ୍ଧକ ଅତିକ୍ରମ କରିବାକୁ ପଡ଼ିଥାଏ । ଏହି ଏକକଟିରେ ଉଭୟ ଶିକ୍ଷକ ଓ ଶିକ୍ଷାର୍ଥୀମାନଙ୍କ ପ୍ରତିବନ୍ଧକ ଅତିକ୍ରମ ଧାରାକୁ ସହଜ କରିବା ପାଇଁ କେତେକ କାର୍ଯ୍ୟ ସମୂହର ଉପସ୍ଥାପନ କରାଯାଇଛି ।
ଟିକିଏ ଚିନ୍ତା କରନ୍ତୁ
ପରିସ୍ଥିତି ଅନୁଧ୍ୟାନ ୧: ଶ୍ରୀମତୀ ଭାରତୀଙ୍କର ପିଲାମାନଙ୍କର ପ୍ରାକ୍ ବିଦ୍ୟାଳୟ ଜ୍ଞାନ ଓ କୌଶଳ ସଂପର୍କିତ ପ୍ରତିଫଳନ
ଶ୍ରୀମତୀ ଭାରତୀ ଭୁବନେଶ୍ଵରର ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ । ଦିନେ ସେ ଗୋଟିଏ ଦୋକାନରୁ ପାତ୍ରଟିଏ କିଣିଲେ । ଦୋକାନଟି ତାଙ୍କର ଗୋଟିଏ ଦ୍ଵିତୀୟ ଶ୍ରେଣୀ ଛାତ୍ରର ବାପାଙ୍କର ଥିଲା । ସେଠାରେ ସେ ସେହି ଛାତ୍ରଙ୍କର ଗରିବର୍ଷର ଭଉଣୀ ଝୁନାକୁ ଭେଟିଲେ ଯିଏକି ସେ ପର୍ଯ୍ୟନ୍ତ ବିଦ୍ୟାଳୟରେ ନାମ ଲେଖାଇ ନଥିଲା ।
ଝୁନା ଚଟାଣର ଏକ କାର୍ଡବେର୍ଡ ବାକ୍ସ ନିକଟରେ ବସିଥିଲା । ସେ ପ୍ୟାକେଟ୍ ଗୁଡ଼ିକୁ ପାଖକୁ ନେଇ ଗଣି ଥାକ ଥାକ କରି ରଖୁଥିଲା । ତା’ର ବାପା ସେହି ସମୟରେ ଜଣେ ଗ୍ରାହକ ସହ କଥାବାର୍ଭା କରୁଥିଲେ । ମୁଁ ଝୁନାକୁ ପଚାରିଲି, ତୁମେ କି ପାତ୍ର ବିକୁଛ ? ମୋ କଥା ଶୁଣି ସେ ତା’ର ମାଆଙ୍କୁ ଡାକିଲା । ତା’ର ମାଆ ଦୋକାନର ପଛ ପାଖରୁ ବାହାରିଲେ । ସେ ତାଙ୍କ ଘର ଭାଷାରେ ପାତ୍ର ପାଇଁ ଶବ୍ଦ ବ୍ୟବହାର କରି ଗୋଟିଏ କୋଣକୁ ଆଙ୍ଗୁଳି ନିର୍ଦ୍ଦେଶ କରି ଉତ୍ତର ଦେଲେ । ଝୁନା ତା' ସାଙ୍ଗରେ ମୋତେ ପାତ୍ର ଦେଖାଇବାକୁ ନେଇଗଲା ଓ ଦୁଇ ତିନୋଟି ପାତ୍ର ଉଠାଇ ଆଣିଲା । ବିଭିନ୍ନ ରଙ୍ଗର ପାତ୍ର ସେ ମୋତେ ଦେଖାଇଲା । ମୁଁ ସେଥିରୁ ଲାଲ ରଙ୍ଗର ପାତ୍ରଟିକୁ ପସନ୍ଦ କଲି । ସେହି ପାତ୍ରଟିକୁ ସେ ଧରି ଦୋକାନକୁ ନେଇ ଆସିଲା । ମୋ ପାଖରୁ ଟଙ୍କା ନେଇ ତା'ର ମାଆକୁ ଦେଲା ଓ ତାଙ୍କ ଠାରୁ ବଳକା ପଇସା ଆଣି ମୋତେ ଫେରାଇ ଦେଲା । ପାତ୍ରଟିକୁ କାଗଜରେ ଗୁଡାଇବାରେ ସେ ତା’ର ମାଆଙ୍କୁ ସାହାଯ୍ୟ କଲା ଓ ମୋ ବ୍ୟାଗରେ ରଖି ଦେଲା । ଶେଷରେ ସେ ଓ ତା’ର ମାଆ ଉଭୟେ ମୋତେ ଓଡ଼ିଆରେ ଧନ୍ୟବାଦ ଦେଲେ ଓ ବିଦାୟ ନମସ୍କାର ଜଣାଇଦେଲେ ।
ମୁଁ ଯେତେବେଳେ ଦୋକାନ ଛାଡ଼ିଲି, ସେତେବେଳେ ଅନୁଭବ କଲି ଯେ ଝୁନା ଶିଖିଥିବା ଜ୍ଞାନ ଓ କୌଶଳ ତା’ର ବିଦ୍ୟାଳୟ ଶିକ୍ଷାରେ ସହାୟକ ହେବ ।
ଟିକିଏ ଚିନ୍ତା କରନ୍ତୁ
ଆପଣଙ୍କ ଧାରଣାକୁ ଆମ ଧାରଣା ସହିତ ତୁଳନା କରନ୍ତୁ
ଝୁନାରଗାଣିତିକ ଦକ୍ଷତା ବଢୁଛି । ସେ ଗଣି ପାରୁଛି । ବିଭିନ୍ନ ଜିନିଷର ଏକତ୍ରୀକରଣ, ବର୍ଗୀକରଣ ମଧ୍ୟ ସେ ଶିଖିଛି ! ଟଙ୍କା ଓ ଖୁଚୁରା ପଇସା ବିଷୟରେ ବୁଝିବା ଆରମ୍ଭ କରୁଛି । ଦୋକାନରେ କିପରି ବିକ୍ରୀବଟା ହୁଏ ତାହା ସେ ଜାଣିପାରିଲାଣି । ସେ ବର୍ତ୍ତମାନ ଶୁଣି ବୁଝିପାରୁଛି ଯେ ପ୍ରଶ୍ନ ପଚାରି କିପରି ତଥ୍ୟ ସଂଗ୍ରହ କରାଯାଏ । ଗ୍ରାହକ ସହିତ କିପରି ଭଦ୍ରତାର ସହିତ ବ୍ୟବହାର କରାଯାଏ, ସେ ଜାଣିଲାଣି ।
ଝୁନା ତା’ର ଘରଭାଷାରେ ଭଲ ଭାବରେ କଥାବାର୍ଭା କରିପାରୁଛି । ସେ ବିଭିନ୍ନ ରଙ୍ଗର ନାମ ଜାଣିଛି । ପ୍ରଶ୍ନ ପଚାରିବା ପାଇଁ ଭାଷା ବ୍ୟବହାର କରିପାରୁଛି, ସୂଚନା ଓ ନିର୍ଦେଶ ବୁଝିପାରୁଛି । ସେ ତା’ର ଘରଭାଷା ସହିତ ଓଡିଆ ମଧ୍ୟ ବୁଝୁଛି । ସେ ନିଜେ ଜାଣି ପାରିଲାଣି ଯେ ଲୋକମାନେ ବିଭିନ୍ନ ଭାଷାରେ କଥାବାର୍ତ୍ତା କରନ୍ତି ।
ପର୍ଯ୍ୟବେକ୍ଷଣ, ଭାବ ଆଦାନ ପ୍ରଦାନ ଓ ଅନୁକରଣ ମାଧ୍ୟମରେ ଝୁନାର ସାଧାରଣ ଜ୍ଞାନ ତଥା ଭାବବିନିମୟ ଶୈଳୀ ମଧ୍ୟ ବଢିଗଲାଣି । ଏହା ତାର ବିଦ୍ୟାଳୟରେ ଭାଷା ଦକ୍ଷତା ଓ ଶିକ୍ଷଣ ପାଇଁ ଏକ ମୂଳଦୂଆ ରୂପେ ନିଶ୍ଚିତ କାମ କରିବ ।
ଛାତ୍ରଛାତ୍ରୀମାନେ ଘରେ ତଥା ଗୋଷ୍ଠୀରେ ବହୁତ କଥା ଶିଖିଥାଆନ୍ତି । ବିଦ୍ୟାଳୟରେ ମଧ୍ୟ ବହୁତ କଥା ଶିଖନ୍ତି । ଆପଣଙ୍କର ଛାତ୍ରଛାତ୍ରୀମାନେ ତାଙ୍କର ସାନ ଭାଇଭଉଣୀର ଦେଖାଚାହାଁ କରନ୍ତି, ବୁଢ଼ାବାପା ବୁଢୀମାଆଙ୍କର ଦାୟିତ୍ଵ ନିଅନ୍ତି । ପୋଷା ପଶୁପକ୍ଷୀଙ୍କର ଯତ୍ନ ନିଅନ୍ତି, ବାପାମାଆଙ୍କୁ ବିଭିନ୍ନ କାର୍ଯ୍ୟରେ ସାହାଯ୍ୟ କରନ୍ତି, କ୍ରାଫ୍ଟ ତିଆରି କରନ୍ତି ଏହି ସବୁ କାର୍ଯ୍ୟ କରିବା ସମୟରେ ସେମାନେ ଅନୌପଚାରିକ ଭାବରେ ବହୁତ କଥା ଶିଖିଥାନ୍ତି ।
ଆପଣଶିକ୍ଷାର୍ଥୀମାନଙ୍କୁ ସେମାନଙ୍କର ଆଗ୍ରହ, ରୁଚି, କାର୍ଯ୍ୟ, ପ୍ରତିବଦ୍ଧତା ପ୍ରକାଶ ପାଇଁ ସୁଯୋଗ ଦେଲେ ଏହା ଶ୍ରେଣୀ ଗୃହରେ ଉପଯୁକ୍ତ ଭାବ ବିନିମୟ କରିବାରେ ସେମାନଙ୍କୁ ଉତ୍ସାହିତ କରିବ । ଏହା ମଧ୍ୟ ଆପଣଙ୍କୁ ସେମାନଙ୍କ କଥନ ଓ ଶ୍ରବଣ ଦକ୍ଷତା ଆକଳନରେ ସହାୟକ ହେବ । ବିଶେଷତଃ ଯେତେବେଳେ ଶିକ୍ଷାର୍ଥୀର ଗୃହ ଭାଷା ଓ ବିଦ୍ୟାଳୟର ଭାଷା ଅଲଗା ହୋଇଥିବ ସେତେବେଳେ ଏହା ଅଧିକ ସହାୟକ ହୋଇପାରିବ ।
ଆପଣଙ୍କୁ ସାହାଯ୍ୟ କରିବା ପାଇଁ ନିମ୍ନୋକ୍ତ କାର୍ଯ୍ୟ ପ୍ରସ୍ତୁତ କରାଯାଇଛି ।
ଶିକ୍ଷଣକାର୍ଯ୍ୟ- ୧: ଦୈନନ୍ଦିନ କଥୋପକଥନ :- ବିଦ୍ୟାଳୟର ଏହି ପର୍ଯ୍ୟାୟ କାର୍ଯ୍ୟ ଶେଷ ହେବାପରେ ପ୍ରତିଦିନର, କାର୍ଯ୍ୟ ପାଇଁ ଆପଣ ଏକ ନିର୍ଘଣ୍ଟ ପ୍ରସ୍ତୁତ କରନ୍ତୁ । ଏହା ମାଧ୍ୟମରେ ଆପଣ ଶିକ୍ଷାର୍ଥୀମାନଙ୍କ ସହିତ ଅନୌପଚାରିକ ଢ଼ଙ୍ଗରେ ବ୍ୟକ୍ତିଗତ ତଥା ଦଳରେ କଥୋପକଥନ କରିପାରିବେ । ଏହା ବିଦ୍ୟାଳୟ କାର୍ଯ୍ୟ ଆରମ୍ଭ ବା ଶେଷରେ କିମ୍ବା ଅବସର ସମୟରେ ସଂପାଦନ କରଯାଇପାରିବ । ଏହା ନିଶ୍ଚିତ କରିବା ଦରକାର ଯେ ଆପଣ ସବୁ ଶିକ୍ଷଅଁମାନଙ୍କ ସହିତ ଅଧିକ ସମୟ ଧରି ଭାବ ବିନିମୟ କରୁଛନ୍ତି । ଏହାକୁ ତଦାରଖ କରିବା ପାଇଁ ଆପଣ ଏକ ସରଳ ତନଖି ତାଲିକା ବ୍ୟବହାର କରିପାରିବେ ।
ଉଦାହରଣ ସ୍ୱରୂପ ଆପଣ ସେମାନଙ୍କୁ ପଚାରି ପାରନ୍ତି ଯେ ସେମାନେ କୌଣସି ଏକ ପର୍ବ ପାଳନକୁ ଉପଭୋଗ କରିଛନ୍ତି, ବା ନିକଟରେ କୌଣସି ଝଡ଼ ବାତ୍ୟାରେ ପ୍ରଭାବିତ ହୋଇଛନ୍ତି ବା କୌଣସି ନିର୍ଦ୍ଧିଷ୍ଟ କ୍ରିକେଟ ମ୍ୟାଚକୁ ସମର୍ଥନ କରିଛନ୍ତି ।
ଆପଣଙ୍କ ଶିକ୍ଷାର୍ଥୀମାନେ ବିଦ୍ୟାଳୟ ବାହାରେ ଯାହା ଶିଖନ୍ତି ତାହାକୁ ଶ୍ରେଣୀରେ ଶିଖିଲାବେଳେ ସେମାନେ କିପରି ଉପଯୋଗ କରିପାରିବେ ତାର ସୁଯୋଗ ଖୋଜନ୍ତୁ । ଆପଣ ନିଶ୍ଚୟ କହିପାରିବେ :
ମୁଁ ଅନେକ କିଛି ଜାଣେ ଯେ ତୁମେ ଏହି ମାସରେ ଭୟାବହ ପାଗ ସତ୍ତ୍ୱେ ତୁମର ପିତାମାତାଙ୍କୁ ବଜାର କରିବାରେ ସାହାଯ୍ୟ କରିଛ । ଏହା ନିଶ୍ଚିତ ଭାବରେ ଏକ ଭଲ କାର୍ଯ୍ୟ । ଗଣିତ ପାଠରେ ଆଜି ତୁମେ ତୁମର କୌଶଳ ପ୍ରଦର୍ଶନ କରିପାରିବ; କାରଣ, ଆମେ ଏବେ ଟଙ୍କାର ଯୋଗ ବିୟୋଗ କାର୍ଯ୍ୟ କରୁଛେ । ତୁମ ମଧ୍ୟରୁ କେତେ ଜଣ ବଜାରରେ ଟଙ୍କା ବଦଳରେ ଖୁଚୁରା ପଇସା ଦେଇଛ ? ଏହି ହିସାବ କିତାବକୁ ତୁମେ ତୁମର ବାପା କିମ୍ବା ମାଆଙ୍କ ସହିତ ତନଖ୍ କରିଛ କି ?
ଶିକ୍ଷାର୍ଥୀମାନଙ୍କ ଠାରୁ ମିଳିଥିବା ଉତ୍ତର ଆପଣଙ୍କୁ ବିଦ୍ୟାଳୟ ଶିକ୍ଷା ପାଇଁ ସେମାନଙ୍କ ପାଖରେ ଥିବା ଜ୍ଞାନ ଓ କୌଶଳ ସଂପର୍କରେ ଆପଣଙ୍କୁ ଅର୍ନ୍ତଦୃଷ୍ଟି ଯୋଗାଇ ଦେଇପାରିବ । ଶିକ୍ଷାର୍ଥୀମାନଙ୍କ ବିଷୟରେ ଯାହା ଶିଖିଲେ ଓ ସେମାନେ କେଉଁ ଆଗ୍ରହ ଓ କାର୍ଯ୍ୟ ସବୁ ଅନ୍ୟ ସହ ବିନିମୟ କରନ୍ତି ତାହାର ଏକ ଲେଖା ରଖନ୍ତୁ । ଏହାଦ୍ଵାରା ଶିକ୍ଷାର୍ଥୀମାନଙ୍କ ଆଗ୍ରହ ଓ କାର୍ଯ୍ୟ ବିଷୟରେ ଆପଣ ଅଧିକ ତଥ୍ୟ ହାସଲ କରିପାରିବେ ।
ଆପଣ ଯଦି ବର୍ଷ ତମାମ ଏହି କାର୍ଯ୍ୟ କରନ୍ତି ତେବେ ଆପଣ ଏହାକୁ ପାଠ୍ୟପୁସ୍ତକ, ସିଲାବସ୍ ଓ ପାଠଯୋଜନା ସହ ସଂର୍ପକିତ କରିବେ । ଏଥି ସଙ୍ଗେ ସଙ୍ଗେ ଶିକ୍ଷାର୍ଥୀମାନେ ଜାଣିଥିବା ଓ ଜାଣିବାକୁ ଆଗ୍ରହୀ ଥିବା ନୂଆ ପ୍ରସଙ୍ଗ ସହିତ ଏହାକୁ ଯୋଡ଼ିବାର ସୁଯୋଗମାନ ବାହାର କରିପାରିବେ । ଏହି ଶ୍ରବଣ ଓ କଥନ କାର୍ଯ୍ୟ ସଂପ୍ରସାରଣ କରିବା ପାଇଁ ଆପଣ ଶିକ୍ଷାର୍ଥମାନଙ୍କୁ ସାପ୍ତାହିକ ଡାଏରୀ ଲେଖିବା ପାଇଁ ଉତ୍ସାହିତ କରନ୍ତୁ । ଏଥିରେ ସେମାନେ ବିଦ୍ୟାଳୟ କାର୍ଯ୍ୟ ନିର୍ଘଣ୍ଟ ବାହାରେ ଥିବା ସମୟରେ କ'ଣ କ'ଣ କରନ୍ତି ଲେଖିବାକୁ କୁହନ୍ତୁ ।
ଶ୍ରେଣୀରେ ସବୁ ଶିକ୍ଷାର୍ଥୀଙ୍କ ସଂପୃକ୍ତି ନିମିତ୍ତ ଅଧିକ ଜାଣିବା ପାଇଁ ସମ୍ବଳ-୧ର ସାହାଯ୍ୟ ନିଅନ୍ତୁ ।
ଶିକ୍ଷଣ କାର୍ଯ୍ୟ – ୨: ଏକ ଶ୍ରେଣୀ ଆଲୋଚନା :- ଶିକ୍ଷାର୍ଥୀମାନଙ୍କ ବିଦ୍ୟାଳୟ ବାହାରର ଆଗ୍ରହ ଓ ପ୍ରତିବଦ୍ଧତା ନେଇ ଶ୍ରେଣୀ ଆଲୋଚନାର ଏକ ଯୋଜନା କରନ୍ତୁ । ଉତ୍ସାହ ବଦ୍ଧିକ ଭାବେ ଏକକ ଉତ୍ତର ଆଧାରିତ ପ୍ରଶ୍ନମାନ ବ୍ୟବହାର କରନ୍ତୁ । ଏଠାରେ କେତେକ ଧାରଣା ଦିଆଯାଇଛି । କିନ୍ତୁ ଆପଣ ଆପଣଙ୍କ ପ୍ରସଙ୍ଗକୁ ଆଧାର କରି ପ୍ରଶ୍ନମାନ ବାଛିବା ଆବଶ୍ୟକ ।
ପ୍ରଶ୍ନଗୁଡ଼ିକ କଳାପଟାରେ ଲେଖି ଦିଅନ୍ତୁ । ଆପଣ ନିଜେ ଏହାର ଉତ୍ତର ଦେଇ ଆରମ୍ଭ କରନ୍ତୁ ।
ଏହା ପରେ ଦୁଇ କିମ୍ବା ତିନିଜଣ ଶିକ୍ଷାର୍ଥୀଙ୍କୁ ଏହି ପ୍ରଶ୍ନ ପଶ୍ଚରନ୍ତୁ । ଉତ୍ସାହ ବର୍ଦ୍ଧକ ଓ ସଂପର୍କିତ ପ୍ରଶ୍ନ ମାଧ୍ୟମରେ ଭାବ ବିନିମୟ ଦକ୍ଷତାକୁ ବଢାନ୍ତୁ ଯେପରି – ପ୍ରକୃତରେ ? କେଉଁ ଠାରୁ ତୁମେ ତାହା ଶିଖିଲ ? ଏହାପରେ ତୁମେ କଣ କରିବ ? ଇତ୍ୟାଦି । ଆପଣ ଶିକ୍ଷାର୍ଥୀମାନଙ୍କୁ ନେଇ ଛୋଟ ଦଳ ଗଠନ କରନ୍ତୁ । କଳାପଟାରେ ଲେଖାଥିବା ପ୍ରଶ୍ନଗୁଡ଼ିକୁ ଦଳରେ ଆଲୋଚନା କରିବାକୁ କୁହନ୍ତୁ । ଏହି ଭିତରେ ଏଥି ସହିତ ସଂପର୍କିତ କରି ପରସ୍ପରକୁପ୍ରଶ୍ନମାନ ପଚାରିବା ପାଇଁ ସେମାନଙ୍କୁ ଉତ୍ସାହିତ କରନ୍ତୁ । ସେମାନଙ୍କ କଥୋପକଥନ ଆରମ୍ଭ ହେବା ମାତ୍ରେ ଚାରିପାଖରେ ବୁଲି ଦଳଗୁଡ଼ିକର କାର୍ଯ୍ୟକୁ ତଦାରଖ କରନ୍ତୁ, ଯେପରି ଦଳର ପ୍ରତ୍ୟେକ ଶିକ୍ଷାର୍ଥୀ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି।
ଦଳଗତ ଆଲୋଚନାର ବିକଳ୍ପ ଭାବେ ଆପଣ ଶିକ୍ଷାର୍ଥୀମାନଙ୍କ ସହିତ ପରସ୍ପର ସାକ୍ଷାତକାର ଯୋଡିରେ କରିପାରିବେ । ସାକ୍ଷାତକାର ସମୟରେ ତାର ସାଙ୍ଗ ତା ବିଷୟରେ କ’ଣ ସବୁ କହିଲେ ତାର ଏକ ତାଲିକା ପ୍ରସ୍ତୁତ କରିବାକୁ କୁହନ୍ତୁ ।
ପରବର୍ତ୍ତିପରିସ୍ଥିତି ଅଧ୍ୟୟନରେ ଜଣେ ଶିକ୍ଷକ ଶିକ୍ଷାର୍ଥୀମାନଙ୍କ ବିଷୟରେ ତାଙ୍କର ଜ୍ଞାନକୁ ପରିବଦ୍ଧିତ ଭାଷା ଓ ସାକ୍ଷରତା ପ୍ରକଳ୍ପ ଯୋଜନା କରିବାରେ ବ୍ୟବହାର କରିଛନ୍ତି ।
ପରିସ୍ଥିତି ଅଧ୍ୟୟନ-୨: ସୁଶ୍ରୀ ସ୍ନେହାଙ୍କର ପର୍ବ ପର୍ବାଣି ସମ୍ବନ୍ଧରେ ଭାଷା ଓ ସାକ୍ଷରତା ପ୍ରକଳ୍ପ
ଏହାପରେ ମୁଁ ଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ ଦଳରେ ବିଭକ୍ତ କଲି । ପ୍ରତ୍ୟେକ ଦଳ ଗୋଟିଏ ପର୍ବର ପ୍ରତିନିଧିତ୍ଵ କରୁଥିଲେ । ପ୍ରତ୍ୟେକ ଦଳକୁ ଗୋଟିଏ ବଡ଼ କାଗଜ ଖଣ୍ଡ ଦେଇ ସେମାନେ ନିଜ ପର୍ବ ବିଷୟରେ ଯେତେ ଅଧିକ ଜାଣିଛନ୍ତି ଯଥା କ'ଣ ପର୍ବ ପାଳନ କରାଯାଏ, ପର୍ବରେ କେଉଁ ଠାକୁରଙ୍କୁ ପୂଜା କରାଯାଏ, କେଉଁ ଗୋଷ୍ଠୀର ଲୋକମାନେ ଏଥିରେ ସାମିଲ ହୁଅନ୍ତି । କେଉଁ ରୀତିନୀତି ଏଥିରେ ପାଳନ କରାଯାଏ, କେଉଁ ଖାଦ୍ୟ ରନ୍ଧାଯାଏ, ଏଥିରେ ସ୍ଵତନ୍ତ୍ର ପୋଷାକ ପରିଧାନ କରାଯାଏ କି ଓ କେଉଁ କାର୍ଯ୍ୟ ଏଥିରେ କରାଯାଏ। ଆଦି ଲେଖିବାକୁ ବୁଝାଇ ଦେଲି । ଏଥିପାଇଁ ସେମାନେ ଯଦି ଚାହିଁବେ ତେବେ ତାଙ୍କର ମାତୃଭାଷାରେ ଆଲୋଚନା କରିପାରିବେ ଓ ଲେଖା ପ୍ରସ୍ତୁତ କରିପାରିବେ ।
ଏହାପରେ ପ୍ରତ୍ୟେକ ଦଳକୁ ସେମାନଙ୍କ ଦ୍ଵାରା ପ୍ରସ୍ତୁତ ଲେଖାକୁ ଶ୍ରେଣୀରେ ଉପସ୍ଥାପନ କରିବାକୁ କହିଲି । ମୁଁ ଦଳଗୁଡ଼ିକୁ ପ୍ରଶ୍ନମାନ ପଚାରି ପ୍ରୋତ୍ସାହିତ କଲି ଯେପରି ଦିନର କେଉଁ ସମୟରେ ଏହା ଘଟିଥାଏ ? ତୁମେ କେତେବେଳେ ମନ୍ଦିରକୁ ଯାଅ ? ତୁମେ କ’ଣ ପିନ୍ଧ ? ତୁମର ଜେଜେବାପା ଓ ଜେଜେମାଆ ଏହି ପର୍ବ ପାଳନ କରନ୍ତି କି ? ଇତ୍ୟାଦି ଏହାପରେ ପ୍ରତ୍ୟେକ ଦଳ ନିଜର ପର୍ବକୁ ନେଇ ଏକ ପୋଷ୍ଟର ତିଆରି କରିବାକୁ ବୁଝାଇ ଦେଲି । ଗୃହକର୍ମ ପାଇଁ ସେମାନଙ୍କ ପିତାମାତା, ଜେଜେବାପା, ଜେଜେମା ଓ ଗୃହ ବା ଗୋଷ୍ଠୀର ଅନ୍ୟକାହାଠାରୁ ପର୍ବ ସମ୍ବନ୍ଧରେ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ କହିଲି । ଏଥିସହିତ ମୁଁ ସେମାନଙ୍କୁ କେତେକ ଉଦାହରଣ ପ୍ରଶ୍ନମାନ ଦେଲି ଯଥା ପର୍ବଟି ସବୁ ବର୍ଷ ଏଠାରେ ପାଳିତ ହୋଇଆସୁଛି କି ? ସବୁ ବର୍ଷ ଏହାଏପରି ବଡ଼ ଧରଣର ପାଳନ କରାଯାଏକି ? ସଙ୍ଗୀତର ପରିବର୍ତ୍ତନ ହୋଇଛି କି ? ଇତ୍ୟାଦି ମୋ ଶିକ୍ଷାର୍ଥୀମାନଙ୍କୁ ଦିନକୁ ଗୋଟିଏ ପ୍ରସଙ୍ଗକୁ ନେଇ ସପ୍ତାହକ ପାଇଁ ପୋଷ୍ଟର ଉପରେ କାର୍ଯ୍ୟ କରିବାକୁ ଦେଲି । ମୁଁ ଦଳରୁ ଦଳକୁ ବୁଲି ସେମାନଙ୍କ କଥା ଶୁଣିଲି, ଦେଖିଲି ଓ ଆବଶ୍ୟକ ବେଳେ ସାହାଯ୍ୟ କଲି ।
ମୁଁ ବୁଝାଇ ଦେଲି ଯେ ସେମାନେ ପୋଷ୍ଟର ଉପରେ ସେମାନଙ୍କର ବିଦ୍ୟାଳୟ ଭାଷା ବା ମାତୃଭାଷା ବା ଦୁଇଟିକୁ ମିଶାଇ ଲେଖିପାରିବେ । ସେମାନଙ୍କ ଭିତରୁ କେତେକ ପ୍ରଥମଥର ପାଇଁ ଶ୍ରେଣୀରେ ସେମାନଙ୍କ ମାତୃ ଭାଷାରେ ଲେଖିଥିଲେ । ଏପରି କରି ସେମାନେ ଗର୍ବିତ ଥିଲେ ।
ପୋଷ୍ଟର ପ୍ରସ୍ତୁତି କାର୍ଯ୍ୟ ସମାପ୍ତ ପରେ ପ୍ରତ୍ୟେକ ଦଳ ଶ୍ରେଣୀର ଅନ୍ୟମାନଙ୍କ ଆଗରେ ସେମାନଙ୍କ ପୋଷ୍ଟର ଉପସ୍ଥାପନ କରୁଥିଲେ । ମୁଁ ଏବଂ ଶ୍ରେଣୀର ଅନ୍ୟ ଶିକ୍ଷାର୍ଥୀମାନେ ସେମାନଙ୍କୁ ପ୍ରଶ୍ନମାନ ପଚାରୁଥିଲୁ । ଆମେ ସମସ୍ତେ ଏଥିରୁ ଅନେକ କିଛି ଶିଖିଲୁ । ଏହାପରେ ମୁଁ ରଙ୍ଗୀନ୍ ପୋଷ୍ଟର ଗୁଡ଼ିକୁ ସମସ୍ତଙ୍କ ପଢିବା ଓ ଉପଭୋଗ କରିବା ନିମିତ୍ତ କାନ୍ଥରେ ଲଗାଇଦେଲି ।
ଟିକିଏ ଚିନ୍ତା କରନ୍ତୁ
ଶିକ୍ଷାର୍ଥୀମାନଙ୍କ ଭାଷା ଓ ସାକ୍ଷରତା କୌଶଳ ବିକାଶରେ ଏହି କାର୍ଯ୍ୟକ୍ରମଗୁଡିକ ଅନେକ ସୁଯୋଗ ଯୋଗାଇ ଦେଇ ପାରିବ । ଏଥିରେ ନିମ୍ନୋକ୍ତ ଉପାଦାନଗୁଡିକ ଅଛି ଯଥା :-
ପ୍ରକଳ୍ପର ସବୁ ସମୟରେ ସେମାନେ ଉଭୟ ଗୃହ ଓ ବିଦ୍ୟାଳୟର ଭାଷା ବ୍ୟବହାର କରିବା ପାଇଁ ପ୍ରୋତ୍ସାହିତ ହେଉଥିଲେ ।
ଶିକ୍ଷାର୍ଥୀମାନଙ୍କର ସ୍ଥାନୀୟ ଜ୍ଞାନ ପ୍ରକଳ୍ପର କେନ୍ଦ୍ରବିନ୍ଦୁ ଥିଲା । ବ୍ୟକ୍ତିଗତ ଭାବରେ ଓ ଦଳରେ ତଦାରଖ କରିବାକୁ ଶିକ୍ଷକଙ୍କ ପାଖରେ ସମୟ ଥିଲା । ଶିକ୍ଷାର୍ଥୀମାନଙ୍କ ଅଂଶଗ୍ରହଣ ଓ କୌଶଳ ସଂପର୍କରେ ସେ ଲେଖା ବା ତନଖ୍ ତାଲିକା ରଖି ପାରିବେ । ଅଳ୍ପ ବୟସର ଶିକ୍ଷାର୍ଥୀମାନଙ୍କ ପାଇଁ ଏହିଭଳି ଏକ ପ୍ରକଳ୍ପ ମାଧ୍ୟମରେ କଥନ ଓ ଶ୍ରବଣ ଉପରେ ଗୁରୁତ୍ଵ ଦିଆଯିବା ଉଚିତ ।
ଅଳ୍ପ ବୟସର ଶିକ୍ଷାର୍ଥୀମାନେ ଚିତ୍ର ମଧ୍ୟ ଅଙ୍କନ କରିପାରିବେ ବା ପର୍ବପର୍ବାଣିର ବିଭିନ୍ନ ଦିଗକୁ ନେଇ ଅଭିନୟ କରିପାରିବେ । ସେହିପରି ବୟସ୍କ ଶିକ୍ଷାର୍ଥୀମାନଙ୍କ ପାଇଁ ଲିଖିତ ପ୍ରକଳ୍ପ ଅଧିକ ଗ୍ରହଣଯୋଗ୍ୟ ହୋଇପାରିବ । ଏହିଲିଖିତ ପ୍ରକଳ୍ପ ପର୍ବପର୍ବାଣିସମ୍ବନ୍ଧୀୟ ଗବେଷଣା ଓ ସ୍ଵତନ୍ତ୍ର ଶବ୍ଦଭଣ୍ଡାର ତଥାଧ୍ୟାନଯୁକ୍ତ ହେବା ଉଚିତ । ଏହି ପ୍ରକଳ୍କ ଶିକ୍ଷାର୍ଥୀମାନଙ୍କ ଭାଷା, ଇତିହାସ ଓ ପାରଂପାରିକ ସଂସ୍କୃତି ଆଧାରିତ ହେବା ଦରକାର ।
ମୁଖ୍ୟ ସମ୍ବଳ ‘ଶିକ୍ଷଣ ପାଇଁ କଥନ’ରେ ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସହଭାଗୀ କାର୍ଯ୍ୟ ଉପରେ ଅଧିକ ଧାରଣା ଦିଆଯାଇଛି ।
ବିଦ୍ୟାଳୟରେ ଶିକ୍ଷାର୍ଥୀମାନଙ୍କର ଭାଷା ଓ ସାକ୍ଷରତା କୌଶଳ ବିକାଶରେ ସେମାନଙ୍କ ଗୃହ ଓ ଗୋଷ୍ଠୀ ଆଧାରିତ ଅଭିଜ୍ଞତା ବିନିଯୋଗର କି ଗୁରୁତ୍ଵ ଓ ମୂଲ୍ୟ ରହିଛି ସେ ସଂପର୍କରେ ଏହି ଏକକରେ ବର୍ଣ୍ଣନା କରାଯାଇଛି । ଆପଣଙ୍କ ଶିକ୍ଷାର୍ଥୀମାନେ ବିଦ୍ୟାଳୟରେ ଶିଖିବାକୁ ଅଧିକ ସୁରକ୍ଷିତ ଅନୁଭବ କରିବେ ଓ ପ୍ରୋତ୍ସାହିତ ହେବେ ଯଦି ସେମାନେ ବିଦ୍ୟାଳୟ ବାହାରେ ବ୍ୟବହାର କରୁଥିବା ଭାଷା ଏବଂ କରୁଥିବା କାର୍ଯ୍ୟମାନ ସେମାନଙ୍କ ଶିକ୍ଷକମାନଙ୍କ ଦ୍ଵାରା ସ୍ଵୀକୃତି ଲାଭ କରେ । ଆପଣ ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ଅଭିଜ୍ଞତାକୁ ଗୁରୁତ୍ଵ ଦେଉଛନ୍ତି । ଏହି ଧାରଣା ସୃଷ୍ଟି କରିବାକୁ ହେଲେ ଆପଣଙ୍କୁ ସେମାନଙ୍କ ସହ ସବୁ ସମୟରେ କଥୋପକଥନ ଓ ଆଲୋଚନା କରିବାକୁ ପଡ଼ିବ । ଏହା ମାଧ୍ୟମରେ ସେମାନଙ୍କ ବିଦ୍ୟାଳୟ ବାହାର ଆଗ୍ରହକୁ ଖୋଜିବାହାର କରିବାକୁ ପଡ଼ିବ ।
ଏହି ଏକକରେ ଅନେକ ଗୁଡ଼ିଏ ଉପାୟ ବିଷୟରେ ସୂଚିତ କରାଯାଇଛି ଯାହା ଦ୍ଵାରା ଶିକ୍ଷାର୍ଥୀର ଜ୍ଞାନ, ପରିବାର ସଦସ୍ୟ ଓ ଗୋଷ୍ଠୀ ଆଧାରରେ ପାଠ୍ୟ ପୁସ୍ତକର ପ୍ରସଙ୍ଗକୁ ଆପଣ ଶିକ୍ଷାର୍ଥୀମାନଙ୍କ ପାଇଁ ଅଧିକ ଅର୍ଥପୂର୍ଣ୍ଣ ଓ ପ୍ରାସଙ୍ଗିକ କରିପାରିବେ । ପାଠ୍ୟପୁସ୍ତକର ଯେକୌଣସି ପ୍ରସଙ୍ଗ ଓ ଯେ କୌଣସି ସ୍ତରର ଶିକ୍ଷାର୍ଥୀ ପାଇଁ ଆପଣ ଏହି ପ୍ରକାର କାର୍ଯ୍ୟମାନ ବ୍ୟବହାର କରିପାରିବେ ।
ସମ୍ବଳ ୧: ସଭିଙ୍କ ସଂପୃକ୍ତି
ସଭିଙ୍କ ସଂପୃକ୍ତି' କହିଲେ କ'ଣ ବୁଝ ?
ସାଧାରଣତଃ ବିଦ୍ୟାଳୟ ଶ୍ରେଣୀଗୃହରେ ସାଂସ୍କୃତିକ ଓ ସାମାଜିକ ଭିନ୍ନତା ପ୍ରତିଫଳିତ ହୋଇଥାଏ । ଶିକ୍ଷାର୍ଥୀମାନଙ୍କର ଭାଷାରେ ଆଗ୍ରହ ଓ ଦକ୍ଷତାରେ ଭିନ୍ନତା ଥାଏ । ଶିକ୍ଷାର୍ଥୀମାନେ ଭିନ୍ନ ଭିନ୍ନ ସାମାଜିକ ଓ ଆର୍ଥକ ପୃଷ୍ଠଭୂମିରୁ ଆସିଥାନ୍ତି । ଆମେ ବିଦ୍ୟାଳୟରେ ସେମାନଙ୍କର ଏହି ଭିନ୍ନତାକୁ ଅଣଦେଖା କରିପାରିବା ନାହିଁ ବରଂ ଏହାକୁ ଅଧିକ ଗୁରୁତ୍ଵର ସହ ବିଚାର କରିବା ଉଚିତ ଯାହା ଦ୍ଵାରା ଆମ ନିଜ ଅଭିଜ୍ଞତା ବାହାରେ ଥିବା ପୃଥୁବୀ ଓ ପରସ୍ପର ବିଷୟରେ ଅଧିକ ଜାଣିବା ପାଇଁ ସେମାନେ ବାହକ ସାଜିବେ । ସ୍ଥିତି, ଦକ୍ଷତା ତଥା ପୃଷ୍ଠଭୂମି ନିର୍ବିଶେଷରେ ପ୍ରତ୍ୟେକ ଶିକ୍ଷାର୍ଥୀର ଶିକ୍ଷାଗ୍ରହଣ କରିବା ପାଇଁ ଅଧିକାର ଓ ସୁଯୋଗ ରହିଛି । ଏହା ଭାରତୀୟ ଆଇନ ଓ ଆନ୍ତର୍ଜାତୀୟ ଶିଶୁ ଅଧିକାର ଦ୍ଵାରା ମଧ୍ୟ ସ୍ଵୀକୃତି ଲାଭ କରିଛି । ୨୦୧୪ ମସିହାରେ ପ୍ରଦନମନ୍ତ୍ରୀ ମୋଦିଜୀ ଜାତି ଉଦ୍ଦେଶ୍ୟରେ ତାଙ୍କ ପ୍ରଥମ ଭାଷଣରେ ଜାତି, ଲିଙ୍ଗ, ଆୟ ନିର୍ବିଶେଷରେ ଭାରତର ପ୍ରତ୍ୟେକ ନାଗରିକଙ୍କୁ ସମାନ ଗୁରୁତ୍ଵ ଦେବା କଥା କହିଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ଓ ଶିକ୍ଷକମାନଙ୍କର ଏକ ଗୁରୁ ଦାୟିତ୍ଵ ରହିଛି ।
ଆମ ସଭିଙ୍କର ଅନ୍ୟମାନଙ୍କ ବିଷୟରେ ଧାରଣା ଓ ମତ ଥାଏ ଯେ ଆମେ ଅନ୍ୟ ଦ୍ଵାରା ସ୍ଵୀକୃତି ପାଉନା ବା ଅନ୍ୟମାନେ ଆମକୁ ସମ୍ମାନ ଦିଅନ୍ତି ନାହିଁ । କିନ୍ତୁ ଜଣେ ଶିକ୍ଷକ ଭାବରେ ସବୁ ଶିକ୍ଷାର୍ଥୀଙ୍କ ଶୈଖିକ ଅଭିଜ୍ଞତାକୁ ସକାରାତ୍ମକ ବା ନକାରାମ୍କ ଉପାୟରେ ପ୍ରଭାବିତ କରିବାର ଦକ୍ଷତା ଆପଣଙ୍କ ପାଖରେ ଅଛି । ଜାଣତରେ ବା ଅଜଣାତରେ ହେଉ ଆପଣଙ୍କ ଏହି ଅନ୍ତର୍ନିହିତ ମତ ଓ ଧାରଣା ଆପଣଙ୍କର ସମସ୍ତ ଶିକ୍ଷାର୍ଥୀ କିପରି ସମାନ ଭାବରେ ଶିଖିବେ, ଏହି କଥାକୁ ପ୍ରଭାବିତ କରିବ । ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ପ୍ରତି ହେଉଥିବା ଅସମାନ ବ୍ୟବହାର ବିପକ୍ଷରେ ଆପଣ ପଦକ୍ଷେପ ନେଇପାରିବେ ।
ଶିକ୍ଷଣରେ ସଭିଙ୍କ ସଂପୃକ୍ତି ନେଇ ଆପଣଙ୍କୁ ସୁନିଶ୍ଚିତ କରିବା ପାଇଁ ତିନିଗୋଟି ମୁଖ୍ୟ ନୀତି
ଆପଣ ସବୁ ସମୟରେ ବ୍ୟବହାର କରିବା ଭଳି ପନ୍ଥା :-
ଅନେକ ଗୁଡ଼ିଏ ନିଦ୍ଧିଷ୍ଟ ଶିକ୍ଷଣ ପନ୍ଥା ରହିଛି ଯାହା ସମସ୍ତ ଶିକ୍ଷାର୍ଥୀଙ୍କ ଶିକ୍ଷଣରେ ସଂପୃକ୍ତିକୁ ସୁନିଶ୍ଚିତ କରିବାରେ ଆପଣଙ୍କୁ ସହାୟତା କରିବ । ଅନ୍ୟ ମୁଖ୍ୟ ସମ୍ବଳ ଗୁଡ଼ିକରେ ଏହାର ବିଷଦ ବର୍ଣ୍ଣନା କରାଯାଇଛି । ଏଠାରେ ସେ ସଂପର୍କିତ ସଂକ୍ଷିପ୍ତ ସୂଚନା ଦିଆଯାଇଛି ।
ଶିକ୍ଷାର୍ଥୀମାନଙ୍କ ପରିବର୍ତ୍ତେ ଶ୍ରେଣୀର ପଛରେ ଓ କଡ଼ରେ ବସିଥିବା ଶିକ୍ଷାର୍ଥୀମାନଙ୍କୁ ପ୍ରଶ୍ନର ଉତ୍ତର ଦେବାକୁ କୁହନ୍ତୁ । ଶିକ୍ଷାର୍ଥୀମାନଙ୍କୁ ଚିନ୍ତା କରିବାକୁ ଯଥେଷ୍ଟ ସମୟ ଦିଅନ୍ତୁ ଓ ନିର୍ଦ୍ଦିଷ୍ଟ ଶିକ୍ଷାର୍ଥୀମାନଙ୍କ ଠାରୁ ଉତ୍ତର ଆଦାୟ କରନ୍ତୁ । ଯୋଡି ଓ ଦଳଭିତ୍ତିକ କାର୍ଯ୍ୟ ବ୍ୟବହାର କରି ଶିକ୍ଷାର୍ଥୀମାନଙ୍କ ଭିତରେ ଭରସା ସୃଷ୍ଟିକରନ୍ତୁ ଯାହାଫଳରେ ଆପଣ ସମସ୍ତ ଶିକ୍ଷାର୍ଥୀଙ୍କୁ ସମଗ୍ର ଶ୍ରେଣୀ ଆଲୋଚନାରେ ସଂପୃକ୍ତ କରିପାରିବେ ।
ଗଠନମୂଳକ ଆକଳନ ପାଇଁ ବହୁବିଧ କୌଶଳ ପ୍ରସ୍ତୁତ କରନ୍ତୁ ଯାହା ଆପଣଙ୍କୁ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ସଂପର୍କରେ ଉତ୍ତମ ଭାବେ ଜାଣିବାରେ ସହାୟକ ହେବ । ଏହି କ୍ଷେତ୍ରରେ ଶିକ୍ଷାର୍ଥୀମାନଙ୍କ ଲୁକାୟିତ ପ୍ରତିଭା ଓ ଦୁର୍ବଳତାକୁ ଉନ୍ମୁକ୍ତ କରବାକୁ ଆପଣ ଅଧିକ ସୃଜନଶୀଳ ହେବା ଆବଶ୍ୟକ । ଏହ ପରପ୍ରେକ୍ଷୀରେ ଗଠନମୂଳକ ଆକଳନ କେତେକ ନୃଦ୍ଧିଷ୍ଟ ଶିକ୍ଷାର୍ଥୀଙ୍କ ଦକ୍ଷତାଗୁଡ଼ିକ ବିଷୟରେ ସାଧାରଣତ ମତ ଓ ଅନୁମାନିକତା ପରିବର୍ତ୍ତେ ଆପଣଙ୍କୁ ସେମାନଙ୍କ ବିଷୟରେ ଠିକ ତଥ୍ୟ ପ୍ରଦାନ କରିବ । ଫଳତଃ ଆପଣ ସେମାନଙ୍କର ବ୍ୟକ୍ତିଗତ ଆବଶ୍ୟକତା ଅନୁଯାୟୀ ନିଜକୁ ପ୍ରସ୍ତୁତ କରିପାରିବେ ।
ଆଧାର - ଟ୍ରେସ ଇଣ୍ଡିଆ
Last Modified : 3/29/2020