অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭାଷା ଓ ସାକ୍ଷରତା ପାଇଁ ଯୋଡା କାର୍ଯ୍ୟ

ଉପକ୍ରମ

ଭାରତରେ ବିଦ୍ୟାଳୟ ଭିତ୍ତିକ ସହଯୋଗ ମାଧ୍ୟମରେ ଶିକ୍ଷକ ଶିକ୍ଷା (ଟେସ-ଇଣ୍ଡିଆ) କାର୍ଯ୍ୟକ୍ରମ ଶିକ୍ଷକମାନଙ୍କୁ 'ମୁକ୍ତ ଶୈକ୍ଷିକ ସମ୍ବଳ' ମାଧ୍ୟମରେ ଶିକ୍ଷାର୍ଥୀ କୈନ୍ଦ୍ରିକ, ସହଭାଗୀ ଶିକ୍ଷାପଦ୍ଧତିଗୁଡ଼ିକର ବିକାଶ କରିବାରେ ସହାୟତା ଦେବା ସହ ଭାରତରେ ଥିବା  ପ୍ରାରମ୍ଭିକ ଓ ମାଧ୍ୟମିକ ଶିକ୍ଷକମାନଙ୍କ ଶ୍ରେଣୀରୁହରେ କାର୍ଯ୍ୟଧାରା ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛି ! ଟେସ୍-ଇଣ୍ଡିଆର ଏହି 'ମୁକ୍ତ ଶୈକ୍ଷିକ ସମ୍ବଳ' ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ ପାଠ୍ୟପୁସ୍ତକର ଏକ ସହଯୋଗୀ ଅଟେ । ଏଗୁଡ଼ିକ, ଅନ୍ୟ ଶିକ୍ଷକମାନେ ପ୍ରସଙ୍ଗଟିକୁ କିପରି ପଢ଼ାଇଛନ୍ତି ତାହା ପ୍ରଦର୍ଶନ କରିବା ସହ ଶ୍ରେଣୀରୁହରେ ଶିକ୍ଷାର୍ଥୀମାନଙ୍କ ସହ ପ୍ରାକ୍ ପରୀକ୍ଷଣ ପାଇଁ ଶିକ୍ଷଣକାର୍ଯ୍ୟମାନ ଯୋଗାଇ ଦେଇଥାଏ ।ଏହା ବ୍ୟତିତ ଶିକ୍ଷକମାନଙ୍କୁ ସେମାନଙ୍କ ପାଠ ଯୋଜନା ଏବଂ ବିଷୟଗତ ଜ୍ଞାନର ଅଭିବୃଦ୍ଧି ପାଇଁ ଏହା ସଂଯୋଗ ସ୍ଥାପନ କରେ ।

ଟେସ୍-ଇଣ୍ଡିଆର 'ମୁକ୍ତ ଶୈକ୍ଷିକ ସଂଚଳ ଗୁଡ଼ିକ ଭାରତୀୟ ପାଠ୍ୟ ଖସଡ଼ା ଓ ପରିପେକ୍ଷୀ ଅନୁଯାୟୀ ଉଭୟ ଭାରତୀୟ ଓ ଆର୍ତ୍ତଜାତୀୟ ଲେଖକମାନଙ୍କ ସହଭାଗୀତାରେ ପ୍ରସ୍ତୁତ ।ଏହା ଉଭୟ ଅନଲାଇନ ଓ ମୁଦ୍ରିତ ଭାବେ ବ୍ୟବହାର ପାଇଁ ଇଣ୍ଟରନେଟ୍ (http://www.tessindia.edu.in/)ଉପଲବ୍ଧ କରାଯାଇଛି ଓ ଟେସ୍-ଇଣ୍ଡିଆର କାର୍ଯ୍ୟକ୍ରମ ଚାଲୁଥିବା ଭାରତୀୟ ରାଜ୍ୟଗୁଡ଼ିକ ପାଇଁ ଉପଯୁକ୍ତ ଅଟେ । ଏହାର ବ୍ୟବହାରକାରୀମାନଙ୍କୁ ସ୍ଥାନୀୟ ପ୍ରସଙ୍ଗିକତା ଓ ଆବଶ୍ୟକତାକୁ ଭରଣା କରିବା ନିର୍ମିକ ସ୍ଥାନୀୟକରଣ କରି ଗ୍ରହଣ କରିବାକୁ ଆମନ୍ତ୍ରିତ କରାଯାଇଛି ।ଟେସ୍-ଇଣ୍ଡିଆ ଭାରତ ଓ ଯୁକ୍ତରାଜ୍ୟ ସରକାରଙ୍କ ମିଳିତ କାର୍ଯ୍ୟକ୍ରମର ଏକ ଅଂଶ ଓ ଯୁକ୍ତରାଜ୍ୟର ମୁକ୍ତ ବିଶ୍ଵବିଦ୍ୟାଳୟ ଦ୍ଵାରା ପରିଚାଳିତ।

ଏହି ଏକକରେ କେତେକ କାର୍ଯ୍ୟମାନ ସଙ୍କେତ ସହ ସମ୍ମିଳିତ କରାଯାଇଛି ।ଟେସ-ଇଣ୍ଡିଆର ‘ଭିଡ଼ିଓ ସମ୍ବଳ ସମୂହ" ଶିକ୍ଷା ତତ୍ତ୍ଵ ଆଧାରିତ ।ଏଥିରେ ଥିବା ଭିଡ଼ିଓଗୁଡ଼ିକ ନିର୍ଦ୍ଦିଷ୍ଟ ବିଷୟ ପାଇଁ ଭାରତୀୟ ଶ୍ରେଣୀଗୁହ ପରିପ୍ରେକ୍ଷୀରେ ପଢ଼ାଇବାର କୌଶଳଗୁଡ଼ିକୁ ସଚିତ୍ର ବର୍ଣ୍ଣନା କରିଛି ।ଆମେ ଆଶାକରୁ ଯେ ଏଗୁଡ଼ିକ ଆପଣମାନଙ୍କୁ ଅନୁରୂପ କାର୍ଯ୍ୟଧାରାଗୁଡ଼ିକର ପରୀକ୍ଷଣ ନିମିତ୍ତ ଅନୁପ୍ରେରିତ କରିବ । ଏହିସବୁ ଆପଣଙ୍କ ଦ୍ଵାରା କରାଯାଉଥ‌ିବା ପାଠ୍ୟପୁସ୍ତକ ଆଧାରିତ କାର୍ଯ୍ୟଗୁଡ଼ିକର ଅଭିଜ୍ଞତା ବୃଦ୍ଧି କରିବା ନିମିତ୍ତ ଅଭିପ୍ରେରିତ ।ଟେସ୍ଇଣ୍ଡିଆ ଭିଡିଓ ସମ୍ବଳ ସମୂହ ଅନଲାଇନରେ http://www.tessindia.edu.in/)ଉପଲବ୍ଧ ଡାଉନଲୋଡ କରାଯାଇପାରିବ । ଆପଣମାନେ ଏହି ଭିଡିଓ ଗୁଡିକୁ ସି.ଡି ବା ମେମୋରୀ କାର୍ଡ ମାଧ୍ୟମରେ ବ୍ୟବହାର କରିପାରିବେ ।  ଆପଣମାନେ ଏହି ଭିଡ଼ିଓଗୁଡ଼ିକୁ ସି. ଡ଼ି. ବା ମେମୋରୀ କାର୍ଡ଼ ମାଧ୍ୟମରେ ବ୍ୟବହାର କରି ପାରିବେ ।

ଏହି ସଂକଳନଟି 'କେଟସ୍ ଇଣ୍ଡିଆର ମୁକ୍ତ ଶିକ୍ଷା ସାଧନ’ର ପ୍ରାରାସିକ ଗଣିତ ସଂକଳନର ଏକ ଭାଗ ଅଟେ/ ମୂଳ ଇଂରାଜୀ ଲେଖାକୁ  ଶ୍ରୀ ତାପସ କୁମାର ନାୟକ ଓଡିଆ ଭାଷାନ୍ତର କରିଥିବା ବେଳେ ଡକ୍ଟର ମୋହିତ ମୋହନ ଯାହାନ୍ତି ସମୀକ୍ଷା କରିଛନ୍ତି । ଏହି ସଂକଲନରେ ବ୍ୟବହୃତ ହୋଇଥିବା ତୃତୀୟ ପକ୍ଷ ସାଧନ ବ୍ୟତୀତ ଅନ୍ୟ ସମସ୍ତ ସମ୍ବଳ । ଲେଖ creativecommons.org ରେ ବ୍ୟବାହର ପାଇଁ ଉପଲବ୍ଧ ଅଟେ ।

ଏକକରେ କ'ଣ ଅଛି

ଭାଷା ଶିକ୍ଷଣ ଶ୍ରେଣୀରେ ଯୋଡ଼ି କାର୍ଯ୍ୟର ଯୋଜନା ଓ ପରିଚାଳନାର ବିଭିନ୍ନ ଦିଗ ବିଷୟରେ ଏହି ଏକକରେ ଗୁରୁତ୍ଵ ଦିଆଯାଇଛି । ଯେପରି ଭାଷା ଶିକ୍ଷଣ ଶ୍ରେଣୀର ବିଭିନ୍ନ ଶିକ୍ଷଣ କାର୍ଯ୍ୟଗୁଡ଼ିକରେ ସାମାଜିକିକରଣ ଓ ସହଭାଗୀ ଶିକ୍ଷଣ ପାଇଁ ସୁଯୋଗ ସୃଷ୍ଟି କରାଯାଇ ଯୋଡ଼ି କାର୍ଯ୍ୟକୁ ଏକ ଫଳପ୍ରଦ ସାଧନ ରୂପେ ଆପଣଙ୍କ ଶିକ୍ଷଣର ବ୍ୟବହାର କରାଯାଇ ପାରିବ ।

ଏକକରୁ କ'ଣ ଶିଖିବେ

  • ଭାଷା ଶ୍ରେଣୀରେ ଯୋଡ଼ି କାର୍ଯ୍ୟର ଯୋଜନା ଓ ପରିଚାଳନା
  • ଶ୍ରେଣୀଗୃହ ପରିଚାଳନା ପାଇଁ କୌଶଳର ସଂପ୍ରସାରଣ
  • ଶିକ୍ଷାର୍ଥୀମାନଙ୍କ ଭାଷା ଓ ସାକ୍ଷରତା ବିକାଶର ଆକଳନ ନିମିତ୍ତ ଯୋଡ଼ିକାର୍ଯ୍ୟ, ଏକ ସୁଯୋଗ ।

ପନ୍ଥା କାହିଁକି ଗୁରୁତ୍ଵପୂର୍ଣ୍ଣ

ଲୋକମାନେ ଦୈନନ୍ଦିନ ପରିସ୍ଥିତିରେ ନିଜ ନିଜ ଭିତରେ କଥା ହୁଅନ୍ତି, ଶୁଣନ୍ତି, ଦେଖନ୍ତି, ସହଯୋଗ ତଥା ବିଭିନ୍ନ ପ୍ରସ୍ତାବ ମଧ୍ୟ ଦିଅନ୍ତି । ଏହି ପ୍ରକାର ବିଭିନ୍ନ ସହଭାଗିତା ବହୁତ ଗୁଡିଏ ଧାରଣା ବିନିମୟ କରିବାରେ ପ୍ରୋତ୍ସାହିତ କରିଥାଏ ଏବଂ ବିଭିନ୍ନ କାର୍ଯ୍ୟ କରିବା ପାଇଁ ମଧ୍ୟ ବହୁତ ବାଟ ଦେଖାଇଥାଏ । ଯଦି ଶ୍ରେଣୀର ସବୁ କିଛି ଶିକ୍ଷକ କୈନ୍ଦ୍ରିକ ହୋଇଥିବ, ତେବେ ସେଠାରେ ଶିକ୍ଷାର୍ଥୀଙ୍କୁ ଅନୁସନ୍ଧାନ କରିବା, ଆଲୋଚନା କରିବା, ପ୍ରଶ୍ନ ପଚାରିବା, ପରୀକ୍ଷଣ ଏବଂ ବାସ୍ତବ ପରିସ୍ଥିତି ଶିକ୍ଷଣ ପାଇଁ ବହୁତ କମ ସୁଯୋଗ ରହିଥାଏ । ଭାଷା ଶିକ୍ଷଣ ଶ୍ରେଣୀରେ କଥାବାର୍ଭା କରିବା ପାଇଁ ଯୋଡ଼ିକାର୍ଯ୍ୟର ବ୍ୟବହାର ଏକ ଫଳପ୍ରଦ ସାଧନ ରୂପେ କାର୍ଯ୍ୟ କରିଥାଏ ।

ଯୋଡ଼ିକାର୍ଯ୍ୟ ସବୁ ବୟସ ଏବଂ ସବୁ ବିଷୟ ପାଇଁ ଉପଯୁକ୍ତ ଅଟେ । କାରଣ ଏହା ଏକା ସମୟରେ ବହୁତ ଶିକ୍ଷାର୍ଥୀଙ୍କୁ କଥା ହେବାରେ ସୁଯୋଗ ଦେଇଥାଏ, ଏପରିକି ଏହା ବଡ଼ ଶ୍ରେଣୀ ପାଇଁ ମଧ୍ୟ ଫଳପ୍ରଦ । ଏହାକୁ ଶ୍ରେଣୀ କାର୍ଯ୍ୟରେ ଅନ୍ତର୍ନିବେଶୀ କରିବାର ଉଦ୍ଦେଶ୍ୟ, ଏହାଦ୍ଵାରା ବେଶୀ ଶିକ୍ଷାର୍ଥୀ ଯୋଗାଯୋଗ କରିପାରିବେ । ଏହା ମୁଖ୍ୟତଃ ବହୁଭାଷୀ ଓ ବହୁଗ୍ରେଣୀରେ ଉପଯୁକ୍ତ ଅଟେ । ଯୋଡ଼ିକାର୍ଯ୍ୟ ଦଳ ମୁଖ୍ୟତଃ ଶିକ୍ଷାର୍ଥୀମାନଙ୍କର ଆବଶ୍ୟକତା ଓ ସହଯୋଗିତାକୁ ଦୃଷ୍ଟିରେ ରଖ କରାଯାଇଥାଏ । ଆପଣ ସେମାନଙ୍କୁ ବିଭିନ୍ନ ଦକ୍ଷତା, ସମଦକ୍ଷତା, ଏକଭାଷୀ, ମିଶ୍ରିତ ଭାବରେ ଯୋଡ଼ି ଗଠନ କରିପାରିବେ । ଏହା ଦ୍ଵାରା ଶ୍ରେଣୀଗୃହର ଶିକ୍ଷଣ ସହିତ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହେବାର ବହୁ ସୁଯୋଗ ଥାଏ ।

ଆପଣ ଯୋଡ଼ି କାର୍ଯ୍ୟକୁ କାହିଁକି ବ୍ୟବହାର କରିବେ

ଶିକ୍ଷଣକାର୍ଯ୍ୟ : ୧ ଭାଷା ଶ୍ରେଣୀରେ ଯୋଡ଼ିକାର୍ଯ୍ୟର ବ୍ୟବହାର ପାଇଁ ଆପଣଙ୍କୁ ପ୍ରୋତ୍ସାହିତ କରୁଥିବା ଉପାଦାନଗୁଡ଼ିକ ଉପରେ ଅନୁଶୀଳନ ।

ଶିକ୍ଷଣକାର୍ଯ୍ୟ ୧: ଶ୍ରେଣୀରେ ଯୋଡି କାର୍ଯ୍ୟର ବ୍ୟବହାର ଉପରେ ଅନୁଶୀଳନ କରିବା

ଜଣେ ସହକର୍ମାଙ୍କ ସହ ଯଦି ସମ୍ଭବ ସମ୍ବଳ-୧ "ଯୋଡ଼ି କାର୍ଯ୍ୟର ବ୍ୟବହାର” କୁ ପଢ଼ନ୍ତୁ । ଏଥିରେ ଥିବା ମୁଖ୍ୟ ଶିକ୍ଷଣ ଦିଗଗୁଡ଼ିକୁ ଚିହ୍ନଟ କରନ୍ତୁ ।

ନିଜେ ନିକଟରେ ପଢ଼େଇଥିବା ଗୋଟିଏ କିମ୍ବା ଦୁଇଟି ପାଠକୁ ଚିନ୍ତା କରନ୍ତୁ । ଏହା ମୁଖ୍ୟତଃ ଭାଷା କିମ୍ବା ଅନ୍ୟ ବିଷୟ ମଧ୍ୟ ହୋଇପାରେ ।  |

  • ଆପଣ ଏହାକୁ ଶିକ୍ଷାର୍ଥୀମାନଙ୍କୁ ଯୋଡ଼ିରେ କାର୍ଯ୍ୟ କରିବାରେ ବ୍ୟବହାର କରିଥିଲେ କି ? ଯଦି ହଁ, ଏହା କେତେ ଦୂର ସଫଳ ହୋଇଥିଲା ?
  • ଯଦି ଯୋଡ଼ିକାର୍ଯ୍ୟ କରିବାରେ ଆପଣ ନୂଆ, ତେବେ ଏହି କାର୍ଯ୍ୟକୁ ନିୟମିତ ଶ୍ରେଣୀଗୃହରେ ଉପଯୋଗ କରିବାରେ ଆପଣଙ୍କର କି ପ୍ରକାର ସମସ୍ୟା ହୋଇପାରେ ?

ଭିଡ଼ିଓ : ଯୋଡ଼ିକାର୍ଯ୍ୟର ବ୍ୟବହାର

ଯୋଡ଼ିକାର୍ଯ୍ୟ ପାଇଁ - ପାଠର ଉଦାହରଣ

ପ୍ରଥମ ପରିସ୍ଥିତି ଅନୁଧ୍ୟାନରେ ଆପଣ, ଜଣେ ଶିକ୍ଷକ କିପରି କବିତା ଲିଖନ କାର୍ଯ୍ୟରେ ଯୋଡ଼ି କାର୍ଯ୍ୟକୁ ବ୍ୟବହାର କରିଥିଲେ ତାହା ପଢ଼ିବେ ।

ପରିସ୍ଥିତି ଅନୁଧ୍ୟାନ- ୧ : କବିତା ଶିକ୍ଷାଦାନରେ ଯୋଡ଼ି କାର୍ଯ୍ୟର ବ୍ୟବହାର କରିବା

ଶ୍ରୀଯୁକ୍ତ ମାନସ, ଭବାନୀପାଟଣାର ଏକ ଛୋଟ ବିଦ୍ୟାଳୟରେ କାର୍ଯ୍ୟ କରନ୍ତି । ତାଙ୍କର ଅଷ୍ଟମ ଶ୍ରେଣୀ, ଶିକ୍ଷାର୍ଥୀମାନଙ୍କର ଲିଖନ ଦକ୍ଷତା ମଧ୍ୟରେ ବହୁତ ଭିନ୍ନତା ରହିଛି । ଏଠାରେ ସେ ଯୋଡ଼ିକାର୍ଯ୍ୟକୁ କିପରି ବ୍ୟବହାର କରାଯାଇ ପାରିବ ସେ ସଂପର୍କରେ ଆଲୋଚନା କରିଛନ୍ତି ।

ମୋ ଶିକ୍ଷାର୍ଥୀମାନେ, ଗଙ୍ଗାଧର ମେହେର ଓ ମନୋରମା ମହାପାତ୍ରଙ୍କ କବିତାକୁ ଉଚ୍ଚସ୍ଵରରେ ପଠନ କରୁଥିଲେ। ମୁଁ ଦେଖିଲି ।

ସେମାନେ ମଧ୍ୟ ନିଜେ କିଛି କବିତା ଲେଖିଛନ୍ତି । ବର୍ତମାନ, ମୁଁ ଏହି କାମଟିକୁ କରିବା ପାଇଁ ପାଖାପାଖୁ ବସିଥିବା ଶିକ୍ଷାର୍ଥୀଙ୍କୁ ନେଇ ଯୋଡ଼ି କଲି । ମୁଁ ଗୋଟେ ପ୍ରସଙ୍ଗ ଚୟନ କଲି ଯେଉଁଥିରେ ସେମାନଙ୍କୁ ସାଙ୍ଗମାନଙ୍କ ସହିତ ଯୁକ୍ତିତର୍କ ବିଷୟରେ ଥଲା । ମୁଁ ପ୍ରସଙ୍ଗଟିକୁ ଆରମ୍ଭ କରିବା ପାଇଁ ପୂରା ଶ୍ରେଣୀକୁ କିଛି ପ୍ରଶ୍ନ ପଚାରିଲି । ପ୍ରଶ୍ନଗୁଡ଼ିକ ହେଲା:

  • ଶିବ ଠାକୁରଙ୍କ ବିଷୟରେ ଜାଣିଛ କି ?
  • ଶିବରାତ୍ରୀ କେବେ ପାଳନ କରାଯାଏ ?
  • ଶିବରାତ୍ରୀ କେଉଁମାନେ ପାଳନ କରନ୍ତି ?
  • ଏହି ପର୍ବ ପାଳନ କରାଯାଏ କାହିଁକି ?

ଅଧିକ ଆଲୋଚନା କରିବାରେ ଏହି ପ୍ରସଙ୍ଗଟି ସହାୟକ ହେଲା, କାରଣ ଏଥିରେ ବହୁତ ଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ । ମୁଁ କେତେଗୁଡ଼ିଏ ଶବ୍ଦ ଓ ବାକ୍ୟାଂଶ କଳାପଟାରେ ଲେଖିଲି, ଯାହାକୁ ସେମାନେ ନିଜ ଲିଖନ କାର୍ଯ୍ୟରେ ବ୍ୟବହାର କରିପାରିବେ ।

ତା' ପରେ, ମୁଁ ସେମାନଙ୍କୁ ଯୋଡ଼ିରେ "ଶିବରାତ୍ରୀ” ଉପରେ ଏକ କବିତା ଲେଖିବା ପାଇଁ କହିଲି । ମୁଁ ପାଖାପାଖି ବସିଥିବା ଦୁଇଜଣ ଶିକ୍ଷାର୍ଥୀଙ୍କୁ ନେଇ ଯୋଡ଼ି ଗଠନ କଲି । ତା’ପରେ ସେମାନଙ୍କୁ କବିତା ଲେଖିବା ପାଇଁ କହିଲି । ୩୦ ମିନିଟ୍ ପରେ, ମୁଁ ପ୍ରତି ଯୋଡ଼ିର ଜଣେ ପ୍ରତିନିଧିକୁ ଲେଖିଥିବା କବିତାକୁ ପଢ଼ିବା ପାଇଁ କହିଲି ।

ଏଠାରେ ଏକ କବିତା ଯାହା ଗୋଟିଏ ଦଳ ଲେଖିଥିଲେ;

ଜୟ ଶିବ ଶଙ୍କର ତୁମେ ହରି,

ତୁମେ ହର, ତୁମ ପାଇଁ ଏହି ଉଜାଗର,

ପୁଜୁଛି ତୁମର ପୟର ମଙ୍ଗଳ କର ଏ ଜଗତର

ଜୟ ଶିବ ଶଙ୍କର ।

ଶିକ୍ଷାର୍ଥୀମାନେ ଯାହା ବୁଝିଲେ। ସେହି ଅନୁଭୂତି ଆଧାରରେ କବିତାଟିକୁ ସେମାନେ ଲେଖିଥିଲେ । ଯୋଡ଼ିକାର୍ଯ୍ୟ ଶିକ୍ଷାର୍ଥୀଙ୍କୁ ନିଜ ଧାରଣା ଅନ୍ୟମାନଙ୍କ ସହ ବାଣ୍ଟିବାର ସୁଯୋଗ ଦେଇଥିଲା ତଥା କବିତା ଲେଖିବାରେ ମଧ୍ୟ ସହଯୋଗ କରିଥିଲା । ମୁଁ ଯେତେବେଳେ ଯୋଡ଼ି କରେ, ଏଥିରେ ବହୁତ କମ୍ କାର୍ଯ୍ୟ ଦେଇଥାଏ, ଯାହା ଶିକ୍ଷାର୍ଥୀମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଧାରାରେ ଉର୍ଦ୍ଦିଷ୍ଟ ସମୟ ଭିତରେ କାର୍ଯ୍ୟଟିକୁ ସମାପନ କରିବାରେ ସହାୟକ ହୋଇଥାଏ ଯାହା ବି ହେଉ ମୁଁ ଲକ୍ଷ୍ୟ କଲି, ଶିକ୍ଷାର୍ଥୀମାନେ ଏହି ଯୋଡିକାର୍ଯ୍ୟ ମାଧ୍ୟମରେ କାର୍ଯ୍ୟଟିକୁ ଶୀଘ୍ର ସମାପ୍ତ କଲେ ।

ଟିକେ ଚିନ୍ତା କରନ୍ତୁ

  • ‘ଶିବରାତ୍ରୀ’ କବିତାଟି ଯୋଡ଼ି କାର୍ଯ୍ୟ ପାଇଁ ଏକ ଉପଯୁକ୍ତ ପ୍ରସଙ୍ଗ ବୋଲି ଆପଣ ଭାବୁଛନ୍ତି କି ? ସେହି ପ୍ରସଙ୍ଗରେ କିଛି ଅସୁବିଧା ଅଛି କି ?
  • ସମ୍ବଳ-୧ରେ ପଢ଼ିଥିବା ବିଷୟବସ୍ତୁ ସଂପର୍କରେ ଚିନ୍ତାକରି କୁହନ୍ତୁ ଶ୍ରୀଯୁକ୍ତ ମାନସଙ୍କ ଶିକ୍ଷାଦାନ ଅନ୍ତର୍ନିବେଶୀ ଥିଲା କ ? ସେ କିପରି ଜାଣଲେ ଯେ ତାଙ୍କ ଶ୍ରେଣୀର ସମସ୍ତ ଶିକ୍ଷାଥୀ ଆଲୋଚନା ଏବଂ ଯୋଡ଼ି ଭାବରେ ଲିଖନ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ ।
  • ଆପଣ ଯଦି ଏହି ପାଠଟି ପଢ଼ାଇବେ, ତେବେ ଲିଖିନ କାର୍ଯ୍ୟ ପାଇଁ କିପରି ଯୋଡ଼ି କାର୍ଯ୍ୟ ଗଠନ କରିବେ, ସେଥିପାଇଁ ଯୋଡ଼ି ଗଠନ ବେଳେ କିପରି ବିଭିନ୍ନ ଦକ୍ଷତା ଭିତ୍ତିକ, ସମଦକ୍ଷତା ଭିତ୍ତିକ, ଏକଭାଷୀ କିମ୍ବା ମିଶ୍ରିତ ଦଳ ଗଠନ କରିବେ ତାହାର ଯଥାର୍ଥତା ପ୍ରତିପାଦନ କରନ୍ତୁ ।
  • ଯେଉଁ ଶିକ୍ଷାର୍ଥୀମାନେ କାର୍ଯ୍ୟରେ ଅଂଶଗ୍ରହଣ କରୁନାହାଁନ୍ତି କି କବିତା ଲେଖି ନାହାନ୍ତି ସେମାନଙ୍କୁ କିପରି ପ୍ରୋତ୍ସାହିତ କରିବେ ?

ପରବର୍ତ୍ତୀ ପରିସ୍ଥିତି ଅନୁଧ୍ୟାନରେ ଜଣେ ଶିକ୍ଷକ ଲିଖିତ କାର୍ଯ୍ୟରେ ଯୋଡ଼ିରେ ସଂଳାପକୁ ଆଧାର କରି କିପରି ଲିଖନ କାର୍ଯ୍ୟ କରିଥିଲେ ତାହା ବର୍ଣ୍ଣନା ହୋଇଛି ।

ପରସ୍ଥିତି ଅନୁଧ୍ୟାନ ୨ : ନେଉଳ ଓ ଅଜଗର

ଶିକ୍ଷୟିତ୍ରୀ ସୁଶ୍ରୀ ଅଳକା, ଖଣ୍ଡଗିରିର ଏକ ବିଦ୍ୟାଳୟରେ କାର୍ଯ୍ୟ କରନ୍ତି । ସେ ଷଷ୍ଠ ଶ୍ରେଣୀରେ କରିଥିବା ଏକ ଯୋଡ଼ି କାର୍ଯ୍ୟ ସଂପର୍କରେ ବର୍ଣ୍ଣନା କରିଛନ୍ତି |

ମୋ ଶିକ୍ଷାର୍ଥୀମାନେ ସ୍ଥାନୀୟ ପଶୁମାନଙ୍କ ବିଷୟରେ ପଢ଼ି ସାରିଥିଲେ । ସେମାନେ ଜାଣିଥିଲେ ଯେ ନେଉଳମାନେ, କୀଟପତଙ୍ଗ, ପକ୍ଷୀ, ଜିଆ, ସାପ, ଝିଟିପିଟି ଓ କଙ୍କଡା ଖାଆନ୍ତି । ସେମାନେ ବହୁତ ଚଞ୍ଚଳ । ନେଉଳର ଦେହର ମୋଟା ଚମଡ଼ା ତାଙ୍କୁ ସାପର ବିଷରୁ ରକ୍ଷା କରେ । ସେମାନେ ଜାଣିଥିଲେ, ଅଜଗର ତାହାର ବେକକୁ ପ୍ରଶସ୍ତ କରିପାରେ । ବିପଦର ଆଶଙ୍କା ଆସିଲେ ନାଗ ସାପ ସୁ ସୁ, ଶବ୍ଦ କରେ । ସେମାନେ ମୁଖ୍ୟତଃ ଅନ୍ୟ ସାପ, ଛୋଟ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇଥା'ନ୍ତି ।

  1. ମୁଁ ଏହି ବିଷୟରେ ଭାଷାର ଏକ ପାଠ ଯୋଜନା ପ୍ରସ୍ତୁତ କଲି । ମୁଁ ପ୍ରଥମେ ସେମାନଙ୍କୁ ନେଉଳ ଓ ନାଗ ସାପର ଗଠନ ଓ ଜୀବନ ବିଷୟରେ ମନେ ପକାଇବା ପାଇଁ କହିଲି । ସେ ପ୍ରଶ୍ନଗୁଡ଼ିକ ହେଲା:
  2. ସେମାନେ ଦେଖିବାକୁ କିପରି ?
  3. ସେମାନେ କ’ଣ ଖାଆନ୍ତି ?
  4. ସେମାନେ ପରସ୍ପରକୁ ଭେଟିଲେ କିପରି ପ୍ରତିକ୍ରିୟା କରିଥାନ୍ତି ?
  5. ମୁଁ କଳାପଟାରେ କିଛି କୈନ୍ଦ୍ରିକ ଶବ୍ଦ ଲେଖିଲି, ଯେପରି – ଶୀଘ୍ର, ସୁ ସୁ, ଲୋମଶ ଆବରଣ, ବିପଦ ସଙ୍କେତ ଏବଂ ବିଷ । ପାଠର ଏହି ପ୍ରଥମ ଭାଗ ଆଲୋଚନା ପାଇଁ ମୋତେ ୧୫ ମିନିଟ ଲାଗିଲା ।

ତାଙ୍କ ପାଖାପାଖୁ ବସିଥିବା ଶିକ୍ଷାର୍ଥୀଙ୍କ ସହ କାମ କରିବା ପାଇଁ ମୁଁ ସେମାନଙ୍କୁ କହିଲି । ଯୋଡ଼ିରୁ କିଏ ନେଉଳ ଓ କିଏ ସାପ ହେବ ତାହା ନିଜ ଭିତରେ ସ୍ଥିର କରିବାକୁ ମୁଁ ସେମାନଙ୍କୁ କହିଲି । ଯଦି ସେମାନେ ଜଙ୍ଗଲରେ ଭେଟ ହେବେ କ’ଣ କଥା ହେବେ । ସେଥିପାଇଁ ମୁଁ ସେମାନଙ୍କୁ ୧୫ ମିନିଟ୍ ସମୟ ଦେଲି ଯେଉଁଥିରେ ସେମାନେ ନେଉଳ ଓ ନାଗ ମଧ୍ୟରେ ହେବାକୁ ଥିବା  କଥାବାର୍ତ୍ତାକୁ ସଂଳାପ ମାଧ୍ୟମରେ ଅଙ୍ଗଭଙ୍ଗୀରେ ବିଭିନ୍ନ ଶବ୍ଦ ସହ ଅଭିନୟ କରି କହିବେ । ସଂଳାପ କହିବା ସମୟରେ ସେମାନେ ନିଜର, ଘର ଭାଷା, ଓ ବିଦ୍ୟାଳୟ ଭାଷାକୁ ମିଶାଇ ପାରିବେ । ସେମାନେ କାର୍ଯ୍ୟ କରୁଥିବା ସମୟରେ ମୁଁ ତଦାରଖ କରୁଥିଲି । ବହୁତ ଶିକ୍ଷାର୍ଥୀ ପଶୁପରି ଶବ୍ଦରେ କଥା ହେଉଥିବାର ଦେଖିଲି ।

ତା’ପରେ ମୁଁ ପ୍ରତି ଯୋଡ଼ିକୁ ସେମାନେ ପ୍ରସ୍ତୁତ କରିଥିବା କାର୍ଯ୍ୟଟିକୁ ପୂରା ଶ୍ରେଣୀରେ ଅଭିନୟ ମାଧ୍ୟମରେ ଉପସ୍ଥାପନା କରିବାକୁ କହିଲି । ସେମାନଙ୍କ ମଧ୍ୟରେ ଥିବା କିଛି ଲଜ୍ୟଶୀଳ ବା ଚୁପ ରହୁଥିବା ଶିକ୍ଷାର୍ଥୀମାନଙ୍କୁ ଅଭିନୟ କରିବା ପାଇଁ ଉତ୍ସାହିତ କରୁଥିଲି । ଅନ୍ୟମାନେ ଧ୍ୟାନ ସହିତ ଶୁଣୁଥିଲେ ଓ ଶେଷରେ ତାଳି ମାରି ଉତ୍ସାହିତ କରୁଥିଲେ । ଯେତେବେଳେ କିଛି ଶିକ୍ଷାର୍ଥୀ ନିଜ ଘର ଭାଷାରେ ଉପସ୍ଥାପନା କରୁଥିଲେ, ସେହି ସମୟରେ ମୁଁ ଅନ୍ୟ ଶିକ୍ଷାର୍ଥୀଙ୍କୁ ଏହି ଭାଷାକୁ ବିଦ୍ୟାଳୟ ଭାଷାରେ ଅନୁବାଦ କରିବାକୁ କହିଲି । ଉପସ୍ଥାପନା ପାଇଁ ମୁଁ ୩୦ ମିନିଟ ସମୟ ଦେଇଥିଲି ।

ଏହି କାର୍ଯ୍ୟଟିକୁ ଶେଷ କରିବା ପାଇଁ, ମୁଁ ଶିକ୍ଷାର୍ଥୀମାନଙ୍କୁ କହିଥିବା ସଂଳାପଗୁଡ଼ିକୁ ନିଜ ଅଭ୍ୟାସ କାର୍ଯ୍ୟ ଖାତାରେ ଲେଖିବାକୁ କହିଲି, ଆବଶ୍ୟକ ବେଳେ ମୁଁ ଏହା ଉଦାହରଣ ସହ ବୁଝାଇଲି, ଯେ ସେମାନେ ଏହାକୁ କିପରି ଲେଖିବେ । ଶେଷ କାର୍ଯ୍ୟ ପାଇଁ ମୁଁ ସେମାନଙ୍କୁ ୧୫ ମିନିଟ ସମୟ ଦେଲି । ଟିକିଏ ଚିନ୍ତା କରନ୍ତୁ

  • ଶିକ୍ଷୟିତ୍ରୀ ଅଳକା କେଉଁ ସବୁ ସମୟ ବ୍ୟବଧାନରେ କାର୍ଯ୍ୟଟିକୁ କଲେ, ତାହା ଆପଣଙ୍କ ବିଦ୍ୟାଳୟ ପରିସ୍ଥିତିରେ ହୋଇପାରିବ କି ? ଆପଣ ଏହି ପାଠ ପାଇଁ ପାଖାପାଖି ଦୁଇଟି ଶ୍ରେଣୀରେ କିପରି ସମୟ  ଅବଧିକୁ ଗ୍ରହଣ କରିବେ ?
  • ଆଉ ଅନ୍ୟ କେଉଁ ଉପାୟରେ, ଶିକ୍ଷୟିତ୍ରୀ ଅଳକା, ଘର ଭାଷା କହୁଥିବା ଶିକ୍ଷାର୍ଥୀମାନଙ୍କ ପାଇଁ ଉପଯୁକ୍ତ ସହାୟତା ଦେଇପାରିଥାନ୍ତେ ?

ପାଠଟିର ବିଭିନ୍ନ ଭାଗରେ ଶିକ୍ଷୟିତ୍ରୀ ଅଳକାଙ୍କ ପରି ତଦାରଖ, ଆକଳନ ଓ ସହଯୋଗ କରିବାର ସୁଯୋଗ ଥିଲା। ତାହାର ଏକ ତାଲିକା ପ୍ରସ୍ତୁତ କରନ୍ତୁ । ସେ ଶିକ୍ଷାର୍ଥୀଙ୍କୁ ପର୍ଯ୍ୟବେକ୍ଷଣ କରୁଥିବା ସମୟରେ କ'ଣ ଲକ୍ଷ୍ୟ କରୁଥିଲେ ବୋଲି ଆପଣ ଚିନ୍ତା କରୁଛନ୍ତି ?

  • ଏହି କଥନ ଓ ଲିଖନ କାର୍ଯ୍ୟରେ ଶିକ୍ଷୟିତ୍ରୀ ଅଳକା କିପରି ପଠନ କାର୍ଯ୍ୟକୁ ସଂଯୋଗ କରିପାରିଥାନ୍ତେ?

ଶିକ୍ଷାର୍ଥୀମାନଙ୍କର ଆକଳନ ଓ ତଦାରଖ ନିମନ୍ତେ ଯୋଡ଼ି କାର୍ଯ୍ୟ ବହୁତ ସୁଯୋଗ ସୃଷ୍ଟି କରିଥାଏ । ତଦାରଖ ପାଇଁ ଆପଣ ନିମ୍ନ କାର୍ଯ୍ୟଗୁଡ଼ିକୁ ନେଇ ପାରିବେ :

  • ଶ୍ରେଣୀ ଗରିପଟେ ବୁଲିବା, ପର୍ଯ୍ୟବେକ୍ଷଣ କରିବା ଓ ଶୁଣିବା
  • ସମସ୍ତେ ସୂଚନାଟିକୁ ଭଲଭାବେ ବୁଝିଛନ୍ତି ତାହା ନିଶ୍ଚିତ କରିବା ଓ ଦତ୍ତକାର୍ଯ୍ୟଟି ସହଭାଗୀଭିତ୍ତିକ ହେଉଛି କି ନାହିଁ ତାହା ଦେଖିବା ।
  • ଆବଶ୍ୟକ ସ୍ଥଳେ ସହଯୋଗ, ପ୍ରଶଂସା ଏବଂ ଉତ୍ସାହ ପ୍ରଦାନ କରିବା ।
  • ସାଧାରଣ ତ୍ରୁଟିଗୁଡ଼ିକୁ ଚିହ୍ନଟ କରିବା

ଆକଳନ ସହିତ ଆମେ ଶିକ୍ଷାର୍ଥୀଙ୍କର ଭାଷାଗତ ଦକ୍ଷତାକୁ ମଧ୍ୟ ସମ୍ପୁକ୍ତ କରିପାରିବା, ଯେପରିକି:

  • ନିଜ ଘର ଭାଷା କହୁଥିବା ସମୟରେ ଉପଯୁକ୍ତ ଶବ୍ଦ ସମୂହ ଏବଂ ଅଭିବ୍ୟକ୍ତିଙ୍କର ବ୍ୟବହାର ।
  • ଲିଖନ ପାଇଁ ଅନୁବାଦ ଦକ୍ଷତାର ପ୍ରୟୋଗ
  • ଯୋଡ଼ି କାର୍ଯ୍ୟରେ ଶିକ୍ଷାର୍ଥୀମାନଙ୍କ ଅଂଶଗ୍ରହଣ
  • କଳ୍ପନା କରିବା
  • ନିଜ ଶ୍ରେଣୀର ସାଥୀମାନଙ୍କ ସମ୍ମୁଖରେ ଅଭିନୟ କରିବା

ମୁଖ୍ୟ ସମ୍ବଳ "ଶିକ୍ଷଣରେ ଅଭିବୃଦ୍ଧି ଓ କାର୍ଯ୍ୟ ପ୍ରଦର୍ଶନ”ରେ ଶିକ୍ଷାର୍ଥୀଙ୍କୁ ଆକଳନ ନିମନ୍ତେ କିଛି ଅଧିକ ଉପାୟକୁ ବ୍ୟବହାର କରିବାର ପ୍ରସ୍ତାବ ଦିଆଯାଇଛି ।

ଭିଡ଼ିଓ : ଶିକ୍ଷଣରେ ଅଭିବୃଦ୍ଧି ଓ କାର୍ଯ୍ୟ ପ୍ରଦର୍ଶନର ଆକଳନ କରିବା

ଯୋଡ଼ି କାର୍ଯ୍ୟ ପାଇଁ ଯୋଜନା କରିବା

ବର୍ତ୍ତମାନ ଶିକ୍ଷଣ କାର୍ଯ୍ୟ – ୨ କୁ କରିବାକୁ ଚେଷ୍ଟା କରନ୍ତୁ

ଶିକ୍ଷଣକାର୍ଯ୍ୟ ୨: ଯୋଡି କାର୍ଯ୍ୟ ପାଇଁ ଯୋଜନା କରିବା

ଏହି କାର୍ଯ୍ୟରେ ଆପଣ ଏପରି ଏକ ପାଠ ଯୋଜନା କରିବେ ଯେଉଁଥିରେ ଯୋଡ଼ି କାର୍ଯ୍ୟ ପାଇଁ ୨୦ ମିନିଟ ରଖାଯିବ । ସମ୍ବଳ-୧ରେ ଦିଆଯାଇଥିବା ଉଦାହରଣକୁ ସମୀକ୍ଷା କରନ୍ତୁ ।

  • ଚିନ୍ତା କରନ୍ତୁ ଏବଂ ଯୋଡ଼ିରେ ଆଲୋଚନା କରନ୍ତୁ
  • ସୂଚନା ଆଦାନ ପ୍ରଦାନ
  • ଶ୍ରବଣ ଦକ୍ଷତାର ଅଭ୍ୟାସ
  • ସୂଚନାକୁ ଅନୁସରଣ
  • ଗଳ୍ପ କଥନ ବା ଭୂମିକା ଅଭିନୟ

ସମ୍ବଳ-୧ ଏବଂ ପରିସ୍ଥିତି ଅନୁଧ୍ୟାନ ୧ ଓ ୨ ରେ ଦିଆଯାଇଥିବା ଧାରଣା ଓ ସୂଚିତ ହୋଇଥିବା ଉପଦେଶଗୁଡ଼ିକୁ ବ୍ୟବହାର କରି, ଏକ ପ୍ରସଙ୍ଗ ଚୟନ କରନ୍ତୁ ଯେଉଁଥିରେ ଆପଣ ଶିକ୍ଷାର୍ଥୀଙ୍କର କଥନ ଓ ଲିଖନ ଦକ୍ଷତା ପାଇଁ ସେମାନଙ୍କୁ ଅଭିପ୍ରେରିତ କରିପାରିବେ । ଆପଣଙ୍କ ପ୍ରସଙ୍ଗୀ ଭାଷା କିମ୍ବା ଭାଷାଗତ କାର୍ଯ୍ୟ ଆଧାରରେ ସ୍ଥାନୀୟ ବା ଜାତୀୟ ସମ୍ବାଦ ମଧ୍ୟରୁ ବାଛନ୍ତୁ । ଯୋଡ଼ିକାର୍ଯ୍ୟ ପୂର୍ବରୁ ପ୍ରଥମେ ଶିକ୍ଷାର୍ଥୀମାନେ ପଢ଼ିବା ପାଇଁ କେତେଦୂର ଅନୁପ୍ରେରିତ ହୋଇଛନ୍ତି କିମ୍ବା ତା' ପରେ ପଠନ ପାଇଁ କ’ଣ ବ୍ୟବସ୍ଥା ରହିଛି ସେଥିପ୍ରତି ଦୃଷ୍ଟି ଦଅନ୍ତୁ ।

ଆପଣ ଶ୍ରେଣୀ କାର୍ଯ୍ୟ ଆରମ୍ଭ ପୂର୍ବରୁ ଯତ୍ନଶୀଳ ହେବା ଏକାନ୍ତ ଆବଶ୍ୟକ । ଏଥି ନିମିତ୍ତା ଆପଣ –

  1. ଯୋଡ଼ି ହେବା ପୂର୍ବରୁ ସେମାନେ କ’ଣ କରିବେ ଭଲ ଭାବରେ ବୁଝାଇ ଦିଅନ୍ତୁ ।
  2. ଶିକ୍ଷାର୍ଥୀମାନେ କ’ଣ କରିବେ, ସେମାନଙ୍କ ମଧ୍ୟରୁ ସେଚ୍ଛାକୃତ ଭାବେ ଆଗ୍ରହୀ ଥିବା ଜଣକୁ ଡ଼ାକି ତା ମାଧ୍ୟ’ମରେ କରିବାକୁ ଥିବା କାର୍ଯ୍ୟର ପ୍ରଦର୍ଶନ କରାନ୍ତୁ ।
  3. ଶିକ୍ଷାର୍ଥୀ କେତେଦୂର ବୁଝିଛନ୍ତି ଜାଣିବା ପାଇଁ ନିଜେ କହିବା ପରେ କିଛି ଶିକ୍ଷାର୍ଥୀଙ୍କୁ ଆଉ ଥରେ ସୂଚନାଟିକୁ କହିବାକୁ କୁହନ୍ତୁ । ସେମାନେ ନିଜ ଘର ଭାଷାରେ ମଧ୍ୟ ବର୍ଣ୍ଣନା କରିପାରିବେ ।
  4. ଦୁଇଜଣକୁ ଶୁଣାଯାଉଥିବା ସ୍ଵରରେ କଥା ହେବାକୁ କୁହନ୍ତୁ । ଶ୍ରେଣୀ ଗୃହରେ ଏକ ନିର୍ଦ୍ଦିଷ୍ଟ ସ୍ଵରରେ ହେଉଥିବା କଥୋପକଥନକୁ ଆପଣଙ୍କୁ ଗ୍ରହଣ କରିବାକୁ ପଡ଼ିବ ଯାହାକି ଶିକ୍ଷାର୍ଥୀର ଅଂଶଗ୍ରହଣର ଏକ ସୂଚକ ରୂପେ ପରିଲିଖିତ ହୋଇଥାଏ
  5. ଶିକ୍ଷାର୍ଥୀଙ୍କ କାର୍ଯ୍ୟ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ଅବଧି ସ୍ଥିର କରନ୍ତୁ । ଶିକ୍ଷାର୍ଥୀଙ୍କ କାର୍ଯ୍ୟ ସମାପ୍ତିର ସୂଚନା ଦେବା ନିମନ୍ତେ ଆପଣ ନିଜ ହାତ କିମ୍ବା ଘଣ୍ଟିର ବ୍ୟବହାର କରିପାରିବେ ।
  6. ଶିକ୍ଷାର୍ଥୀଙ୍କୁ ନେଇ ଯୋଡ଼ି ଗଠନ କରନ୍ତୁ । ପୂର୍ବରୁ ଚିନ୍ତାକରି ସୁନିଶ୍ଚିତ ହୁଅନ୍ତୁ ଯେ ଯୋଡ଼ିରୁ ଯେପରି ଜଣେ ଅନ୍ୟ ଉପରେ ପ୍ରାଧାନ୍ୟ ବିସ୍ତାର ନ କରେ ବା ଅନ୍ୟର ଅଧିନସ୍ଥ ନ ହୁଏ ।
  7. ଯୋଡ଼ି ହୋଇ ସାରିଲା ପରେ ଶିକ୍ଷାର୍ଥୀଙ୍କୁ ଶ୍ରେଣୀଗୃହର ବିଭିନ୍ନ ସ୍ଥାନରେ ବସିବାକୁ କୁହନ୍ତୁ । ଯଦି ଏହା ଶ୍ରେଣୀଗୃହରେ ହୋଇପାରୁ ନାହିଁ ସେମାନଙ୍କୁ ବାହାରକୁ ଯିବାକୁ ମଧ୍ୟ କୁହନ୍ତୁ ।
  8. ଯେଉଁମାନେ କାର୍ଯ୍ୟଟିକୁ ଶୀଘ୍ର ସମାପ୍ତ କରି ଦେଉଛନ୍ତି ସେମାନଙ୍କ ପାଇଁ ଅଧିକ ଗୋଟିଏ କିମ୍ବା ଦୁଇଟି କାର୍ଯ୍ୟ ଚିନ୍ତାକରି ରଖୁଥା’ନ୍ତୁ ।
  9. ଏବେ ଆପଣ ଶିକ୍ଷାର୍ଥୀମାନଙ୍କ କାର୍ଯ୍ୟକୁ ତଦାରଖ କରନ୍ତୁ, ସେମାନଙ୍କ ଆଲୋଚନାକୁ ଶୁଣନ୍ତୁ ଏବଂ ସେମାନେ ପରସ୍ପରକୁ କିପରି ସହାୟତା କରୁଛନ୍ତି ତାହାକୁ ନିରୀକ୍ଷଣ କରନ୍ତୁ । ଆବଶ୍ୟକ ସ୍ଥଳେ ସେମାନଙ୍କୁ ସହଯୋଗ ପ୍ରଦାନ କରନ୍ତୁ ।

10. ଅଳ୍ପ କିଛି ଶିକ୍ଷାର୍ଥୀଙ୍କୁ ବାଛନ୍ତୁ ଯେଉଁମାନଙ୍କୁ ଆପଣ ଏହି କାର୍ଯ୍ୟରେ ସେମାନଙ୍କର ଭାଷାଗତ ଦକ୍ଷତାକୁ ଆକଳନ କରିବେ, କିନ୍ତୁ ବାକି ଶିକ୍ଷାର୍ଥୀଙ୍କୁ ପରବର୍ତ୍ତୀ ଶ୍ରେଣୀରେ ଆକଳନ କରିବେ ବୋଲି ମନରେ ସ୍ଥିର କରିଥାନ୍ତୁ ।

11. ପ୍ରତିପୁଷ୍ଟି ପ୍ରଦାନ ପାଇଁ ସମୟ ଦିଅନ୍ତୁ । ଯଦି ସମ୍ଭବ । କିଛି ଶିକ୍ଷାର୍ଥୀଙ୍କୁ ଏହି କାର୍ଯ୍ୟରେ ଥିବା ସେମାନଙ୍କର ଅନୁଭୂତି ଉପସ୍ଥାପନା ପାଇଁ କୁହନ୍ତୁ । ଉପସ୍ଥାପନା କରିବା ଓ ଅନ୍ୟମାନଙ୍କ କାର୍ଯ୍ୟକୁ ଶୁଣିବା ଦ୍ଵାରା ଶିକ୍ଷାର୍ଥୀଙ୍କୁ ଶିକ୍ଷଣ ପାଇଁ ଏକ ପ୍ରଶସ୍ତ ସୁଯୋଗ ମିଳିଥାଏ, ସେହିପରି ଅନ୍ୟମାନଙ୍କ ଲଖିତ କାର୍ଯ୍ୟ ପଢ଼ିବା ଦ୍ଵାରା ମଧ୍ୟ ଶିକ୍ଷାର୍ଥୀମାନେ କିଛି ଶିଖିଥା’ନ୍ତି ।

ଶିକ୍ଷଣ କାର୍ଯ୍ୟ-୩ : ଯୋଡ଼ି କାର୍ଯ୍ୟର ସୁବିଧା ଓ ଅସୁବିଧା ସମୂହ

ଆପଣ ଯୋଡ଼ି କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିବା ପରେ ଏହାର ସମୀକ୍ଷା କରନ୍ତୁ । ଏହି ସଂପର୍କରେ ନିଜର ଜଣେ ସହକର୍ମାଙ୍କ ସହ ଆଲୋଚନା କରନ୍ତୁ । ସାରଣୀ-୧ରେ ଥିବା ଯେ କୌଣସି ଭକ୍ତିରେ (ଠିକ) ଚିହ୍ନ ମାରନ୍ତୁ ଏବଂ ଆଉ କିଛି ଭକ୍ତି

ନିଜେ ଚିନ୍ତାକରି ସେଥିରେ ଲେଖନ୍ତୁ ।

ସାରଣୀ ୧ : ଯୋଡ଼ି କାର୍ଯ୍ୟର ସୁବିଧା ଓ ଅସୁବିଧା ସମୂହ

ଯୋଡ଼ି କାର୍ଯ୍ୟର ସୁବିଧା ସମୂହ

ପାରମ୍ପରିକ ଶିକ୍ଷା ଦାନ ଅପେକ୍ଷା ଯୋଡ଼ି କାର୍ଯ୍ୟରେ ଶିକ୍ଷାର୍ଥୀମାନଙ୍କୁ କଥା ହେବା ପାଇଁ ଅଧିକ ସୁଯୋଗ ମିଳିଥାଏ ।

ଯୋଡ଼ି କାର୍ଯ୍ୟର ସମସ୍ୟା ସମୂହ

ଶିକ୍ଷାର୍ଥୀ ଯୋଡ଼ିରେ କାର୍ଯ୍ୟ କରିବାରେ ଅଭ୍ୟସ୍ତ ନୁହନ୍ତି ଏବଂ ଏହି କାର୍ଯ୍ୟରେ ସେମାନେ ଅଧିକ ସହାୟତା ଆବଶ୍ୟକ କରନ୍ତି ।

ସାମାଜିକୀକରଣ, ଶିକ୍ଷଣ ଓ ସହଯୋଗିତା ପାଇଁ ଏହା ପ୍ରୋତ୍ସାହିତ କରିଥାଏ । ଏହା ଦ୍ଵାରା ଭଲରେ ଚିହ୍ନି ନଥିବା ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସକାରାତ୍ମକ ସଂପର୍କ ସ୍ଥାପନ ହୋଇଥାଏ ।

ଯୋଡ଼ି ଥିବା ଦୁଇଜଣ ଶିକ୍ଷାର୍ଥୀ ଦତ୍ତକାର୍ଯ୍ୟ ଅପେକ୍ଷା ଅନ୍ୟ ବିଷୟରେ କଥା ହୋଇଥାନ୍ତି ।

ସେହି କାର୍ଯ୍ୟରୁ ବିଭିନ୍ନ କଳ୍ପନା ପ୍ରସ୍ତୁତ ଫଳାଫଳ ବାହାରିବାରେ ପ୍ରୋତ୍ସାହିତ କରିଥାଏ ।

ଅଧିକ କୋଳାହଳ ହୋଇଥାଏ ।

ଶିକ୍ଷାର୍ଥୀ କାର୍ଯ୍ୟ କରୁଥିବା ସମୟରେ ସେମାନଙ୍କୁ ତଦାରଖ ଓ ଉପଯୁକ୍ତ ସହାୟତା ଦେବାରେ ସୁଯୋଗ ମିଳିଥାଏ ।

ଦୁଇଜଣ ଯୋଡ଼ିରେ ସବୁବେଳେ ମିଶି ପାରନ୍ତି ନାହି ।

 

ଦୁଇଜଣ ଭିନ୍ନ ଭିନ୍ନ ସମୟରେ କାର୍ଯ୍ୟ ସମାପ୍ତ କରିଥାନ୍ତି । ଶିକ୍ଷକଙ୍କୁ ଅଧିକ ଧ୍ୟାନ ଦେବାକୁପଡିଥାଏ ।

 

ଶିକ୍ଷକଙ୍କୁ ଅଧିକ ଧ୍ୟାନ ଦେବାକୁପଡିଥାଏ ।

ଆପଣ ଅନୁଭବ କରିଥିବା କେତେକ ସମସ୍ୟା କମ୍ ହୋଇପାରିବ ଯଦି ଆପଣ ଯୋଡି କାର୍ଯ୍ୟର ଉପକାର ଶିକ୍ଷାର୍ଥୀମାନଙ୍କୁ ବର୍ଣ୍ଣନା କରିପାରିବେ, ଯଦି ସମ୍ଭବ ସେମାନଙ୍କର ଘର ଭାଷାରେ କଥାବାର୍ତ୍ତା କରିବେ ଏବଂ କ୍ରମଶ8 ସେମାନଙ୍କୁ ଏହି କାର୍ଯ୍ୟର ପଦ୍ଧତି ସମ୍ବନ୍ଧରେ ପରିଚିତ କରାଇବେ । ପ୍ରତ୍ୟେକ ପାଠର ଆରମ୍ଭ ପୂର୍ବରୁ ଯୋଡ଼ି ପାଇଁ ଯୋଜନା କରିପାରିବେ । ଏହାକୁ ଭଲ ଭାବରେ ଗ୍ରହଣ କରିବାକୁ ହେଲେ ଆପଣ ପର୍ଯ୍ୟବେକ୍ଷଣ କରିଥିବା ତଥ୍ୟକୁ ଆଧାର କରି କାର୍ଯ୍ୟ ପଦ୍ଧତି ବାଛି ପାରିବେ । ଆପଣ ଯୋଡ଼ି କାର୍ଯ୍ୟର ନକରାତ୍ମକ ଓ ସକରାତ୍ମକ ଦିଗ ପାଇଁ ଶିକ୍ଷାର୍ଥୀଙ୍କର ମତାମତ ମଧ୍ୟ ନେଇ ପାରିବେ । କିନ୍ତୁ ଏହି କାର୍ଯ୍ୟଗୁଡ଼ିକର ଆଲୋଚନା ବହୁତ ସମ୍ବଦନାତ୍ମକ ଭାବେ ହେବା ଉଚିତ ।

ସାରାଂଶ

ଭାଷା ଶ୍ରେଣୀରେ ଯୋଡ଼ିକାର୍ଯ୍ୟର ଯୋଜନା ଓ ପରିଚାଳନାର ବିଭିନ୍ନ ଦିଗ ବିଷୟରେ ଏହି ଏକକରେ ଗୁରୁତ୍ଵ ଦିଆଯାଇଛି । ଯେପରି ଭାଷା ଶିକ୍ଷଣ ଶ୍ରେଣୀରେ ବିଭିନ୍ନ ଶିକ୍ଷଣ କାର୍ଯ୍ୟ ଗୁଡ଼ିକର ସାମାଜିକୀକରଣ ଓ ସହଭାଗୀ ଶିକ୍ଷଣର ସୁଯୋଗ ସୃଷ୍ଟି କରାଯାଇପାରୁଛି, ସେହିପରି ଯୋଡ଼ି କାର୍ଯ୍ୟ ମଧ୍ୟ ଏକ ଫଳପ୍ରଦ ସାଧନ ରୂପେ ଗ୍ରହଣ କରାଯାଇପାରିବ ।

ସମ୍ବଳ

ସମ୍ବଳ-୧ :ଯୋଡ଼ି କାର୍ଯ୍ୟର ବ୍ୟବହାର କରିବା

ଲୋକମାନେ ଦୈନନ୍ଦିନ ପରିସ୍ଥିତିରେ ନିଜ ନିଜ ଭିତରେ କଥା ହୁଅନ୍ତି, ଶୁଣନ୍ତି ଏବଂ ସେହି ଅନୁସାରେ କାମ କରନ୍ତି । ଲୋକମାନେ ଏହିଭଳି ଶିଖିଥା’ନ୍ତି । ଆମେ ଯେତେବେଳେ ଅନ୍ୟମାନଙ୍କ ସହ କଥା ହେଉ, ସେତେବେଳେ ନୂତନ ଧାରଣା ଓ ତଥ୍ୟ ପାଇଥାଉ । ଯଦି ଶ୍ରେଣୀର ସବୁ କିଛି ଶିକ୍ଷକ କୈନ୍ଦ୍ରିକ ହେବ, ତେବେ ସେଠାରେ ଶିକ୍ଷାର୍ଥୀଙ୍କୁ ଆଲୋଚନା କରିବା, ପ୍ରଶ୍ନ ପଚାରିବା ଆଦି ପାଇଁ ବହୁତ କମ୍  ସୁଯୋଗ ମିଳିବ । କେତେକ ଶିକ୍ଷାର୍ଥୀ ବହୁତ କମ୍। ଉତ୍ତର ଦିଅନ୍ତି ଏବଂ ଆଉ କିଛି ଶିକ୍ଷାର୍ଥୀ ଆଦୌ ଅଂଶଗ୍ରହଣ କରନ୍ତି ନାହିଁ । ଅଧିକ ଶିକ୍ଷାର୍ଥୀ ଥିବା ଶ୍ରେଣୀର ପରିସ୍ଥିତି ଆହୁରି ଖରାପ । ଏଠାରେ କିଛି ଶିକ୍ଷାର୍ଥୀ ସବୁବେଳେ ଉତ୍ତର ଦେଉଥିବା ବେଳେ ଅନ୍ୟମାନେ ଚୁପ୍ ଗୁହନ୍ତି ।

ଯୋଡ଼ିକାର୍ଯ୍ୟ କାହିଁକି ?

ଯୋଡ଼ିକାର୍ଯ୍ୟ ଏକ ସ୍ଵଭାବିକ ପ୍ରକ୍ରିୟା, ଯେଉଁଥିରେ ଶିକ୍ଷାର୍ଥୀମାନେ କଥା ହେବା ଛଳରେ ଅଧିକ ଶିଖିଥା’ନ୍ତି । ଏହା ସେମାନଙ୍କୁ ଚିନ୍ତାକରିବା ପାଇଁ ସୁଯୋଗ ଦେଇଥାଏ। ଫଳରେ ସେମାନେ ନୂତନ ଧାରଣା ଓ ଭାଷା ବ୍ୟବହାର କରିଥା'ନ୍ତି । ଏହା ଶିକ୍ଷାର୍ଥୀଙ୍କୁ ନୂତନ ଦକ୍ଷତା, ଧାରଣାଗୁଡ଼ିକୁ ହାସଲ କରିବାରେ ସାହାଯ୍ୟ କରିଥାଏ । ଅଧିକ ଶିକ୍ଷାର୍ଥୀ ଥିବା ଶ୍ରେଣୀରେ ଏହା ମଧ୍ୟ ସଫଳତାର ସହ କାର୍ଯ୍ୟ କରେ ।

ଯୋଡ଼ିକାର୍ଯ୍ୟ ସବୁ ବୟସ, ସବୁ ଶ୍ରେଣୀ ଓ ସବୁ ବିଷୟ ପାଇଁ ଉପଯୁକ୍ତ । ଏହା ମୁଖ୍ୟତଃ ବହୁଗ୍ରେଣୀ, ବହୁଭାଷୀ ଶ୍ରେଣୀ ପାଇଁ ଉପଯୁକ୍ତ, କାରଣ ଯୋଡ଼ିରେ ପରସ୍ପରଠାରୁ ଶିଖିବାର ସୁଯୋଗ ଥାଏ । ଯଦି ଆପଣ ଏହି କାର୍ଯ୍ୟ ପାଇଁ ପୂର୍ବରୁ ଯନ୍ତ୍ରର ସହିତ ଯୋଜନା କରିବେ, ଆପଣଙ୍କ ଶ୍ରେଣୀର ପ୍ରତ୍ୟେକ ଶିକ୍ଷାର୍ଥୀ ଶିଖିବେ ଓ ଶିକ୍ଷଣରେ ଅଭିବୃଦ୍ଧି କରିବେ । ଥରେ ଏହିପରି ଭାବରେ କାର୍ଯ୍ୟନିର୍ଘଣ୍ଟ ପ୍ରସ୍ତୁତ ହୋଇସାରିଲା ପରେ ଯୋଡ଼ି କାର୍ଯ୍ୟ ଅନୁସାରେ ଦତ୍ତକାର୍ଯ୍ୟ ଦିଆଯିବ, ଯେପରି ଶିକ୍ଷାର୍ଥୀ ଏହାକୁ ଖୁସିରେ ଶିଖ୍ ପାରିବେ ।

ଯୋଡ଼ି ପାଇଁ ଦତ୍ତ କାର୍ଯ୍ୟ

ଶିକ୍ଷଣର ଉଦ୍ଦେଶ୍ୟକୁ ଆଧାର କରି ବିଭିନ୍ନ ପ୍ରକାର ଯୋଡ଼ି କାର୍ଯ୍ୟ ଆପଣ ଦେଇ ପାରିବେ । ଯୋଡ଼ି କାର୍ଯ୍ୟଗୁଡ଼ିକର ସୂଚନା ସ୍ପଷ୍ଟ ଓ ଉପଯୁକ୍ତ ହୋଇଥିବା ଆବଶ୍ୟକ, ଯାହା ଫଳରେ ଶିକ୍ଷାର୍ଥୀର ଶିକ୍ଷଣରେ ଏହା ସହାୟକ ହୋଇପାରିବ । ସେମାନଙ୍କ ମଧ୍ୟରେ ଥିବା ଧାରଣାଗୁଡ଼ିକୁ ଆଲୋଚନା କରିବା ଦ୍ଵାରା, ସେମାନେ ନିଜ ଜ୍ଞାନର ସଂପ୍ରସାରଣ କରିବାରେ ସକ୍ଷମ ହୋଇପାରିବେ ।

ଯୋଡ଼ି ପାଇଁ ଦତ୍ତକାର୍ଯ୍ୟ ନିମ୍ନମତେ ହୋଇପାରେ:

  • ଚିନ୍ତା କରି-ଯୋଡ଼ି ହୁଅ-ଆଲୋଚନା କର : ଶିକ୍ଷାର୍ଥୀ ପ୍ରଥମେ ସମସ୍ୟା ଓ ବିବାଦୀୟ ଘଟଣା ବିଷୟରେ ଚିନ୍ତା କରନ୍ତି, ତା'ପରେ ଦୁଇଜଣ ମିଶି ଏ ସମ୍ବନ୍ଧରେ ଆଲୋଚନା କଲାପରେ ଅନ୍ୟ ସହପାଠୀ ସହିତ ନିଜର ଚିନ୍ତାଧାରା ଓ ସମାଧାନର କୌଶଳକୁ ଉପସ୍ଥାପନା କରିଥାନ୍ତି । ଏଥିରେ କାର୍ଯ୍ୟଗୁଡ଼ିକ ଯଥାକ୍ରମେ – ଶୁଦ୍ଧ ଲିଖନ, ଶୁଦ୍ଧ ଉଚ୍ଚାରଣ, ସାଙ୍ଗ ହୋଇ ହିସାବ କରିବା, ଜିନିଷଗୁଡ଼ିକ ଏକତ୍ରିତ କରି ରଖୁବା, ବିଭିନ୍ନ ମତପୋଷଣ କରିବା, କୌଣସି ଗଛର ଚରିତ୍ରକୁ ଅଭିନୟ ମାଧମରେ ପ୍ରକାଶ କରିବା ଇତ୍ୟାଦି ।
  • ତଥ୍ୟର ଆଦାନପ୍ରଦାନ : କୌଣସି ଏକ ପ୍ରସଙ୍ଗର ତଥ୍ୟକୁ ଶ୍ରେଣୀର କିଛି ଶିକ୍ଷାର୍ଥୀଙ୍କୁ ଦିଆଯାଇ ପାରେ, ଆଉ କିଛି ଶିକ୍ଷାର୍ଥୀଙ୍କୁ ପ୍ରସଙ୍ଗର ଅନ୍ୟ ଧାରଣା ଗୁଡ଼ିକ ସୂଚନା ଆକାରରେ ଦିଆଯିବ । ତା’ପରେ ସେମାନେ ଯୋଡ଼ିରେ ନିଜର ତଥ୍ୟକୁ ଆଲୋଚନା କରି ସମସ୍ୟା ସମାଧାନ କରିବା ସହିତ ଏକ ନିଷ୍ପତ୍ତିରେ ପହଞ୍ଚୁବେ ।
  • ଶ୍ରବଣ ଦକ୍ଷତାର ଅଭ୍ୟାସ : ଜଣେ ଶିକ୍ଷାର୍ଥୀ ଗଛଟିକୁ ପଢ଼ିବେ ଓ ଅନ୍ୟମାନେ ସେ ସମ୍ବନ୍ଧୀୟ ପ୍ରଶ୍ନ ପଟ୍ରିବେ । ଜଣେ ଶିକ୍ଷାର୍ଥୀ ଓଡ଼ିଆର ଗୋଟିଏ ଅନୁଚ୍ଛେଦକୁ ଉଚ୍ଚ ପଠନ କରିବେ ଓ ଅନ୍ୟମାନେ ତାହାକୁ ନିଜ ଖାତାରେ ଲେଖିବେ; ଜଣେ ଶିକ୍ଷାର୍ଥୀ କଳାପଟାରେ ଗୋଟିଏ ଚିତ୍ର ବା ରେଖାଚିତ୍ର ଆଙ୍କିବେ । ଅନ୍ୟମାନେ ତାହାକୁ ନିଜ ଖାତାରେ ବର୍ଣ୍ଣନା କରି ଲେଖିବା ପାଇଁ ଚେଷ୍ଟା କରିବେ ।
  • ସୂଚନାକୁ ଅନୁସରଣ କରିବା : ଜଣେ ଶିକ୍ଷାର୍ଥୀ ସୂଚନାଟିକୁ ପଢ଼ିବେ ଓ ଅନ୍ୟମାନେ ସୂଚନା ଅନୁଯାୟୀ କାର୍ଯ୍ୟ କରିବେ । ଗଚ୍ଛ କଥନ କିମ୍ବା ଭୂମିକା ଅଭିନୟ : ଶିକ୍ଷାର୍ଥୀମାନେ ଗୋଟିଏ ଗଛ ପ୍ରସ୍ତୁତି ପାଇଁ ଦଳରେ କାର୍ଯ୍ୟ କରିପାରନ୍ତି କିମ୍ବା ଏକ ସଂଳାପ ଲେଖିପାରିବେ ଯାହା ସେମାନଙ୍କ ଶିକ୍ଷଣ ସହିତ ସଂପର୍କିତ ହୋଇଥିବ ।

ସମସ୍ତଙ୍କ ଅଂଶଗ୍ରହଣ ପାଇଁ ଯୋଡ଼ି କାର୍ଯ୍ୟର ପରିଚାଳନା କରିବା:

ଯୋଡ଼ିକାର୍ଯ୍ୟ ହେଉଛି ସମସ୍ତଙ୍କୁ କାର୍ଯ୍ୟରେ ଅଂଶଗ୍ରହଣ କରାଇବା । ଯେହେତୁ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଭିନ୍ନତା ରହିଛି, ସେଥିପାଇଁ ଦଳ ଏପରି କରିବେ ଯାହା ଦ୍ଵାରା ସମସ୍ତେ ନିଜର କାର୍ଯ୍ୟ ବିଷୟରେ ଭଲ ଭାବେ ଜାଣିଥୁବେ, କ’ଣ ଶିଖିବେ ଓ ଶିକ୍ଷଣ ଉଦ୍ଦେଶ୍ୟ ମଧ୍ୟ ସ୍ପଷ୍ଟ ହୋଇଥିବା ଆବଶ୍ୟକ । ଯୋଡ଼ି କାର୍ଯ୍ୟ ନିମନ୍ତେ ଆପଣ ଶ୍ରେଣୀର କାର୍ଯ୍ୟ ନିଘଣ୍ଟା ନିମ୍ନମତେ ପ୍ରସ୍ତୁତ କରିପାରିବେ :

  • ଶିକ୍ଷାର୍ଥୀ କାର୍ଯ୍ୟ କରୁଥିବା ଦଳକୁ ପରିଚାଳନା କରିବେ । ବେଳେବେଳେ ଶିକ୍ଷାର୍ଥୀ ନିଜ ସାଙ୍ଗ ସହିତ କାର୍ଯ୍ୟ କରିବାକୁ ଇଚ୍ଛା କରିଥାନ୍ତି ଏବଂ ଅନ୍ୟ ସମୟରେ ଇଚ୍ଛା କରନ୍ତି ନାହିଁ । ସେମାନଙ୍କୁ ନିଶ୍ଚିତ କରାନ୍ତୁ କି ଆପଣ ତାଙ୍କୁ ଦଳରେ ଯେଉଁ କାର୍ଯ୍ୟ ଦେଇଛନ୍ତି ତା' ମାଧ୍ୟମରେ ସେମାନେ ଅଧିକ ଶିଖିବାର ସୁଯୋଗ ପାଇପାରିବେ ।
  • ଯୋଡ଼ି କାର୍ଯ୍ୟକୁ ଆହ୍ଵାନାମୂଳକ କରିବାକୁ ହେଲେ ଆପଣ ମିଶ୍ରଦକ୍ଷତା ତଥା ବହୁଭାଷୀ ଦଳ ଗଠନ କରିପାରିବେ, ଯାହା ଫଳରେ ସେମାନେ ଅନ୍ୟ ଠାରୁ ଶିଖିବାର ସୁଯୋଗ ପାଇପାରିବେ । ଅନ୍ୟ ସମୟରେ ସମଦକ୍ଷତା ଭିତ୍ତିକ ଦଳ ମଧ୍ୟ କରିପାରିବେ ।
  • ଶିକ୍ଷାର୍ଥୀଙ୍କର ଦକ୍ଷତାଗୁଡ଼ିକ ଲିପିବଦ୍ଧ କରି ରଖନ୍ତୁ, ଯାହା ଫଳରେ ପରବର୍ତ୍ତୀ ସମୟରେ ଦଳ କରିବାରେ ସାହାଯ୍ୟ କରିବ ।
  • କାର୍ଯ୍ୟର ଆରମ୍ଭରେ, ଆପଣ ଶିକ୍ଷାର୍ଥୀଙ୍କୁ ଯୋଡ଼ି କାର୍ଯ୍ୟର ସୁବିଧାଗୁଡ଼ିକୁ ବୁଝାଇ ଦିଅନ୍ତୁ । ସେଥିପାଇଁ ସେମାନଙ୍କୁ ପରିବାର କିମ୍ବା ଗୋଷ୍ଠୀର ବିଭିନ୍ନ କାର୍ଯ୍ୟ ସମ୍ବନ୍ଧରେ ଉଦାହରଣ ଦେଇ ବୁଝିପାରିବେ ।
  • ପ୍ରାରମ୍ଭିକ କାର୍ଯ୍ୟକୁ ସଂକ୍ଷିପ୍ତ ଓ ସ୍ପଷ୍ଟ କରିବା ଆବଶ୍ୟକ ।
  • ଆପଣଙ୍କ ସୂଚନା ଅନୁସାରେ ଶିକ୍ଷାର୍ଥୀ କାର୍ଯ୍ୟ କରୁଛନ୍ତି କି ନାହିଁ ଆପଣ ତଦାରଖ କରନ୍ତୁ ।
  • ଦୁଇ ଜଣ ମଧ୍ୟରେ ଭୂମିକା ଓ ଦାୟିତ୍ଵ ସ୍ପଷ୍ଟ କରନ୍ତୁ, ଯେପରି ଗୋଟିଏ ଗଛରେ ଥିବା ଦୁଇଟି ଚରିତ୍ର କିମ୍ବା ୧ ଓ ୨ କିମ୍ବା 'କ' ଓ 'ଖ' , ସେମାନେ ଦଳରେ ସମ୍ରାସାମ୍ବି ହେବା ପୂର୍ବରୁ ସେମାନଙ୍କୁ ଏହା ସ୍ପଷ୍ଟ କରନ୍ତୁ, ତା' ହେଲେ ସେମାନେ ଠିକରେ ଶୁଣିବେ ।
  • ଶିକ୍ଷାର୍ଥୀ ପରସ୍ପରକୁ ମୁହଁ କରି ବସି ସହଜରେ କଥା ହୋଇ ପାରୁଛନ୍ତି, ତାହା ନିଶ୍ଚିତ କରନ୍ତୁ ।

ଯୋଡ଼ିକାର୍ଯ୍ୟ ସମୟରେ, ଶିକ୍ଷାର୍ଥୀଙ୍କୁ ନିଶ୍ଚିତ କରନ୍ତୁ ଯେ, ଦତ୍ତ କାର୍ଯ୍ୟର ସମୟ କେତେ ଏବଂ ମଝିରେ ମଝିରେ ତାହା ସେମାନଙ୍କୁ ଅବଗତ କରାନ୍ତୁ । ଯେଉଁମାନେ କାର୍ଯ୍ୟଟିକୁ ଭଲ ଭାବରେ କରୁଛନ୍ତି ଓ ଅନ୍ୟକୁ ସାହାଯ୍ୟ କରୁଛନ୍ତି ସେମାନଙ୍କୁ ପ୍ରୋତ୍ସାହିତ କରନ୍ତୁ । ଶିକ୍ଷାର୍ଥୀଙ୍କୁ ସମସ୍ୟା ସମାଧାନ କରିବା ପାଇଁ ଉପଯୁକ୍ତ ସମୟ ଦିଅନ୍ତୁ, ଯାହା ଫଳରେ ସେମାନଙ୍କୁ ଚିନ୍ତା କରିବା ପାଇଁ ସମୟ ମିଳିବ ଓ କାର୍ଯ୍ୟଟିକୁ ଭଲ ଭାବରେ କରିପାରିବେ । ବହୁତ ଶିକ୍ଷାର୍ଥୀ ସାଙ୍ଗ ହୋଇ କାମ କରିବା ଓ ଅନ୍ୟ ସହ କଥା ହେବାକୁ ଭଲ ପାଆନ୍ତି । ଆପଣ ସେମାନଙ୍କ କାର୍ଯ୍ୟକୁ ପର୍ଯ୍ୟବେକ୍ଷଣ କରୁଥିବା ସମୟରେ ସେମାନେ କେତେ ଆନନ୍ଦର ସହ କରୁଛନ୍ତି ତାହା ଲକ୍ଷ୍ୟ କରନ୍ତୁ; ଯଦି କେହି ଅଂଶ ଗ୍ରହଣ କରୁନାହାନ୍ତି ସେମାନଙ୍କ ଅଂଶଗ୍ରହଣ ପାଇଁ ସଚେତନ ହୁଅନ୍ତୁ ଏବଂ ସମସ୍ତେ କରୁଥିବା ସମାନ ପ୍ରକାର ତ୍ରୁଟି, ଭଲ ଉପାୟ ଏବଂ ସାରା°ଶକୁ ଟିପି ରଖନ୍ତୁ ।

କାର୍ଯ୍ୟ ଶେଷରେ ଆପଣଙ୍କ ଶିକ୍ଷାର୍ଥୀମାନେ କରିଥିବା କାର୍ଯ୍ୟ ଗୁଡିକ ମଧ୍ୟରେ ସଂଯୋଗ ସ୍ଥାପନ କରିବାରେ ଆପଣଙ୍କର ଏକ ଭୂମିକା ରହିଛି । କିଛି ଦଳକୁ ମନୋନିତ କରି, ସେମାନେ କରିଥିବା କାର୍ଯ୍ୟକୁ ଉପସ୍ଥାପନ କରିବାକୁ କହିବେ, କିମ୍ବା ଆପଣ ସେମାନଙ୍କୁ କାର୍ଯ୍ୟର ସାରଙ୍ଗାଶ କହିପାରିବେ । ଏହା ଦ୍ଵାରା ଶିକ୍ଷାର୍ଥୀ ନିଜର ଫଳାଫଳକୁ ଜାଣିପାରିବାର ସୁଯୋଗ ପାଇବ । ସବୁ ଦଳ ନିଜ କାର୍ଯ୍ୟର ଲିଖିତ ବିବରଣୀ ଦେବା ଆବଶ୍ୟକ ନାହିଁ । ଏହା ଅଧିକ ସମୟ ନେଇଥାଏ । ଆପଣ ପର୍ଯ୍ୟବେକ୍ଷଣ ଦ୍ଵାରା ଏପରି ଶିକ୍ଷାର୍ଥୀଙ୍କୁ ଚିହ୍ନଟ କରିଥୁବେ ଯିଏ କାର୍ଯ୍ୟକୁ ସକାରାମ୍ବକ ଭାବେ ଗ୍ରହଣ କରିଥୁବ ଏବଂ ଯାହାଦ୍ଵାରା ଅନ୍ୟମାନଙ୍କୁ ଶିଖିବାର ସୁଯୋଗ ମିଳିପାରିବ, ସେହି ଶିକ୍ଷାର୍ଥୀକୁ ଉପସ୍ଥାପନା କରିବାକୁ କହିବେ । ଏହା ଦ୍ଵାରା ଶିକ୍ଷାର୍ଥୀକୁ ତାହାର ଆତ୍ମବିଶ୍ବାସକୁ ବଢ଼ାଇବାରେ ସାହାଯ୍ୟ କରିଥାଏ ।

ଯଦି ଆପଣ ଶିକ୍ଷାର୍ଥୀକୁ ଗୋଟିଏ ସମସ୍ୟାର ସମାଧାନ ପାଇଁ କହିଛନ୍ତି, ସେଥିପାଇଁ ଆପଣ ଏକ ଆଦର୍ଶମୂଳକ ଉତ୍ତର ଦେଇପାରିବେ ଓ ତା'ପରେ ଦଳରେ ସେମାନଙ୍କୁ ନିଜ ଉତ୍ତରକୁ ଆଉ ଟିକେ ଉନ୍ନତ କରିବାକୁ କହିବେ । ଏହା ସେମାନଙ୍କୁ ଶିକ୍ଷଣରେ ସାହାଯ୍ୟ କରିବା ସହିତ ନିଜ ଭୁଲକୁ ସୁଧାରିବାର ସୁଯୋଗ ଦେଇଥାଏ ।

ଯଦି ଆପଣ ଯୋଡ଼ିରେ କାର୍ଯ୍ୟ କରିବାରେ ନୂଆ, ତେବେ କାର୍ଯ୍ୟରେ ହେବାକୁ ଥିବା ପରିବର୍ତନ ଗୁଡ଼ିକୁ ଟିପି ରଖନ୍ତୁ ଯାହା ଆପଣ ପରବର୍ତ୍ତୀ କାର୍ଯ୍ୟରେ ପ୍ରୟୋଗ କରିପାରିବେ । ଏହା ଗୁରୁତ୍ଵପୂର୍ଣ୍ଣ ଅଟେ, କାରଣ ଏହା ଦ୍ଵାରା ଆପଣ ବହୁତ କିଛି ଶିଖିବା ସହିତ ନିଜ ଶିକ୍ଷଣ ପଦ୍ଧତିରେ ମଧ୍ୟ ଉନ୍ନତି ଆଣିପାରିବେ । ଏକ ସଫଳତମ ଯୋଡ଼ି କାର୍ଯ୍ୟ ନିମନ୍ତେ ଉତ୍ତମ ସମୟ ପରିଗୋଳନା ସହିତ ଅଭ୍ୟାସ ମଧ୍ୟ ଆବଶ୍ୟକ ଅଛୋଟ ।

ଆଧାର: ଟ୍ରେସ୍ ଇଣ୍ଡିଆ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate