অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶିକ୍ଷ୍ୟଣୀୟ କାର୍ଯ୍ୟ

ଉପକ୍ରମ

ଜଣଙ୍କ ଭିତରେ ବିଭିନ୍ନ ପ୍ରକାରର ବୁଦ୍ଧିମତା ରହିଥାଏ । ହାୱାର୍ଡ ଗାର୍ତନରକିର ମନସ୍ତତ୍ତ୍ୱିକ ଥିଓରୀ ଅନୁସାରେ ଜେନ ବ୍ୟକ୍ତିର ବୁଦ୍ଧିମତାକୁ ସେ ବିଭିନ୍ନ କ୍ଷେତ୍ର ରେ ଲାଗାଇଥାଏ । ପ୍ରତ୍ୟେକ ବ୍ୟକ୍ତି ପାଖରେ 7 ପ୍ରକାର ବୁଦ୍ଧିମତ ଥାଏ । ଜଣେ ଜଣେ ଗୋଟିଏ କିମ୍ବା ଦୁଇଟି କୁ କାମରେ ଲଗାଇଥିବା ବେଳେ କେତେକ ସମସ୍ତ 7 ଟି ଯାକ କୁ କାମରେ ଲଗାଇଥାନ୍ତି କାରଣ ସେମାନଙ୍କର ବୁଦ୍ଧିମତ 7 ଟି ଜାକ ସ୍ତରରେ ସମାନଥାଏ ।

ଶ୍ରେଣୀରେ ପିଲାମାନଙ୍କୁ ଗଳ୍ପ କହିବା ଓ ପିଲାମାନଙ୍କୁ ଦ୍ଵାରା ମଧ୍ୟ କୁହାଇବା ପାଇଁ ଉତ୍ସାହିତ କରିବା ନିହାତି ଆବଶ୍ୟକ   ।  ଏଥିପାଇଁ କେତୋଟି ଶିକ୍ଷଣକାର୍ଯ୍ୟ ବିଷୟରେ ନିମ୍ନରେ ଆଲୋଚନା କରାଯାଇଛି   ।

କଥାର କାହାଣୀ

ପିଲାମାନଙ୍କୁ ଗୋଲାକର ଭାବେ ବସାଇବା   ।  ସେମାନଙ୍କ ମଧ୍ୟରୁ ଜଣକୁ ଶିକ୍ଷକ କରାଇବା   ।  ଶିକ୍ଷକଙ୍କ ହାତରେ ଗୋଟିଏ ରବର ବଲବ ଥିବ   ।  ସେ ଯେକୌଣସି ଗୋଟିଏ ବାକ୍ୟ କହିବେ ଏବଂ ଧରିଥିବା ବଲଟିକୁ ଯେକୌଣସି ପିଲାପାଖକୁ ପକାଇବେ   ।  ବଲଟି ଯେଉଁ ପିଲା ପାଖରେ ପଡିବ ସେହି ପିଲା ଶିକ୍ଷକ କହିଥିବା କାର୍ଯ୍ୟଟିକୁ ଆଖିଆଗରେ ରଖି ଦ୍ଵିତୀୟ ବାକ୍ୟଟିକୁ କହିବେ   ।  ଯେପରି ଆଗରୁ କୁହାଯାଇଥିବା ବାକ୍ୟର ସମ୍ପର୍କ ଥିବ   ।  ଏହିପରି ଖେଳ ଚାଲିବ   ।  ସବୁପିଲା ଗୋଟିଏ ଗୋଟିଏ ବାକ୍ୟ କହିବେ ଯେପରି ବାକ୍ୟ ମଧ୍ୟରେ ସମଞ୍ଜ୍ୟସ ଥିବ ଶେଷରେ ଦେଖାଯିବ ଯେ ସୁନ୍ଦର ଗପଟିଏ ହୋଇଯାଇଛି   ।

ଶବ୍ଦର କାହାଣୀ   :

ପିଲାମାନେ ଛୋଟ ଛୋଟ ଦଳରେ ବସିବେ   ।  ପ୍ରତ୍ୟେକ ଦଳକୁ (5 X 4 ) ର କାର୍ଡ କରି ଦିଆଯିବ ଏବଂ ପିଲାମାନଙ୍କୁ ନିଜ ମନରେ କିଛି ଶବ୍ଦ ଦିଆଯାଇଥିବା କାର୍ଡରେ ଲେଖିବାକୁ କୁହାଯାଇଛି    ।  ତା ପରେ ପିଲାମାନଙ୍କୁ ଲେଖିଥିବା ଶବ୍ଦଗୁଡିକୁ ବର୍ଗୀକାରଣ କରିବାକୁ କୁହାଯିବ   ।  ଯଥା  - କେଉଁ ଗୁଡିକ କାଠିରେ ତିଆରି , କେଉଁ ଗୁଡିକ ଆମେ ବଜାରରେ ଦେଖିବାକୁ ପାଉ  ।  ତା ପରଦିନ ପ୍ରତିଦଳକୁ ଲେଖିଥିବା ଯେକୌଣସି ଦୁଇଟି ଶବ୍ଦକୁ ନେଇ ବାକ୍ୟଗଢିବା ପାଇଁ କୁହାଯିବ   ।  ଗୋଟିଏ ଦଳ ସେମାନେ ଲେଖିଥିବା ବାକ୍ୟଟିକୁ ପଡିବ   ।  ଅନ୍ୟଦଳ ସେମାନେ ଲେଖିଥିବା ଦୁଇଟି ଶବ୍ଦକୁ ନେଇ ପ୍ରଥମ ଦଳର ବାକ୍ୟକୁ ନେଇ ଆଉ ଗୋଟିଏ ବାକ୍ୟ କହିବେ   ।  ଏପରି ଦଳ ଭୀତରେ କାର୍ଯ୍ୟ ଚାଲୁରହିବ । ପୂର୍ଣ୍ଣାଙ୍ଗ ହେଲା ପର୍ଯ୍ୟନ୍ତ   ।  ଏହାଦ୍ଵାରା ପିଲାମାନେ ଶବ୍ଦକୁ ନେଇ କାହାଣୀ ତିଆରି କରିପାରିବେ   । କାର୍ଯ୍ୟଟିକୁ ଦଳଗତ ମାଧ୍ୟମରେ ମଧ୍ୟ କରାଯାଇ ପାରିବ   ।

ଅଦରକାରୀ ଜିନିଷକୁ ନେଇ ଗଳ୍ପ

କିଛି ଖାଲି ବୋତଲ , ଠିପି , ପେନ , କ୍ୟାପ , ଛିଣ୍ଡାକନା , ପେନର ରିଫିଲ , ଗୋଡି ଇତ୍ୟାଦି ସଂଗ୍ରହ କରି ବିଦ୍ୟାଳୟରେ ରଖାଯିବ   ।  ଶ୍ରେଣୀର ସମୁଦାୟ ଛାତ୍ରଛାତ୍ରୀଙ୍କୁ ଯାଞ୍ଚ ବା ଛଅ ଗୋଟି ଦଳରେ ବିଭକ୍ତ କରି ସଂରୁହିତ ବସ୍ତୁ ଗୁଡିକ ଦିଆଯିବ   ।  ଦଳରେ ଆଲୋଚନା କରି ପ୍ରତ୍ୟେକ ବସ୍ତୁକୁ ନେଇ ଓ ନିଜ ମନରୁ କିଛି କଥା ମିଶାଇ ଗଳ୍ପ ତିଆରି କରିବାକୁ ଦିଆଯିବ   ।

ନୂଆ ନୂଆ ଗଳ୍ପ ସୃଷ୍ଟିପାଇଁ ଆବଶ୍ୟକ ସାମଗ୍ରୀ

  • ପୁରୁଣା ଖବରକାଗଜ ବା ସମାଜ , ସାପ୍ତାହିକ , ମାସିକ ପତ୍ରିକା   , ଗଳ୍ପବହି ଇତ୍ୟାଦିର ସଂଗ୍ରହ  ।
  • ଅଦରକରି ସାମଗ୍ରୀ ଯଥା  :- ପେନ,  ରିଫିଲ , କ୍ୟାପ, ଭିନ୍ନ ଭିନ୍ନ ପ୍ରକାର ପଥର   , ଆଦରକରି ଛିଣ୍ଡା କନା   ,  ରଙ୍ଗୀନ କାଗଜ ଇତ୍ୟାଦି   ।
  • ଚିତ୍ରକାର୍ଡ   - ପଶୁ ପକ୍ଷୀ , ଗଛ , ଫୁଲ,  ଫଳ, ଶବ୍ଦ   , ଜାଣବାହାନ ଇତ୍ୟାଦି
  • ଅଧା ଚିତ୍ର ହୋଇଥିବା କାର୍ଡ   :- କୌଣସି ଘଟଣା ବା ଗଳ୍ପର ଅଧାଚିତ୍ର   ।  ଅଧା ଚିତ୍ର  ଗଳ୍ପ ମାଧ୍ୟମରେ ପୂରଣ କରିବା   ।
  • ଛୋଟ ଛୋଟ କଣ୍ଢେଇ , ମାଟିର ମଡେଲ ଇତ୍ୟାଦି  ।
  • ବିଭିନ୍ନ ପ୍ରକାର ହସ୍ତକର୍ମ

ପିଲାମାନଙ୍କୁ ଗଳ୍ପପ୍ରତି ଆକୃଷ୍ଟ କରିବା ପାଇଁ ଆଉ କେତୋଟି କାର୍ଯ୍ୟ

  • ଗଳ୍ପ କହିବା ପ୍ରତିଯୋଗୀତା   ।
  • ଗଳ୍ପ ଲେଖିବା ପ୍ରତିଯୋଗୀତା
  • ଗଳ୍ପ ନେଇ ଥିବା  ଯେକୌଣସି କାଳ୍ପନିକ ବସ୍ତୁ ବିଷୟରେ ଭାବିବା ଏବଂ କହିବା ଇତ୍ୟାଦି   ।

ଶିକ୍ଷକ ନିଜ ଜାଗାରେ ମିଳୁଥିବା ବସ୍ତୁ ଓ ସମ୍ବଳ ବ୍ୟବହାର କରି ଶିକ୍ଷଣ ସାମଗ୍ରୀ ଓ ଶିକ୍ଷଣ କାର୍ଯ୍ୟ ପ୍ରସ୍ତୁତ କରିପାରିବେ । ତଳେ କେତେଗୁଡିଏ ପ୍ରକୃତିକ ଓ ପରିବେଶରୁ ଉପଲବ୍ଧ ଜିନିଷର ବ୍ୟବହାର ବିଷୟରେ ସୂଚନା ଦିଆଯାଇଛି ।

ଗୋଡି / ସାନା ପଥର ଖଣ୍ଡ

ରଙ୍ଗ, ଆକାର ଓ ଓଜନ ଜାଣିବା; ରଙ୍ଗ, ଆକାର ଓ ସ୍ପର୍ଶ ଭେଦରେ ଭାଗ ଭାଗ କରିବା ଭିନ୍ନ ଭିନ୍ନ ଆକାରରେ ସଜାଇବା, କାଗଜ ଉପରେ ଆଠ ଦେଇ କୋଲାଜ କମ କରିବା, ଡବାରେ ଗୋଡି ରାଖୀ ବଜାଇବା ପଥର ଫୋପାଡି ପାଣିରେ ଶବ୍ଦ ଓ ଭଉଁରୀ ସୃଷ୍ଟି କରିବା, ବଟକରା ରୂପେ ବ୍ୟବହାର କରିବା, ଘର ଓ ବଗିଚା ସଜାଇବାରେ ବ୍ୟବହାର କରିବା ଗଣିବା ।

ମାଟି ଓ କାଦୁଅ

କାଦୁଅ ଚକଟିବା ଗୋଳି, ବିଭିନ୍ନ ଆକାର କଣ୍ଢେଇ, ଦୀପ, ଘର, ଚକି, ବାସନ କୁସନ, ପିଠା, ପଶୁ ପକ୍ଷୀ, ଇତ୍ୟାଦି ତିଆରି କରିବା ବଟକରା ତିଆରି କରିବା, ଦିଆସିଲି ଖୋଲରେ ଆଇଟି ତିଆରିକରିବା ।

ଫୁଲ

ରଙ୍ଗ, ଗନ୍ଧ ଓ ଆକାର ପ୍ରକାର ଅଜାଣିବା ଫୁଲ ରୁ ଗଛ ଓ ଫଳ ବର୍ଣନା କରିବା, ମାଲା ଗୁନ୍ଥିବା ଓ ଫୁଲତୋଡା ତିଆରି କରିବା, ଫୁଲରେ ଘର ସଜାଇବା ଫୁଲରେ କୋଲାଜ କାମ କରିବା ।

ଫଳ ଓ ପାରିବା

ରଙ୍ଗ, ଆକାର  ଓ ପ୍ରକାର ଜାଣିବା ସ୍ଵାଦ ଜାଣିବା, କଞ୍ଚା ଓ ପାଚିଲା ଜାଣିବା, ପଚା ଓ ଭଲ ଫଳ ଚିହ୍ନିବା, ପଡ଼ିବାରୁ ଛପା କମ କରିବା, ଫଳ ରୁ ଗଛ ଫୁଲ ଓ ମଞ୍ଜି ବିଷୟରେ କହିବା ।

ସଢେଇ

ଦୁଇଟି ସଢେଇରେ ବଜା ବଜାଇବା ଶଢେଇରେ ପାଣି ବୋହିବା, ନିକିତି ତିଆରି କରିବା, ଟେଲିଫୋନ ରୂପେ ବ୍ୟବହାର କରିବା, ଶଢେଇରେ ଓଦା ବଳି ରାଖୀ ଚୁଲି ତିଆରି କରିବା, ସଢେଇ ରେ ରଙ୍ଗ ଦେବା, ଖେଳଣା ଓ କଣ୍ଢେଇ ତିଆରି କରିବା ।

ମୋଜା

ମୋଜାରୁ କଣ୍ଢେଇ ତିଆରି କରିବା, ବଲ ତିଆରି କରିବା ।

ଟୁକୁରା କନା

ରଂଶ ଚିହ୍ନିବା, ବଳ, ଋଂ ବଳ, କଣ୍ଢେଇ ତିଆରି କରିବା ।

ଘାସ

ବିଭିନ୍ନ ଘାସ ଚିହ୍ନିବା, ଘାସ ବାଛିବା, ଘାସ ପୋତିବା, ଘାସ ବିଦା ବାନ୍ଧିବା, ବଳି ଉପରେ ଘାସ ସଜାଇବା ।

ଆମେ ପିଲାମାନଙ୍କ ଭାବନାଶକ୍ତିକୁ କିଛିଟା ବଢାଇବା ପାଇଁ ଗଳ୍ପ କହିବା ପାଇଁ ଉତ୍ସାହିତ କରିବା ପାଇଁ ଉପରୋକ୍ତ କାର୍ଯ୍ୟ ଗୁଡିକୁ ଶ୍ରେଣୀ କଲେ ନିଶ୍ଚିତ ଭଲ ସୁଫଳ ମିଳିପାରିବ   ।

ଆଧାର : ପୋର୍ଟାଲ  ଟିମ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate