অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପରିଚାଳନା

ସୂଚନା  ଓ  ପ୍ରଯୁକ୍ତି

ସୂଚନା  ଓ  ପ୍ରଯୁକ୍ତି ବିଦ୍ୟାର  ଅନୁପ୍ରୟୋଗ  ୧୯୮୦  ମସିହାର  ପ୍ରାରମ୍ଭରୁ   ଆମ  ଅନୁଷ୍ଠାନରେ  ଆରମ୍ଭ  ହୋଇଥିଲା   । ଏହାର  ପ୍ରୟୋଗ  କେବଳ  ଜଣେଅଧେଙ୍କ  ପାଖଆରେ  ସୀମିତ  ଥିଲା   । ବୈଜ୍ଞାନିକମାନଙ୍କ  ମଧ୍ୟରେ  ଆଦର  ପାଇବା  ପାଇଁ   ୧୯୮୭ – ୮୮ ରେ  ପ୍ରଚେଷ୍ଟା  ହୋଇଥିଲା   । ମାତ୍ର  ଏହା  UNIX  ଉପରେ  ଆଧାରିତ  ଥିବାରୁ  ଅଧିକ  ଆଦୃତ  ହୋଇପାରିଲା  ନାହିଁ   । ଏହି  ସମୟରେ  କେତେ  ଜଣ  ବୈଜ୍ଞାନିକ  FORTAN ଓ  BASIC ର  ପ୍ରୟୋଗ  କରି  ସୂଚନା  ଓ  ପ୍ରଯୁକ୍ତି  ବିଦ୍ୟାକୁ  ନିଜ ନିଜ  କ୍ଷେତ୍ରରେ  ଲାଗୁ  କରିଥିଲେ  । କିଛି  ଦିନ କାମ  କଲା ପରେ, UNIX ଆଧାରିତ ଏହି ପ୍ରଣାଳୀ  ବିଫଳ   ହେଲା  ପରି  ମନେହେଲା  ମାତ୍ର  ଇଣ୍ଟରନେଟର  ଆଗମନ  ପରେ  ସୂଚନା  ଓ  ପ୍ରଯୁକ୍ତି  ବିଦ୍ୟାକୁ ଏହି  ଅନୁଷ୍ଠାନର  କର୍ମଚାରୀମାନେ  ଆଦରି  ନେଇଥିଲେ   । ୧୯୯୬  ମସିହା ଠାରୁ ଏ  ଅନୁଷ୍ଠାନରେ  ଏକ କ୍ରାନ୍ତିକାରୀ  ପରିବର୍ତ୍ତନର  ଅନୁଭୂତି  ହୋଇଛି  ବୋଲି  ମନେହୁଏ   ।

୧୯୯୬ର  ଶେଷ ଭାଗରେ  ୩ଟି  PC ଏବଂ  ଏକ  Server  ଦ୍ଵାରା  ଆଧୁନିକ  ସୂଚନା  ଓ  ପ୍ରଯୁକ୍ତି  ବିଦ୍ୟାର  ନୂତନ  ଶୁଭାରମ୍ଭ  ହୋଇଥିଲା   । ବର୍ତ୍ତମାନରେ  ସୂଚନା  ଓ  ପ୍ରଯୁକ୍ତି  ବିଦ୍ୟାର  ବୁନିୟାଦି  ଏହାର  ଏକ ସଂଶୋଧିତ  ରୂପାନ୍ତର  । ଅନୁଷ୍ଠାନର  ବିଭିନ୍ନ  ବିଭାଗରେ  ଏହାର  ପ୍ରୟୋଗ  ପାଇଁ  ବୈଜ୍ଞାନିକ  ଓ  କର୍ମଚାରୀମାନେ  ଆଦରି  ନେଇଛନ୍ତି   । ବର୍ତ୍ତମାନ  ଅନୁସନ୍ଧାନ ଓ  ବିକାଶର  ସୂଚନା  ଓ  ପ୍ରଯୁକ୍ତି  ବିଦ୍ୟାର  ଆବଶ୍ୟକତା  ଅପରିହାର୍ଯ୍ୟ  ହୋଇପଡିଛି   । କର୍ମଚାରୀମାନଙ୍କର  ଏହା  ଏକ  ବିଶିଷ୍ଟ  ଅଙ୍ଗ  ରୂପେ  ପରିଗଣିତ  ହେଉଛି   । ଏହାର  ବଳିଷ୍ଠ  ପୃଷ୍ଠଭୂମିରେ   ଏବେ  ପ୍ରାୟ  ୫୦୦ PC ଏବଂ  ୨୦ଟି  Server  ସହ  ଅତ୍ୟାଧୁନିକ  ଉପକରଣମାନ  ଏହି  ସେବାରେ  ନିୟୋଗ  କରାଯାଇଛି   ।

ପ୍ରୟୋଗଶାଳାରେ  ସୂଚନା  ଓ  ପ୍ରଯୁକ୍ତି ବିଦ୍ୟା

ପ୍ରୟୋଗଶାଳାରେ  ସୂଚନା  ଓ  ପ୍ରଯୁକ୍ତି ବିଦ୍ୟାର  ଅନୁପ୍ରୟୋଗ  ବୃଦ୍ଧି  ହୋଇଥିବାରୁ  ଅନୁସନ୍ଧାନ  ଓ  ବିକାଶରେ  ଉଲ୍ଲଖନୀୟ  ଉନ୍ନତି  ପରିଲକ୍ଷିତ  ହେଉଛି   । ପୁନଶ୍ଚ  ପ୍ରୟୋଗଶାଳାରେ  ବ୍ୟବହୃତ  ହେଉଥିବା  ବିଭିନ୍ନ  ଉପକରଣ  ସୂଚନା ଓ  ପ୍ରଯୁକ୍ତି  ବିଦ୍ୟାର  ପ୍ରୟୋଗ  ଦ୍ଵାରା  ଏହାର  ମାନ  ବୃଦ୍ଧି  ହୋଇପାରିଛି

ଏହି  ସୂଚନା  ଓ  ପ୍ରଯୁକ୍ତି  ବିଦ୍ୟାର  ଅନୁପ୍ରୟୋଗରେ  ଆମ  ଅନୁଷ୍ଠାନ  ଓଡିଶା  ପ୍ରଦେଶରେ  ଏକ  ଅଗ୍ରଣୀ  ଅନୁଷ୍ଠାନ  ରୂପେ  ପରିଗଣିତ  ହେଉଛି   । ସୂଚନା  ଓ  ପ୍ରଯୁକ୍ତି  ସେବା  ଛଡା  ଏବେ  ଆମରି  ଏଇ  ଅନୁଷ୍ଠାନ  ଅନୁସନ୍ଧାନ  ଓ  ବିକାଶ  ଉପରେ  ଧ୍ୟାନ  ଦେଉଛି   । e- Governance ଦ୍ଵାରା  ବିଭିନ୍ନ  କାର୍ଯ୍ୟକଳାପ   ନିମନ୍ତେ   ପ୍ରଚେଷ୍ଟା  ଚାଲିଛି   । ଏହାର  ସୁଫଳ  ଅଳ୍ପ  କେତେ  ଦିନ  ମଧ୍ୟରେ  ମିଳିବାର  ଆଶା  କରାଯାଏ    ।

ତଥ୍ୟ  ସୁରକ୍ଷା  ପାଇଁ  ପ୍ରାଥମିକତା  ଦିଆଯାଇଛି   । ବୈଜ୍ଞାନିକମାନଙ୍କର  ତଥ୍ୟ  କିପରି  ସୁରକ୍ଷା  ପାଇବ, ସେଥିପାଇଁ  firewall, antivirus, e-mail scanning  ପାଇଁ  ମଧ୍ୟ  ବ୍ୟବସ୍ଥା  କରାଯାଇଛି  ।

ପରିବର୍ତ୍ତନଶୀଳ  ଦୁନିଆରେ  ସୂଚନା  ଓ ପ୍ରଯୁକ୍ତି  ବିଦ୍ୟା  ସବୁଠାରୁ  ଆଗରେ   । ସମୟ  ଅନୁସାରେ  ବିକାଶଧାରାକୁ  ବଜାୟ  ରଖିବା  ସବୁଠାରୁ  କଷ୍ଟକର   । ଜ୍ଞାନ  ଆହରଣ  କରି, ଠିକ୍ ସମୟରେ  ତା’ର  ପ୍ରୟୋଗ  କରି  ସେବା  ପ୍ରଦାନ  କରିବା  ଯଦିଓ  ସହଜ  ନୁହେଁ,  କିନ୍ତୁ  ତଥ୍ୟର  ଗୁରୁତ୍ଵ  ପାଇଁ  ଚେଷ୍ଟା  କରିବାକୁ  ପଡିଥାଏ    ।

ସଂଗୃହୀତ – ଡକ୍ଟର ଦେବୀପ୍ରସାଦ ଷଣ୍ଢ, IMMT

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate