অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅଙ୍ଗ ଚାଳନା

ବର୍ଣ୍ଣମାଳା ଲେଖିବା ଶିକ୍ଷା ପୂର୍ବରୁ ଆବଶ୍ୟକ ଅଭ୍ୟାସ

ପ୍ରଥମେ ଶ୍ରେଣୀ ପିଲାମାନଙ୍କୁ ଆରମ୍ଭ ହଠାତ ଅକ୍ଷର ଶିକ୍ଷା ଦିଅନ୍ତୁ ନାହିଁ   ।  ଅକ୍ଷର ଲିଖନ ବା ସଂଖ୍ୟା ଲିଖନ ପ୍ରକୃତରେ ୩ ମାସ ପରେ ଆରମ୍ଭ ହେବା ଦରକାର   । ପ୍ରଥମେ ପିଲାମାନେ ଗାର ଟାଣିବା ଅଭ୍ୟାସ କରିବା ଦରକାର   ।

  • କାଦୁଅ / ଓଦା ମାଟିରେ କାଠି ଓ ଆଙ୍ଗୁଳି ସାହାଯ୍ୟରେ ଗାର ଟାଣିବାକୁ କୁହନ୍ତୁ   ।
  • ଶ୍ରେଣୀ ଗୃହର ୪ କାନ୍ଥରେ ଭୂମିଠାରୁ ୩ ଫୁଟ ଉଚ୍ଚତାରେ କରାଯାଇଥିବା କଳାପାଟରେ ଚକ ସାହାଯ୍ୟରେ ଗାର ଟାଣିବାକୁ କୁହନ୍ତୁ   ।  ଏଭଳି କଳାପଟା କେତେକ ଜିଲାରେ ପ୍ରାଥମିକ ସ୍କୁଲରେ ତିଆରି କରାଯାଉଛି   । ଏପରି କଳାପଟାର ଉଚ୍ଚତା ୩ ଫୁଟ ହେବା ଉଚିତ   ॥  ଭୂମିଠାରୁ ୧ ଫୁଟ ଛାଡି ଏହା ନିର୍ମାଣ କରାଯିବ   । ପିଲାମାନଙ୍କର ଅଭ୍ୟାସ ଓ ସୃଜନାତ୍ମକ  ବିକାଶ ପାଇଁ ଏପରି କରାଯାଉଛି   ।  ସେମାନଙ୍କୁ କଳାପଟାରେ ଲେଖିବା ପାଇଁ ଉତ୍ସାହିତ କରିବା ଆବଶ୍ୟକ   ।
  • ପଥର / ଚକ ସାହାଯ୍ୟରେ ଚଟାଣରେ ଚିତ୍ର ଅଭ୍ୟାସ କରାଯାଇପରେ   ।
  • ଛୋଟ ଗୋଡି , ବାଲିଗରଦା , କାଠି ବା ପତ୍ର ସାହାଯ୍ୟରେ ବିଭିନ୍ନ ଆକାର ପ୍ରକାରର ରେଖାଚିତ୍ର ଉପରେ ସଜାଇ ରଖାଯାଇପରେ   ।
  • ପ୍ରତ୍ୟେକ ପିଲାଙ୍କୁ କିଛି ନା କିଛି ଲେଖିବା ପାଇଁ ସୁଯୋଗ ଦେବା   ।

ପିଲାଙ୍କୁ ଶିଖାଇବାର କୌଶଳ

ଗୋଟିଏ ରେଖାଚିତ୍ର ସଂପୂର୍ଣ୍ଣ ରୂପେ ଆୟତ୍ତ କରିବା ପରେ ଅନ୍ୟ ରେଖାଚିତ୍ର ଅଭ୍ୟାସ କରାଇବା ଭଲ   ।  ତରବର ହେବା ଉଚିତ ନୁହେଁ   । ପ୍ରତ୍ୟେକ ପିଲା ତାର ନିଜର ଗତି ଅନୁସାରେ ଗୋଟିଏ ଷ୍ଟ୍ରୋକ ସଂପୂର୍ଣ୍ଣ ରୂପେ ହାସଲ କାଳପରେ ଅନ୍ୟ ଷ୍ଟ୍ରୋକ ଅଭ୍ୟାସ କରିବ   ।

  • ଭଲ ଲେଖି ନ ପାରିବା ପାଇଁ ଦଣ୍ଡ ବା ଅପମାନ ଦେବା ଉଚିତ ନୁହେଁ   ।
  • ହସ୍ତଲିଖନ ପ୍ରତିଯୋଗୀତା ଓ କୃତି ଛାତ୍ର , ଛାତ୍ରୀଙ୍କୁ ପୁରୁଷକାର ମାଧ୍ୟମରେ ଭଲ ଲେଖିବା ପାଇଁ ଉତ୍ସାହିତ କରିବା ଉଚିତ   ।
  • ପ୍ରଚେଷ୍ଟା ଦ୍ଵାରା ଭଲ ଲେଖିପାରୁଥିବା ଛାତ୍ର , ଛାତ୍ରୀଙ୍କ ଉଦାହରଣ ଦେଇ ସଭିଙ୍କୁ ସେଭଳି ପ୍ରୟୋଗ କରିବା ପାଇଁ ଉତ୍ସାହିତ କରିବା ଉଚିତ   ।
  • ଭଲ ଲେଖିବା ପାଇଁ ଉଦ୍ୟମ କରୁଥିବା ପିଲାମାନଙ୍କୁ ପ୍ରଶଂସା କରିବା ଦ୍ଵାରା ସେମାନଙ୍କ ମନବଳ ଦୃଢ ହେବ   ।
ପିଲାମାନଙ୍କ ନିଜ ହାତ ଲେଖା ଚିତ୍ର   , କବିତା କ୍ଷୁଦ୍ରଗଳ୍ପକୁ କାନ୍ଥରେ ଲଗାଇ ଅନ୍ୟମାନଙ୍କୁ ସେଭଳି ଲେଖିବା ପାଇଁ ଉତ୍ସାହିତ କରିବା ଉଚିତ   ।

ଆଧାର : ପୋର୍ଟାଲ  ଟିମ

Last Modified : 6/29/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate