অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କଳା ଓ ସୌନ୍ଦର୍ଯ୍ୟବୋଧର ବିକାଶ

ବିଭିନ୍ନ ପ୍ରକାର ଚିତ୍ର କରିବା ପ୍ରଣାଳୀ

  1. ଉଦ୍ଦେଶ୍ୟ – ନିମ୍ନଲିଖିତ ସାମଗ୍ରୀ ଗୁଡିକ ବ୍ୟବହାର କରି ପିଲାମାନଙ୍କର କଳା ଓ ସୌନ୍ଦର୍ଯ୍ୟବୋଧର ବିକାଶ କରିବା ।
  2. ଉପକରଣ –
    • ସୂତା ରଙ୍ଗର ଛାପା
    • କାଳି ଛାପା
    • ପରିବା ଛାପା
    • ରଙ୍ଗଫୁଙ୍କା ଚିତ୍ର
    • ଆଙ୍ଗୁଳି ଛାପା
    • ପତ୍ର ଛାପା
    • ସ୍ପ୍ରେ ପ୍ରିଣ୍ଟିଂ
  3. ବ୍ୟବହାର ପ୍ରଣାଳୀ –
    • ଖଣ୍ଡିଏ ସୂତାକୁ ରଙ୍ଗରେ ବୁଡାଇ କାଗଜ ଉପରେ ରଖ । ତାଉପରେ ଆଉ ଗୋଟିଏ କାଗଜକୁ ରଖି, ଚାପ ଦେଇ ସୂତାଟିକୁ ଭିଡ଼ି ଦିଅନ୍ତୁ ।
    • ବୁନ୍ଦାଏ କାଳି ବା ରଙ୍ଗ ଟିକେ କାଗଜ ଉପରେ ଛାଟି କାଗଜଟିକୁ ମଝିକୁ ଭାଙ୍ଗି ଚାପ ଦିଅନ୍ତୁ ।
    • ପରିବାଟିଏ ଯଥା – ଆଳୁ, ଭେଣ୍ଡି, ପିଆଜ ଇତ୍ୟାଦିକୁ ମଝିରୁ କାଟି ରଙ୍ଗରେ ବୁଡାଇ କାଗଜରେ ଛାପ କରନ୍ତୁ ।
    • ଷ୍ଟାମ୍ପ ପ୍ୟାଡ୍ ବା ରଙ୍ଗରେ ଆଙ୍ଗୁଠି ବୁଡାଇ ଯେ କୌଣସି ଚିତ୍ର ଆଙ୍କି ପିଲାଙ୍କୁ ରଙ୍ଗ କରିବାକୁ  କୁହନ୍ତୁ । ଏହିପରି ହାତମୁଠାକୁ ରଙ୍ଗରେ ବୁଡାଇ କାଗଜରେ ଛପାଦେଇ ବିଭିନ୍ନ ଚିତ୍ର କରାଯାଇପାରେ ।
    • କାଗଜରେ ରଙ୍ଗ ବୁନ୍ଦାଏ ପକାଇ ଫୁଙ୍କି ଦିଅନ୍ତୁ । ରଙ୍ଗ ଏଣେତେଣେ ହୋଇ ଚିତ୍ରଟିଏ ହୋଇଯିବ ।
    • ଖଣ୍ଡେ କାଗଜ ଉପରେ ଯେ କୌଣସି ପତ୍ର ରଖି ଚାଲୁଣୀଟିକୁ ତା ଉପରେ ଦାନ୍ତଘଷା ବ୍ରସଟିକୁ ରଙ୍ଗରେ ବୁଡାଇ ଚାଲୁଣୀ ଉପରେ ଘଷନ୍ତୁ । ଚାଲୁଣୀଟିକୁ ବାହାର କରି ରଙ୍ଗ ପଡିଥିବା ପତ୍ରଟିକୁ ଅନ୍ୟ ଗୋଟିଏ କାଗଜରେଛାପ ମାରନ୍ତୁ ।

ପ୍ଲାଷ୍ଟିକ୍ କ୍ରେୟନ୍ ର ବ୍ୟବହାର

  1. ଉଦ୍ଦେଶ୍ୟ – ଏହିସବୁ ସାମଗ୍ରୀର ବ୍ୟବହାର କରି ପିଲାମାନଙ୍କୁ ପ୍ଲାଷ୍ଟିକ୍ କ୍ରେୟନ୍ ର ବ୍ୟବହାର ଶିଖାଇବା ଓ ପିଲା ମାନଙ୍କ କଳା ଓ ସୌନ୍ଦର୍ଯ୍ୟବୋଧର ବିକାଶ କରିବା।
  2. ଉପକରଣ –
    • ଅବିକଳ ବସ୍ତୁଛବି
    • ଛାୟା ଛବି
    • ନିର୍ଦ୍ଧାରିତ ବା ଆବଦ୍ଧ କ୍ଷେତ୍ରରେ କ୍ରେୟନ୍ ସାହାଯ୍ୟରେ ରଙ୍ଗ ନମୁନା ।
  3. ବ୍ୟବହାର ପ୍ରଣାଳୀ –
    • ଖଣ୍ଡେ ସାଦା କାଗଜ ନେଇ ଦୁଇଭାଗ କରାଯାଉ । ଭାଙ୍ଗରେ ଗୋଟିଏ ପାର୍ଶ୍ଵରେ ପତ୍ରଟିଏ ରଖି ତା ଉପରେ ଅନ୍ୟ ପାଖଟିକୁ ମଡେଇ ରଖାଯାଉ । ମଡେଇ ରଖିଥିବା କାଗଜର ଉପର ପଟରେ ପତ୍ରଥିବା ସ୍ଥାନରେ କ୍ରେୟନ୍ ଘଷି ପତ୍ରଟିର ଅବିକଳ ଛାପ ପ୍ରସ୍ତୁତ କରାଯାଇପାରିବ ।
    • ଖଣ୍ଡିଏ ସାଦା କାଗଜ ଉପରେ ପତ୍ରଟିଏ ରଖ । ପତ୍ର ଧାରରୁ ବାହାର ଆଡକୁ କ୍ରେୟନ୍ ସାହାଯ୍ୟରେ ସେଡ୍ କରନ୍ତୁ । ତା ପରେ ପତ୍ରଟିକୁ ଉଠାଇ ପତ୍ରଟିକୁ ଛାୟାଛବି ପ୍ରସ୍ତୁତ କରାଯାଇପାରିବ ।
    • କୌଣସି ବସ୍ତୁର ବାହ୍ୟଧାର ଆଙ୍କିଦେଇ କ୍ରେୟନ୍ ସାହାଯ୍ୟରେ ରଙ୍ଗ ଦେଇ ପାରିବେ । ସୂର୍ଯ୍ୟ, ପେଣ୍ଡୁ, ଘର, ଜୀବଜନ୍ତୁ, ଗଛପତ୍ର ପରି ଛବି ଅଙ୍କନ କରି ଏହା ମଧ୍ୟରେ ରଙ୍ଗ ଦିଆଯାଇ ପାରିବ ।

ରଙ୍ଗିନ୍ କାଗଜ ଓ ରଙ୍ଗିନ୍ ଜରିର ବ୍ୟବହାର

  1. ଉଦ୍ଦେଶ୍ୟ – ନିମ୍ନଲିଖିତ ସାମଗ୍ରୀ ଗୁଡ଼ିକ ବ୍ୟବହାର  କରି ପିଲାମାନଙ୍କର କଳା ଓ ସୌନ୍ଦର୍ଯ୍ୟବୋଧର ବିକାଶ କରିବା ।
  2. ଉପକରଣ –
    • କଟା ରଙ୍ଗିନ୍ କାଗଜର ମଡେଲ ।
    • ଅଙ୍କା ଯାଇଥିବା ପଶୁପକ୍ଷୀ / ଜୀବଜନ୍ତୁଙ୍କ ମଡେଲ ।
    • କୋଲେଜ୍ କାମର ନମୁନା ।
  3. ବ୍ୟବହାର ପ୍ରଣାଳୀ –
    • ରଙ୍ଗିନ୍ କାଗଜକୁ ବିଭିନ୍ନ ଆକାର ଯଥା :- ଗୋଲିଆ, ତିନିକୋଣିଆ, ଚାରି କୋଣିଆ କରି ବିଭିନ୍ନ ଛବି କରାଯାଇପାରିବ।
    • କୌଣସି ପଶୁପକ୍ଷୀ ବା ଜୀବଜନ୍ତୁଙ୍କର ବାହ୍ୟଧାର ଆଙ୍କିଦେଇ  ରଙ୍ଗିନ୍ କାଗଜକୁ କାଟି ସେଥିରେ ଅଠାଦ୍ଵାରା କୋଲେଜ୍ କାମ କରାଯାଇପାରିବ ।

ମାଟିର ବିଭିନ୍ନ ପ୍ରକାର ମଡେଲ୍ କରିବା

  1. ଉଦ୍ଦେଶ୍ୟ – ମାଟିର କଣ୍ଢେଇ, ଫଳ, ପନିପରିବା, ଯାନବାହାନ, ବିଭିନ୍ନ ଆକୃତି କରି ପିଲାମାନଙ୍କର ସୌନ୍ଦର୍ଯ୍ୟବୋଧର ବିକାଶ କରାଯାଇପାରିବ ।
  2. ଉପକରଣ –
    • ମାଟି
    • ଝୋଟ ଦଉଡି
    • ରଙ୍ଗ
  3. ପ୍ରସ୍ତୁତି ପ୍ରଣାଳୀ
  4. ଚିକିଟା ମାଟି ସଂଗ୍ରହ କରି ସେଥିରୁ ଗୋଡି, ଖପରା, ଗୁଣ୍ଡିକାଠ ଆଦି କଠିନ ପଦାର୍ଥ ଗୁଡିକୁ ବାହାର କରିଦେବେ । ବ୍ୟବହାର ହେଉ ନଥିବା ଅଦରକାରୀ ଝୋଟ ଦଉଡିକୁ କାଟି ଟୁକୁରା କରି ସେଗୁଡିକୁ ସେହି ଚିକିଟା ମାଟିରେ ମିଶାଇ ଭଲ ଭାବେ ପ୍ରସ୍ତୁତ କରାଯାଇ ପାରିବ ।

    • ମାଟିରେ ପରିଚିତ ପନିପରିବା ଗୁଡ଼ିକ ପ୍ରସ୍ତୁତ ହୋଇଗଲେ ତା ଉପରେ ଆବଶ୍ୟକ ରଙ୍ଗ ଦେବା ପାଇଁ କୁହାଯାଇପାରିବ।
    • ପ୍ରତ୍ୟେକ ପିଲା ନିଜେ ଗୋଟିଏ ଗୋଟିଏ ମାଟିର ମଡେଲ୍ ତିଆରି କରିବାକୁ କୁହାଯିବ ।
    • ମାଟିରେ ବିଭିନ୍ନ ଆକୃତି ଯଥା :- ଗୋଲ ପେଣ୍ଡୁ, ଚାରିକୋଣିଆ ଗୋଟି, ରୋଳ, ଚଟକା ଆଦି ପ୍ରସ୍ତୁତ କରି ସେଗୁଡିକ ଚିହ୍ନିବା ପାଇଁ  କୁହାଯାଇପାରିବ ।

କାଗଜ ମଣ୍ଡ ପ୍ରସ୍ତୁତି ଓ ସେଥିରୁ ବିଭିନ୍ନ ଖେଳ ସାମଗ୍ରୀ

ମାଟିରେ ମୂର୍ତ୍ତି ଗଠନ ଓ ବିଭିନ୍ନ ମଡେଲ୍ ପ୍ରସ୍ତୁତ କରିବା ପରି କାଗଜ ମୁଣ୍ଡରୁ ମଧ୍ୟ ବିଭିନ୍ନ ଖେଳ ସାମଗ୍ରୀ ପ୍ରସ୍ତୁତ କରିହେବ । ପ୍ରଥମେ ପୁରୁଣା ଖବର କାଗଜକୁ ଟୁକୁରା ଟୁକୁରା କରି ବଡ ଜାଗାରେ ରଖି ପାଣିରେ  ବତୁରାଇ ଦିଅନ୍ତୁ । କାଗଜ ନରମ ହୋଇଗଲେ ଖଦଡା ଚଟାଣରେ ଘଷି କିମ୍ବା ଶିଳରେ ବାଟି ଦିଅନ୍ତୁ । ତାହା ଅଧିକ ଚିକ୍କଣ ଓ ଅଠାଳିଆ କରିବା ପାଇଁ ସେଥିରେ କିଛି ମେଥିଗୁଣ୍ଡ ମିଶାନ୍ତୁ । ବର୍ତ୍ତମାନ କାଗଜଗୁଣ୍ଡ ପ୍ରସ୍ତୁତ ହୋଇଗଲା । ଏହି କାଗଜ ମଣ୍ଡରୁ ବିଭିନ୍ନ ଆକୃତିର କଣ୍ଢେଇ, ମଡେଲ୍ ଆଦି ତିଆରି କରିପାରିବେ ।

ଆଧାର – ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ଅଧିକାରୀ

Last Modified : 4/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate