অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗଣିତ ଶିକ୍ଷାର ପ୍ରଣାଳୀ

କାଠି ବ୍ୟବହାର କରି ଗଣି କାର୍ଯ୍ୟସହ ଆମେ ବେସ ପରିଚିତ   ।  ଗୋଟି ଗୋଟି କରି ଗଣିବା ବା ଦଶଟିକିଆ ବିଦା ଓ ଗୋଟିକିଆ କାଠି ସାହାଯ୍ୟରେ ଗଣିତ କାର୍ଯ୍ୟ ପ୍ରାୟ ସମସ୍ତେ ପ୍ରଥମେ ,ଦ୍ଵିତୀୟ ଶ୍ରେଣୀ କରିଥାନ୍ତି  । କାଠି ବ୍ୟବହାର କରି ଆଉ କେତେ ପ୍ରକାର ଗଣିତ ଶିକ୍ଷା କରିହେବ ଏଠାରେ ଦର୍ଶଯାଇଛି   ।

ସ୍ଥାନୀୟମାନ ଖେଳ

ଦୁଇଜଣ ପିଲା ବା ୫ ଜଣ କରି ଦୁଇଟି ଦଳପିଲା ଏହି ଖେଳ ଖେଳିପାରିବେ   ।  ଏଥିପାଇଁ ରଙ୍ଗର ଯଥା :ଲାଲ ,  ଓ ଧଳା କାଠି ଆବଶ୍ୟକ   ।  ଲାଲ ରଙ୍ଗର କାଠିକୁ ୯ ଖଣ୍ଡ ଏବଂ ଧଳା ରଙ୍ଗର କାଠିରୁ ୯ ଖଣ୍ଡ ଏପରି ୧୮ ଖଣ୍ଡ ସମାନ ଦୈର୍ଘ୍ୟ ବିଶିଷ୍ଟ  ସାରୁ କାଠି  ( ଆନୁମାନିକ ୧୫ ସେମି ବା ୨୦ ସେମି   ) ଏବଂ ଅନ୍ୟଏକ ମୁନିଆ କାଠି  (୨୫ ରୁ ୩୦ ସେମି  ) ଦରକାର  ।

ଖେଳିବେ କିପରି

  • ଚଟାଣରେ ଗୋଟିଏ ବୃତ୍ତ ( ଆନୁମାନିକ ୨୦ ସେମି ବ୍ୟାସାର୍ଦ୍ଧ ବିଶିଷ୍ଟ) ଚକ ଖଡିରେ ଆଙ୍କି ଦିଅନ୍ତୁ   ।
  • ଗୋଟିଏ ଦଳର ଜଣେ ପିଲା ୧୮ ଟି କାଠିକୁ ମିଶାଇ ବୃତ୍ତ କେନ୍ଦ୍ରରେ ଠିଆକରି ଆଙ୍ଗୁଠି ସାହାଯ୍ୟରେ ବୁଲାଇ ଏପରି ପକାନ୍ତୁ ଯେପରି କାଠଗୁଡିକୁ ବୃତ୍ତ ମଧ୍ୟରେ ଖେଳାଇ ହୋଇ ପଡିବ   ।
  • ଅନ୍ୟ ଦଳର ଜଣେ ପିଲା ବଡ ମୁନିଆ କାଠି ସାହାଯ୍ୟରେ କାଠିଗୁଡିକୁ ଗୋଟି ଗୋଟି କରି ବୃତ୍ତ ବାହାରକୁ ଆଣିବେ ଯେପରି ଅନ୍ୟ କୌଣସି କାଠି ହଲି ନ ଯାଏ  ।
  • ଯେତେବେଳେ ଏପରି କାଠି ଉଠାଇବା ସମୟରେ ତଳେ ଥିବା କାଠି ସାମାନ୍ୟ ହଲିଯାଏ   , ସେତେବେଳେ ସେହିଦଳ ମୁନିଆ କାଠିଟିକୁ ଦ୍ଵିତୀୟ ଦଳକୁ ଦେବେ ଓ ଦ୍ଵିତୀୟ ଦଳ ସେହିପରି କାଠି ଅଲଗା କରି ସଂଗ୍ରହ କରିବେ   ।
  • ଖେଳ ଶେଷରେ ପ୍ରତ୍ୟେକ ଦଳ ନିଜ କାଠିକୁ ଗଣିବେ   । ପ୍ରତ୍ୟେକ ଧଳାକାଠି ପାଇଁ ଗୋଟିଏ ପଏଣ୍ଟ ଓ ପ୍ରତ୍ୟେକ ଲାଲ ରଙ୍ଗର କାଠି ପାଇଁ ୧୦ ପଏଣ୍ଟ ହିସାବ କରିବେ   ।

ଏହା ଦ୍ଵାରା ଦୁଇ ଅଙ୍ଗ ବିଶିଷ୍ଟ ସଂଖ୍ୟାର ସ୍ଥାନୟମାନ ବୁଝିହେବ    । (୧ ମ ଓ ୨ ୟ ଶ୍ରେଣୀ )

ଏଥିରେ ହଳଦିଆ ରଙ୍ଗର ୯ ଟି କାଠି ମିଶାଇଲେ ତିନିଅଙ୍କ ବିଶିଷ୍ଟ ସଂଖ୍ୟା ଗଢିବା ସହ ସେମାନଙ୍କର ସ୍ଥାନୟୟମାନ ଜାଣିହେବ   । (୩ ୟ ୪ର୍ଥ ଶ୍ରେଣୀ )

ଗୁଣନ ଖେଳ

କାଠି ବ୍ୟବହାର କରି ଗୁଣନ କରିବା କେତେ ସହଜ ଆସନ୍ତୁ ଦେଖିବା   ।

୨X ୧ ଗୁଣନଫଳ ପାଇବା ପାଇଁ ଦୁଇଟି କାଠିକୁ ସମାନ୍ତର ଭାବେ ରଖିଦେବା ଓ ଅନ୍ୟ ଗୋଟିଏ କାଠିକୁ ଏହି ଦୁଇକାଠିର ଛେଦକ ଭାବେ ରଖିବା   ।  ଛେଦବିନ୍ଦୁଗୁଡିକ ଗଣିବା   । ଏଠାରେ ଦୁଇଟି ୨X ୧ = ୨ ଛେଦବିନ୍ଦୁ ପାଉଛେ   ।  ସେଥିପାଇଁ ୨X ୧ = ୨  ।

  • ସେହିପରି 3 X ୨ ଗୁଣନଫଳ କାଠି ସାହାଯ୍ୟରେ କିପରି ନିର୍ଣ୍ଣୟ କରିବା   ?  ଚିତୟରେ ଦେଖାଯାଇଥିବା ଭଳି ୩ ଟି କାଠି ସମାନ୍ତର ଭାବେ ରଖାଯାଇଛି   ।  ଏଠାରେ ଛେଦବିନ୍ଦୁ ଗଣି ପିଲାମାନେ ୩X ୨ = ୬ ନିର୍ଣ୍ଣୟ କରିବା ସହଜ ହେବ ନାହିଁ କି  ? ଏହିପରି ଭାବେ ପିଲାମାନେ ନିଜେ ଗୁଣନାକନ୍ଦା ପ୍ରସ୍ତୁତ କରିପାରିବେ ଓ
    • ସେହିପରି ୩X ୨ ଗୁଣନଫଳ କାଠି ସାହାଯ୍ୟରେ କିପରି ନିର୍ଣ୍ଣୟ କରିବା   ? ଚିତୟରେ ଦେଖାଯାଇଥିବା ଭଳି ୩ ଟି କାଠି ସୀମାନ୍ତର ଭାବେ ରଖାଯାଇଛି   । ଏଠାରେ ଛେଦବିନ୍ଦୁ ଗଣି ପିଲାମନେ ୩X ୨ =୬ ନିର୍ଣ୍ଣୟ କରିବା ସହଜ ହେବ ନାହିଁ କି ?

ଏହିପରି ଭାବେ ପିଲାମାନେ ନିଜେ ଗୁଣନାକନ୍ଦା ପ୍ରସ୍ତୁତ କରିପାରିବେ ଓ ଗୁଣନକନ୍ଦା ମୁଖସ୍ତ କରିବା ଆଦୌ ଆବଶ୍ୟକ ହେବନାହିଁ   ।  ( କାଠି ବଦଳରେ ଖାତା ବା କଳାପଟାରେ ଗାର ଟାଣି ମଧ୍ୟ ଗୁଣନ କରିପାରିବେ ) ।

ଆଧାର : ପୋର୍ଟାଲ  ଟିମ

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate