অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନୀଳମଣି ରାଉତରାୟ

ନୀଳମଣି ରାଉତରାୟ

ବିଗତ ପଚାଶରୁ ଊର୍ଦ୍ଧ୍ଵ ବର୍ଷ ଧରି ଜଣେ ଖ୍ୟାତନାମା ସମାଜସେବୀ, ଛାତ୍ର ତଥା ଟ୍ରେଡ଼ ୟୁନିଅନ ନେତା, ସାମ୍ବାଦିକ ଓ ରାଜନୀତିଜ୍ଞଭାବେ ସ୍ଵର୍ଗତଃ ନୀଳମଣି ରାଉତରାୟ ତାଙ୍କର ସରଳ ଓ ନମ୍ର ବ୍ୟବହାର ପାଇଁ ଜନସାଧାରଣଙ୍କର ସ୍ନେହ, ଶ୍ରଦ୍ଧା ଓ ସମ୍ମାନର ଅଧକାରୀ ହୋଇପାରିଥିଲେ । ଓଡ଼ିଶା ରାଜନୀତି କ୍ଷେତ୍ରରେ ସେ ଜଣେ ସୁଚତୁର କରିବା ସହ ଲୋକଙ୍କ ପ୍ରିୟ ନେତା ହୋଇପାରିଥିଲେ । ଲୋକଙ୍କର ବିଭିନ୍ନ ସମସ୍ୟା ପାଇଁ ସେ ଆରମ୍ଭରୁ ଶେଷ ଯାଏଁ ସଂଗ୍ରାମୀ ହିସାବରେ ଯୁଝି ଆସିଥିଲେ । ତ୍ୟାଗପୂତ ସଂଗ୍ରାମ ମାର୍ଗରେ ସେ ଛାତ୍ର ଆନ୍ଦୋଳନରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ସେ ଜନସାଧାରଣଙ୍କ ପାଇଁ ସଂଗ୍ରାମର ମାର୍ଗ ବାଛି ନେଇଥିଲେ । ସେହି ମାର୍ଗରେ ସେ ହୋଇପାରିଥିଲେ ଛାତ୍ର ଓ ଶ୍ରମିକ ନେତା, ସ୍ଵାଧୀନତା ସଂଗ୍ରାମୀ, ସମାଜସେବୀ, ସାମ୍ବାଦିକ, ବିଧାୟକ, ମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ।

ବାଲ୍ୟ ଜୀବନ

ଅବିଭକ୍ତ ବାଲେଶ୍ଵର ଜିଲ୍ଲା ତଥା ବର୍ତ୍ତମାନର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ତିହିଡ଼ି ଥାନାର ମୁକୁନ୍ଦପୁର ଗ୍ରାମରେ ସେ ୧୯୨୦ ମସିହା ମଇ ୨୪ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଚନ୍ଦ୍ରଶେଖର ରାଉତରାୟଙ୍କର ପ୍ରଚୁର ଜମିବାଡ଼ି ଥିଲା । ଗାଁ ବିଦ୍ୟାଳୟରୁ ସେ ପ୍ରାଥମିକ ଶିକ୍ଷା ସମାପ୍ତ କଲାପରେ ଭଦ୍ରକ ହାଇସ୍କୁଲରେ ପଢ଼ି ଥିଲେ । ୧୯୩୬ ମସିହାରେ ସେ ରେଭେନ୍ସା ମହାବିଦ୍ୟାଳୟରେ କଳା ଶ୍ରେଣୀରେ ନାମ ଲେଖାଇଥିଲେ । ୧୯୩୨ ମସିହାରେ, ତାଙ୍କୁ ଯେତେବେଳେ ମାତ୍ର ୧୨ ବର୍ଷ, ସେତେବେଳେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ । ରେଭେନ୍ସା କଲେଜରେ ପଢୁଥିଲା ବେଳେ କଲେଜ ପରିସରରେ କଂଗ୍ରେସ ଦଳର ପତାକା ଉଡ଼ାଇବା ଅଭିଯୋଗରେ କଲେଜ କର୍ତ୍ତୃପକ୍ଷ ତାଙ୍କୁ ବି.ଏ. ପରୀକ୍ଷା ଦେବାପାଇଁ ବାରଣ କରିଥିଲେ । ଏହାର ପ୍ରତିବାଦରେ ତାଙ୍କ ନେତୃତ୍ଵରେ ମହାବିଦ୍ୟାଳୟରେ ଧର୍ମଘଟ ହୋଇଥିଲା । ତଥାପି କଲେଜ କର୍ତ୍ତୃପକ୍ଷ ତାଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ଦେଇ ନଥିଲେ ଏବଂ ୧୯୪୦ ମସିହାରେ ସେ ରେଭେନ୍ସା କଲେଜରୁ ବହିଷ୍କୃତ ହୋଇଥିଲେ । ଫଳରେ ସେ ୧୯୪୧ ମସିହାରେ କଲିକତା ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ବିଦ୍ୟାସାଗର ମହାବିଦ୍ୟାଳୟରେ ବି.ଏ. ଶ୍ରେଣୀରେ ନାମ ଲେଖାଇଥିଲେ । ଏଠାରୁ ବି.ଏ. ପାଶ୍ କରିବା ପରେ ସେ ବନାରସ । ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଏମ୍.ଏ. (ରାଜନୀତି ବିଜ୍ଞାନ) ପାଠ୍ୟକ୍ରମରେ ନାମ ଲେଖାଇଥିଲେ । ଏଠାରୁ ସେ ଏମ୍.ଏ. ପ୍ରଥମ ଭାଗ ପାଶ୍ କରିଥିଲେ । ମାତ୍ର, ଭାରତଛାଡ଼ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ । କରିଥିବା ଦୃଷ୍ଟ ୧୯୪୨ ମସିହାରେ ବନାରସ ବିଶ୍ୱବିଦ୍ୟାଳୟରୁ ସେ ବହିଷ୍କୃତ ହୋଇଥିଲେ । ତେଣୁ ସେ ପୁନର୍ବାର କଲିକତା ବିଶ୍ଵ ବିଦ୍ୟାଳୟ ଯାଇ ଏଲ୍.ଏଲ୍ .ବି. ପାଠ୍ୟକ୍ରମରେ ନାମ ଲେଖାଇଥିଲେ । ଏଠାରୁ ଏଲ୍.ଏଲ୍.ବି. ପାଶ୍ କରିଥିଲେ ମଧ୍ୟ ତାଙ୍କ ଏମ୍.ଏ. ପାଶ୍ କରିବା ସ୍ଵପ୍ନ ବାସ୍ତବରେ ରୂପାୟିତ ହୋଇପାରିନଥିଲା । ସ୍ଵାଧୀନତା ସଂଗ୍ରାମ, ଟ୍ରେଡ଼ୟୁନିୟନ ଆନ୍ଦୋଳନ ଓ ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନ ଉଲ୍ଲେଖନୀୟ ଥିଲା । କଲିକତାସ୍ଥିତ ଓଡ଼ିଆ ସମାଜର ସେ ସମ୍ପାଦକ ଥିଲେ । ୧୯୪୬ ମସିହା ସାମ୍ପ୍ରଦାୟିକ ଦଙ୍ଗା ହାଙ୍ଗାମରେ ସେ କଲିକତାରେ ବିପନ୍ନ ହୋଇଥିବା ଶିଳ୍ପ ଶ୍ରମିକମାନଙ୍କର ଯଥେଷ୍ଟ ସେବା କରିଥିଲେ । କଲେଜରେ ପଢୁଥିବାବେଳେ ସେ ଜଣେ । ସକ୍ରିୟ ଛାତ୍ରନେତା ହିସାବରେ ସୁପରିଚିତ ଥିଲେ ଏବଂ ଅଷ୍ଟ୍ରଳ ଭାରତ ଛାତ୍ର ମହାସଙ୍ଘ ଓଡ଼ିଶା ଶାଖାର ସେ ଅନ୍ୟତମ ପ୍ରତିଷ୍ଠାତା ଥିଲେ । ଏଥିସହିତ ସମ୍ପୃକ୍ତ ରାଜନୀତିକ କାର୍ଯ୍ୟକଳାପ ପାଇଁ ସେ ବହୁବାର କାରାବରଣ କରିଥିଲେ । ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟରେ ଶିକ୍ଷାଲାଭ କରୁଥିବା ବେଳେ ସେ ଭାରତଛାଡ଼ ଆନ୍ଦୋଳନରେ ସଂଶ୍ଚିଷ୍ଟ ହେବା ଦୃଷ୍ଟ ବନାରସର ଡିଭିଜନାଲ କମିଶନର ତାଙ୍କୁ ବନାରସ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ ।

ବିବାହ

ସେ ୧୯୪୯ ମସିହାରେ ବିଶିଷ୍ଟ ସମାଜସେବୀ ଓ ସାହିତ୍ୟିକା ନଳିନୀ ଦେବୀଙ୍କୁ ବିବାହ କରିଥିଲେ । ସର୍ବଭାରତୀୟ ଶ୍ରମିକ ସଂଗଠନ ଭାରତୀୟ ଜାତୀୟ ଶ୍ରମିକ କଂଗ୍ରେସ (ଆଇ.ଏନ୍.ଟି.ୟୁ.ସି.)ର ଓଡ଼ିଶା ଶାଖାକୁ ସଂଗଠିତ କରି ସେ ଏହାର ସାଧାରଣ ସମ୍ପାଦକ ଓ ପରେ ୧୯୪୮ ମସିହାରେ ସଭାପତି ହୋଇଥିଲେ । କିଛିକାଳ ସେ ଦୈନିକ ‘ପ୍ରଜାତନ୍ତ୍ର’ର ସମ୍ପାଦକ ଦାୟିତ୍ଵ ତୁଲାଇଥିଲେ । ୧୯୭୩ ମସିହା ଫେବୃଆରୀ ମାସରେ ତାଙ୍କର ପତ୍ନୀ ବିୟୋଗ ଘଟିଥିଲା ।

ରାଜନୀତିକ ଜୀବନ

୧୯୪୬ ମସିହାରେ ସେ ନୀଳଗିରି ବିଧାନସଭା ନିର୍ବାଚନ । ମଣ୍ଡଳୀରୁ ପ୍ରତିଦ୍ଵନ୍ଦିତା କରି ପ୍ରଥମଥର ପାଇଁ ବିଧାୟକ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ୧୯୫୨ ମସିହାରେ ସେ ଉପମନ୍ତ୍ରୀ ହୋଇଥିଲେ । ୧୯୫୨ ରୁ ୧୯୫୭ ପର୍ଯ୍ୟନ୍ତ ଉପମନ୍ତ୍ରୀ ଓ ୧୯୫୭ରୁ ୧୯୬୭ ପର୍ଯ୍ୟନ୍ତ ସେ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ । ତା’ ମଧ୍ୟରେ ଦୁଇବର୍ଷ ୧୯୬୩ରୁ ୧୯୬୫ ପର୍ଯ୍ୟନ୍ତ ଉପମୁଖ୍ୟମନ୍ତ୍ରୀ ମଧ୍ୟ ରହିଥିଲେ । ୧୯୭୧ରେ ସେ ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁ  ନିର୍ବାଚିତ ହୋଇ ୧୯୭୨ରେ ପୁଣି ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୭୩ ଫେବୃଆରୀରେ ସେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ । ମନ୍ତ୍ରୀ ହିସାବରେ ସେ କାଳକ୍ରମେ ବହୁ ବିଭାଗର ଦାୟିତ୍ଵ ନେଇ ସୁଚାରୁ ରୂପେ ତୁଲାଇ ଥିଲେ । ୧୯୭୬ ମସିହାରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ତେବେ ରାଜନୈତିକ ପ୍ରେକ୍ଷାପଟ୍ଟର ପରିବର୍ତ୍ତନରେ ରାଜ୍ୟସଭା ପଦ ଛାଡ଼ି ସେ ସେହି ବର୍ଷ ଜୁନ୍‌ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୮୯ ମସିହାରେ ପ୍ରଧାନ ମନ୍ତ୍ରୀ ବିଶ୍ଵନାଥ ପ୍ରତାପସିଂହଙ୍କ ମନ୍ତ୍ରିମଣ୍ଡଳରେ ସେ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ । ସେହି ମନ୍ତ୍ରିମଣ୍ଡଳରେ ସେ । ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ମଧ୍ୟ ଥିଲେ ।

ତାଙ୍କ ଅଧିନାୟ କତ୍ଵରେ ଏକ ପ୍ରତିନିଧ ଦଳ ୧୯୬୪ ମସିହାରେ ଜେନେଭାଠାରେ ଅନୁଷ୍ଠିତ ଆନ୍ତର୍ଜାତିକ ଶ୍ରମ ସମ୍ମିଳନୀରେ ଯୋଗ ଦେଇଥିଲା । ସେ ସୁଇଜରଲ୍ୟାଣ୍ଡ, ଜର୍ମାନ, ଫ୍ରାନ୍ସ, ଇଂଲଣ୍ଡ ଓ ରୁଷିଆ ପ୍ରଭୃତି ବିଭିନ୍ନ ଦେଶ ପରିଭ୍ରମଣ କରିଥିଲେ । ନିଜ ଆତ୍ମଜୀବନୀ ପୁସ୍ତକ ‘ସ୍ମତି ଅନୁଭୂତି ’ର ସେ ରଚୟିତା ।

ତାଙ୍କର ଦୀର୍ଘ ରାଜନୀତିକ ଜୀବନରେ ସେ ଯାହା ଉଚିତ ମନେ କରୁଥିଲେ, ତହିଁର ପରିଣାମ ପ୍ରତି ଭୂକ୍ଷେପ ନକରି, ତାହାର ବାସ୍ତବ ରୂପାୟନ ପାଇଁ ଚେଷ୍ଟା କରୁଥିଲେ । ରାଜ୍ୟରେ କେନ୍ଦୁପତ୍ର ବ୍ୟବସାୟର ଜାତୀୟକରଣ ପାଇଁ ତାଙ୍କ ଉଦ୍ୟମକୁ ରାଜ୍ୟର ଅଗଣିତ ଆଦିବାସୀ ଜନସାଧାରଣ ଚିରଦିନ ମନେ ରଖୁବେ । ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ଘଟୁଥିବା ରାଜନୀତିକ ଘଟଣାବଳୀ ଅନୁଧ୍ୟାନ କରିବା ଓ ରାଜନୀତି ସଂକ୍ରାନ୍ତୀୟ ବିଭିନ୍ନ ପୁସ୍ତକ ଅଧ୍ୟୟନ କରିବା । ତାଙ୍କର ପ୍ରଧାନ ଅଭିରୁଚି ଥିଲା ।

ବହୁ ରାଜନୈତିକ ଝଡ଼ଝଞ୍ଜା ମଧ୍ୟରେ ସେ କେବେ ହାର୍ ମାନି ନଥିଲେ । ଜଣେ ସଂସ୍କୃତିପ୍ରେମୀ, ବିଦ୍ଵାନ ଓ ଜାତୀୟ ସ୍ତରର ବୁଦ୍ଧିଜୀବୀ ତଥା ରାଜନେତା ହିସାବରେ ସେ ସୁପରିଚିତ ଥିଲେ । ଓଡ଼ିଶାର ଜଣେ ସୁଯୋଗ୍ୟ ସନ୍ତାନ ହିସାବରେ ସେ ସବୁଦିନ ପାଇଁ ଓଡ଼ିଆଙ୍କର ପ୍ରେରଣାର ଉତ୍ସ ହୋଇ ରହିବେ ।

ଆଧାର - ଇ ମଗାଜିନ

Last Modified : 7/6/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate