অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପିଲାଙ୍କ ଭାଷା ଶିକ୍ଷା

ପିଲାଙ୍କ ଭାଷା ଶିକ୍ଷା

ଆମେ ଭାଷା ଶିଖୁ କିପରି   ?

ସାଧାରଣତଃ ଦେଖାଯାଇଛି ଯେ,  ପିଲାମାନେ ଭାଷାର ବ୍ୟବହାର ନିଜ ଅନୁଭୂତିରୁ ଶିଖନ୍ତି   ।  ପିଲାଙ୍କ ପାଇଁ ବାସ୍ତବ ଅନୁଭବ ବିନା ଶବ୍ଦର ଅର୍ଥ ନାହିଁ    ।  ଅନୁଭୂତି ବିନା ଶବ୍ଦ ଉଚ୍ଚାରଣ ପିଲାଙ୍କ ପାଇଁ ଦୁର୍ବୋଧ ଓ ଅର୍ଥହୀନ   । ଅନ୍ୟ ଭାଷାରେ ଭାଷା ଶିକ୍ଷା ଏକ ଅନୁକୂଳ ପରିବେଶ ଓ ପ୍ରସଙ୍ଗ ଆବଶ୍ୟକ   ।  ତେଣୁ ଶିକ୍ଷକ /ଶିକ୍ଷୟତ୍ରୀ ହିଷବାରେ ଭାଷା ଶିକ୍ଷାଦାନ କଲାବେଳେ ଆମେମାନେ ପିଲାମାନଙ୍କର ଶିକ୍ଷା ଗ୍ରହଣର ଗତିକୁ କ୍ଷିପ୍ର ଓ ସାବଲିଳ କରିବା ପାଇଁ ଏକ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ରହିଛି   , ଯାହାଦ୍ଵାରା ପିଲାମାନେ ନିରନ୍ତର ଭାବେ ଅନୁଭୂତି ଓ ବସ୍ତୁକୁ ପାଥେୟ କରି ଭାବ ଆଦାନ ପ୍ରଦାନ କରିପାରିବେ   ।  ଏହି ପଡ଼ିଏସ ସମ୍ଭବପର ହୋଇପାରିବ , ଯଦି ଆମେ ନିମ୍ନଲିଖିତ କେତୋଟି ବିଷୟକୁ ଦ୍ରୁଷ୍ଟିରେ ରଖିବା   ।

  • ପିଲାଙ୍କୁ ବିଭିନ୍ନ ଆଦରକାରୀ ଯଥା : କାଗଜ ପତ୍ର , କାଠି , ପର ଭଙ୍ଗାଚୁଡି , ସଢେଇ ଇତ୍ୟାଦି ସଂଗ୍ରହ କରିବା ଲାଗି କହିବା । ପିଲାମାନେ ଏହି ସାମଗ୍ରୀ ବିଷୟରେ କହିବା ସଙ୍ଗେ ସଙ୍ଗେ କାଳକ୍ରମେ ପଢିବା ଓ ଲେଖିବା ଦକ୍ଷତା ବୃଦ୍ଧି କରିବାରେ ପ୍ରୟୋଗ କରିବା      ।
  • ବିଦ୍ୟାଳୟରେ ଓ ବାହାରେ ଘଟୁଥିବା ଘଟଣା ଓ ଅନୁଭୂତି ସମ୍ପର୍କରେ କହିବା   , ପଢିବା ଓ ଲେଖିବା ପାଇଁ ପିଲାମାନଙ୍କୁ ପ୍ରେରଣା ଦେବା   ।
  • ଦରକାର ବେଳେ ପିଲାମାନଙ୍କୁ ଶ୍ରେଣୀ ଗୃହରୁ ବାହାରକୁ ନେଇ ଆଖପାଖର ପରିବେଶ ସହିତ ପରିଚିତ କରାଇବା ଏବଂ ଏହା ସହିତ ସେମାନଙ୍କୁ ଦେଖିଥିବା ଦୃଶ୍ୟ ଯଥା ଭାଙ୍ଗି ଯାଇଥିବା ବନ୍ଧ ,  ଚଢେଇ ବସା , ଯାତ୍ରା , ହାଟ ଇତ୍ୟାଦି ବିଷୟରେ କହିବାକୁ କହିବା   ।
  • ପ୍ରତ୍ୟେକ ଦିନ ବିଦ୍ୟାଳୟ ଆରମ୍ଭରେ ସବୁ ଶ୍ରେଣୀରେ ପିଲାଙ୍କୁ ଅଧଘଣ୍ଟା ସକାଶେ ପ୍ରାର୍ଥନା ସଭାରେ ଏକାଠି କରିବା   ,  ସେଠାରେ ଗୀତ ବୋଲିବା , ଗପ କହିବା   , କଣ୍ଢେଇନାଚ କରିବା, ପ୍ରାର୍ଥନା ବୋଲାଇବା ପ୍ରଭୁତି କାର୍ଯ୍ୟ କରାଇବା   ।

ଶ୍ରେଣୀ ମଧ୍ୟରେ ପିଲାମାନେ ପରସ୍ପର ସହିତ ପରିଚିତ ହୁଅନ୍ତି , ନିଜ ନିଜ ଭୀତରେ କଥାବାର୍ତ୍ତା କରନ୍ତୁ ଓ ପରସ୍ପର ନାଁ ଇତ୍ୟାଦି ପଚାରନ୍ତୁ   ।  ଏହାପରେ ଗୋଟିଏ ଗୋଟିଏ ଖେଳ ଖେଳିବା ଯଥା  “ ପିଲାଙ୍କୁ ଏକ ବୃତ୍ତ କରି ଠିଆ ହେବା ପାଇଁ କହିବା   ,  ଏହାପରେ ପ୍ରତି ପିଲାର ନାଁ ଧରି ଡାକିବା ଓ ନା ଶୁଣିଲେ ସେହି ପରି ଡେଇଁ କରି ବୃତ୍ତ ଭିତରକୁ ପଶିବା ଲାଗି ତାକୁ କହିବା   ।  ବୃତ୍ତ ଭୀତରେ ପୁଣି ବୃତ୍ତଟିଏ କରି ଏପରି ଡକାଯାଇଥିବା ପିଲାଏ ଠିଆ ହେବେ , ଯେମିତି ବାହାର ବୃତ୍ତର ପ୍ରତି ପିଲା ପାଇଁ ଭୀତର ବୃତ୍ତରେ ଜେନ କରି ପିଲା ରହିବ   ।  ବାହାର ଓ ଭୀତର ବୃତ୍ତରେ ଥିବା ଏହି ଯୋଡା ଯୋଡା ପିଲାଙ୍କ ଭୀତରେ ପୁଅ ଝିଅ ଯେପରି ସମାନ ଭାବରେ ରହନ୍ତି ଶେଠୀପ୍ରତି ଦ୍ରୁଷ୍ଟି ଦେବା   । “ ଏ ଖେଳ କିଛି ଦିନ ଚାଲିପରେ   ।  ଏହାଦ୍ଵାରା ପିଲାମାନେ ପରସ୍ପରର ନାଁ ଇତ୍ୟାଦି ଜାଣିପାରିବେ   ।

ପ୍ରତ୍ୟେକ ପିଲାର ନାଁ ଏକ କାର୍ଡବୋର୍ଡରେ ଲେଖି ତା ବେକରେ ଝୁଲାଇ ଦେବା   ।  ଏପରି କରିବା ଦ୍ଵାରା ସେମାନଙ୍କ ନାଁ କିପରି ଦେଖାଯାଉଛି କ୍ରମଶଃ ସେମାନେ ଜାଣିପାରିବେ   ।  ସେମାନେ ଅକ୍ଷରଜ୍ଞାନ ବଢିଲେ ସେମାନେ ନିଜ ନାଁ ପଢିପାରିବେ   ।

ବର୍ତ୍ତମାନ ଆମେମାନେ କାର୍ଯ୍ୟ କରିବା ଲାଗି ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ   ।  ଆସନ୍ତୁ କ୍ଷେତ୍ର ଭିତ୍ତିରେ ପଦ୍ଧତି ବିଷୟରେ ବିଶଦ ଆଲୋଚନା କରିବା   ।  ନିମ୍ନରେ ମାତୃଭାଷା ଦକ୍ଷତା ସୂଚୀ ଦିଆଯାଉଛି   ।  ଏହି ଦକ୍ଷତା ଗୁଡିକୁ ମଧ୍ୟ ପାଠ୍ୟ ପୁସ୍ତକରେ ଉଲ୍ଲେଖ କରାଯାଇଛି   ।  କାର୍ଯ୍ୟ ଆରମ୍ଭ କରିବା ସମୟରେ ଏହି ଦକ୍ଷତାଗୁଡିକୁ ଆଉ ଠାରେ ପଢିନେଇ ମନେରଖନ୍ତୁ   ।

ମାତୃଭାଷା

ଶୁଣିବା

୧.୧.୧

୧.୧.୨

୧.୧.୩

ସରଲ , ଜଣାଶୁଣା ଓ ଜଣପ୍ରିୟ ,  କବିତା ଓ ଗଳ୍ପକୁ ଶୁଣି ବୁଝିବା

ଜଣାସୁନା ପରିସ୍ଥିତିରେ କଥୋପକଥନକୁ ବୁଝିବେ

ଜଣାଶୁଣା ପରିସ୍ଥିତିରେ ମୌଖିକ ଅନୁରୋଧ ଏବଂ ସରଲ ଆଦେଶକୁ ବୁଝିବେ   ।

କହିବା

୨.୧.୧

୨.୧.୨

୨.୧.୩

୧.୧.୪

ଶୁଦ୍ଧଭାବେ ସରଳ ବାକ୍ୟର ପୁନରାବୃତ୍ତି କରିବେ   ।

ସରଳ ଛନ୍ଦ , କବିତା ଏବଂ ଗୀତକୁ ଅଙ୍ଗୀଭଙ୍ଗୀ ପ୍ରଦର୍ଶନପୂର୍ବକ

ହଁ /ନାହିଁ ଉତ୍ତର ଆସୁଥିବା ସରଳ ପ୍ରଶ୍ନର ଉତ୍ତର ଦେବେ   ।

ସରଳ ପ୍ରଶ୍ନ ପଚାରିବେ

ପଢିବା

୩.୧.୧

୩.୧.୨

୩.୧.୩

ଶବ୍ଦରେ ଥିବା କିମ୍ବା ସ୍ଵତନ୍ତ୍ରଭାବେ ଥିବା ସାଧାରଣ ଅକ୍ଷରଗୁଡିକୁ ଚିହ୍ନିବେ

କଳାପଟା,  ଫ୍ଲାସକାର୍ଡ ଇତ୍ୟାଦିରେ ଥିବା ବଡ ବଡ ଅକ୍ଷର ଓ ହସ୍ତାକ୍ଷରକୁ ପଢିବେ  ।

ସରଳ ଜଣାଶୁଣା ଶବ୍ଦ ପାଟି କରି ପଧିବେ ( ଏହି ଶବ୍ଦ ତିନିରୁ ଅଧିକ ଅକ୍ଷର ବିଶିଷ୍ଟ ହେବ ନାହିଁ  )

ଲେଖିବା

୪.୧.୧

୪.୧.୨

୪.୧.୩

ସ୍ଵରବର୍ଣ୍ଣ,  ବ୍ୟଞ୍ଜନ ବର୍ଣ୍ଣ , ମାତ୍ରା ଏବଂ ଯୁକ୍ତାକ୍ଷରରୁ ନକଲ କରି ଲେଖିବେ

ସ୍ଵରବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ , ମାତ୍ରା ଏବଂ ଯୁକ୍ତାକ୍ଷର ଆଦି ଲେଖିବେ

ଜଣାଶୁଣା ସରଳ ଶବ୍ଦ ଏବଂ ସରଳ ବାକ୍ୟ ଲେଖିବେ

ଧାରଣର ବୋଧଗମ୍ୟତା

(ଶୁଣିବା ,  ଲେଖିବା ମାଧ୍ୟମରେ )

୫.୧.୧

୫.୧.୨

ପାଠ୍ୟପୁସ୍ତକରେ ଦିଆଯାଇଥିବା ସରଳ ତଥ୍ୟକୁ ମନେ ପକାଇବେ   ।

ଶୁଣିବା ପରେ ‘ କିଏ , କେତେବେଳେ ‘ଏବଂ ‘କେଉଁଠାରେ ‘ ଆଦି ପଚରାଯାଉଥିବା ପ୍ରଶ୍ନର ଉତ୍ତର ଦେବେ   ।

ବ୍ୟବହାରିକ ବ୍ୟାକରଣ

୬.୧.୧

ଗୋଟିଏ ଶବ୍ଦର ସେସ ଅକ୍ଷର ଅନୁସାରେ ଆଉ କେତେଗୁଡିଏ ଶବ୍ଦ କହିବେ ଓ ଲେଖିବେ

ସ୍ଵ- ଶିକ୍ଷଣ

୭.୧.୧

ସରଳ ସଚିତ୍ର ଅଭିଧାନରେ ବ୍ୟବହାର କରିପାରିବେ   ।

ଭାଷାର

୮.୧.୧

 

ସରଳ ଭଦ୍ର ଅଭିବ୍ୟକ୍ତି ସମ୍ପର୍ଣ୍ଣ ନୀତି ନିୟମ ଅନୁଶ୍ରୁତ ବାକ୍ୟ ବୁଝିବେ ଓ ବ୍ୟବହାର କରିବେ

ଶବ୍ଦାବଳୀ  ନିୟନ୍ତ୍ରଣ

୯.୧.୧

ମୋଟାମୋଟି ପଠନ ବୋଧଗାମ୍ୟତା ପାଇଁ1୧୫୦୦ ଶବ୍ଦ ସହିତ ପରିଚିତ ହେବେ   ।

ଆଧାର :ପୋର୍ଟାଲ  ଟିମ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate